ମନୋରଞ୍ଜନ |

ପରଦାକୁ ଆସିଲା ‘ବରେଲୀ କି ବର୍ଫି’

ପରଦାକୁ ଆସିଲା ‘ବରେଲୀ କି ବର୍ଫି’
ଭୁବନେଶ୍ୱର,୧୮ା୮(ବ୍ୟୁରୋ): ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବାକୁ ଯାଉଛି ଆୟୁଷ୍ମାନ ଖୁରାନା, ରାଜକୁମାର ରାଓ ଓ କ୍ରୀତି ସାନନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବରେଲୀ କି ବର୍ଫି’। ଚଳିତବର୍ଷର ସବୁଠାରୁ ବଡ଼ ଫ୍ୟାମିଲି ଏଣ୍ଟରଟେନର୍‌ ଚଳଚ୍ଚିତ୍ର କୁହାଯାଉଥିବା ଏହି ଫିଲ୍ମରେ ରହିଛି ଏକାଧିକ ମନଛୁଆଁ ଗୀତ ଓ ଏକ ଉତ୍କୃଷ୍ଟ କାହାଣୀ। ବହୁ ତାରକା କଳାକାରଙ୍କୁ ମଧ୍ୟ ଦେଖିବାକୁ ପାଇବ ଦର୍ଶକ। ଅଶ୍ୱିନୀ ଆୟର ତିଓ୍ବାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ନିତେଶ ତିଓ୍ବାରୀ, ଶ୍ରେୟାସ ଜୈନ ଏବଂ ରଜତ ନୋନିଆ। ବିଭିନ୍ନ ଭୂମିକାରେ ରାଜକୁମାର ରାଓ, ଆୟୁଷ୍ମାନ ଖୁରାନା, କ୍ରୀତି ସାନନ୍‌, ପଙ୍କଜ ତ୍ରିପାଠୀ, ସୀମା ଭାର୍ଗବ ଏବଂ ଟାଇଗର ସ୍ରଫ୍‌ ଅଭିନୟ କରିଛନ୍ତି।‘ରାବତା’ ଫିଲ୍ମରୁ ମିଶାମିଶି ଫଳ ପାଇବା ପରେ ‘ବରେଲୀ କି ବର୍ଫି’ର ସଫଳତାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି କ୍ରୀତି। ଫିଲ୍ମଟି ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଫ୍ରେଞ୍ଚ ନୋବେଲ ‘ଇନ୍‌ଗ୍ରେଡିଏଣ୍ଟ୍‌ସ ଅଫ୍‌ ଲଭ୍‌’ରୁ ଏହା ଉଦ୍ଧୃତ ହୋଇଥିବା କୁହାଯାଉଛି। ଉତ୍ତରପ୍ରଦେଶର ବରେଲୀ ସହର ଫିଲ୍ମର ମୁଖ୍ୟ ଫୋକସ୍‌ରେ ରହିଥିବା ବେଳେ ଏହା ମାଧ୍ୟମରେ ଏକ ଛୋଟ ସହରର ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖିବାକୁ ମିଳିଛି। ବିନ୍ଦାସ୍‌ ଭାବେ ଜିଇବାକୁ ସର୍ବଦା ସ୍ବପ୍ନ ଦେଖୁଥିବା କ୍ରୀତି ଜଣେ ସିନେମାଟୋଗ୍ରାଫର ଭୂମିକାରେ ଏଥିରେ ଦେଖିବାକୁ ମିଳିବେ। ତାଙ୍କ ବିପକ୍ଷରେ ରାଜକୁମାର ଏବଂ ଆୟୁଷ୍ମାନ ନଜରକୁ ଆସୁଥିବା ବେଳେ ୩ଜଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମ ସମ୍ପର୍କକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହେବ। ତେବେ ରୋମାନ୍ସ ଓ ଟ୍ବିଷ୍ଟ ସହ ‘ବରେଲୀ କି ବର୍ଫି’ରେ ଭରପୂର କମେଡିର ମଜା ଉଠାଇପାରିବେ ଦର୍ଶକ। ସେହିଭଳି ଗୁରିନ୍ଦର ଚଢାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଫିଲ୍ମ ‘ପାର୍ଟିସନ୍‌: ୧୯୪୭’ ମଧ୍ୟ ଚଳିତ ଶୁକ୍ରବାର ରିଲିଜ ହେବାକୁ ଯାଉଛି। ୧୯୪୭ ମସିହା ଭାରତ-ପାକିସ୍ତାନ ବିଭାଜନ ଉପରେ ଆଧାରିତ ଏହି ବ୍ରିଟିଶ-ଇଣ୍ଡିଆନ୍‌ ହିଷ୍ଟୋରିକାଲ ଡ୍ରାମା ଫିଲ୍ମରେ ମୁଖ୍ୟତଃ ଶେଷ ଭାଇସରୟ ଥିବା ଲର୍ଡ ମାଉଣ୍ଟବେଟେନଙ୍କ ଉପରେ ଫୋକସ୍‌ ରହିଛି। ତେବେ ବିଭାଜନରେ ମାଉଣ୍ଟବେଟେନଙ୍କ ଭୂମିକା ଏବଂ ହିନ୍ଦୁ ମୁସ୍‌ଲିମ୍‌ଙ୍କ ପୃଥକୀକରଣ ଆଦିକୁ ଦେଖିବାକୁ ମିଳିବ। ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ଏହାର ଇଂଲିଶ ଭର୍ସନ ଇଂଲଣ୍ଡରେ ମୁକ୍ତିଲାଭ କରିସାରିଥିବା ବେଳେ ବର୍ଲିନ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହୋଇଛି। ଭୁବନେଶ୍ୱର,୧୮ା୮(ବ୍ୟୁରୋ): ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବାକୁ ଯାଉଛି ଆୟୁଷ୍ମାନ ଖୁରାନା, ରାଜକୁମାର ରାଓ ଓ କ୍ରୀତି ସାନନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବରେଲୀ କି ବର୍ଫି’। ଚଳିତବର୍ଷର ସବୁଠାରୁ ବଡ଼ ଫ୍ୟାମିଲି ଏଣ୍ଟରଟେନର୍‌ ଚଳଚ୍ଚିତ୍ର କୁହାଯାଉଥିବା ଏହି ଫିଲ୍ମରେ ରହିଛି ଏକାଧିକ ମନଛୁଆଁ ଗୀତ ଓ ଏକ ଉତ୍କୃଷ୍ଟ କାହାଣୀ। ବହୁ ତାରକା କଳାକାରଙ୍କୁ ମଧ୍ୟ ଦେଖିବାକୁ ପାଇବ ଦର୍ଶକ। ଅଶ୍ୱିନୀ ଆୟର ତିଓ୍ବାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ନିତେଶ ତିଓ୍ବାରୀ, ଶ୍ରେୟାସ ଜୈନ ଏବଂ ରଜତ ନୋନିଆ। ବିଭିନ୍ନ ଭୂମିକାରେ ରାଜକୁମାର ରାଓ, ଆୟୁଷ୍ମାନ ଖୁରାନା, କ୍ରୀତି ସାନନ୍‌, ପଙ୍କଜ ତ୍ରିପାଠୀ, ସୀମା ଭାର୍ଗବ ଏବଂ ଟାଇଗର ସ୍ରଫ୍‌ ଅଭିନୟ କରିଛନ୍ତି। ‘ରାବତା’ ଫିଲ୍ମରୁ ମିଶାମିଶି ଫଳ ପାଇବା ପରେ ‘ବରେଲୀ କି ବର୍ଫି’ର ସଫଳତାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି କ୍ରୀତି। ଫିଲ୍ମଟି ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଫ୍ରେଞ୍ଚ ନୋବେଲ ‘ଇନ୍‌ଗ୍ରେଡିଏଣ୍ଟ୍‌ସ ଅଫ୍‌ ଲଭ୍‌’ରୁ ଏହା ଉଦ୍ଧୃତ ହୋଇଥିବା କୁହାଯାଉଛି। ଉତ୍ତରପ୍ରଦେଶର ବରେଲୀ ସହର ଫିଲ୍ମର ମୁଖ୍ୟ ଫୋକସ୍‌ରେ ରହିଥିବା ବେଳେ ଏହା ମାଧ୍ୟମରେ ଏକ ଛୋଟ ସହରର ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖିବାକୁ ମିଳିଛି। ବିନ୍ଦାସ୍‌ ଭାବେ ଜିଇବାକୁ ସର୍ବଦା ସ୍ବପ୍ନ ଦେଖୁଥିବା କ୍ରୀତି ଜଣେ ସିନେମାଟୋଗ୍ରାଫର ଭୂମିକାରେ ଏଥିରେ ଦେଖିବାକୁ ମିଳିବେ। ତାଙ୍କ ବିପକ୍ଷରେ ରାଜକୁମାର ଏବଂ ଆୟୁଷ୍ମାନ ନଜରକୁ ଆସୁଥିବା ବେଳେ ୩ଜଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମ ସମ୍ପର୍କକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହେବ। ତେବେ ରୋମାନ୍ସ ଓ ଟ୍ବିଷ୍ଟ ସହ ‘ବରେଲୀ କି ବର୍ଫି’ରେ ଭରପୂର କମେଡିର ମଜା ଉଠାଇପାରିବେ ଦର୍ଶକ।  ସେହିଭଳି ଗୁରିନ୍ଦର ଚଢାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଫିଲ୍ମ ‘ପାର୍ଟିସନ୍‌: ୧୯୪୭’ ମଧ୍ୟ ଚଳିତ ଶୁକ୍ରବାର ରିଲିଜ ହେବାକୁ ଯାଉଛି। ୧୯୪୭ ମସିହା ଭାରତ-ପାକିସ୍ତାନ ବିଭାଜନ ଉପରେ ଆଧାରିତ ଏହି ବ୍ରିଟିଶ-ଇଣ୍ଡିଆନ୍‌ ହିଷ୍ଟୋରିକାଲ ଡ୍ରାମା ଫିଲ୍ମରେ ମୁଖ୍ୟତଃ ଶେଷ ଭାଇସରୟ ଥିବା ଲର୍ଡ ମାଉଣ୍ଟବେଟେନଙ୍କ ଉପରେ ଫୋକସ୍‌ ରହିଛି। ତେବେ ବିଭାଜନରେ ମାଉଣ୍ଟବେଟେନଙ୍କ ଭୂମିକା ଏବଂ ହିନ୍ଦୁ ମୁସ୍‌ଲିମ୍‌ଙ୍କ ପୃଥକୀକରଣ ଆଦିକୁ ଦେଖିବାକୁ ମିଳିବ। ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ଏହାର ଇଂଲିଶ ଭର୍ସନ ଇଂଲଣ୍ଡରେ ମୁକ୍ତିଲାଭ କରିସାରିଥିବା ବେଳେ ବର୍ଲିନ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହୋଇଛି।
All Right Reserved By

ମନୋରଞ୍ଜନ |

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ରାଣୀ ମୁଖାର୍ଜୀ ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ରେ ଜନ୍ମିତ ଏହି ଅଭିନେତ୍ରୀ ବଲିଉଡ୍‌ର ଜଣେ ବୋଲ୍ଡ୍‌ ନାୟିକା ଭାବେ ବି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। 

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ଗୀତ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି। ଗୀତ ଶୁଣିବା ମାତ୍ରେ ମନର ଦୁଃଖ କଷ୍ଟ ସବୁ ଭୁଲି ହୋଇଯାଏ। ଅଧିକାଂଶ ଲୋକ ସଂଗୀତରେ କ୍ୟାରିୟର କରିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ବଲିଉଡ୍‌ର ସିଙ୍ଗରମାନେ ଗୀତ ଗାଇ ବେଶ୍‌ ପରିଚିତ ହୋଇଛନ୍ତି। ଗୋଟିଏ ଗୀତ ଗାଇ ସେମାନେ କୋଟି କୋଟି ଟଙ୍କା ମଧ୍ୟ ନେଉଛନ୍ତି। 

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ୯୦ ଦଶକର ବହୁ ଷ୍ଟାର ଧୀରେ ଧୀରେ ସିଲଭର ସ୍କ୍ରିନ୍‌ଠାରୁ ଦୂରେଇବା ଆମ୍ଭ କରିଛନ୍ତି। ଅପରପକ୍ଷରେ ବହୁ ଷ୍ଟାରକିଡ୍‌ ବଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ରେଡ୍ଡି ହୋଇଗଲେଣି।

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ବଲିଉଡ୍‌ର ନିର୍ମାତା ସଞ୍ଜୟ ଲୀଲା ଭଂସାଲି ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ଏବଂ ଶାହାରୁଖ୍‌ ଖାନ୍‌ଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ବିଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଏବେ ଶୁଣିବାକୁ ମିଳିଛି ଭଂସାଲି ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ସିନେମାରେ ଏହି ଯୋଡିକୁ ନେବାକୁ ଯାଉଛନ୍ତି।  

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ଆଜି ଦେଶର ଅନେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବାବେଳେ ଆସନ୍ତାକାଲି ମଧ୍ୟ ଆଉ କେତେକ ସ୍ଥାନରେ ଏହି ଉତ୍ସବ ପାଳନ କରାଯିବ। ଗାଁଠୁ ସହର ଯାଏ ସବୁଠି ହୋଲିର ମାହୋଲ। ଏଥିରୁ ବି ବାଦ୍‌ ପଡ଼ିନି ବଲିଉଡ୍‌ ଜଗତ।

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ଲାଗୁଛି ବଲିଉଡରେ ବିବାହ ଋତୁ ସରିନି। ଜଣଙ୍କ ପରେ ଜଣେ ଅଭିନେତା/ଅଭିନେତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହେଉଥିବାର ନଜିର ରହିଛି।

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ୍‌ଙ୍କର ଖୋଲା ହୃଦୟ ସମ୍ପର୍କରେ ବଲିଉଡ୍‌ କଳାକାରଙ୍କଠୁ ଆରମ୍ଭ କରି ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଥରେ ଯଦି ତାଙ୍କ ହୃଦୟରେ କାହା ପ୍ରତି ବିଶ୍ୱାସ ବା ଭଲପାଇବା ଆସିଗଲା ତା’ହେଲେ ଯେ ଯେତେ ଦାମୀ ଜିନିଷ ହେଉ ଗିଫ୍ଟ ଦେବାରେ ସେ କଞ୍ଜୁସି କରନ୍ତିନି।

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ମୁମ୍ବାଇ: ସାଉଥ୍‌ ଅଭିନେତା ପ୍ରଭାସ ନିଜର ଅପ୍‌ କମିଂ ଫିଲ୍ମ ଶାହୋର ସୁଟିଙ୍ଗରେ ଏବେ ବ୍ୟସ୍ତ ରହିଛନ୍ତି। ଏହି ସମୟରେ ତାଙ୍କର ଏକ ଅଜବ ଡିମାଣ୍ଡ ଶୁଣିବାକୁ ମିଳିଛି। 

ସାରାଙ୍କ ପ୍ରଶଂସା ରେ ସୁଶାନ୍ତ

ସାରାଙ୍କ ପ୍ରଶଂସା ରେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତ ଏବଂ ସାରା ଅଲ୍ଲୀ ଖଁ। ଯୋଡିକୁ ଦେଖିବାକୁ ମିଳିଥିଲା ନିକଟରେ ରିଲିଜ ହୋଇଥିବା ‘କେଦାରନାଥ’ରେ। ଫିଲ୍ମଟି ଆଭରେଜ ବିଜନେସ କରିଥିଲା।

୧୬ବର୍ଷ ପରେ

୧୬ବର୍ଷ ପରେ

ଶାହୀଦ କପୁରଙ୍କ ଖୁସି କହିଲେ ନ ସରେ। କାରଣ ଦୀର୍ଘ ୧୬ବର୍ଷ ପରେ ତାଙ୍କର ଏକ ଆଶା ପୂରଣ ହୋଇଛି। ୨୦୦୩ରେ ସେ ଆରମ୍ଭ କରିଥିଲେ ନିଜର ବଲିଉଡ୍‌ କ୍ୟାରିୟର।

ଅଭିନୟ ନିଶାରେ ଜଗା

ଅଭିନୟ ନିଶାରେ ଜଗା

ଗାୟକ ଭାବେ ଆରମ୍ଭ ହୋଇଥିଲା ତାଙ୍କର ଜଲିଉଡ୍‌ କ୍ୟାରିୟର।   ବର୍ତ୍ତମାନ ଗୌରୀ ଗଣନାଟ୍ୟରେ ସେ ନିଜର ଅଭିନୟ ଜାରି ରଖିଛନ୍ତି। ସେ ହେଲେ ଜଗବନ୍ଧୁ ପଣ୍ଡା ଓରଫ ଜଗା।

ଆଶାରେ ଅମ୍ରିତା

ଆଶାରେ ଅମ୍ରିତା

ବେଳେବେଳେ ଜଣେ ଯାହା ଚାହିଁଥାଏ ତାହା ହାତପାହାନ୍ତାରେ ମିଳିଯାଇଥାଏ। ଦେଖୁନାହାନ୍ତି, ଓଡ଼ିଆ ସିନେମାର ଅଭିନୟ କରିବା ପାଇଁ ସେ ଆଶା ବାନ୍ଧି ବସିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା