ରାଜ୍ୟ |

ବହିଷ୍କୃତ ହେବା ପରେ ଦାମଙ୍କ ନିକଟକୁ ଶୁଭେଚ୍ଛୁଙ୍କ ସୁଅ; ବୈଜୟନ୍ତ ଭେଟି କହିଲେ ଏହା ବଡ଼ ଦୁଃଖର କଥା

ବହିଷ୍କୃତ ହେବା ପରେ ଦାମଙ୍କ ନିକଟକୁ ଶୁଭେଚ୍ଛୁଙ୍କ ସୁଅ; ବୈଜୟନ୍ତ ଭେଟି କହିଲେ ଏହା ବଡ଼ ଦୁଃଖର କଥା
ଭୁବନେଶ୍ୱର,୧୩।୯(ବ୍ୟୁରୋ): ବିଜେଡିରୁ ବହିଷ୍କୃତ ହେବା ପରେ ଡା. ଦାମୋଦର ରାଉତଙ୍କ ନିକଟକୁ ସମର୍ଥକ ଏବଂ ଶୁଭେଚ୍ଛୁଙ୍କ ସୁଅ ଛୁଟିଛି। ଏହି କ୍ରମରେ ବିଜେଡିରୁ ବିଦା ହୋଇଥିବା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଗୁରୁବାର ପୂର୍ବାହ୍ନରେ ଦାମଙ୍କୁ ଭେଟିଛନ୍ତି। 

ସାକ୍ଷାତ ପରେ ବୈଜୟନ୍ତ କହିଛନ୍ତି ଯେ, ଦାମଙ୍କ ଉପରେ ଆକ୍ସନ ବଡ଼ ଦୁଃଖର କଥା। ତେବେ ତାଙ୍କୁ ନୈତିକ ସମର୍ଥନ ଦେବାକୁ ଆସିଥିଲି। ଆଗରୁ ଦଳରେ ଭ୍ରଷ୍ଟାଚାରର ବାସ୍ନା ମିଳିଲେ ତାଙ୍କୁ ବାହାର କରିଦିଆଯାଉଥିଲା। ମାତ୍ର ଏବେ ଅଭିଯୋଗ ଆଣିଲେ ଅଭିଯୋଗକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଜୁ ବାବୁଙ୍କ ସହ କାମ କରିଥିବା ଜଣ ଜଣଙ୍କୁ ବିଦା କରିଦିଆଯାଉଛି। ବିଜେଡି ଆଉ ବିଜେଡି ଭଳି ନାହିଁ ବୋଲି ସେ ମଧ୍ୟ କହିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ଦାମଙ୍କ ଦଳ ବିରୋଧି କାର୍ଯ୍ୟଯୋଗୁ ତାଙ୍କୁ ବହିଷ୍କାର କରିଥିବା ପ୍ରତିକ୍ରିୟାରେ କହିଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ଧରି ଗଣମାଧ୍ୟମରେ ଦାମ ବିବୃତି ରଖି ଦଳୀୟ ନେତା, ମନ୍ତ୍ରୀ ଏବଂ ସରକାରୀ କଳକୁ ହରଡ଼ଘଣାରେ ପକାଉଥିଲେ। ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ ଦେଉଥିବା ଦାମଙ୍କୁ ବୁଧବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିଲେ। ଦାମଙ୍କ ବହିଷ୍କାରକୁ ନେଇ ବିଜେଡିରେ କଙ୍ଗାରୁକୋର୍ଟ ଚାଲିଥିବା ବୈଜୟନ୍ତ ମତ ଦେଇଥିଲେ।
All Right Reserved By

ରାଜ୍ୟ |

ବିୟର ବଟ୍‌ଲିଂ ପ୍ଲାଣ୍ଟ ନିର୍ମାଣକୁ ବିରୋଧ: ପୋଲିିସ-ଗ୍ରାମବାସୀ ମୁହାଁମୁହିଁ

ବିୟର ବଟ୍‌ଲିଂ ପ୍ଲାଣ୍ଟ ନିର୍ମାଣକୁ ବିରୋଧ: ପୋଲିିସ-ଗ୍ରାମବାସୀ ମୁହାଁମୁହିଁ

ଓଡ଼ାପଡ଼ା,୧୭।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଅଞ୍ଚଳରେ ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ନିର୍ମାଣକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଏ ନେଇ ଶନିବାର ଉକ୍ତଅଞ୍ଚଳରୁ ପ୍ରଶାସନ ପକ୍ଷରୁ ଗଛକଟା ଯାଉଥିବା ସମୟରେ ଗ୍ରାମବାସୀ ବିରୋଧ କରିଛନ୍ତି। ଫଳରେ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ଅଁଳାନବମୀ ଅବସରରେ ରାଧା ପାଦ ଦର୍ଶନର ମହତ୍ତ୍ୱ

ଅଁଳାନବମୀ ଅବସରରେ ରାଧା ପାଦ ଦର୍ଶନର ମହତ୍ତ୍ୱ

ଉତ୍କଳୀୟ ବୈଷ୍ଣବ ପରମ୍ପରାରେ ଅଁଳା ନବମୀରେ ରାଧା ପାଦ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ସାକ୍ଷୀଗୋପାଳ ମନ୍ଦିରରେ ରାଧାରାଣୀ ଓଡ଼ିଆଣୀ ବେଶରେ ସଜ୍ଜିତ ହେଉଥିବାରୁ ବର୍ଷକୁ ଥରେ ଏହି ଦୁର୍ଲଭ ଦର୍ଶନ ପାଇଁ ଶ୍ରର୍ଦ୍ଧାଳୁଙ୍କ ସମାବେଶ ହୋଇଥାଏ। ଏକ ସତ୍ୟ ଘଟଣାର ସାକ୍ଷ୍ୟ ଦେବାକୁ ବୃନ୍ଦାବନ ଧାମରୁ କାଞ୍ଚି ରାଜ୍ୟକୁ ଚାଲିଚାଲି ଆସିଥିବା ଗୋପାଳ ଠାକୁର ସାକ୍ଷୀଗୋପାଳ ନାମରେ ପରିଚିତ। କାଞ୍ଚି ବିଜୟର ସ୍ମାରକୀ ଭାବରେ ଗଜପତି ରାଜା ପୁରୁଷୋତ୍ତମ ଦେବ ଗୋପାଳଙ୍କୁ ଶ୍ରୀମନ୍ଦିର ଅଗ୍ନି କୋଣରେ ରଖିଥିଲେ। 

ଅଁଳାନବମୀ: ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଅଁଳାନବମୀ: ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସାକ୍ଷୀଗୋପାଳ, ୧୭।୧୧(ଡି.ଏନ୍‌.ଏ): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଶନିବାର ଅଁଳାନବମୀ ତିଥିରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଲାଗିଛି। ଶୁକ୍ରବାର ରାତ୍ର ସାଢ଼େ ୧୨ଟାରୁ ଦ୍ବାର ଫିଟାଯାଇ ମଙ୍ଗଳ ଆଳତୀ, ମର୍ଦ୍ଦନ, ଅବକାଶ,  ଠାକୁରଙ୍କୁ ନଟବର ବେଶ ଓ ଶ୍ରୀରାଧାଙ୍କୁ ପାରମ୍ପରିକ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଥିଲା। 

ହାତୀ ପାଇଁ ହାତାହାତି: ନୀଳଗିରିରେ ଗ୍ରାମବାସୀଙ୍କ ଠେଙ୍ଗା ମାଡ଼ରେ ୬ ବନ କର୍ମଚାରୀ ଆହତ, ୧୨ଙ୍କ ନାମରେ ଅଭିଯୋଗ

ହାତୀ ପାଇଁ ହାତାହାତି: ନୀଳଗିରିରେ ଗ୍ରାମବାସୀଙ୍କ ଠେଙ୍ଗା ମାଡ଼ରେ ୬ ବନ କର୍ମଚାରୀ ଆହତ, ୧୨ଙ୍କ ନାମରେ ଅଭିଯୋଗ

ସଜନଗଡ଼,୧୭।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିରେ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ଦୀର୍ଘ ୪ ଦିନ ଧରି ୫୮ରୁ ଊର୍ଦ୍ଧ୍ୱ ଝାଡ଼ଖଣ୍ଡି ହାତୀ ଡେରା ପକାଇଛନ୍ତି। ହାତୀମାନେ ଶୁକ୍ରବାର ରାତିରେ ଉକ୍ତ ଜଙ୍ଗଲକୁ ଲାଗି ରହିଥିବା ଭଉଁରିଆବାଡ଼ ପଞ୍ଚାୟତର ତେରେଲ୍‌ଡ଼ିହି, ହାତୀମୁଣ୍ଡା ଅଞ୍ଚଳରେ ପଶି ଚାଷଜମି ନଷ୍ଟ କରିବା ସହ ଗ୍ରାମାଞ୍ଚଳ ମୁହାଁ ହୋଇଥିଲେ। ଏହାକୁ ନେଇ ଗ୍ରାମବାସୀ ଓ ବନବିଭାଗ ମୁହାଁମୁହିଁ ହୋଇଛନ୍ତି। 

ହାତୀ ଯିବା ସମୟରେ ବିଦ୍ୟୁତ୍‌ ସରବରାହ ବନ୍ଦ

ହାତୀ ଯିବା ସମୟରେ ବିଦ୍ୟୁତ୍‌ ସରବରାହ ବନ୍ଦ

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ)- ରାଜ୍ୟର ବିଭିନ୍ନ ବନାଞ୍ଚଳରେ ହାତୀମାନେ ଯିବା ଆସିବା କରୁଥିବା  ସମୟରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। ଉକ୍ତ ସ୍ଥାନଗୁଡିକ ଦେଇ ଯାଇଥିବା ସମସ୍ତ ବିଦ୍ୟୁତ୍‌ ସଂଯୋଗ ଲାଇନକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ। ହାତୀମାନେ ଯେପରି ବିନା ବାଧାରେ କୌଣସି ଦୁର୍ଘଟଣାଗ୍ରସ୍ତ ନ ହୋଇ ବିଚରଣ କରିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି।

କଂଗ୍ରେସ ରାଜନୀତି: ମୁଖ୍ୟମନ୍ତ୍ରୀ ଚେହେରା ନେଇ ନିରଞ୍ଜନ-ଶ୍ରୀକାନ୍ତ ମୁହାଁମୁହିଁ

କଂଗ୍ରେସ ରାଜନୀତି: ମୁଖ୍ୟମନ୍ତ୍ରୀ ଚେହେରା ନେଇ ନିରଞ୍ଜନ-ଶ୍ରୀକାନ୍ତ ମୁହାଁମୁହିଁ

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ)- ଆଗକୁ ରାଜ୍ୟରେ ସାଧାରଣ ନିର୍ବାଚନ। ଓଡ଼ିଶାରେ ଲୋକ ସଭା ସାଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଦୀର୍ଘ ୧୮ ବର୍ଷ ଧରି ରାଜ୍ୟ କ୍ଷମତାରୁ ଦୂରରେ ଥିବା କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ, ତାହାକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। 

ସୋମବାର ଶପଥ ନେବେ ଜଷ୍ଟିସ ପୂଜାହାରୀ

ସୋମବାର ଶପଥ ନେବେ ଜଷ୍ଟିସ ପୂଜାହାରୀ

କଟକ ଅଫିସ, ୧୭ା୧୧- ହାଇକୋର୍ଟ ବିଚାରପତି ଭାବେ ଶତ୍ରୁଘ୍ନ ପୂଜାହାରୀ ସୋମବାର ପୂର୍ବାହ୍ନ ୧୦ଟା ୧୫ରେ ଶପଥ ନେବେ। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଜଷ୍ଟିସ ପୂଜାହାରୀଙ୍କୁ ଶପଥ ପାଠ କରାଇବେ। 

ମୁଖ୍ୟମନ୍ତ୍ରୀଙ୍କ କୃଷ୍ଣପ୍ରସାଦ ଗସ୍ତକୁ ନେଇ ପ୍ରସ୍ତୁତି:  ଆଇନଶୃଙ୍ଖଳା ରକ୍ଷା ପାଇଁ ୧୪ ପ୍ଲାଟୁନ୍‌ ପୋଲିସ ଫୋର୍ସ

ମୁଖ୍ୟମନ୍ତ୍ରୀଙ୍କ କୃଷ୍ଣପ୍ରସାଦ ଗସ୍ତକୁ ନେଇ ପ୍ରସ୍ତୁତି: ଆଇନଶୃଙ୍ଖଳା ରକ୍ଷା ପାଇଁ ୧୪ ପ୍ଲାଟୁନ୍‌ ପୋଲିସ ଫୋର୍ସ

କୃଷ୍ଣପ୍ରସାଦ,୧୭ା୧୧(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଅବସରରେ ପୂର୍ବ ପ୍ରସ୍ତୁତି ଅବସରରେ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଛି। ସ୍ଥାନୀୟ ଚାରିଛକଠାରେ ନଭେମ୍ବର ୨୨ରେ ମୁଖ୍ୟମନ୍ତ୍ରୀଙ୍କ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।  ଏଥିପାଇଁ ଜିଲା ପ୍ରଶାସନ ବେଶ୍‌ ଚଳଚଞ୍ଚଳ ହୋଇଛି। 

ଧୂଆଁପଦା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ: ଶିକ୍ଷକ ଛାଡ଼ିଲେ, ପିଲା ଛାଡୁନାହାନ୍ତି

ଧୂଆଁପଦା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ: ଶିକ୍ଷକ ଛାଡ଼ିଲେ, ପିଲା ଛାଡୁନାହାନ୍ତି

ନାଉଗାଁ,୧୭ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକ କୋରୁଅ ପଞ୍ଚାୟତରେ ଥିବା ଧୂଆଁପଦା ପ୍ରାଥମିକ ବିଦ୍ୟାଳୟକୁ କୋରୁଅ ଉ.ପ୍ରା ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ଉକ୍ତ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ କମ୍‌ ଥିବାରୁ ଚଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟକୁ ମିଶ୍ରଣ କରାଯାଇଥିବା ଜଣାପଡିଛି। ସେହି ଅନୁଯାୟୀ ଏହି ବିଦ୍ୟାଳୟରେ ଥିବା ୨ ଶିକ୍ଷକ ନୂତନ ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ମାତ୍ର ନିଜ ବିଦ୍ୟାଳୟ ଛାଡି ଅନ୍ୟ ବିଦ୍ୟାଳୟକୁ ଯାଇ ପାଠ ପଢିବାକୁ ଛାତ୍ରୀଛାତ୍ର ରାଜି ହେଉନାହାନ୍ତି। 

ରେବସା ମଠରୁ ଠାକୁର ଗାଏବ ପ୍ରସଙ୍ଗ: ଉଦ୍‌ବେଗ ପ୍ରକାଶ କଲେ ମଠାଧୀଶ, ଗବେଷକ

ରେବସା ମଠରୁ ଠାକୁର ଗାଏବ ପ୍ରସଙ୍ଗ: ଉଦ୍‌ବେଗ ପ୍ରକାଶ କଲେ ମଠାଧୀଶ, ଗବେଷକ

ପୁରୀ ଅଫିସ,୧୭ା୧୧: ପୁରୀର ଗୋଟିଏ ପରେ ଗୋଟିଏ ମଠ ଅସାମାଜିକଙ୍କ କବ୍‌ଜାକୁ ଚାଲିଯାଉଛି। ମଠ ମହନ୍ତଙ୍କୁ ଭୟଭୀତ କରି ତଡ଼ିଦେବା ପରେ ସେଠାରେ ଆଡ୍ଡା ଜମାଉଛନ୍ତି। ସଞ୍ଜ ନଇଁଲେ ଜମୁଛି ନିଶାର ଆସର। 

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୧୭ା୧୧(ବ୍ୟୁରୋ)- ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ରାଧାକୃଷ୍ଣ ମେଡିସିନ୍‌ ଷ୍ଟୋର ମାଲିକଙ୍କୁ ବନ୍ଧୁକ ଓ କଟୁରି ଦେଖାଇ ଲୁଟ ଉଦ୍ୟମ ହୋଇଛି। ଦୋକାନୀଙ୍କ ଉପସ୍ଥିତ ବୃଦ୍ଧିଯୋଗୁ ଲୁଟେରାମାନେ ଲୁଟ କରିବାରେ ବିଫଳ ହୋଇଛନ୍ତି। ଶେଷରେ ଧରାପଡିଯିବା ଭୟରେ ସେମାନେ ବାଇକ୍‌ ଏବଂ ମାରଣାସ୍ତ୍ର ଛାଡ଼ି ଫେରାର ହୋଇଯାଇଛନ୍ତି। 

ଖାକିବାବୁଙ୍କ ବାସ୍ତୁ ଚିନ୍ତା: ଉଦ୍‌ଘାଟନ ପରଠାରୁ ତାଲା ପଡ଼ିଛି, ଭୟରେ କାର୍ଯ୍ୟାଳୟରେ ପଶୁନାହାନ୍ତି

ଖାକିବାବୁଙ୍କ ବାସ୍ତୁ ଚିନ୍ତା: ଉଦ୍‌ଘାଟନ ପରଠାରୁ ତାଲା ପଡ଼ିଛି, ଭୟରେ କାର୍ଯ୍ୟାଳୟରେ ପଶୁନାହାନ୍ତି

ଭୁବନେଶ୍ୱର, ୧୭ା୧୧(ବ୍ୟୁରୋ)- କମିଶନରେଟ ପୋଲିସରେ କାର୍ଯ୍ୟରତ ପୋଲିସ ଅଫିସରଙ୍କୁ ଏବେ ବାସ୍ତୁଚିନ୍ତା ଘାରିଛି। ଅଫିସରେ କାର୍ଯ୍ୟ ସମୟରେ ମଧ୍ୟ ବାସ୍ତୁ ଉପରେ ଧ୍ୟାନ ଦେଉଛନ୍ତି। ଅଫିସରେ କେଉଁ ଜାଗାରେ ବସିଲେ ଭଲ ହେବ, କେଉଁଠି ବସିଲେ ଖରାପ ହେବ ତାହାକୁ ବି ଗୁରୁତ୍ୱ ଦେଉଛନ୍ତି।