ସମ୍ବଲପୁର

କୋଶଲୀ ଦଶାବତାର ମଞ୍ଚସ୍ଥ

କୋଶଲୀ ଦଶାବତାର ମଞ୍ଚସ୍ଥ
ବଲାଙ୍ଗୀର ଅଫିସ, ୧୩।୯ ସମଗ୍ର କୋଶଲାଞ୍ଚଳରେ ବସବାସ କରୁଥିବା ଭାରତର ମୂଳ ଆଦିବାସୀମାନଙ୍କ କଳା, ସଂସ୍କୃତି, ଲୋକନୃତ୍ୟ, ଲୋକଗୀତ ଓ ଲୋକଚେନତାର ମହାନ ପରମ୍ପରାକୁ ଏକ ଭିନ୍ନ କଳାତ୍ମକ କୌଶଳରେ କୋଶଲୀ ଦଶବତାର ନାମରେ ବୁଧବାର ସ୍ଥାନୀୟ ଟାଉନ୍‌ ହଲରେ ପରିବେଷଣ କରାଯାଇଥିଲା । ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୋଶଲୀ ଦଶାବତାର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲାପାଳ ଅରିନ୍ଦମ ଡାକୁଆ ଯୋଗଦେଇଥିଳେ। ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡ ଶ୍ରୀନିବାସ ଉଦ୍‌ଗାତା,  ସମଧ୍ୱନିର ସମ୍ପାଦିକା ସ୍ବୟଂପ୍ରଭା ପାଢ଼ୀ ଓ ନାଟ୍ୟକାର ଗଦାଧର ବାରିକ ଯୋଗଦାନ କରିଥିଲେ । ରାଜୀବ ଲୋଚନ ଆଚାର୍ଯ୍ୟ ସଭା ପରିଚାଳନା କରିଥିଲେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ଅନୁଷ୍ଠିତ କୋଶଲୀ ଦଶାବତାର କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଜିଲାପାଳ ଡାକୁଆ ତାଙ୍କ ବକ୍ତବ୍ୟରେ ମାଟି, ଲୋକ ସଂସ୍କୃତିର ଅଭିବୃଦ୍ଧି ପାଇଁ ଯେଉଁ ପଦକ୍ଷେପ ନିଆଯାଉଛି ତାହା ସ୍ବାଗତଯୋଗ୍ୟ ଓ ଏହା ଦ୍ୱାରା କଳାସଂସ୍କୃତିର ବିକାଶ ହେବା ସହ ସମାଜରେ ସାଂସ୍କୃତିକ ଜାଗରଣ ସୃଷ୍ଟି ହେବ ବୋଲି କହିଥିଲେ । ପଦ୍ମଶ୍ରୀ ଉଦ୍‌ଗାତା ତାଙ୍କ ବକ୍ତବ୍ୟରେ କୋଶଲାଞ୍ଚଳର ଗୀତ, ନୃତ୍ୟ ଓ ସଙ୍ଗୀତର ସ୍ବାତନ୍ତ୍ର ବିଶ୍ୱବିଦିତ କହି କୋଶଲୀ ଦଶାବତାରର ଯେଉଁ ଅଭିନବ ପରିକଳ୍ପନା କରାଯାଇଛି ତାହା ବାସ୍ତବିକ ପ୍ରଶଂସାଯୋଗ୍ୟ ବୋଲି କହିଥିଲେ । ଅନ୍ୟତମ ଅତିଥି ପାଢ଼ୀ ଯେକୌଣସି ଅଞ୍ଚଳର କଳା ଓ ସଂସ୍କୃତି ମହାନ ଓ ଏହାର ଉନ୍ନତି ଘଟିଲେ ସମଗ୍ର ଓଡିଶାର ସାସ୍କୃତିକ ଅଭିବୃଦ୍ଧି ହୋଇପାରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ବାରିକ ଲୋକକଳା ଓ ଲୋକସଂସ୍କୃତିର ଶାସ୍ତ୍ରୀୟତା ପାଇଁ ଯେଉଁ ଉଦ୍ୟମ କରାଯାଇଛି ତାହା ସ୍ବାଗତଯୋଗ୍ୟ ବୋଲି କହିଥିଲେ । କଳା ସଂଗଠନ ବାସୁଦେବ ସା କାର୍ଯ୍ୟକ୍ରମ ଆୟୋଜନ ଓ ପରିବେଷଣରେ ବିଶେଷ ଭୂମିକା ନିର୍ବାହ କରିଥିଲେ । ଦଶାବତାର କଥାବସ୍ତୁ ସହ ଲୋକକଥା ଓ ସଂସ୍କୃତିର ସମନ୍ବୟ ରକ୍ଷା କରି ଏହାକୁ ଶାସ୍ତ୍ରୀୟ ଶୈଳୀରେ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । କୋଶଲୀ ଦଶାବତାରର ପରିକଳ୍ପନା, ରଚନା, ସଙ୍ଗୀତ, ନୃତ୍ୟ ସଂଯୋଜନା, ନିର୍ଦ୍ଦେଶନା ପଣ୍ଡିତ ଗୁରୁଶ୍ରୀ ଡ. ମିଶ୍ର ଦେଇଥିବାବେଳେ ସହ ନିର୍ଦ୍ଦେଶନା ବିଦ୍ୟାବାଗେଶ୍ରୀ ମିଶ୍ର, ସଞ୍ଚାଳନ ଶତାଦ୍ଦୀ ନିର୍ଣ୍ଣୟା ନନ୍ଦ କରିଛନ୍ତି ।  ବାଦ୍ୟଯନ୍ତ୍ରରେ ମୁରଲୀ ମହାମଲ୍ଲିକ (ଟଙ୍କ) ଓ ହୃଷିକେଶ କୁମ୍ଭାର ସହଯୋଗ କରିଥିଲେ । ନୃତ୍ୟାଂଶରେ ବିଦ୍ୟାବାଗେଶ୍ରୀ ମିଶ୍ର, ଶତାଦ୍ଦୀ ନିର୍ଣ୍ଣୟା ନନ୍ଦ, ସ୍ନେହା ପ୍ରତ୍ୟାଶା ନନ୍ଦ, ଉର୍ମି ସାହୁ, ଗାୟତ୍ରୀ ସାହୁ ଓ ରୂପାଲି ଭ୍ୟାସ ତଥା ଶିଶୁ କଳାକାର ରାଧାରାଣୀ ମିଶ୍ର, ଆଦ୍ରିଜା ମିଶ୍ର, ସ୍ବର୍ଣ୍ଣିକା ମିଶ୍ର, ଶୃତି ପିପାଶା ନନ୍ଦ, ପରିଧି ଅଗ୍ରୱାଲ, ଶ୍ରିଷ୍ଠି ସାହୁ ଭାଗନେଇଥିଲେ । ବିସମିଲ୍ଲା ଖଁା ପୁରସ୍କାରପ୍ରାପ୍ତ ତଥା ପ୍ରଚ୍ଛଦପଟ୍ଟ ଗାୟକ ସର୍ବେଶ୍ୱର ଭୋଇ,  ସୋନୁ ଭୋଇ ଓ ସୁଦାମ ବିଶି, ଅଧ୍ୟାପିକା ରେଶ୍ମାରାଣୀ ଦାସ, ଜ୍ୟୋତି ମିଶ୍ର ଓ ଶିଶୁ କଣ୍ଠଶିଳ୍ପୀ ଶ୍ରୀୟା ପଟେଲ ଏଥିରେ କଣ୍ଠ ଦାନ କରିଥିଲେ । ଶେଷରେ ଡା. ଲଳିତ ସାହୁ ଧନ୍ୟବାଦ ଦେଇଥିଲେ ।
All Right Reserved By

ସମ୍ବଲପୁର

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ନୂଆପଡା ଅଫିସ,୧୭ା୧୨: ସରକାର ସବୁବେଲେ ଗରିବ୍‌ଦୁଖିକର ଲାଗି ଯୋଜ୍‌ନା ଉପରେ ଯୋଜ୍‌ନା ତିଆର କରୁଛନ୍‌। କେହି ଯେନ୍‌ଥେଇ ବାସହୀନ ହେଇ ନାଇଁ ରହେବେ, ରୋଗ୍‌ରେ ନାଇଁ ମରବେ, ସେଥିରଲାଗି ଭିନେ ଭିନେ ଯୋଜ୍‌ନା କାଯ୍‌କାରୀ କରୁଛନ୍‌। ହେଲେ କେହେନ୍‌ସି ନାଇଁ କେହେନ୍‌ସି କାରନ୍‌ରୁ ଇ ଯୋଜ୍‌ନାର ସୁଫଲ ପାଏବାରୁ ଗରିବଦୁଖି ବଁଚିତ ହେଉଛନ୍‌। 

୬୦ରୁ ଅଧ୍‌କା ବୁଢ଼ାବୁଢ଼ୀ, ବିଧବା, ଦିବ୍ୟାଙ୍ଗ ଭତାରୁ ବଁଚିତ୍‌

୬୦ରୁ ଅଧ୍‌କା ବୁଢ଼ାବୁଢ଼ୀ, ବିଧବା, ଦିବ୍ୟାଙ୍ଗ ଭତାରୁ ବଁଚିତ୍‌

ଲୋଇସିଂହା, ୧୭।୧୨(ଡି.ଏନ.ଏ.): ୬୦ ବଛରରୁ ଅଧ୍‌କା ବୁଢ଼ାବୁଢ଼ୀ, ଦିବ୍ୟାଙ୍ଗ ଆର ବିଧବାମାନକୁ ସରକାର ଭିନେ ଭିନେ ଯୋଜନାରେ ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ର ମାଣ୍ଡିଆପଦର ଗାଁ ର ୬୦ରୁ ଅଧ୍‌କା ହକ୍‌ଦାର ଲୋକ୍‌ ଭତା ଯୋଜ୍‌ନାରୁ ବାଦ୍‌ ପଡ଼ିଥିବାର ଅଭିଯୋଗ୍‌ ହେଇଛେ।

ଖୁଲାରେ ଚାଲିଛେ ଅଙ୍ଗନଓ୍ବାଡିର ରଁଧାବଢ଼ା କାମ୍‌

ଖୁଲାରେ ଚାଲିଛେ ଅଙ୍ଗନଓ୍ବାଡିର ରଁଧାବଢ଼ା କାମ୍‌

ଲାଠୋର, ୧୬ା୧୨(ଡି.ଏନ.ଏ.):  କେନ୍ଦ୍ର ଆର ରାଏଜ ସରକାର ଛୋଟ ଛୁଆକର ବୌଦ୍ଧିକ ବିକାଶ, ପୁଷ୍ଟିସାଧନ ଲାଗି କୋଟି କୋଟି ଟଁକା ଖରଚ କରି ଗାଁ ରୁ ସହର ତକ୍‌ ସବୁଠାନେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ସେଠାନେ ଛୁଆକର ପାଠ୍‌ପଢ଼ା ଘର, ରଁଧାଘର, ଶୌଚାଲୟ ଆଦିର ବେବସ୍‌ତା କରୁଛନ୍‌। 

ପିଇଲା ପାଏନ୍‌ ଲାଗି ଗୁଲଗୁଲା ସଂକିର୍ଡାବାସୀ

ପିଇଲା ପାଏନ୍‌ ଲାଗି ଗୁଲଗୁଲା ସଂକିର୍ଡାବାସୀ

ଅତାବିରା, ୧୭।୧୨(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ବ୍ଲକ୍‌ ସଂକିର୍ଡା ପଁଚେତ୍‌ ସଂକିର୍ଡା ଗାଁକେ ଯୁଗେଇ ଦିଆଯାଉଥିବାର ପିଇଲା ପାଏନ୍‌ ପ୍ରକଳ୍ପ ମାସେରୁ ଅଧ୍‌କା ହେଲା ଅଚଲ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଗାଁ ବାସୀ ମାସେରୁ ଅଧ୍‌କା ହେଲା ପିଇଲା ପାଏନ୍‌ଲାଗି ବଡ଼ଭାରି ଅସବିଧାର ସାମନା କରୁଛନ୍‌।

ପୂର୍ବ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଦୁଇ ମହିଳା

ପୂର୍ବ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଦୁଇ ମହିଳା

ବେଦବ୍ୟାସ, ୧୬।୧୨ (ଡି.ଏନ.ଏ)- ରାଉରକେଲା ଶାନ୍ତିନଗରରେ ବସବାସ କରୁଥିବା ସୂଚୀତା ତିର୍କୀ ଓ ନାନକି ସାହୁ ଦୁଇ ମହିଳା ରବିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ବେଦବ୍ୟାସ ସ୍ଥିତ ଗୁରୁକୁଳ ବୈଦିକ ଆଶ୍ରମକୁ ଆସି ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏନେଇ ସେମାନେ ରାଉରକେଲା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ କରିଥିବା ଶପଥ ପାଠ ସହ ଦରଖାସ୍ତ ଗୁରୁକୁଳ ବୈଦିକ ଆଶ୍ରମର ସମ୍ପାଦକଙ୍କୁ ଦେଇ ଆନୁଷ୍ଠାନିକ ଭାବେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।

କୁଆଁରମୁଣ୍ଡାରେ ଖ୍ରୀଷ୍ଟମାସ ମିଳନ କାର୍ଯ୍ୟକ୍ରମ

କୁଆଁରମୁଣ୍ଡାରେ ଖ୍ରୀଷ୍ଟମାସ ମିଳନ କାର୍ଯ୍ୟକ୍ରମ

କୁଆଁରମୁଣ୍ଡା, ୧୬।୧୨ (ଡି.ଏନ.ଏ.)-ଚଳିତ ମାସ ୨୫ରେ ବଡ଼ଦିନ ପାଳନର ଅବ୍ୟବହିତ ପୂର୍ବରୁ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ଚର୍ଚ୍ଚ ସମୂହ ଦ୍ୱାରା ରବିବାର ସ୍ଥାନୀୟ ଫୁଟବଲ ଖେଳ ପଡିଆରେ ଖ୍ରୀଷ୍ଟମାସ ଖୁସି ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡନବସ୍କୋ ଚର୍ଚ୍ଚର ଫାଦର ବିଜୟ ସଏ, ମୁଖ୍ୟବକ୍ତା ଭାବେ ପ୍ରଦୀପ ତିର୍କୀ, ସମ୍ମାନିତ  ଅତିଥି ଭାବେ କୁଆଁରମୁଣ୍ଡା ସିଡିପିଓ ଆନାସ୍ତାସିଆ ଲାକ୍ରା ପ୍ରମୁଖ ଯୋଗଦେଇଥିଲେ। ଯୀଶୁଖ୍ରୀଷ୍ଟଙ୍କ ଉଦାରବାଣୀ, 

ଆଶାକର୍ମୀ, ଏନ୍‌ଆର୍‌ଏଚ୍‌ଏମ୍‌ କର୍ମଚାରୀ ପାଇନାହାନ୍ତି ଦରମା

ଆଶାକର୍ମୀ, ଏନ୍‌ଆର୍‌ଏଚ୍‌ଏମ୍‌ କର୍ମଚାରୀ ପାଇନାହାନ୍ତି ଦରମା

ନୂଆଗାଁ, ୧୬।୧୨ (ଡି.ଏନ.ଏ)-ବିଗତ ୪ବର୍ଷ ହେଲା ସୁନ୍ଦରଗଡ ଜିଲାର ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି। ଅପରପକ୍ଷେ ଆଶାକର୍ମୀ, ଏନ୍‌ଆର୍‌ଏଚ୍‌ଏମ୍‌ କର୍ମଚାରୀ ୨ମାସ ହେଲା ଦରମା ପାଇ ନ ଥିବାରୁ ନାନା ହଇରାଣ ହେଉଛନ୍ତି। କିଛି ଦିନ ତଳେ ଏନ୍‌ଆର୍‌ଏଚ୍‌ଏମ୍‌ ଦାୟିତ୍ୱରେ ଥିବା ଡାକ୍ତରଙ୍କ ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବଦଳି ହୋଇଛି। ତାଙ୍କ ବଦଳି ହେବା ପରେ ଆସିଥିବା ନୂତନ ଡାକ୍ତରଙ୍କୁ 

ସୁନ୍ଦରଗଡ ଜିଲା ସାଂସ୍କୃତିକ ମହୋତ୍ସବ ଯତ୍‌ରା ଜାନୁୟାରୀ ୨୭ରୁ

ସୁନ୍ଦରଗଡ ଜିଲା ସାଂସ୍କୃତିକ ମହୋତ୍ସବ ଯତ୍‌ରା ଜାନୁୟାରୀ ୨୭ରୁ

ସୁନ୍ଦରଗଡ଼, ୧୬।୧୨ (ଡି.ଏନ୍‌.ଏ.) -ଆସନ୍ତା ଜାନୁୟାରୀ ୨୭ରୁ ସୁନ୍ଦରଗଡ ଜିଲା ସାଂସ୍କୃତିକ ମହୋତ୍ସବ ଯତ୍‌ରା -୨୦୧୯ ଆରମ୍ଭ ହେବ। ଜିଲା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏହି ମହୋତ୍ସବ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅପରାହ୍ନରେ ସ୍ଥାନୀୟ ପ୍ରଗତି ମଣ୍ଡପଠାରେ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜିଲା ସାଂସ୍କୃତିକ ମହୋତ୍ସବ ଓ ଜିଲା ଉନ୍ନୟନ ପ୍ରଦର୍ଶନୀରେ ମୋଟ ୨୦୦ ଷ୍ଟଲ ଖୋଲାଯିବା ସହ ମୁକ୍ତାକାଶ ରଙ୍ଗମଞ୍ଚରେ 

ଯୁବଚାଷୀ ଆତ୍ମହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଯୁବଚାଷୀ ଆତ୍ମହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କରମପୁର,୧୬।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ସାନକୁଟୁ ଗ୍ରାମରେ ଶନିବାର ଜନୈକ ଯୁବଚାଷୀ ଆତ୍ମହତ୍ୟା କରିଥିଲେ। ରବିବାର ସକାଳେ ମୃତଦେହ ବ୍ୟବଚ୍ଛେଦ ପରେ  ସମ୍ପର୍କୀୟ ପକ୍ଷରୁ ବଡ଼କୁଟୁର ଛକରେ ମୃତଦେହ ରଖି ଜୟପାଟଣା -ମୋଟେରୋ ରାସ୍ତା ଅବରୋଧ କରାଯାଇଛି।

ସିଆର୍‌ପିଏଫ୍‌ କ୍ୟାମ୍ପ ବନ୍ଦ ପାଇଁ ମାଓବାଦୀଙ୍କ ଦାବି

ସିଆର୍‌ପିଏଫ୍‌ କ୍ୟାମ୍ପ ବନ୍ଦ ପାଇଁ ମାଓବାଦୀଙ୍କ ଦାବି

ଭବାନୀପାଟଣା, ୧୬।୧୨(ଡି.ଏନ.ଏ): ସିଆର୍‌ପିଏଫ୍‌ କ୍ୟାମ୍ପ ଓ କାଣିଗୁମାଠାରୁ ନାକରୁଣ୍ଡି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଚାଲିଥିବା ରାସ୍ତା କାର୍ଯ୍ୟ ବନ୍ଦ କରିବା ଦାବି କରିଛନ୍ତି ସିପିଆଇ ମାଓବାଦୀ। 

ଦଳବଦଳ ଚର୍ଚ୍ଚାରେ ରୋକ୍‌ ଲଗାଇଲେ ନବ: ‘କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ’

ଦଳବଦଳ ଚର୍ଚ୍ଚାରେ ରୋକ୍‌ ଲଗାଇଲେ ନବ: ‘କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ’

ଝାରସୁଗୁଡ଼ା ଅଫିସ,୧୬ା୧୨: ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ ଦଳବଦଳ କରିବା ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଧାୟକ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହାକୁ ସେ ଖଣ୍ଡନ କରିଛନ୍ତି। ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିଧାୟକ ଦାସ କହିଛନ୍ତି, ସେ ଛାତ୍ର ଜୀବନରୁ କଂଗ୍ରେସ ସହ ଜଡ଼ିତ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିଥିବେ। କଂଗ୍ରେସର ନୀତି ଆଦର୍ଶରେ ମୁଁ ଅନୁପ୍ରାଣୀତ।

ବସୁନ୍ଧରା କୋଇଲା ଖଣି ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କର ବିସ୍ଥାପନ ସମସ୍ୟା ନେଇ ପ୍ରଶାସନ-ଗ୍ରାମବାସୀଙ୍କ ଆଲୋଚନା ବିଫଳ

ବସୁନ୍ଧରା କୋଇଲା ଖଣି ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କର ବିସ୍ଥାପନ ସମସ୍ୟା ନେଇ ପ୍ରଶାସନ-ଗ୍ରାମବାସୀଙ୍କ ଆଲୋଚନା ବିଫଳ

ସୁନ୍ଦରଗଡ଼, ୧୬।୧୨ (ଡି.ଏନ୍‌.ଏ)-ମହାନଦୀ କୋଲଫିଲଡ ଲିମିଟେଡ ତରଫରୁ ସୁନ୍ଦରଗଡ ଜିଲା ହେମଗିର ବ୍ଲକରେ ବସୁନ୍ଧରା କୋଇଲାଖଣି ଆରମ୍ଭ ହେବାର ଦୀର୍ଘବର୍ଷ ବିତିଯିବା ପରେ ମଧ୍ୟ  ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡିକରେ ଥିବା ପ୍ରଭାବିତ  ଗ୍ରାମଗୁଡିକର ସମସ୍ୟାର ସମାଧାନ ଦିଗରେ ଖଣି କର୍ତ୍ତୃପକ୍ଷ ତଥା ପ୍ରଶାସନିକ ଉଦାସୀନତା ନୀତି ଯୋଗୁ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।