ଅପରାଧ | ଅନଗୁଳ-ଢେଙ୍କାନାଳ

ଭୁଜାଲିରେ ହାଣି ଟାଟା ଏସିଇ, ବାଇକ୍‌ ଲୁଟ୍‌

ଭୁଜାଲିରେ ହାଣି ଟାଟା ଏସିଇ, ବାଇକ୍‌ ଲୁଟ୍‌
ବନ୍ତଳା,୧୩ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା- ବଡକେରା ରାସ୍ତାର ଧୋକୁଟା ଗ୍ରାମ ଶିବ ମନ୍ଦିର ଛକ ନିକଟରେ ବୁଧବାର ରାତି ପ୍ରାୟ ୨ଟା ସମୟରେ ଲୁଟ୍‌ପାଟ ହୋଇଛି। ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଜରପଡା ଥାନା ଦୁର୍ଗାପୁର ଟାଙ୍ଗିରୀ ସାହି ଗ୍ରାମର ଅଭିରାମ ସାହୁଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ଜିନିଷ ଭର୍ତ୍ତି ଥିବା ଏକ ଟାଟା ଏସିଇ ଗାଡି ଓ ବାଇକ୍‌ ନେଇ ପଳାଇଛନ୍ତି। ଏ ନେଇ ବନ୍ତଳା ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡିଛି, ବ୍ୟବସାୟୀ ଅଭିରାମ ବୁଧବାର ଭୁବନେଶ୍ୱରରୁ ଧୂପକାଠି ମେଶିନ କିଣିଥିଲେ। ଏହି ମେଶିନ ସହ ଧୂପକାଠି ତିଆରି ସାମଗ୍ରୀ ଓ ଏକ ବାଇକକୁ (ନଂ.ଓଡି-୧୯-ଇ ୪୮୫୭) ଟାଟା ଏସିଇ(ନଂ. ଓଡି-୦୨-ଏୟୁ ୬୮୫୩)ରେ ଲୋଡିଂ କରି ରାତିରେ ଫେରୁଥିଲେ। ତାଙ୍କ ସହ ଦୁର୍ଗାପୁର ଗ୍ରାମର ଭୀଷ୍ମ ସାହୁ ଏବଂ ଗାଡି ଚାଳକ ଢେଙ୍କାନାଳ ଜିଲା ରାସୋଳ ଥାନା ଲହଡା ଗ୍ରାମର ଧନୁଜ ବେହେରା(୧୯) ଥିଲେ। ଧୋକୁଟା ଶିବ ମନ୍ଦିର ଛକ ନିକଟଠାରେ ପୂର୍ବରୁ ପ୍ରସ୍ତୁତ ଥିବା ୬ ଜଣ ଦୁର୍ବୃତ୍ତ ଖଣ୍ଡା, ଭୁଜାଲି, ଛୁରି ଧରି ଟାଟା ଏସିଇକୁ ଅଟକାଇଥିଲେ। ଚାଳକଙ୍କୁ ଗାଡ଼ିରୁ ବାହାର କରି ଭୟଭୀତ କରି ଚାବି ନେଇଯିବା ପରେ ଅଭିରାମ ସାହୁଙ୍କୁ ମଧ୍ୟ ବାହାରକୁ ଟାଣି ଆଣିଥିଲେ। ପରେ ଅଭିରାମଙ୍କୁ ଆକ୍ରମଣ କରି ମନିପର୍ସ, ମୋବାଇଲ ଫୋନ, ଏଟିଏମ୍‌ କାର୍ଡ ସହ ନଗଦ ୫ ହଜାର ଟଙ୍କା ନେଇ ଯାଇଥିଲେ। ଭୀଷ୍ମଙ୍କୁ ମଧ୍ୟ ଆକ୍ରମଣ କରି ତାଙ୍କ ମୋବାଇଲ ଏବଂ ମନିପର୍ସ ନେଇଯାଇଥିଲେ। ଏହି ସମୟରେ ଅନ୍ୟ ଏକ ଗାଡି ପଳାଇ ଆସିବା ଯୋଗୁ ଲୁଟେରାମାନେ ଟାଟା ଏସିଇକୁ ନେଇ ବଡକେରା ଆଡକୁ ପଳାଇଯାଇଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ଧୂପକାଠି ମେଶିନ୍‌, ବାଇକ୍‌ ସହ ଅନ୍ୟାନ୍ୟ ସାମ୍ରଗୀ ରହିଥିବା ଅଭିରାମ ଅଭିଯୋଗରେ ଦର୍ଶାଇଛନ୍ତି। ୩ ଜଣ ଯାକ ଥାନାକୁ ଆସି ଅଭିଯୋଗ କରିବା ପରେ ପୋଲିସ ପାଟ୍ରୋଲିଂ ଗାଡ଼ି ପହଞ୍ଚି ତନାଘନା କରିଥିଲେ ମଧ୍ୟ ଲୁଟେରାଙ୍କ କୌଣସି ସୁରାକ ପାଇପାରିନାହଁି। ଆହତ ଅଭିରାମଙ୍କ ବନ୍ତଳା ଗୋଷ୍ଠୀସାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି। ଖୁବଶୀଘ୍ର ଲୁଟେରା ଗ୍ୟାଙ୍ଗ ଧରାପଡିବେ ବୋଲି ଆଇଆଇସି ସବ୍ୟସାଚୀ ରାଉତ ପ୍ରକାଶ କରିଛନ୍ତି।
All Right Reserved By

ଅପରାଧ | ଅନଗୁଳ-ଢେଙ୍କାନାଳ

୩୦ ଲିଟର ମଦ ଜବତ

୩୦ ଲିଟର ମଦ ଜବତ

ଛେଣ୍ଡିପଦା,୨୦ା୧୧(ସ୍ବ.ପ୍ର.)- ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଜାମୁଣ୍ଡା ଗ୍ରାମ ରାସ୍ତାରେ ସେହି ଗ୍ରାମର ବିନୟ ବେହେରାଙ୍କଠାରୁ ପୋଲିସ ମଙ୍ଗଳବାର ୩୦ ଲିଟର ଦେଶୀମଦ ଜବତ କରିଛି। ଏଥିସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ନେଇ ନଂ. ୨୦୮/୧୮ରେ ଏକ ମାମଲା ରୁଜୁ ହୋଇଛି।


ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ଆକ୍ରମଣ,  ଯୁବକ ଗିରଫ

ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ଆକ୍ରମଣ, ଯୁବକ ଗିରଫ

ନୀଳଗିରି,୨୦ା୧୮(ଡି.ଏନ.ଏ)-ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ମାଟିଆଳି ଗାଁର ଶ୍ୟାମସୁନ୍ଦର ସିଂ ନାମକ ବ୍ୟକ୍ତି ସେହି ଗ୍ରାମର ଜଣେ ମହିଳାଙ୍କୁ ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଜଣେ ଗିରଫ

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଜଣେ ଗିରଫ

ରୂପ୍‌ସା, ୨୦।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏହି ଘଟଣାରେ ପୋଲିସ କାର୍ତ୍ତିକ ମହାନ୍ତି ନାମକ ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। କାର୍ତ୍ତିକ ପଡ଼ୋଶୀ ରାଧାଗୋବିନ୍ଦ ଦାସଙ୍କ ଘରର ଆଜବେଷ୍ଟସ୍‌ ଭଙ୍ଗାରୁଜା କରିବା ସହ ଗାଳିଗୁଲଜ କରି ହତ୍ୟା ଧମକ ନେଇ ଏକ ମାମଲା (ନଂ. ୮୭/୧୮) ରୁଜୁ ହୋଇଥିଲା। ଅପରପକ୍ଷରେ କାର୍ତ୍ତିକଙ୍କ ପନତ୍ୀ ଶାନ୍ତିଲତାଙ୍କୁ ରାଧାଗୋବିନ୍ଦ ଅସଦାଚରଣ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। 

କଟକ ପୋଲିସର ଚଢ଼ାଉ: ୭ ଚୋରା ବାଇକ୍‌ ଉଦ୍ଧାର

କଟକ ପୋଲିସର ଚଢ଼ାଉ: ୭ ଚୋରା ବାଇକ୍‌ ଉଦ୍ଧାର

ବାଲୁଗଁ।,୨୦।୧୧(ଡି.ଏନ.ଏ.)- ଏକ ଚୋରା ବାଇକ୍‌ ଗ୍ୟାଙ୍ଗକୁ ଠାବ କରିବାରେ କଟକ ପୋଲିସ ସଫଳ ହୋଇଛି। ଅଭିଯୁକ୍ତଙ୍କ ବୟାନକ୍ରମେ ବାଲୁଗଁା ଓ ବାଣପୁରର ବିଭିନ୍ନ ସ୍ଥାନରୁ ୭ଗୋଟି ଚୋରା ବାଇକ୍‌ ଉଦ୍ଧାର କରାଯାଇଛି ।

ଚାକିରୀ ପ୍ରଲୋଭନ ଦେଖାଇ ବଳାତ୍କାର: ଅଭିଯୁକ୍ତ ଗିରଫ

ଚାକିରୀ ପ୍ରଲୋଭନ ଦେଖାଇ ବଳାତ୍କାର: ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି, ୨୦।୧୧ (ଡି.ଏନ.ଏ.)- ଜଣେ  ୨୩ ବର୍ଷ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଚାକିରୀ କରାଇଦେବା ଏବଂ ରୋଜଗାର ବୃଦ୍ଧିର ଲୋଭ ଦେଖାଇ ବାରମ୍ବାର ବଳାତ୍କାର କରାଯାଇଥିବା ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଛିା 

ମୋବାଇଲ ଦୋକାନରୁ ଚୋରି ଘଟଣା: ୮  କୋର୍ଟ ଚାଲାଣ

ମୋବାଇଲ ଦୋକାନରୁ ଚୋରି ଘଟଣା: ୮ କୋର୍ଟ ଚାଲାଣ

ଠାକୁରମୁଣ୍ଡା:୨୦।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବଜାରରେ ଥିବା ମୋବାଇଲ ଦେକାନରୁ ଗତ ଅକ୍ଟୋବର ମାସ ୨୮ ତାରିଖ ବିଳମ୍ବିତ ରାତିରେ ଦୋକାନ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସହ ନଗଦ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଠାକୁରମୁଣ୍ଡା ଥାନା ପୋଲିସ  ମଙ୍ଗଳବାର କୋର୍ଟ ଚାଲାଣ କରିଛି।

ବେଆଇନ କାଠ ଚାଲାଣ: ଲକ୍ଷାଧିକ ଟଙ୍କାର କାଠ ଜବତ

ବେଆଇନ କାଠ ଚାଲାଣ: ଲକ୍ଷାଧିକ ଟଙ୍କାର କାଠ ଜବତ

ଭଣ୍ଡାରିପୋଖରୀ,୨୦।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ରେଞ୍ଜ ଅଧୀନ ବନ୍ତ ବ୍ଲକର ପ୍ରଧାନପଡ଼ା ରାସ୍ତାରୁ ବେଆଇନ ଚାଲାଣ କାଠଗଣ୍ଡି ମିନିଟ୍ରକକୁ ବନ ବିଭାଗ ପକ୍ଷରୁ ସୋମବାର ରାତିରେ ଜବତ କରାଯାଇଛି।

ଜୁଆଆଡା ଉପରେ ଚଢାଉ: ୨୦ ଜୁଆଡି ଗିରଫ

ଜୁଆଆଡା ଉପରେ ଚଢାଉ: ୨୦ ଜୁଆଡି ଗିରଫ

ମାଲକାନଗିରି, ୨୦।୧୧(ଡି.ଏନ.ଏ.): ମାଲକାନଗିରି ଜିଲାର ୨୭ ଗ୍ରାମରେ ଜୁଆ ଆଡାରେ ଚଢ଼ାଉ ହୋଇଛି। ଜିଲା ପୋଲିସ ଦ୍ୱାରା ଜୁଆଆଡାରେ ଚଢ଼ାଉବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ହାଇଦ୍ରାବଦରେ ଦାଦନ ଖଟୁଛନ୍ତି  ୨ ନାବାଳକ:ଥାନାର ଦ୍ୱାରସ୍ଥ ହେଲେ ପରିବାର

ହାଇଦ୍ରାବଦରେ ଦାଦନ ଖଟୁଛନ୍ତି ୨ ନାବାଳକ:ଥାନାର ଦ୍ୱାରସ୍ଥ ହେଲେ ପରିବାର

କାଳିଆପାଣି, ୨୦ା୧୧(ଡି.ଏନ୍‌.ଏ.)- କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅରଡ଼ାପାଳ ଗ୍ରାମର  ସୁଦର୍ଶନ ଦେହୁରୀଙ୍କ ପୁଅ ଚିଙ୍ଗୁଡ଼ିପାଳ ସ୍କୁଲର ୭ମ ଶ୍ରେଣୀ ପାଠ ପଢନ୍ତି।  

ରେଳ ୱାଗନ୍‌ରୁ ତେଲ ଚୋରି ଘଟଣା:   ଜଣେ ଗିରଫ

ରେଳ ୱାଗନ୍‌ରୁ ତେଲ ଚୋରି ଘଟଣା: ଜଣେ ଗିରଫ

ବାଲେଶ୍ୱର ଅଫିସ/ବାହାନଗା,୧୯।୧୧(ଡି.ଏନ.ଏ.)-ବାଲେଶ୍ୱର ବାହାନଗାସ୍ଥିତ ରେଳ ଲାଇନ୍‌ରେ ଗତ ଶନିବାର ଏକ ତେଲ ଭର୍ତ୍ତି  ରେଳ ୱାଗନ୍‌ ଛିଡ଼ା ହୋଇଥିବା ବେଳେ କେତେକ ଲୋକ ସେଥିରୁ ତେଲ ଚୋରି କରିଥିବା ଅଭିଯୋଗ ହୋଇଥିଲା। 

ମାଛଚୋରଙ୍କୁ ଧରି ପୋଲିସ ଜିମା ଦେଲେ

ଚାନ୍ଦବାଲି, ୧୯।୧୧ (ଡି.ଏନ.ଏ.) - ରବିବାର ବିଳମ୍ବିତ ରାତିରେ ଚିଙ୍ଗୁଡ଼ି ଘେରିରେ ପଶି ମାଛ ଚୋରି କରୁଥିବା ବେଳେ ଜଣେ ଯୁବକଙ୍କୁ ଧରି ଲୋକେ ପୋଲିସ ଜିମା ଦେଇଛନ୍ତି।

କାଠ ବୋଝେଇ ଗାଡ଼ି ଜବତ, ୪ ଗିରଫ

କାଠ ବୋଝେଇ ଗାଡ଼ି ଜବତ, ୪ ଗିରଫ

ବଡ଼ବିଲ,୧୯।୧୧(ସ୍ବ.ପ୍ର.): ରୁଗୁଡି ଥାନା ପୋଲିସ ସୋମବାର କାଠ ବୋଝେଇ ୨ ସ୍କର୍ପିଓକୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇ ବଡ଼ବିଲ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।