ଅପରାଧ | ବାଲେଶ୍ୱର

ଦେଶୀ ମଦ ଜବତ, ୩ ଗିରଫ

ଦେଶୀ  ମଦ ଜବତ, ୩ ଗିରଫ
ଭଦ୍ରକ ଅଫିସ,୧୩।୯: ଭଦ୍ରକ ଜିଲା ବାଇପାସ ନିକଟରୁ କଟକ କେନ୍ଦ୍ରାଞ୍ଚଳ ଗୋଇନ୍ଦା  ବିଭାଗର ଏକ ଟିମ ଗୁରୁବାର ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ କରିଛନ୍ତି। ଏକ ବୋଲେରୋ  ଯୋଗେ ବାଲେଶ୍ୱର ଅଞ୍ଚଳରୁ ଭଦ୍ରକକୁ ଚାଲାଣ  ହେଉଥିବା ବେଳେ କଟକ କେନ୍ଦ୍ରାଞ୍ଚଳ ଗୋଇନ୍ଦା  ବିଭାଗର ଏକ ଟିମ ଦେଶୀ ମଦ ଜବତ କରିଛି। ପ୍ରାୟ ୯୦୦ ଲିଟର  ମଦ ଉକ୍ତ ବୋଲେରୋରେ ଟିଉବ  ଯୋଗେ ଚାଲାଣ ହେଉଥିବା ଜଣାପଡିଛି। ଅବକାରୀ ପୋଲିସ ଗାଡ଼ି ଚାଳକ ସହ ଦୁଇ ଜଣଙ୍କୁ  ଗିରଫ  କରିଛି ।
All Right Reserved By

ଅପରାଧ | ବାଲେଶ୍ୱର

ବ୍ୟାଟେରି ଚୋର କୋର୍ଟ ଚାଲାଣ

ବ୍ୟାଟେରି ଚୋର କୋର୍ଟ ଚାଲାଣ

ଦଶରଥପୁର,୨୩ା୯(ଡିଏନ୍‌ଏ)- ଟ୍ରାକ୍ଟରରୁ ବ୍ୟାଟେରି ଚୋରି ଅଭିଯୋଗରେ ରବିବାର ମଙ୍ଗଳପୁର ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଥାଲକୁଡ଼ି ପଞ୍ଚାୟତ ଅନ୍ତର୍ଗତ ଥାଲକୁଡ଼ି ଗ୍ରାମର ନାରାୟଣ ପାତ୍ର। ଏ ନେଇ ପୋଲିସ ଏକ ମାମଲା(୨୨୬/୧୮) ରୁଜୁ କରିଛି। 

ମଦ ଜବତ, ଜଣେ କୋର୍ଟ ଚାଲାଣ

ମଦ ଜବତ, ଜଣେ କୋର୍ଟ ଚାଲାଣ

ଦଶରଥପୁର,୨୩ା୯(ଡିଏନ୍‌ଏ)- ଚୋରା ମଦ ବ୍ୟବସାୟ ଅଭିଯୋଗରେ ମଙ୍ଗଳପୁର ପୋଲିସ ରବିବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତ ପାରିପଦା ଗ୍ରାମର ବୀରକିଶୋର ସାହୁ। ଏ ନେଇ ପୋଲିସ ଏକ ମାମଲା(୨୨୫/୧୮) ରୁଜୁ କରିଛି। 

କଟକ ପିଠାପୁରରେ ଗୁଳିକାଣ୍ଡ, ଜଣେ ମୃତ

କଟକ ପିଠାପୁରରେ ଗୁଳିକାଣ୍ଡ, ଜଣେ ମୃତ

କଟକ ଅଫିସ,୨୩।୯: ଅଶାନ୍ତ ହୋଇପଡ଼ିଛି କଟକ। ଦିନକ ପୂର୍ବରୁ ସହରରେ ଏକ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଥିବା ବେଳେ ରବିବାର ପିଠାପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଭଗତପୁରର ଦିଲ୍ଲୀପ ସାହୁ।

ଛତିଆ ବିଟ୍‌ ହାଉସ୍‌ ପୋଲିସର ଚଢ଼ାଉ, ୩ ଅଭିଯୁକ୍ତ ଗିରଫ

ଛତିଆ ବିଟ୍‌ ହାଉସ୍‌ ପୋଲିସର ଚଢ଼ାଉ, ୩ ଅଭିଯୁକ୍ତ ଗିରଫ

ଛତିଆ,୨୩।୯( ଡି.ଏନ୍‌.ଏ): ଯାଜପୁର ଜିଲା ବୈରୀ ଥାନା ଅଧୀନ ଛତିଆ ବିଟ୍‌ ହାଉସ ପୋଲିସ ଶନିବାର ରାତିରେ ବିଭିନ୍ନ ଗ୍ରାମରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗୁଳି ଫୁଟାଇ ଲୁଟିନେଲେ ଦେଢ ଲକ୍ଷ

ଗୁଳି ଫୁଟାଇ ଲୁଟିନେଲେ ଦେଢ ଲକ୍ଷ

 ବନ୍ତ,୨୩।୯(ସ.ପ୍ର.): ବାଲେଶ୍ୱର ଜିଲା ଆଗରପଡ଼ା ଥାନା ଅଧୀନରେ ଥିବା ଏକ ବିଦେଶୀ ମଦ ଦୋକାନ କର୍ମଚାରୀଙ୍କଠାରୁ ଶନିବାର ରାତି ସାଢେ ୧୦ଟାରେ ଗୁଳି ଫୁଟାଇ ଦୁର୍ବୃତ୍ତ ଦେଢ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଲୁଟି ନେଇଛନ୍ତି। 

ବନବିଭାଗ ଓ ପୋଲିସର ମିଳିତ ଚଢାଉ: ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ବନବିଭାଗ ଓ ପୋଲିସର ମିଳିତ ଚଢାଉ: ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ବଡବିଲ,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ସାନ୍ତବାହାଳ ଅଞ୍ଚଳରେ ଶନିବାର ରାତିରେ ବନ ବିଭାଗ ଓ ପୋଲିସ ମିଳିତ ଚଢାଉ କରି ଲକ୍ଷାଧିକ ଟଙ୍କାର ଚୋରା ଚାଲାଣ ନିମନ୍ତେ ଗଚ୍ଛିତ ଥିବା ଶାଳ ଓ ପିଆଶାଳର ୯୪ ଖଣ୍ଡ କାଠ ସହ ଦୁଇଟି ବାଇକ ଜବତ କରିଛନ୍ତି।

ଖଡ଼ଗପୁର ଆରପିଏଫ୍‌ ଟାସ୍କ ଫୋର୍ସର ଚଢାଉ: ୫ ଆନ୍ତଃରାଜ୍ୟ ଟ୍ରେନ ଲୁଟେରା ଗିରଫ

ଖଡ଼ଗପୁର ଆରପିଏଫ୍‌ ଟାସ୍କ ଫୋର୍ସର ଚଢାଉ: ୫ ଆନ୍ତଃରାଜ୍ୟ ଟ୍ରେନ ଲୁଟେରା ଗିରଫ

ବାଲେଶ୍ୱର ଅଫିସ, ୨୨।୯-ଖଡ଼ଗପୁର ଆରପିଏଫ୍‌ ଅଧୀନ ରୂପ୍‌ସାରୁ ବେଲଦା ମଧ୍ୟରେ ଯାଉଥିବା ଲୋକାଲ ଟ୍ରେନ୍‌ଗୁଡ଼ିକରେ ଦୀର୍ଘଦିନ ହେଲା ଆନ୍ତଃରାଜ୍ୟ ଲୁଟେରାମାନେ ଆତଙ୍କ ଚଳାଇଆସୁଥିଲେ। ସେମାନେ ଯାତ୍ରୀମାନଙ୍କୁ ଭୟଭୀତ କରି ଲୁଟ୍‌ କରୁଥିବା ଅଭିଯୋଗ ହେଉଥିଲା।

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ବ୍ରହ୍ମପୁର ଅଫିସ,୨୨।୯: ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରୁ ଶନିବାର ନବଜାତ ଶିଶୁ କନ୍ୟା ଚୋରି ହୋଇଥିବା ବିଏନ୍‌ପୁର ଥାନାରେ ଅଭିଯୋଗ ହୋଇଛି।

ଲୁଗା ଦୋକାନରୁ ଚୋରି

ଲୁଗା ଦୋକାନରୁ ଚୋରି

ବଡ଼ସାହି,୨୧।୯(ସ୍ବ.ପ୍ର)-ବଡ଼ସାହି ଥାନା ଅଧୀନ ବଡ଼ସାହି-ବେତନଟୀ ରାସ୍ତା କୋଚିଲାଖୁଣ୍ଟାା ଛକରେ ଥିବା ଏକ ଲୁଗା ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି । 

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ବଲାଙ୍ଗୀର ଅଫିସ, ୨୧।୯: ଗତ ମାର୍ଚ୍ଚମାସରେ ବଲାଙ୍ଗୀର ସହର ସନ୍ନିକଟ ସଦାଇପାଲି-କନ୍ଧପାଲି ରାସ୍ତାରେ ଜଣେ ବାଇକ ଆରୋହୀଙ୍କୁ ମାଡ ମାରି ତାଙ୍କଠାରୁ ୧ଲକ୍ଷ ୭୫ହଜାର ଲୁଟ୍‌ ହୋଇଥିଲା। 

୪୦ ହଜାର ଲାଞ୍ଚ: କନିଷ୍ଠ ସହାୟକ ଗିରଫ

୪୦ ହଜାର ଲାଞ୍ଚ: କନିଷ୍ଠ ସହାୟକ ଗିରଫ

କଟକ ଅଫିସ, ୨୧।୯- ୪୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର  ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଫୁଲବାଣୀ ଜିଲା କନ୍ଧମାଳ ପୌର ପରିଷଦ କାର୍ଯ୍ୟାଳୟର କନିଷ୍ଠ ସହାୟକ ଶରତ ଚନ୍ଦ୍ର ସେଠୀ। 

ଗୋଷ୍ଠୀ ସଂଘର୍ଷ ମାମଲା, ୩ ଗିରଫ

ଗୋଷ୍ଠୀ ସଂଘର୍ଷ ମାମଲା, ୩ ଗିରଫ

ଛତ୍ରପୁର,୨୦।୯(ଡି.ଏନ.ଏ)- ଚମାଖଣ୍ଡି ଥାନା ଭିକାରିପଲ୍ଲୀ ପଞ୍ଚାୟତ ନରସିଂହପୁର ଗାଁରେ ୧୭ ତାରିଖରେ ଚାଷ ଜମିରେ ପାଣି ମଡାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର  ଆହତଙ୍କୁ ପୋଲିସ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଚମାଖଣ୍ଡି ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଥିଲା। ଏହାକୁ ଭିତ୍ତିକରି ୨ଟି ମାମଲା (ନଂ. ୯୩/୧୮ ଓ ୯୪/୧୮) ରୁଜୁ ହୋଇଥିଲା। ଗୁରୁବାର ପୋଲିସ ଏହି ମାମଲାରେ ଉଭୟ ଗୋଷ୍ଠୀର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହରିବନ୍ଧୁ ପାତ୍ର, ପ୍ରଫୁଲ ପାତ୍ର ଓ  ନାଗେଶ୍ୱର ପାତ୍ର। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।