
ସଙ୍ଗଠନ ସଭାପତି ଭାବେ ଅଙ୍ଗଦ ବେହେରା, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ଉପ ସଭାପତି ମହାଦେବ ସାହୁ, ସାଧାରଣ ସମ୍ପାଦକ ବିଚିତ୍ରବୀର୍ଯ୍ୟ ପ୍ରଧାନ, ସତ୍ୟ ନାରାୟଣ ବେହେରା, ସମ୍ପାଦିକା ମେନକା ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ତ୍ରିନାଥ ବେହେରା ପ୍ରମୁଖ ମନୋନୀତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ରୂପେ ୭ ଜଣଙ୍କୁ ମନୋନୀତ କରାଯାଇଛି ା ଏହି ସଂଗଠନ କୌଣସି ରାଜନୈତିକ ଉଦ୍ଦେଶ୍ୟରେ ନୁହେଁ, ଜିଲାର ସମସ୍ୟାକୁ ନେଇ ଗଢ଼ା ହୋଇଛି ା ଜିଲାବାସୀଙ୍କ ସମସ୍ୟାକୁ ଏହି ସଂଗଠନ ସର୍ବଦା ଉପସ୍ଥାପିତ କରିବ ବୋଲି ସମ୍ପାଦକ ସତ୍ୟନାରାୟଣ ବେହେରା କହିଛନ୍ତି।