ରାଜ୍ୟ |

ଚାନ୍ଦା ନ ଦେବାରୁ ତୁମୁଳକାଣ୍ଡ: ଲୋକଙ୍କୁ ପିଟିଲେ, ୩୦ ଗାଡି ଭାଙ୍ଗିଲେ

ଚାନ୍ଦା ନ ଦେବାରୁ ତୁମୁଳକାଣ୍ଡ: ଲୋକଙ୍କୁ ପିଟିଲେ, ୩୦ ଗାଡି ଭାଙ୍ଗିଲେ
ଭୁବନେଶ୍ୱର, ୧୪।୯(ବ୍ୟୁରୋ)- ଜୋରଜବରଦସ୍ତି ପୂଜା ଚାନ୍ଦା ମାଗିଲେ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ସମସ୍ତ ଏସ୍‌ପି ଓ ଟ୍ବିନ ସିଟିର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଥାନା ଅଧିକାରୀମାନେ ଏ ଦିଗରେ କଡ଼ା ପଦକ୍ଷେପ ନେଇନାହାନ୍ତି, ଯେଉଁଥିପାଇଁ ଶହୀଦନଗର ଥାନା ପଥରବନ୍ଧ ବସ୍ତିର ମଝି ସାହିରେ ଗୁରୁବାର ରାତିରେ ତୁମୁଳକାଣ୍ଡ ଘଟିଛି। ଗଣେଶ ପୂଜା ଚାନ୍ଦା ନ ଦେବାରୁ ଏକ ଦମ୍ପତିଙ୍କୁ ନିର୍ଘାତ ମାଡ଼ ମରାଯିବା ସହ ବସ୍ତିର ୩୦ରୁ ଊର୍ଦ୍ଧ୍ୱ ଗାଡ଼ିମୋଟର ଭଙ୍ଗାଯାଇଛି। ବସ୍ତିର ଲୋକେ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ  ଆକ୍ରମଣକାରୀମାନେ ପିଟିଥିଲେ। ଏହି ଘଟଣା ପ୍ରତିବାଦରେ ବସ୍ତିର ୫୦ରୁ ଊର୍ଦ୍ଧ୍ୱ ରାତି ପ୍ରାୟ ୧୧ଟାରେ ଥାନା ଘେରାଉ କରିଥିଲେ। ପୋଲିସ ସେମାନଙ୍କ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଦୁଇଦିନ ତଳେ ପଥରବନ୍ଧ ବସ୍ତି ବେହେରା ସାହିର କେତେଜଣ ପିଲା ମଝି ସାହିରେ ରହୁଥିବା ରଞ୍ଜିତ ପ୍ରଧାନଙ୍କୁ ୫୦୦ ଟଙ୍କା ଚାନ୍ଦା ମାଗିଥିଲେ। ରଞ୍ଜିତ ତାଙ୍କୁ ୧୦୦ ଟଙ୍କା ଦେଇଥିଲେ। ଗୁରୁବାର ରଞ୍ଜିତ କାମରୁ ଆସିବା ପରେ ବେହେରା ସାହିର କେତେଜଣ ଯୁବକ ତାଙ୍କୁ ଅଧାବାଟରେ ଅଟକାଇଥିଲେ। ଚାନ୍ଦା କ’ଣ ପାଇ ଦେଲୁନାହିଁ ବୋଲି କହି ସେମାନେ ରଞ୍ଜିତଙ୍କୁ ସେଠାରୁ ମାଡ଼ ମାରି ମାରି ଘର ପର୍ଯ୍ୟନ୍ତ ଆଣିଥିଲେ। ରଞ୍ଜିତଙ୍କୁ ମାଡ ମାରୁଥିବା ଦେଖି ତାଙ୍କ ସ୍ତ୍ରୀ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଯୁବକମାନେ ତାଙ୍କୁ ମଧ୍ୟ ମାଡ ମାରିଥିଲେ। ଏହାପରେ ବସ୍ତିର ଅନ୍ୟ ଲୋକମାନେ ବିରୋଧ କରିବାରୁ ସେମାନେ ଚାଲି ଯାଇଥିଲେ। ରାତି ପ୍ରାୟ ୧୦ଟାରେ ୩୫ରୁ ଊର୍ଦ୍ଧ୍ୱ ଯୁବକ ଲାଠି ଓ ଲୁହାରଡ୍‌ ଧରି ବସ୍ତିରେ ଥିବା ଅଟୋ ଓ ବାଇକ୍‌ ଭଙ୍ଗାରୁଜା କରିଥିଲେ। ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଫୋନ କରି ଜଣାଇଥିଲେ। ମାତ୍ର ପୋଲିସ ପହଞ୍ଚିବା ପୂର୍ବରୁ ସେମାନେ ଫେରାର ହୋଇଯାଇଥିଲେ।
All Right Reserved By

ରାଜ୍ୟ |

ବର୍ଷେ ହେଲା ଅପମାନ ସୂଚକ ଟୁଇଟ୍‌ କରୁଛନ୍ତି ଅଭିଜିତ

ବର୍ଷେ ହେଲା ଅପମାନ ସୂଚକ ଟୁଇଟ୍‌ କରୁଛନ୍ତି ଅଭିଜିତ

ପୁରୀ ଅଫିସ, ୨୧ା୯: ଅଭିଜିତ ଆୟର ମିତ୍ର ଦୀର୍ଘ ୧ବର୍ଷ ହେଲା ଓଡ଼ିଶା, ଓଡ଼ିଆ ଜାତି, ଓଡ଼ିଶାର ଐତିହ୍ୟକୁ ନେଇ ବିଭିନ୍ନ ପ୍ରକାର ଅରୁଚିକର ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ଆସୁଛନ୍ତି। ସେ କେବଳ ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ବାଭିମାନକୁ କଠୋର ଆଘାତ ପହଞ୍ଚାଇଲା ଭଳି ମନ୍ତବ୍ୟ ପୋଷ୍ଟ କରି ଆସୁଛନ୍ତି। ଶ୍ରୀଜଗନ୍ନାଥଙ୍କ ବିରୋଧରେ ମଧ୍ୟ ଅରୁଚିକର ମନ୍ତବ୍ୟ ରଖିଛନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲା:ପୁରୀରେ ପହଞ୍ଚତ୍ଲେ ଆମିକସ୍‌କ୍ୟୁରି

ଶ୍ରୀମନ୍ଦିର ସଂସ୍କାର ମାମଲା:ପୁରୀରେ ପହଞ୍ଚତ୍ଲେ ଆମିକସ୍‌କ୍ୟୁରି

ପୁରୀ ଅଫିସ,୨୧ା୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଗୁରୁବାର ରାତିରେ ପୁରୀରେ ପହଞ୍ଚତ୍ଛନ୍ତି।

ସମ୍ଭାବ୍ୟ ବାତ୍ୟା, ସଜାଗ ପ୍ରଶାସନ

ସମ୍ଭାବ୍ୟ ବାତ୍ୟା, ସଜାଗ ପ୍ରଶାସନ

ପୁରୀ ଅଫିସ, ୨୧ା୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଉଛି। ପୁରୀ ଜିଲାର ବିଭିନ୍ନ ସ୍ଥାନରେ ଦିନ ତମାମା ବର୍ଷା ଲାଗି ରହିଥିବା ବେଳେ ସନ୍ଧ୍ୟାରୁ ପବନ ଆରମ୍ଭ ହୋଇଯାଇଛି। 

୧୫ ହଜାର ମିଲିୟନ ଟନ୍‌ ପିଇଟି ବ୍ୟବହାର କରୁଛି ଓଡ଼ିଶା

ଭୁବନେଶ୍ୱର,୨୧।୯(ବ୍ୟୁରୋ)- ସାରା ବିଶ୍ୱରେ ମୁଣ୍ଡପିଛା ୨୮ କିଲୋଗ୍ରାମ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଥିବା ବେଳେ ଭାରତବର୍ଷରେ ମୁଣ୍ଡପିଛା ୧୧ କିଲୋଗ୍ରାମ୍‌ ପ୍ଲାଷ୍ଟିକ୍‌ ବ୍ୟବହାର କରାଯାଉଛି। 

ହୃଦ୍‌ଘାତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ବଳରାମ

ହୃଦ୍‌ଘାତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ବଳରାମ

ଭୁବନେଶ୍ୱର, ୨୧।୯(ବ୍ୟୁରୋ)- ହୃଦ୍‌ଘାତର ଶିକାର ହୋଇଥିବା ଜଣେ ଟ୍ରେନ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜି ତାଙ୍କୁ ମରଣମୁହଁରୁ ବଞ୍ଚାଇଛନ୍ତି ରେଲଓ୍ବେ କନଷ୍ଟେବଳ ବଳରାମ ସିଂ। ହସ୍ପିଟାଲ ନିଆଯିବା ପୂର୍ବରୁ ବଳରାମଙ୍କ ଉପସ୍ଥିତ ବୁଦ୍ଧି ଏବଂ ପ୍ରାଥମିକ ଚିକିତ୍ସା ଯୋଗୁ ସମ୍ପୃକ୍ତ ରୋଗୀ ଏକ ନୂଆ ଜୀବନ ପାଇଛନ୍ତି। 

ସରକାରଙ୍କ ସହିତ ଆଲୋଚନା ବିଫଳ:ବିଧାୟକଙ୍କୁ ଟାର୍ଗେଟ କଲେ ଶିକ୍ଷକ

ସରକାରଙ୍କ ସହିତ ଆଲୋଚନା ବିଫଳ:ବିଧାୟକଙ୍କୁ ଟାର୍ଗେଟ କଲେ ଶିକ୍ଷକ

ଭୁବନେଶ୍ୱର, ୨୧ା୯(ବ୍ୟୁରୋ)- ଅଭିଜିତ ଆୟର ମିତ୍ରଙ୍କ ଗିରଫଦାରି ଲାଗି ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଏକତ୍ରିତ ହୋଇ ବିଧାନସଭାରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲେ। କିନ୍ତୁ ହଜାର ହଜାର ଶିକ୍ଷକ ୩୬ ଦିନ ହେଲା ଖରା ବର୍ଷାରେ ଗାନ୍ଧୀମାର୍ଗରେ ପଡ଼ିରହିଥିଲେ ମଧ୍ୟ ସେମାନଙ୍କ ଲାଗି ଏକାଠି ହେଲେନି। 

ଏସ୍‌ସିବିରେ ରୋଗୀଙ୍କୁ ମିଳିଲାନି ମାଗଣା ସାଲାଇନ:ସରକାରଙ୍କୁ ମାଗିବାକୁ କହିଲେ ନର୍ସ

ଏସ୍‌ସିବିରେ ରୋଗୀଙ୍କୁ ମିଳିଲାନି ମାଗଣା ସାଲାଇନ:ସରକାରଙ୍କୁ ମାଗିବାକୁ କହିଲେ ନର୍ସ

କଟକ ଅଫିସ, ୨୧।୯- ରାଜ୍ୟର ରୋଗୀମାନଙ୍କ ପାଇଁ ସରକାର ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ପରୀକ୍ଷାଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ମାଗଣାରେ ଯୋଗାଇ ଦିଆଯାଉଥିବା ସରକାର କହୁଛନ୍ତି।

ନେତାଜୀ ଜନ୍ମ ସଂଗ୍ରହାଳୟରେ ଲକ୍ଷ୍ମୀକାନ୍ତ ପାରେସକର

ନେତାଜୀ ଜନ୍ମ ସଂଗ୍ରହାଳୟରେ ଲକ୍ଷ୍ମୀକାନ୍ତ ପାରେସକର

କଟକ ଅଫିସ,୨୧ା୯- ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାରେସକର ଗୁରୁବାର ପୂର୍ବାହ୍ନରେ ଓଡ଼ିଆବଜାରସ୍ଥିତ ନେତାଜୀ ଜନ୍ମ ସଂଗ୍ରହାଳୟ ପରିଦର୍ଶନରେ ଆସିଥିଲେ। 

୪୦ ହଜାର ଲାଞ୍ଚ: କନିଷ୍ଠ ସହାୟକ ଗିରଫ

୪୦ ହଜାର ଲାଞ୍ଚ: କନିଷ୍ଠ ସହାୟକ ଗିରଫ

କଟକ ଅଫିସ, ୨୧।୯- ୪୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରିବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଫୁଲବାଣୀ ଜିଲା କନ୍ଧମାଳ ପୌର ପରିଷଦ କାର୍ଯ୍ୟାଳୟର କନିଷ୍ଠ ସହାୟକ ଶରତ ଚନ୍ଦ୍ର ସେଠୀ। 

ଜିଲାପାଳଙ୍କ ନିର୍ଦ୍ଦେଶକୁ ସିଏମ୍‌ସିର ବେଖାତିର

ଜିଲାପାଳଙ୍କ ନିର୍ଦ୍ଦେଶକୁ ସିଏମ୍‌ସିର ବେଖାତିର

କଟକ ଅଫିସ, ୨୧।୯- ମାସକ ତଳେ ସହରରେ ଥିବା ବଡ଼ ବଡ଼ ନାଳରେ ଜଳ ନିଷ୍କାସନ କ୍ଷମତା କାହିଁକି ହ୍ରାସ ପାଉଛି ତାହାର ଯାଞ୍ଚ କରିଥିଲେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ। 

ସୋମବାର ଯାଏ ଚାଲିବ ଆଇନଜୀବୀଙ୍କ ଆନ୍ଦୋଳନ

ସୋମବାର ଯାଏ ଚାଲିବ ଆଇନଜୀବୀଙ୍କ ଆନ୍ଦୋଳନ

କଟକ ଅଫିସ, ୨୧।୯-ମାଡ଼ ଘଟଣାକୁ ନେଇ ପୋଲିସ-ଆଇନଜୀବୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଜାରି ରହିଛି। ଏହାକୁ ନେଇ ଆଇନଜୀବୀମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଇତିମଧ୍ୟରେ ୨୩ ଦିନରେ ପହଞ୍ଚତ୍ଛି। 

ଯାହା କରିଛି ମଜାରେ: ଅଭିଜିତ

ଯାହା କରିଛି ମଜାରେ: ଅଭିଜିତ

କଟକ ଅଫିସ, ୨୧।୯- କୋଣାର୍କ ସୂର୍ଯ୍ୟ ମନ୍ଦିରରେ ରହିଥିବା କାରୁକାର୍ଯ୍ୟ ସହ ଓଡ଼ିଶାର  ସଂସ୍କୃତି ଓ ପରମ୍ପରାକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ର ଗୁରୁବାର ଗିରଫ ପରେ ଦିଲ୍ଲୀର ସାକେତ କୋର୍ଟରୁ ଜାମିନରେ ମୁକୁଳିଛନ୍ତି।