ଅନ୍ତର୍ଜାତୀୟ |

ସ୍ବାମୀଙ୍କୁ ହତ୍ୟା କରିବା ଫର୍ମୁଲା

ସ୍ବାମୀଙ୍କୁ ହତ୍ୟା କରିବା ଫର୍ମୁଲା
ଓ୍ବାସିଂଟନ୍‌, ୧୩।୯: ଆମେରିକାର ଜଣାଶୁଣା ଔପନ୍ୟାସିକା ନ୍ୟାନ୍ସି କଷ୍ଟମଙ୍କୁ ପୋଲିସ ସ୍ବାମୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରିଛି। ମୁଖ୍ୟତଃ ରୋମାଣ୍ଟିକ ଉପନ୍ୟାସ ଲେଖୁଥିବା ନ୍ୟାନ୍ସି ୨୦୧୧ରେ ‘ହାଓ ଟୁ ମର୍ଡର ୟୋର୍‌ ହଜ୍‌ବ୍ୟାଣ୍ଡ୍‌’ ନାମକ ଏକ ଉପନ୍ୟାସ ଲେଖିଥିଲେ। ଏଥିରେ ସେ ଲେଖିଥିଲେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ବହୁତ ଖର୍ଚ୍ଚ କରିବାକୁ ପଡିଥାଏ। କିନ୍ତୁ ହତ୍ୟା କରିବା ମାମୁଲି ଖର୍ଚ୍ଚ ହୋଇଥାଏ। ସେ ଗତ ଜୁନ୍‌ ୨ ତାରିଖରେ ସ୍ବାମୀ ଡାନିଏଲ ବ୍ରଫିଙ୍କୁ ହତ୍ୟା କରିଥିଲେ। ସ୍ବାମୀଙ୍କୁ ହତ୍ୟା କରିବା ପରେ ନିଜ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ ବି ଲେଖିଥିଲେ। ଏହି ପୋଷ୍ଟରେ ନିଜ ସ୍ବାମୀଙ୍କ ପାଇଁ ଶୋକବାର୍ତ୍ତା ଲେଖିଥିଲେ। ଏହା ପଢ଼ିବା ପରେ ପୋଲିସକୁ ସନ୍ଦେହ ହୋଇଥିଲା। ପରେ ସେ ନ୍ୟାନ୍ସିଙ୍କୁ ଗିରଫ କରିଥିଲେ।
All Right Reserved By

ଅନ୍ତର୍ଜାତୀୟ |

କାଲିଫର୍ନିଆ ଜଙ୍ଗଲରେ ନିଆଁ: ସ୍ଥିତି ପରଖିଲେ ଟ୍ରମ୍ପ

କାଲିଫର୍ନିଆ ଜଙ୍ଗଲରେ ନିଆଁ: ସ୍ଥିତି ପରଖିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୧୧: ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି। ଏପଟେ ମୃତ ଓ ଆହତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି। ଶନିବାର ୫ ଜଣଙ୍କ ମୃତଦେହ ମିଳିବା ପରେ ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୭୬ରେ ପହଞ୍ଚିଛି। 

ଶାର୍କ ଆକ୍ରମଣରେ ଆହତ ହେଲେ ସର୍ଫର୍‌

ଶାର୍କ ଆକ୍ରମଣରେ ଆହତ ହେଲେ ସର୍ଫର୍‌

ସିଡ୍‌ନୀ,୧୮।୧୧: ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ଚାଲିଥିବା ଏକ ସର୍ଫିଙ୍ଗ ପ୍ରତିଯୋଗୀତାରେ ଜଣେ ପ୍ରତିଯୋଗୀ ଶାର୍କର ଶିକାର ହୋଇଛନ୍ତି। ତାଙ୍କ ଡାହାଣ ହାତ ଓ ଗୋଡରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି।

ଆମେରିକାରେ ଭାରତୀୟଙ୍କୁ ହତ୍ୟା

ଆମେରିକାରେ ଭାରତୀୟଙ୍କୁ ହତ୍ୟା

ନ୍ୟୁୟର୍କ,୧୮।୧୧: ଆମେରିକା ନ୍ୟୁ ଜର୍ସିରେ ଜଣେ ୧୬ ବର୍ଷୀୟ ନାବାଳକ ଜଣେ ୬୧ ବର୍ଷୀୟ ଭାରତୀୟଙ୍କୁ ଗୁଳିକରି ମାରିବା ଘଟଣା ସାମ୍ନାକୁ ଆସିଛି। ମୃତକ ହେଉଛନ୍ତି ସୁନିଲ ଏଡଲା।

ଚାପମୁକ୍ତ ଜୀବନ: ପାଠ ପଢ଼ାଇଲେ ରବିଶଙ୍କର

ଚାପମୁକ୍ତ ଜୀବନ: ପାଠ ପଢ଼ାଇଲେ ରବିଶଙ୍କର

ଦୁବାଇ,୧୮।୧୧(ୟୁଏଇ): ଭାରତର ଆଧ୍ୟାତ୍ମିକ ଗୁରୁ ରବିଶଙ୍କର ସଂଯୁକ୍ତ ଆରବ ଏମିରେଟ୍‌ସର ଶାରଜାଠାରେ ଆୟୋଜିତ ଏକ ଯୋଗ ଶିବିରରେ ଚାପମୁକ୍ତ ଜୀବନଯାପନ ପାଇଁ ଦିଗ୍‌ଦର୍ଶନ ଦେଇଛନ୍ତି। 

ନିଆଁ ଆଁରେ କାଲିଫର୍ନିଆ

ନିଆଁ ଆଁରେ କାଲିଫର୍ନିଆ

ଚିକୋ,୧୮।୧୧(ପି.ଟି.)ଆମେରିକାର କାଲିଫର୍ନିଆରେ ସୃଷ୍ଟି ହୋଇଛି ଭୟଙ୍କର ବିପତ୍ତି। ସିଏରା ନେଭାଡା ପର୍ବତରେ ନଭେମ୍ବର ୮ରୁ ଲାଗିଥିବା ନିଅଁା ପ୍ରଶମିତ ହେବାର ନଁା ଧରୁନାହିଁ। 

ଆମେରିକାଠାରୁ ରୋମିଓ ଆଣ୍ଟି ମେରାଇନ୍‌ ହେଲିକପ୍ଟର କିଣିବାକୁ ଚାହୁଁଛି ଭାରତ

ଆମେରିକାଠାରୁ ରୋମିଓ ଆଣ୍ଟି ମେରାଇନ୍‌ ହେଲିକପ୍ଟର କିଣିବାକୁ ଚାହୁଁଛି ଭାରତ

ଓ୍ବାସିଂଟନ,୧୭।୧୧(ପିଟିଆଇ)- ଭାରତ ଆମେରିକାରୁ ୨୪ ମଲ୍ଟି ରୋଲ ଏମଏଚ ୬୦ ରୋମିଓ ଆଣ୍ଟି ସବମେରାଇନ୍‌ ହେଲିକପ୍ଟର କିଣିବାକୁ ଚାହୁଁଛି। ପ୍ରତିରକ୍ଷା ଇଣ୍ଡଷ୍ଟ୍ରି ସୂତ୍ରରୁ ଏହି ଖବର ହସ୍ତଗତ ହୋଇଛି।

ବର୍ଷେ ତଳେ ନିଖୋଜ ଥିବା ବୁଡାଜାହାଜର ସନ୍ଧାନ ମିଳିଲା

ବର୍ଷେ ତଳେ ନିଖୋଜ ଥିବା ବୁଡାଜାହାଜର ସନ୍ଧାନ ମିଳିଲା

ବ୍ୟୁସୋସ୍‌ ଏରିସ,୧୭।୧୧: ଆର୍ଜେଣ୍ଟିନା ନୌସେନାର ଏକ ବୁଡାଜାହାଜ ବର୍ଷେ ତଳେ ନିଖୋଜ ହୋଇଥିବା ବେଳେ ଏବେ ଏହାର ସନ୍ଧାନ ମିଳିଛି। ପ୍ରାୟ ୪୪ଜଣ ଚାଳକଦଳଙ୍କୁ ନେଇ ଯାଉଥିବା ଉକ୍ତ ଜାହାଜରେ ବିସ୍ଫୋରଣ ହେବା ପରେ ଏହା ନିଖୋଜ ହୋଇଯାଇଥିଲା।

ଆମେରିକାରେ ବରଫ ଝଡ଼: ୮ ମୃତ

ଆମେରିକାରେ ବରଫ ଝଡ଼: ୮ ମୃତ

ନ୍ୟୁୟର୍କ,୧୭।୧୧: ଆମେରିକାର ପୂର୍ବ ଭାଗରେ ହୋଇଥିବା ବରଫ ଝଡ଼ରେ ଅତିକମ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।

ଇତିହାସର ସବୁଠାରୁ ବଡ ଅଗ୍ନିକାଣ୍ଡ

ଇତିହାସର ସବୁଠାରୁ ବଡ ଅଗ୍ନିକାଣ୍ଡ

ଓ୍ବାଶିଂଟନ,୧୬।୧୧: ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଇତିହାସର ସବୁଠାରୁ ବଡ ଓ ଭୟଙ୍କର ଅଗ୍ନିକାଣ୍ଡ ବୋଲି କୁହାଯାଉଛି। ଦିନକୁ ଦିନ ଏହା କମିବା ପରିବର୍ତ୍ତେ ବଢି ଚାଲିଛି।

ବଳାତ୍କାର ଅଭିଯୋଗ: ଧର୍ମଗୁରୁଙ୍କ ଯୌନାଙ୍ଗ କାଟି ପୋଲିସ ନିକଟରେ ପହଞ୍ଚିଲେ ପୀଡ଼ିତାଙ୍କ ପିତା

ବଳାତ୍କାର ଅଭିଯୋଗ: ଧର୍ମଗୁରୁଙ୍କ ଯୌନାଙ୍ଗ କାଟି ପୋଲିସ ନିକଟରେ ପହଞ୍ଚିଲେ ପୀଡ଼ିତାଙ୍କ ପିତା

କେପ୍‌ ଟାଉନ୍‌,୧୬।୧୧: ଦକ୍ଷିଣ ଆଫ୍ରିକାରେ ଯୌନ ଶୋଷଣକୁ ନେଇ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୯ ବର୍ଷୀୟା ବାଳିକାଙ୍କୁ ଜଣେ ଧର୍ମଗୁରୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ନୂଆଦିଲ୍ଲୀ/ ବେଜିଂ,୧୬।୧୧: ଭାରତ ଉପରେ ପୁଣି ଡ୍ରାଗନ୍‌ ଆରମ୍ଭ କରିଛି ଦାଦାଗିରି। ଲଦାଖର ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। 

ହାଇଟେକ୍‌ ଅସ୍ତ୍ରଶସ୍ତ୍ର ପରୀକ୍ଷା କଲା ଉତ୍ତରକୋରିଆ

ହାଇଟେକ୍‌ ଅସ୍ତ୍ରଶସ୍ତ୍ର ପରୀକ୍ଷା କଲା ଉତ୍ତରକୋରିଆ

ପୋୟାଙ୍ଗୟଙ୍ଗ,୧୬।୧୧: ଉତ୍ତରକୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ବନ୍ଦ କରିଛି। ତେବେ ସମ୍ପ୍ରତି କେତେକ ହାଇଟେକ୍‌ ଅସ୍ତ୍ରଶସ୍ତ୍ର ଏହି ଦେଶ ପରୀକ୍ଷା କରିଛି।