ସମ୍ବଲପୁର

ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ବିପର୍ଯ୍ୟସ୍ତ

ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ବିପର୍ଯ୍ୟସ୍ତ
ନୂଆଗାଁ,୧୩।୯(ଡି.ଏନ୍‌.ଏ.) ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ସମୟ ହେବ ଲ୍ୟାବ୍‌ ଟେକ୍ନିସିଆନ ନାହାନ୍ତି। ଫଳରେ ଲୋକେ ରକ୍ତ ଓ କଫ ପରୀକ୍ଷା କରି ନ ପାରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଥାପି ଜିଲା ସ୍ବାସ୍ଥ୍ୟ ଅଧିକାରୀ କିମ୍ବା ଜିଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ସୁନ୍ଦରଗଡ଼ ଜିଲା ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଅବ୍ୟବସ୍ଥା ଲାଗି ରହିଛି। ନୂଆଗାଁ ବ୍ଲକ ଅନ୍ତର୍ଗତ ୨୦ ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ଏହି ଏକମାତ୍ର ମେଡିକାଲରେ ରକ୍ତ ଓ କଫ ପରୀକ୍ଷା ସୁବିଧା ରହିଛି। ଏପରିସ୍ଥଳେ ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଉକ୍ତ ବିଭାଗ ବନ୍ଦ ରହିଛି। ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ଜିଲାପାଳଙ୍କ ଜନଶୁଣାଣି ଶିବିରଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଛି। ହେଲେ ପଦକ୍ଷେପ ଶୂନ।
ଡାକ୍ତରଖାନା ରକ୍ତ ଓ କଫ ପରୀକ୍ଷାଗାରରେ କାର୍ଯ୍ୟରତ ଏକମାତ୍ର ଟେକ୍ନିସିଆନ ଗୋବିନ୍ଦ ଚନ୍ଦ୍ର ଗାହାଣଙ୍କୁ ରିଲିଭ୍‌ କରି ଦିଆଯାଇ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଗାହାଣଙ୍କ ରିଲିଭ୍‌ ବେଆଇନ ବୋଲି ଅଭିଯୋଗ ହୋଇଛି। ତାଙ୍କ ବଦଳି ୨୦୧୭ ଜୁନ ୧୨ରେ ହୋଇଥିଲା। ହେଲେ ନୂଆଗାଁ ଏକ ଯକ୍ଷ୍ମା ଓ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ତଥା ଗ୍ରାମବାସୀଙ୍କ ଅନୁରୋଧ ରକ୍ଷାକରି ତତ୍କାଳୀନ ଜିଲାପାଳ ଗାହାଣଙ୍କୁ ରିଲିଭ୍‌ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବର୍ଷକ ପରେ ଗତ ଜୁନ ୩୦ରେ ହଠାତ୍‌ ହାତୀବାରି ମେଡିକାଲ ଅଫିସରଙ୍କ ଚିଠି ନଂ. ୩୦୫/୩୦ା୬ା୨୦୧୮ ଅନୁଯାୟୀ ତାଙ୍କୁ ରିଲିଭ୍‌ କରି ଦିଆଗଲା। ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ  ହୋଇଛି। ସିଡିଏମ୍‌ଓ ଡା. ଦିଲୀପ କୁମାର ଷଡ଼ଙ୍ଗୀଙ୍କ କହିବାନୁଯାୟୀ କୌଣସି ସରକାରୀ ବଦଳି ନିର୍ଦ୍ଦେଶନାମାର ବୈଧତା ୬ମାସ। ଏପରିସ୍ଥଳେ ବଦଳିର ବର୍ଷକ ପରେ ଗାହାଣଙ୍କୁ କିପରି ହାତୀବାରି ମେଡିକାଲ ଅଫିସର ରିଲିଭ୍‌ କଲେ ତାହାର ବିଧିବଦ୍ଧ ତଦନ୍ତ କରାଯିବାକୁ ନୂଆଗାଁ ବ୍ଲକ ବିଜେଡି ସଭାପତି ଦିଗମ୍ବର ଦାସ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ମେଡିକାଲରେ ତୁରନ୍ତ ଟେକ୍ନିସିଆନ ନିଯୁକ୍ତି ସାଙ୍ଗକୁ ଆବଶ୍ୟକ ଡାକ୍ତର ଯୋଗାଇ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି। ଏ ବିଷୟରେ ବିଡିଏମ୍‌ଓ କହିଲେ, ଟେକ୍ନିସିଆନ ନିଯୁକ୍ତି ଦିଆଯିବା ଉପରେ ବିଚାର କରାଯାଉଛି। ବେଆଇନ ରିଲିଭ୍‌ ଅଭିଯୋଗର ତଦନ୍ତ କରାଯିବ ବୋଲି ଡା. ଷଡ଼ଙ୍ଗୀ କହିଛନ୍ତି।
All Right Reserved By

ସମ୍ବଲପୁର

ଓଡ଼ିଶାରେ ୯୨ ନୂତନ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବ: ଜୁଏଲ

ଓଡ଼ିଶାରେ ୯୨ ନୂତନ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବ: ଜୁଏଲ

ସୁନ୍ଦରଗଡ଼, ୧୯।୧୨ (ଡି.ଏନ୍‌.ଏ.) -ଏକଲବ୍ୟ ଆବାସିକ ବିଦ୍ୟାଳୟଗୁଡିକୁ କେନ୍ଦ୍ର ସରକାର ପୁର୍ନଗଠନ କରିଛନ୍ତି। ଏହା ଦ୍ୱାରା ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ସର୍ବଭାରତୀୟ ସ୍ତରରେ ଏକ ସ୍ବତନ୍ତ୍ର  ସୋସାଇଟି ଗଠନ କରାଯାଇ ସେଗୁଡିକରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରୀ, ଛାତ୍ରମାନଙ୍କୁ ଉଚ୍ଚମାନର ଶିକ୍ଷା ସାଙ୍ଗକୁ ଆବାସିକ ସୁବିଧା ପ୍ରଦାନ କରାଯିବ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରକାଶ କରିଛନ୍ତି।  

ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ଉପରେ ଇଟାଭାଟି ମାଲିକଙ୍କ ନିର୍ଯାତନା: ପାଉଣା ବଦଳରେ ଏସିଡ୍‌ ମାଡ଼

ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ଉପରେ ଇଟାଭାଟି ମାଲିକଙ୍କ ନିର୍ଯାତନା: ପାଉଣା ବଦଳରେ ଏସିଡ୍‌ ମାଡ଼

ସୁନ୍ଦରଗଡ଼,୧୯।୧୨(ଡି.ଏନ୍‌.ଏ.)- ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌କୁ ଇଟାଭାଟିରେ କାମ କରିବାକୁ ଯାଇଥିବା ସୁନ୍ଦରଗଡ଼ ଜିଲା ହେମଗିର ଥାନା ବୁରତା ଗ୍ରାମର ୧୧ଜଣ ଦାଦନ ଶ୍ରମିକ ନିର୍ଯାତନାର ଶିକାର ହୋଇଛନ୍ତି। ପାଉଣା ବଦଳରେ ମିଳିଛି ଏସିଡ଼୍‌ ମାଡ଼। 

 ତିତିଲି ଆଣିଥିଲା ଆସ୍ବସ୍ତି, ପେଥାଇ ଦେଲା ଦୁଃଖ

ତିତିଲି ଆଣିଥିଲା ଆସ୍ବସ୍ତି, ପେଥାଇ ଦେଲା ଦୁଃଖ

 ବୀରମହାରାଜପୁର, ୧୯ା୧୨ (ଡି.ଏନ୍‌.ଏ.)- ଘୂର୍ଣ୍ଣିବଳୟ ପେଥାଇ ସୁବର୍ଣ୍ଣପୁର ରାଜସ୍ବ ଜିଲାର ବୀରମହାରାଜପୁର କୃଷି ଜିଲାକୁ ବହୁ ଭାବରେ ପ୍ରଭାବିତ କରିଛି। ଗତ ରବିବାରଠାରୁ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଓ ଶୀତୁଆ ପବନ ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଚାଷୀଙ୍କୁ ଅଥୟ କରିଛି।

ପେଥାଇ ମାଡରେ ଚାଷୀ ସର୍ବସ୍ବାନ୍ତ

ପେଥାଇ ମାଡରେ ଚାଷୀ ସର୍ବସ୍ବାନ୍ତ

ବଲାଙ୍ଗୀର ଅଫିସ, ୧୯ା୧୨-ପେଥାଇ ପ୍ରଭାବରେ ଗତ ଦୁଇଦିନର ଲଗାଣ ବର୍ଷାରେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ଚାଷୀକୂଳ| କ୍ଷେତରେ ଏବଂ ଖଳାରେ ଥିବା କଟାଧାନ  ଲଗାଣ ବର୍ଷାରେ ଭିଜିଯିବା ପରେ ଚାଷୀଙ୍କ ଆଶା ଫସଲ ଅମଳ ଆଶା ମଉଳି ଯାଇଛି|

ବେସାହାରା ପାଲଟିଛନ୍ତି ନାବାଳିକାଙ୍କ ସାହାରା

ବେସାହାରା ପାଲଟିଛନ୍ତି ନାବାଳିକାଙ୍କ ସାହାରା

 ଖପ୍ରାଖୋଲ, ୧୯ା୧୨(ଡି.ଏନ.ଏ.)-ଦାଦନ ପ୍ରବଣ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପାଲି ଗାଁର ସୁଶୀଲ ଭୋଇ(୪୨)। ଗତବର୍ଷ ଅକ୍ଟୋବର ମାସରେ ନାବାଳିକା ଝିଅ ନିଳୀମା(୧୫)ଙ୍କୁ ନେଇ  ତେଲେଙ୍ଗାନା ରାଜ୍ୟ ଧୁନ୍ଦିକେଲର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ। 

 ନାନା ଅବ୍ୟବସ୍ଥା ମଧ୍ୟରେ ଦେଓଗାଁ ପ୍ୟାକ୍ସ: ବର୍ଷାରେ ଭିଜିଲା ବସ୍ତାବସ୍ତା ଧାନ

ନାନା ଅବ୍ୟବସ୍ଥା ମଧ୍ୟରେ ଦେଓଗାଁ ପ୍ୟାକ୍ସ: ବର୍ଷାରେ ଭିଜିଲା ବସ୍ତାବସ୍ତା ଧାନ

ଦେଓଗାଁ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ପ୍ୟାକ୍ସ ଏବେ ନାନା ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଛି।  ନିଜସ୍ବ ଗୋଦାମ ଘର ନ ଥିବାରୁ ପେଥେଇ ପ୍ରଭାବ ଜନିତ ଲଗାଣ ବର୍ଷାରେ ମଙ୍ଗଳବାର ମଣ୍ଡିକୁ ଆସିଥିବା ୭ଶହ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଧାନବସ୍ତା ପାଣିରେ ଭିଜି ଯାଇଛି ।

ଚାଷୀଙ୍କୁ ଦାଉ ସାଜିଲା ପେଥାଇ: ପାଚିଲା ଧାନ ସାଙ୍ଗକୁ କପା, ପନିପରିବା, ଡାଲିଜାତୀୟ ଶସ୍ୟ ନଷ୍ଟ

ଚାଷୀଙ୍କୁ ଦାଉ ସାଜିଲା ପେଥାଇ: ପାଚିଲା ଧାନ ସାଙ୍ଗକୁ କପା, ପନିପରିବା, ଡାଲିଜାତୀୟ ଶସ୍ୟ ନଷ୍ଟ

 ଦେଓଗାଁ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚକଡା ରୋଗରେ ଧାନଚାଷ କ୍ଷତି ପରେ ଏବେ ପେଥେଇ ଚାଷୀଙ୍କୁ ଦାଉ ସାଜିଛି ା ଗତ ଦୁଇଦିନ ହେଲା ପେଥାଇ ପ୍ରଭାବରେ  ଲଗାଣ ବର୍ଷାରେ ଦେଓଗାଁ ବ୍ଲକର ଅନେକ ଚାଷୀଙ୍କ ପାଚିଲା ଧାନ ସାଙ୍ଗକୁ କପା, ପନିପରିବା ଓ ଡାଲିଜାତୀୟ ଶସ୍ୟ ନଷ୍ଟ ହୋଇଛି ଚାଷୀ ଏବେ ବିଲରେ ବର୍ଷା ପାଣିରେ ବୁଡି ରହିଥିବା ପାଚିଲା ଧାନକୁ ଦେଖି ଦୁଃଖରେ ଭାଙ୍ଗିପଡିଛିି । 

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଝାରସୁଗୁଡା ଅଫିସ,୧୮।୧୨: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଉଷାରାଣୀ ଦାଶ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବିଲ୍‌ ପାସ୍‌ କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

କ୍ରିକେଟ୍‌ ସଂସଦ ଗଠନ ଦାବି ତେଜିଲା:  ଜିଲାପାଳଙ୍କୁ ଭେଟିଲେ ଶତାଧିକ କ୍ରିକେଟ ପ୍ରେମୀ

କ୍ରିକେଟ୍‌ ସଂସଦ ଗଠନ ଦାବି ତେଜିଲା: ଜିଲାପାଳଙ୍କୁ ଭେଟିଲେ ଶତାଧିକ କ୍ରିକେଟ ପ୍ରେମୀ

ବାଲେଶ୍ୱର ଅଫିସ,୧୮।୧୨- ବାଲେଶ୍ୱର ଜିଲାର କ୍ରୀଡ଼ା ସଂସଦରୁ କ୍ରିକେଟ୍‌କୁ ଅଲଗା କରି ପୃଥକ୍‌ ଭାବେ କ୍ରିକେଟ୍‌ ସଂସଦ ଗଠନ ଦାବିରେ ସୋମବାର ଜିଲାର ଶତାଧିକ କ୍ରିକେଟ୍‌ ଖେଳାଳୀ ପରମିଟ୍‌ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚତ୍ ବିଭିନ୍ନ ସ୍ଲୋଗାନ ଦେବା ସହ ଏକ ପ୍ରତିନିଧି ଦଳ ମିଳିତ ଜନ ଅଭିଯୋଗ ଶୁଣାଣିରେ ଦାବିପତ୍ର ପ୍ରଦାନ କରିଥିଲେ। 

ଫେନ୍‌ ଫିରବା ସିଂଘବଜା, ମୁହୁରୀର ସୋର

ଫେନ୍‌ ଫିରବା ସିଂଘବଜା, ମୁହୁରୀର ସୋର

ଲୋଇସିଂହା,୧୮।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଅଗଲାପାଲି ଗଁାର ସାମିଲ ବାଗ(୭୦)। ସେ ଝନେ ପଞ୍ଚବାଦ୍ୟ କଳାକାର। ପଞ୍ଚବାଦ୍ୟର ମୁହୁରୀଆ ହିସାବେ ସେ ଅଂଚଲରେ ନଁା କମେଇଛନ୍‌। ତାକରଠାନୁ ୮ ଝନ୍‌ ଚେଲା ଇ କଳାକେ ଶିଖିଛନ୍‌। 

ମର୍‌ଡି ପରେ ଅଦିନିଆ ଝଁକେର୍‌ : ଭିଜିଗଲାନ ଧାନ୍‌, ଚିନ୍ତାନେ ଚାଷୀ

ମର୍‌ଡି ପରେ ଅଦିନିଆ ଝଁକେର୍‌ : ଭିଜିଗଲାନ ଧାନ୍‌, ଚିନ୍ତାନେ ଚାଷୀ

ବଲାଙ୍ଗୀର ଅଫିସ, ୧୮ା୧୨ଚଳିତ ଖରିଫ୍‌ ଋତୁରେ ବର୍ଷାଭାବ ଯୋଗୁ ଜିଲାର ବିଭିନ୍ନ ବ୍ଲକରେ ମରୁଡି ପରିସ୍ଥିତି ଦେଖାଦେଇଥିଲା ା ସରକାର ଜିଲାର ୧୪ଟି ବ୍ଲକରୁ ୧୦ଟିରେ ଫସଲ ପ୍ରଭାବିତ ହୋଇଥିବା ଘୋଷଣା କରି ମରୁଡି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା

କୋସଲ ବନ୍ଦ: ଜୀବନ ଯାତ୍ରା ବ୍ୟାହତ

କୋସଲ ବନ୍ଦ: ଜୀବନ ଯାତ୍ରା ବ୍ୟାହତ

ବୀରମହାରାଜପୁର, ୧୭ା୧୨(ଡି.ଏନ୍‌.ଏ): କୋସଲ ରାଏଜ୍‌ ସମନ୍ବୟ ସମିତି ଅହ୍ବାନ କ୍ରମେ ସୋମବାର ବୀରମହାରାଜପୁର ଉପଖଣ୍ଡରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଯାଇଛି।