ଫୁରସତ |

ଗାୟିକା ହେବାକୁ ଚାହୁଁଥିଲି

ଗାୟିକା ହେବାକୁ ଚାହୁଁଥିଲି
ପ୍ରଫେସର ଡ. ସଂଗୀତା ରଥ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଉନ୍‌ସିଲ ଅଫ ଡିନ୍‌ର ଅଧ୍ୟକ୍ଷା ତଥା ମନସ୍ତତ୍ତ୍ବ ବିଭାଗର ବରିଷ୍ଠ ପ୍ରଫେସର। ୧୯୬୦ ସେପ୍ଟେମ୍ବର ୧ରେ କଟକ ସାମନ୍ତସାହି ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଏହି ମହିଳା ପ୍ରତିଭା ଜଣକ ୧୯୭୫ରେ ମାଟ୍ରିକ ପାସ୍‌ କରିବା ପରେ ରାଜ୍ୟ ପାଇଁ ଗୌରବ ଆଣିଥିଲେ। ୧୯୭୯ରେ ମନସ୍ତତ୍ତ୍ବ ବିଭାଗରେ ସ୍ନାତକ ଓ ୧୯୮୧ରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ନାତକୋତ୍ତର ଭାବେ ସ୍ବର୍ଣ୍ଣପଦକ ଲାଭ କରିଥିଲେ। ପିଲାଦିନରୁ ସଙ୍ଗୀତକୁ ଭଲ ପାଉଥିବା ସଂଗୀତା ଜଣେ କଣ୍ଠଶିଳ୍ପୀ ହେବାକୁ ଇଚ୍ଛା ରଖିଥିଲେ। ୧୫ ବର୍ଷ ବୟସ ପର୍ଯ୍ୟନ୍ତ ଆକାଶବାଣୀ ଓ ବିଭିନ୍ନ ଅର୍କେଷ୍ଟ୍ରାରେ କଣ୍ଠଦାନ କରି ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ମଧ୍ୟ ପ୍ରତିଷ୍ଠାଲାଭ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ସଙ୍ଗୀତ ଦୁନିଆରୁ ଦୂରେଇ ଯାଇ ଏବେ ଶିକ୍ଷାଦାନରେ ବ୍ୟସ୍ତ ଅଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ତାଙ୍କୁ ପଚରା ଯାଇଥିବା କେତୋଟି ପ୍ରଶ୍ନ।
ପ୍ରଥମ ଦରମାକୁ କିଭଳି ଖର୍ଚ୍ଚ କରିଥିଲେ?
୧୯୯୦ ମସିହାରେ ଭଦ୍ରକ କଲେଜରେ ମନସ୍ତତ୍ତ୍ବ ବିଭାଗରେ ଜଣେ ଅଧ୍ୟାପିକା ଭାବେ ଯୋଗ ଦେଇଥିଲି। ସେତେବେଳକୁ ମୋର ବାହାଘର ସରି ଯାଇଥିଲା। ତେଣୁ ପ୍ରଥମ ଦରମା ପରିବାର ପାଇଁ ଖର୍ଚ୍ଚ କରିଥିଲି। 
କେଉଁ ରଙ୍ଗ ପସନ୍ଦ?
କଳାରଙ୍ଗ ମୋର ପସନ୍ଦ। ପିଲାଦିନେ ମୁଁ କଳା ପୋଷାକ ପିନ୍ଧିଥିବା ବେଳେ କେହିଜଣେ ପ୍ରଶଂସା କରିଥିବାରୁ ଏହି ରଙ୍ଗ ପ୍ରତି ମୋର ଦୁର୍ବଳତା ରହିଯାଇଛି।
ସିନେମା ଦେଖନ୍ତି?
-ସିନେମା ଦେଖିବାକୁ ମୁଁ ଭଲପାଏନି। କେତେବେଳେ କେମିତି ଟିଭିରେ ଦେଉଥିବା ସିନେମା ଉପରେ ଆଖି ପକାଇଥାଏ। କିନ୍ତୁ ଆରମ୍ଭରୁ ଶେଷ ନୁହେଁ। 
କ’ଣ ଖାଇବାକୁ ଭଲ ପାଆନ୍ତି?
ନନ୍‌ଭେଜ ଖାଇବାକୁ ଭଲ ପାଏ ଓ ଭଲ ନନ୍‌ଭେଜ୍‌ ଖାଦ୍ୟ ପ୍ରସ୍ତୁତ ମଧ୍ୟ କରିପାରେ। ତେବେ ବଗିଚା ପ୍ରତି ମୋର ସ୍ବତନ୍ତ୍ର ଦୁର୍ବଳତା ରହିଛି। ୧୫ ବର୍ଷ ଧରି ମୋ ବଗିଚା ଜିଲାରେ ବେଷ୍ଟ ଗାର୍ଡେନ ପ୍ରାଇଜ୍‌ ପାଇଛି। 
ମାର୍କେଟିଂ କରନ୍ତି?
ମାର୍କେଟିଂ ପ୍ରତି ଆଗ୍ରହ ନ ଥାଏ। କେତେବେଳେ କେମିତି ବାଧ୍ୟରେ ଯାଇଥାଏ। 
ବହି ପଢ଼ନ୍ତି?
ବହି ପଢିବା ମୋର ସଉକ। ଏବେ ଅମର୍ତ୍ତ୍ୟ ସେନ୍‌ଙ୍କ ‘ଆଇଡେଣ୍ଟିଟି ଆଣ୍ଡ ଭାଓଲେନ୍ସ : ଦି ଇଲ୍ୟୁଜନ ଅଫ ଡେଷ୍ଟିନି’ ବହି ପଢୁଛି। ତେବେ ଲେଖାଲେଖି କରିବାକୁ ଭଲପାଏ। ଇତିମଧ୍ୟରେ ୧୦ରୁ ଅଧିକ ଗପ ଓ ୧୦୦ରୁ ଅଧିକ ସ୍ତମ୍ଭ ପ୍ରକାଶିତ ହୋଇଛି। 
ସ୍ବାମୀଙ୍କର କେଉଁ ଗୁଣ ଆପଣଙ୍କୁ ଭଲ ଲାଗେ?
୧୯୮୪ରେ ପରିବାରର ନିଷ୍ପତ୍ତି କ୍ରମେ ମୁଁ ମାନସଙ୍କୁ ବିବାହ କରିଥିଲି। ବୃତ୍ତିରେ ସେ ଜଣେ ଇଞ୍ଜିନିୟର। ତେବେ ସେ ହେଉଛନ୍ତି ମୋର ପ୍ରେରଣାର ଉତ୍ସ। ବିଭିନ୍ନ କାମରେ ସେ ମୋତେ ସାହସ ଓ ପ୍ରେରଣା ଯୋଗାଇ ଦେଇଥାନ୍ତି। 
କେଉଁ ପୋଷାକ ଭଲ ଲାଗେ?
ବିବାହ ପରେ ମୁଁ କେବେ ଡ୍ରେସ ପିନ୍ଧିନି। ସର୍ବଦା ଶାଢି ପିନ୍ଧିଥାଏ। 
ପସନ୍ଦର କଣ୍ଠଶିଳ୍ପୀ?
ଅକ୍ଷୟ ମହାନ୍ତି, ତୃପ୍ତି ଦାସ ଓ ଲତା ମଙ୍ଗେସ୍‌କରଙ୍କ କଣ୍ଠସ୍ବର ମୋତେ ଆନନ୍ଦ ଦେଇଥାଏ। ପ୍ରାୟ ସମୟ ମୁଁ ଏହି କଣ୍ଠଶିଳ୍ପୀମାନଙ୍କ ଗୀତ ଶୁଣିବାକୁ ଭଲ ପାଇଥାଏ।
ଜୀବନର ସ୍ମରଣୀୟ ଘଟଣା?
ଗ୍ରାଜୁଏଶନରେ ମନସ୍ତତ୍ତ୍ବ ବିଭାଗରେ ମୁଁ ରାଜ୍ୟରେ ପ୍ରଥମ ହୋଇଥିଲି। ମୋ ବାପା ରାଧାନାଥ ରଥ, ଯାହାଙ୍କୁ ଓଡ଼ିଶାର ମନସ୍ତତ୍ତ୍ବ ବିଭାଗର ଜନକ କୁହାଯାଏ, ସେ ସେତେବେଳେ ଲଣ୍ଡନରେ ଥିଲେ। ମୁଁ ରାଜ୍ୟରେ ପ୍ରଥମ ହୋଇଛି ଖବର ବାପାଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲି। ବାପା ପ୍ରତ୍ୟୁତ୍ତରରେ ମୋ ପାଖକୁ ଏକ ଲମ୍ବା ଚିଠି ପଠାଇଥିଲେ। ସେ ଚିଠିରେ ମୋତେ ପ୍ରଶଂସାରେ ପୋତି ପକାଇଥିଲେ। ଜୀବନରେ ମୁଁ ବହୁତ ଆଗକୁ ବଢିପାରିବି ବୋଲି ବାପା ଉକ୍ତ ଚିଠିରେ ମୋତେ ଆଶୀର୍ବାଦ ଓ ପ୍ରେରଣା ଦେଇଥିଲେ। ସେ ଚିଠିକୁ ମୁଁ ଏପର୍ଯ୍ୟନ୍ତ ବି ସାଇତି ରଖିଛି।
- ସାକ୍ଷାତ୍‌: ନିର୍ମଳ ପଣ୍ଡା
All Right Reserved By

ଫୁରସତ |

ବୟସର ବ୍ୟବଧାନ ୪୫ ବର୍ଷ କିନ୍ତୁ ସୁଖୀ ଦମ୍ପତି

ବୟସର ବ୍ୟବଧାନ ୪୫ ବର୍ଷ କିନ୍ତୁ ସୁଖୀ ଦମ୍ପତି

ଦମ୍ପତିଙ୍କ ମଧ୍ୟରେ ବୟସର ତାରତମ୍ୟ କମ୍‌ ରହିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି ଅନେକ ମତ ଦିଅନ୍ତି। ହେଲେ ଏହାକୁ ଭୁଲ୍‌ ପ୍ରମାଣ କରିଛନ୍ତି କଲମ୍ବିଆର ଦମ୍ପତି

ମୟୂର ସମ୍ପର୍କରେ ଜାଣିଛନ୍ତି କି ଏସବୁ କଥା

ମୟୂର ସମ୍ପର୍କରେ ଜାଣିଛନ୍ତି କି ଏସବୁ କଥା

ମୟୂର ଆମର ଜାତୀୟ ପକ୍ଷୀ। ପୁଚ୍ଛ ପାଇଁ ଏହା ଖୁବ୍‌ ସୁନ୍ଦର ଦେଖାଯାଏ। ବର୍ଷା ଦେଖିଲେ ପୁଚ୍ଛ ମେଲାଇ ନୃତ୍ୟ କରିଥାଏ। ଆମେ ଏତିକି ଜାଣିଛେ ମାତ୍ର ମୟୂର କ’ଣ ଖାଏ? ଏହା ପୁଚ୍ଛରେ କେତୋଟି ଚନ୍ଦ୍ରିକା ରହିଛି ଜାଣନ୍ତି କି? ଯଦି ନା ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ...


ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶାସ୍ତ୍ରରେ ପଶୁପକ୍ଷୀଙ୍କ ଉପସ୍ଥିତି ଓ ସ୍ବର ଆଧାରରେ ତାହା ଶୁଭ କି ଅଶୁଭ ସ୍ଥିର କରାଯାଇଥାଏ। କୁହାଯାଏ ଯେ, ଛାତ ଉପରେ ଯଦି କୌଣସି କାଉ ବସିଯାଏ ତେବେ ଘରକୁ କୁଣିଆଙ୍କ ଆଗମନ ହୋଇଥାଏ। 

ସ୍ବାମୀଙ୍କ ପୋଷାକ ଶୁଙ୍ଘିଲେ ଦୂର ହେବ ଚିନ୍ତା

ସ୍ବାମୀଙ୍କ ପୋଷାକ ଶୁଙ୍ଘିଲେ ଦୂର ହେବ ଚିନ୍ତା

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ମହିଳାମାନେ ଚିନ୍ତାରେ ରହିବା ଏକ ସାଧାରଣ କଥା। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏକ ସହଜ ଉପାୟ ସମ୍ମୁଖକୁ ଆସିଛି। ସ୍ବାମୀ ତଥା ପ୍ରେମିକଙ୍କ ପୋଷାକ ଶୁଙ୍ଘିବା ଦ୍ୱାରା ମହିଳାମାନେ ଚିନ୍ତାମୁକ୍ତ ହୋଇପାରିବେ।

ଦାଢ଼ି ଥିବା ପୁଅଙ୍କଠାରୁ ଅଧିକ ସଫା କୁକୁର

ଦାଢ଼ି ଥିବା ପୁଅଙ୍କଠାରୁ ଅଧିକ ସଫା କୁକୁର

ଅଧିକାଂଶ ପୁଅଙ୍କୁ ଦାଢ଼ି ରଖିବାକୁ ଭଲ ଲାଗେ। ଆଜିକାଲି ତ ଏହା ଏକ ଫ୍ୟାଶନ୍‌ ଟ୍ରେଣ୍ଡ ପାଲଟିଲାଣି ବୋଲି କହିଲେ ଭୁଲ ହେବ ନାହିଁ।  

ବାପାଙ୍କ ଲାଗି ନିଜ ଲିଭର୍‌ର ୬୫% ଦାନ କଲେ ଝିଅ

ବାପାଙ୍କ ଲାଗି ନିଜ ଲିଭର୍‌ର ୬୫% ଦାନ କଲେ ଝିଅ

ପରିବାରର ଖୁସି ଲାଗି ଝିଅଟିଏ କିଛି ବି କରିପାରେ। ବିଶେଷକରି ମା’ବାପାଙ୍କ ମଧ୍ୟରୁ ବାପାଙ୍କ ଅତି ନିକଟତର ଥାଏ ଝିଅ। ପୂର୍ବରୁ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଥିବା ବେଳେ ଏବେ କୋଲ୍‌କାତାର ଜଣେ ୧୯ ବର୍ଷୀୟା ଝିଅ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଜୀବନୀ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଚାହିଁଥାନ୍ତି। ଏପ୍ରିଲ ୧୯ ଅର୍ଥାତ ଆଜି ମୁକେଶଙ୍କ ଜନ୍ମଦିନରେ ନୀତାଙ୍କ ସହ ଯୋଡ଼ି ହୋଇଥିବା କିଛି ଖାସ୍‌ କଥା ଜାଣନ୍ତୁ। 

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

ପିଲାଦିନରୁ ସମସ୍ତେ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବଡ଼ ହେଲେ କେମିତି ଭଲ ଚାକିରିଟିଏ କରିବେ। ଚାକିରି ମିଳିଗଲେ ଖୁସିରେ ପାଦ ତଳେ ଲାଗେନି। ଭଲ ଦରମାରେ ଯଦି ଚାକିରିଟିଏ ମିଳିଗଲା ତେବେ ଖୁସି ବହୁଗୁଣିତ ହୋଇଯାଏ।

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ନୂଆଦିଲ୍ଲୀ, ୧୯।୪: ଇଚ୍ଛାଶକ୍ତି ଥିଲେ, ପଙ୍ଗୁ ଗିରି ଲଂଘି ପାରେ। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦିତ କରିଛନ୍ତି ସତ୍ୟେନ୍ଦ୍ର। 

 ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ  ଆଶ୍ଚର୍ଯ୍ୟ

ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏମିତି ଏକ ଗାଁ ଅଛି ଯେଉଁଠି ଝିଅମାନଙ୍କ ଲାଗି ବିବାହ କରିବା ସବୁଠାରୁ ଜଟିଳ ସମସ୍ୟା। ସେଠାରେ ଝିଅମାନେ ସୁନ୍ଦରୀ ହୋଇଥିଲେ ସୁଦ୍ଧା ସେମାନଙ୍କୁ ବିବାହ ନିମନ୍ତେ ପୁଅ ମିଳନ୍ତି ନାହିଁ।

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାହାଡ଼ିଆ ଅଞ୍ଚଳ ବୁଲିବା ପାଇଁ ଗଲେ ବିଭିନ୍ନ ପ୍ରକାର ଫୁଲ ଫୁଟିଥିବାର ନଜରକୁ ଆସିବ। ମାତ୍ର ଏମିତି ଏକ ଫୁଲ ଅଛି ଯାହା ଦେଖିଲେ ଆଖିକୁ ଆଉ ଫେରାଇ ପାରିବେନି। ଏହି ଫୁଲର ନାଁ ହେଉଛି ‘ଡିପ୍‌ହିଲ୍‌ନେୟା ଗ୍ରେ’। 

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ ଶରୀରରେ କେତେକ ଜୈବିକ ପରିବର୍ତ୍ତନ ଘଟିଥାଏ। ମୃତ୍ୟୁ ପରେ ହୃଦୟର ସ୍ପନ୍ଦନ ବନ୍ଦ ହେବା ଯୋଗୁ ରକ୍ତ ସଞ୍ଚାଳନ ସମ୍ଭବ ହୋଇ ନ ଥାଏ। ଫଳରେ ଶରୀରର ସମସ୍ତ କୋଷିକା ଅମ୍ଲଜାନ ଅଭାବରୁ ମରି ଯାଇଥାନ୍ତି। 


Model This Week

କ୍ରିଷ୍ଣା
Why Dharitri