ସମ୍ପାଦକୀୟ |

ମାନସିକ ରୋଗ ଓ ଖାଦ୍ୟ

ମାନସିକ ରୋଗ ଓ ଖାଦ୍ୟ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଆପଣଙ୍କ ଜାଣିବାରେ କେହି ପାଗଳ ପରି, ସନ୍ଦେହଜନକ, ଉଦାସ, ଅତି ସକ୍ରିୟ, ନିଦ୍ରାହୀନତାଗ୍ରସ୍ତ ଓ ବିନା କାରଣରେ ରାଗିବା ପରି ଲକ୍ଷଣମାନ ପ୍ରକାଶ କରୁଛନ୍ତି କି? ଦେଖନ୍ତୁ ସେ କେତେ ମାଂସ ଖାଉଛନ୍ତି। ବିଶେଷତଃ ପୂର୍ବରୁ ପ୍ୟାକେଜ୍‌ ହୋଇଥିବା ବା ହୋଟେଲର ମାଂସ ଯଥା ହାମ୍‌, ସସେଜ୍‌, ହଟ୍‌ ଡଗ୍‌, ଶୁଷ୍କ ଗୋମାଂସ ବା ତୁର୍କୀ ଜର୍କୀ, ସାଲାମି ପ୍ରଭୃତି ସେ କେତେ ଖାଉଛନ୍ତି ଦେଖନ୍ତୁ। ସମାନ ବୟସର ବିଭିନ୍ନ ଗ୍ରୁପ୍‌ର ଲୋକଙ୍କ ଉପରେ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଏପରି ସମସ୍ୟା ସହ ମାଂସାହାର, ବିଶେଷତଃ ପ୍ରକ୍ରିୟାକୃତ ମାଂସାହାରର ସମ୍ପର୍କ ଅଛି। 
୧୮୭୬ ମସିହାରେ ଜନ୍‌ ହପ୍‌କିନ୍ସ ବାଲ୍‌ଟିମୋର୍‌ରେ ଆମେରିକାର ପ୍ରଥମ ରିସର୍ଚ୍ଚ ୟୁନିଭର୍ସିଟି ପ୍ରତିଷ୍ଠା କରିଥିଲେ, ଯାହାର ଗବେଷଣା ବିଶ୍ୱମାନର ବୋଲି ବିବେଚନା କରାଯାଏ। ଖାଦ୍ୟାଭ୍ୟାସ ସହ ଉପରୋକ୍ତ ମାନସିକ ରୋଗର ସମ୍ପର୍କ ଉପରେ ସେ ଯେଉଁ ଗବେଷଣା କରିଥିଲେ ତାହା ମଲିକ୍ୟୁଲାର ସାଇକିଆଟ୍ରି ପତ୍ରିକାରେ ପ୍ରକାଶ ପାଇଛି। ପୂର୍ବରୁ ଏ ରୋଗର କାରଣ ଭାବେ ଜେନିଟିକ୍ସ, ଡ୍ରଗ୍ସ ଏବଂ ମଲ୍ଟିପ୍‌ଲ ସ୍କ୍ଲେରୋସିସ୍‌ ଓ ହର୍ମୋନ୍‌ ଅସନ୍ତୁଳନ ପରି ରୋଗକୁ ଦାୟୀ କରାଯାଉଥିଲା। କିନ୍ତୁ ଏହା ସହ ଯେ ଖାଦ୍ୟର ସମ୍ପର୍କ ଅଛି ତାହା ନୂତନ ଗବେଷଣାରୁ ଜଣାପଡ଼ିଛି। ଗବେଷକମାନେ ଦେଖିଲେ ଯେ, ଯେଉଁମାନେ ବେଶି ନାଇଟ୍ରେଟେଡ୍‌ ଶୁଷ୍କମାଂସ ଖାଇଛନ୍ତି, ସେମାନଙ୍କଠାରେ ଏଭଳି ମାନସିକ ରୋଗ ଦେଖାଯିବାର ସମ୍ଭାବନା ଅଧିକ ଥାଏ। ନ୍ୟୁରୋଭାଇରୋଲୋଜିର ପ୍ରଫେସର ଡ. ରବର୍ଟ ୟୋଲ୍‌କେନଙ୍କ ନେତୃତ୍ୱରେ ଜନ୍‌ ହପ୍‌କିନ୍ସ ମେଡିସିନ୍‌ର ବୈଜ୍ଞାନିକମାନେ ଏହି ଗବେଷଣା କରିଥିଲେ। ସେମାନେ ୨୦୦୭ରୁ ୨୦୧୭ ମଧ୍ୟରେ ମାନସିକ ରୋଗ ଥିବା ଓ ଏହି ରୋଗ ନ ଥିବା ୧,୧୦୧ ଜଣ ଲୋକଙ୍କୁ ଗବେଷଣାରେ ସାମିଲ କରିଥିଲେ। ମାନସିକ ରୋଗ ନ ଥିବା ଲୋକଙ୍କ ତୁଳନାରେ ମାନସିକ ରୋଗ ଥିବା ଲୋକମାନେ ପ୍ରାୟ ସାଢ଼େ ତିନିଗୁଣ ନାଇଟ୍ରେଟ୍‌ଯୁକ୍ତ ମାଂସ ଖାଇଥିଲେ। ପ୍ରକ୍ରିୟାକୃତ ମାଂସକୁ ସଂରକ୍ଷଣ କରି ଅଧିକ ଦିନ ରଖିବା ଲାଗି ସୋଡିୟମ୍‌ ନାଇଟ୍ରେଟ୍‌ ବା ପୋଟାସିୟମ୍‌ ନାଇଟ୍ରେଟ୍‌ ଆଦି ନାଇଟ୍ରୋଜେନ୍‌ ଯୌଗିକ ବ୍ୟବହାର କରାଯାଏ। ଏହାକୁ କୁହାଯାଏ କିଓରିଂ ମିଟ୍‌। ଏହା ହାମ୍‌, ସସେଜ୍‌, ହଟ୍‌ ଡଗ୍‌, ଶୁଷ୍କ ଗୋମାଂସ ବା ତୁର୍କୀ ଜର୍କୀ, ସାଲାମି ଆଦି ପ୍ରକ୍ରିୟାକୃତ ମାଂସରେ ଦେଖିବାକୁ ମିଳେ। ଉକ୍ତ ନାଇଟ୍ରେଟ୍‌ଯୁକ୍ତ ଖାଦ୍ୟର କ୍ୟାନ୍‌ସର ଓ ସ୍ନାୟୁରୋଗ ସହ ମଧ୍ୟ ସମ୍ବନ୍ଧ ରହିଛି। 
ବୈଜ୍ଞାନିକମାନେ ମୂଷା ଉପରେ ମଧ୍ୟ ନାଇଟ୍ରେଟ୍‌ର ପ୍ରୟୋଗ କରି ସମାନ ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ମୂଷାମାନଙ୍କୁ ନାଇଟ୍ରେଟ୍‌ଯୁକ୍ତ ମାଂସ ଖାଇବାକୁ ଦେବାରୁ ଦୁଇ ସପ୍ତାହ ଭିତରେ ସେମାନଙ୍କଠାରେ ଅତିଶୟ କ୍ରିୟାଶୀଳତା, ଅନିଦ୍ରା, ପାଗଳାମି ଆଦି ଦେଖିବାକୁ ମିଳିଥିଲା। ଏହି ମୂଷାମାନଙ୍କର ଖାଦ୍ୟନଳୀରେ ଥିବା ଅଣୁଜୀବଙ୍କଠାରେ ମଧ୍ୟ ପରିବର୍ତ୍ତନ ଦେଖାଯିବା ସହ ସେମାନଙ୍କ ମସ୍ତିଷ୍କର ପାଥ୍‌ଓ୍ବେ (ପଥ)ରେ ମଧ୍ୟ ପରିବର୍ତ୍ତନ ଦେଖାଗଲା, ଯାହା ମଣିଷଙ୍କ ଦ୍ୱିଧ୍ରୁବୀୟ ବିଶୃଙ୍ଖଳା କ୍ଷେତ୍ରରେ ଘଟିଥାଏ। ଯେଉଁ ମୂଷାଙ୍କୁ ନାଇଟ୍ରେଟ୍‌ଯୁକ୍ତ ମାଂସ ଖାଇବାକୁ ଦିଆଯାଇ ନ ଥିଲା, ସେମାନଙ୍କଠାରେ ଏପରି ବିଶୃଙ୍ଖଳା ଦେଖିବାକୁ ମିଳି ନ ଥିଲା। 
ଜିନୀୟ କାରଣ ଛଡ଼ା ମାନସିକ ସ୍ବାସ୍ଥ୍ୟ ଲାଗି ଖାଦ୍ୟର ମଧ୍ୟ ଭୂମିକା ରହିଛି ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରିବାକୁ ଆରମ୍ଭ କରିଛନ୍ତି। ଜନ୍‌ ହପ୍‌କିନ୍ସ ଗବେଷକମାନଙ୍କ ମତରେ ପାଗଳାମି ଓ ଅନ୍ୟ ମସ୍ତିଷ୍କ ବିଭ୍ରାଟ ପାଇଁ ଖାଦ୍ୟନଳୀରେ ଥିବା ଅଣୁଜୀବମାନେ ଦାୟୀ ହୋଇପାରନ୍ତି। କାରଣ ସେମାନେ ଉଦର ପ୍ରଦାହ ସୃଷ୍ଟି କରନ୍ତି। ତେଣୁ ଯେଉଁମାନଙ୍କଠାରେ ଏଭଳି ପାଗଳାମି ଦେଖାଯାଉଛି, ସେମାନେ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ଗବେଷକମାନେ ମତ ଦେଇଛନ୍ତି। 
ଖାଦ୍ୟରେ ନାଇଟ୍ରେଟ୍‌ ରହିଲେ ତାହା କ୍ୟାନ୍‌ସର ସୃଷ୍ଟି କରିପାରେ, ଯାହାର ଉଦର ପ୍ରଦାହ ସହ ସମ୍ବନ୍ଧ ଅଛି। ଅନ୍ୟ ଗବେଷଣାରୁ ମଧ୍ୟ ଜଣାପଡ଼ିଛି ଯେ, ପାଗଳାମିର ଲକ୍ଷଣ ଥିବା ଲୋକମାନଙ୍କ ଶରୀରରେ ପ୍ରଦାହ ଦେଖିବାକୁ ମିଳେ। ୟୋଲ୍‌କେନ୍‌ଙ୍କ ଦଳ ପୂର୍ବରୁ କରିଥିବା ଅନ୍ୟ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ମାନିଆ (ଉନ୍ମାଦ) ରୋଗୀମାନଙ୍କୁ ପ୍ରୋବାୟୋଟିକ୍ସ (ଉପକାରୀ ବୀଜାଣୁଯୁକ୍ତ ଔଷଧ) ଦିଆଯାଏ, ସେମାନେ ପୁନଶ୍ଚ ହସ୍ପିଟାଲ ଆସିବାର ଆବଶ୍ୟକତା ପଡ଼େ ନାହିଁ କାରଣ ଏହା ପେଟରେ ଥିବା ଅଣୁଜୀବଙ୍କ ଉପରେ ପ୍ରଭାବ ପକାଏ। ପେଟରେ ଥିବା ଅଣୁଜୀବ ମସ୍ତିଷ୍କକୁ ପ୍ରଭାବିତ କରୁଥିବାର ଦିନକୁ ଦିନ ନୂଆ ନୂଆ ପ୍ରମାଣ ମିଳିବାରେ ଲାଗିଛି ବୋଲି ୟୋଲ୍‌କେନ୍‌ ପ୍ରକାଶ କରିଛନ୍ତି। ୨୦୧୬ର ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ମାଇଗ୍ରେନ୍‌ ମୁଣ୍ଡବିନ୍ଧା ଥିବା ଲୋକଙ୍କ ପାକସ୍ଥଳୀରେ ନାଇଟ୍ରେଟ୍‌ ଅବଶୋଷଣ କରୁଥିବା ବୀଜାଣୁ ସଂଖ୍ୟା ଅଧିକ ଥାଏ। ନାଇଟ୍ରୋଜେନ୍‌ ଯୌଗିକ ହିଁ ପାକସ୍ଥଳୀରେ ଜୀବାଣୁଙ୍କୁ ପ୍ରଭାବିତ କରେ। ପରିବର୍ତ୍ତିତ ବୀଜାଣୁ ଅଧିକ ନାଇଟ୍ରେଟ୍‌ ହଜମ କରିବାରେ ସାହାଯ୍ୟ କରନ୍ତି। ତାହା ଅଧିକ ରକ୍ତ ଛାଣିବା କାମ କରିବାରୁ ମାଇଗ୍ରେନ୍‌ ମୁଣ୍ଡବିନ୍ଧା ହୋଇଥାଏ। 
ଆଉ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦ୍ୱିଧ୍ରୁବୀୟ ସମସ୍ୟା ଥିବା ଲୋକମାନଙ୍କୁ ଆଣ୍ଟିବାୟୋଟିକ୍ସ ଦିଆଯିବାରୁ ସେମାନଙ୍କ ସମସ୍ୟାରେ ସୁଧାର ଆସିଛି। ଏହି ଆଣ୍ଟିବାୟୋଟିକ୍ସ ପେଟରେ ଥିବା ବୀଜାଣୁଙ୍କୁ ମାରିଦେବା ଫଳରେ ଏହା ସମ୍ଭବ ହୋଇଛି। ଏଥିରୁ ମାନସିକ ସ୍ବାସ୍ଥ୍ୟ ସହ ଯେ ବୀଜାଣୁମାନଙ୍କର ସମ୍ପର୍କ ଅଛି ତାହା ପ୍ରମାଣିତ ହୋଇଛି। 
ଜନ୍ସ ହପ୍‌କିନ୍ସ ବୈଜ୍ଞାନକ ଗବେଷଣାରୁ ଯାହା ପ୍ରମାଣ କରିଛନ୍ତି, ତାହା ମାତାପିତାମାନେ ସ୍ବାଭାବିକ ଭାବେ ଜାଣିପାରନ୍ତି। ପିଲାଙ୍କୁ ସେମାନେ ଦେଉଥିବା ଖାଦ୍ୟ ପିଲାଙ୍କ ମନୋଭାବରେ ପରିବର୍ତ୍ତନ ଆଣୁଥିବା ସେମାନେ ଜାଣିଥାନ୍ତି। ପିଲାମାନଙ୍କୁ ଅଧିକ ମିଠା ଖାଇବାକୁ ଦେଲେ ସେମାନଙ୍କଠାରେ ମାତ୍ରାଧିକ ସକ୍ରିୟତା, ମାନ୍ଦାପଣ ଓ ଶୋଇବାରେ ସମସ୍ୟା ଦେଖାଯାଏ। କ୍ଷୀର ବା କ୍ଷୀରଜାତ ଖାଦ୍ୟ ଖାଇବାକୁ ଦେଲେ ପିଲାଙ୍କଠାରେ ଚିଡ଼ିଚିଡ଼ା, ବିରକ୍ତି ଓ ଆକ୍ରମଣାତ୍ମକ ଭାବ ଦେଖିବାକୁ ମିଳିପାରେ। କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ପିଲାଙ୍କଠାରେ ଏଡିଏଚ୍‌ଡି (ବ୍ୟବହାରଗତ ବିଶୃଙ୍ଖଳା), ଉଦ୍‌ବେଗ, ଅଧିକ ସକ୍ରିୟତା ଓ ମୁଣ୍ଡବିନ୍ଧା ସୃଷ୍ଟି କରିଥାଏ। ମିଠାରେ ବିଭିନ୍ନ ପ୍ରକାର ରଙ୍ଗ ଦିଆଯାଏ। ମାଆବାପାମାନେ ଭାବନ୍ତି ଯେ ମିଠା ଖାଇବା ଯୋଗୁ ପିଲାଠାରେ ଏପରି ଲକ୍ଷଣ ପ୍ରକାଶ ପାଉଛି। କିନ୍ତୁ ପ୍ରକୃତରେ ମିଠା ନୁହେଁ, କୃତ୍ରିମ ରଙ୍ଗ ହିଁ ଏହାର କାରଣ। ବିଭିନ୍ନ ପାଉଁରୁଟି ଓ ଦହିରେ ବି କୃତ୍ରିମ ରଙ୍ଗ ଛଦ୍ମରୂପରେ ଥାଏ, ଯାହା ଆମେ ଜାଣିପାରୁ ନାହିଁ। ପିଲାର ବ୍ୟବହାରଗତ ପରିବର୍ତ୍ତନ ପାଇଁ ଯଦି ଆପଣ ଚିନ୍ତିତ, ତା’ହେଲେ ତାକୁ ୟେଲୋ ନଂ ୫, ରେଡ୍‌ ନଂ ୪୦ ଓ ବ୍ଲୁ ନଂ ୧ ପରି ରଙ୍ଗଯୁକ୍ତ ଖାଦ୍ୟ ଦିଅନ୍ତୁ ନାହିଁ। ନାଇଟ୍ରେଟ୍‌, ନାଇଟ୍ରାଇଟ୍‌, ସୋଡିୟମ୍‌ ବେଞ୍ଜୋଏଟ୍‌ (ପିଲାଙ୍କ ଜୁସ୍‌ରେ ଥାଏ) ପିଲାମାନଙ୍କଠାରେ ବ୍ୟବହାରଗତ ପରିବର୍ତ୍ତନ ପାଇଁ ଦାୟୀ। ମନୋସୋଡିୟମ୍‌ ଗ୍ଲୁଟାମେଟ୍‌ (ଏମ୍‌ଏସ୍‌ଜି) ହେଉଛି ଏକ ପ୍ରକାର ସ୍ବାଦ ବୃଦ୍ଧିକାରକ, ଯାହା ବ୍ୟବହାରଗତ ପରିବର୍ତ୍ତନ, ଅଧିକ ସକ୍ରିୟତା, ମୁଣ୍ଡବିନ୍ଧା ପ୍ରଭୃତି ସୃଷ୍ଟି କରିଥାଏ। ଯଦି ଆପଣ ନିଜ ପିଲାଙ୍କଠାରେ ବ୍ୟବହାର ଓ ମିଜାଜରେ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି, ତେବେ ଏକ ଫୁଡ୍‌ ଜର୍ନାଲ ପାଖରେ ରଖନ୍ତୁ। ପିଲାଙ୍କୁ କି କି ଖାଦ୍ୟ ଦେଉଛନ୍ତି ଓ ତାହା କି ପ୍ରଭାବ ପକାଉଛି ଲକ୍ଷ୍ୟ ରଖନ୍ତୁ। ମାନସିକ ରୋଗଠାରୁ ଦୂରରେ ରହିବାର ମୂଳସୂତ୍ର ହେଉଛି ରଙ୍ଗଯୁକ୍ତ ଖାଦ୍ୟ ଓ ପ୍ରକ୍ରିୟାକୃତ ମାଂସ ନ ଖାଇବା। ଆଦୌ ମାଂସ ନ ଖାଇବା ସବୁଠାରୁ ଭଲ।          
Email: gandhim@nic.in
All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କର ଏକ ବୃହତ୍‌ ନୀତିଗତ ପଦକ୍ଷେପ ସ୍ବରୂପ ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯୋଡ଼ି ଭାରତର ତୃତୀୟ ବୃହତ୍ତମ ବ୍ୟାଙ୍କ କରିବା ଲାଗି ସୋମବାର ଘୋଷଣା କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ। ୨୦୧୮ ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ଏହି ସମ୍ମିଳିତ ବ୍ୟାଙ୍କର ବଜାର ଅଂଶ ହେଉଛି ଜମା କ୍ଷେତ୍ରରେ ୭.୨ ପ୍ରତିଶତ ଓ ଋଣ ପ୍ରଦାନ କ୍ଷେତ୍ରରେ ୬.୮ ପ୍ରତିଶତ। ଫଳରେ ଜମା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ତୃତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହେବ। ପୁଣି ଏହି ମିଶ୍ରିତ ବ୍ୟାଙ୍କର ସାରା ଦେଶରେ ପ୍ରାୟ ୯୫୦୦ ଶାଖା ଥିବାରୁ ଏ କ୍ଷେତ୍ରରେ ଏ...

ପାକିସ୍ତାନର ଭବିଷ୍ୟତ

ପାକିସ୍ତାନର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଆନ୍ତର୍ଜାତିକ ମାନଦଣ୍ଡ, ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଏକ ମଧ୍ୟମବର୍ଗର ବିକାଶଶୀଳ ରାଷ୍ଟ୍ର। ଏହାର ମାନବ ସମ୍ପଦ ସୁଗଠିତ, ବଳବାନ୍‌ ଓ ଦେଶ ଉତ୍ତମମାନର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ପ୍ରଦେଶରେ ଜଳସେଚିତ ଜମି, ସିନ୍ଧୁନଦୀ ଓ ତାହାର ଶାଖାନଦୀ, ବେଲୁଚିସ୍ତାନର ଖଣିଜ ସମ୍ପଦ ଓ ପ୍ରାକୃତିକ ଗ୍ୟାସ, ଉତ୍ତରାଞ୍ଚଳର ପ୍ରାକୃତିକ ଦୃଶ୍ୟ, ଗିରିଶୃଙ୍ଗ, କରାଚୀର ବ୍ୟବସାୟିକ ପରମ୍ପରା, ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳର ଅବସ୍ଥିତି ହେତୁ ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ବାଂଲାଦେଶ ମୁକ୍ତିଯୁଦ୍ଧ (୧୯୭୧)ରେ ଦେଶ ଦ୍ୱିଖଣ୍ଡିତ ହେବା ପର୍ଯ୍ୟନ୍ତ, ପାକିସ୍ତାନ ବିଶ୍ୱର ...

ଶହୀଦ ଇମାମ ହୁସେନ

ଶହୀଦ ଇମାମ ହୁସେନ

ଇଂ. ରୌଶନ ଖାନ୍‌

ମାନବିକତାର ସୁରକ୍ଷା ପାଇଁ ଯେଉଁମାନେ ଈଶ୍ୱରଙ୍କ ପଥରେ ଜୀବନ ଉତ୍ସର୍ଗ କରନ୍ତି ଓ ଦେଶମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧ କରି ପ୍ରାଣବଳି ଦେଇଥାନ୍ତି, ସେମାନଙ୍କୁ ‘ଶହୀଦ’ କୁହାଯାଏ। ସେହିପରି ଜଣେ ଦେବପୁରୁଷ ଥିଲେ ହଜରତ ଇମାମ୍‌ ହୁସେନ। ସେ ଇରାକର କରବଲା ମୈଦାନରେ ଯୁଦ୍ଧ କରି ୬୧ ହିଜିରିି ମହରମ ୧୦ ଦିନ ଶହୀଦ ହୋଇଥିଲେ। ସେ ହେଉଛନ୍ତି ହଜରତ ମହମ୍ମଦଙ୍କ ନାତି ଓ ଚତୁର୍ଥ ଖଲିଫା ହଜରତ ଅଲ୍ଲିଙ୍କ ପୁତ୍ର।...

ଏଇ ଭାରତରେ

ଏଇ ଭାରତରେ

କୌଣସି ବ୍ୟକ୍ତିକୁ ଶାରୀରିକ ନିର୍ଯାତନା ଦେଲେ ତାହାର ପରିଣତି ଭୋଗିବାକୁ ପଡ଼େ। ଜଣେ ୫୦ବର୍ଷୀୟ ମହିଳାଙ୍କୁ ତାଙ୍କ ଭାଇ ଓ ଭାଉଜ ୨ବର୍ଷ ଧରି ଘରେ ଅଟକ ରଖିବା ସହିତ ଭୋକ ଉପାସରେ ବଞ୍ଚତ୍ବାକୁ ଦେଉଥିଲେ। ଏହାର ପରିଣାମ ସ୍ବରପ ୨ଜଣଙ୍କୁ ଗିରଫ ,...

ଓମେଗା-୩ ଓ ମିଥ୍ୟା ପ୍ରଚାର

ଓମେଗା-୩ ଓ ମିଥ୍ୟା ପ୍ରଚାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରତି କିଛି ବର୍ଷ ବ୍ୟବଧାନରେ ଗୋଟିଏ କମ୍ପାନୀ ତା’ର ମାର୍କେଟିଂ ରଣକୌଶଳ ହିସାବରେ ପ୍ରଚାର କରେ ଯେ ଏକ ନୂତନ ସୁପରଫୁଡ୍‌ ଜନ୍ମଲାଭ କରିଛି। ବର୍ତ୍ତମାନ ବହୁ ବିଜ୍ଞାପିତ ସେପରି ଏକ ସୁପରଫୁଡ୍‌ ହେଉଛି Matcha tea ବା ମାଚା ଚା, ଯାହା ମେଦବହୁଳତା, ଡାଇବେଟିସ୍‌, ଆଣ୍ଠୁଗଣ୍ଠି ବାତ ପ୍ରଭୃତି ସବୁ ସମସ୍ୟାର ସମାଧାନ କରିପାରୁଛି ବୋଲି କୁହାଯାଉଛି। ଏହା କିନୁଆ, ଚିଆ ମଞ୍ଜି, ଲେହ କୋଳି, ବ୍ରାଜିଲ ନଟ୍‌, ବ୍ଲୁବେରୀ, ହଳଦୀ, ସ୍ପିରୁଲିନା, ଗୋଜି ବେରୀ, କଳା ଚକୋଲେଟ୍‌, ରେଡ୍‌ ଓ୍ବା...

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ଇଂରେଜୀ କବି ଜନ୍‌ ଡନ୍‌ଙ୍କର ଏକ କବିତା ଅଛି- ‘କାହା ପାଇଁ ବାଜେ ଏ ଘଣ୍ଟା’। କୌଣସି ମଣିଷର ମୃତ୍ୟୁର ସୂଚନା ହିସାବରେ ବାଜୁଥିବା ଗୀର୍ଜାର ଘଣ୍ଟା ପ୍ରସଙ୍ଗରେ କୁହାଯାଇଛି ଯେ, ଏ ଘଣ୍ଟା ଯାହା ପାଇଁ ବି ବାଜୁନା କାହିଁକି ମନେରଖ ଏ ଘଣ୍ଟା ତୁମ ପାଇଁ ହିଁ ବାଜୁଛି, କାରଣ ତାଙ୍କ ମୃତ୍ୟୁଠୁ ତୁମ ମୃତ୍ୟୁ ବେଶି ଦୂର ନୁହେଁ। ଗୀର୍ଜାର ଘଣ୍ଟା ପରି ଆମ କଲେଜଗୁଡ଼ିକରେ...

ଧର୍ମ ଜୀବନର ରକ୍ଷାକବଚ

ଧର୍ମ ଜୀବନର ରକ୍ଷାକବଚ

ଶିବରାମ ଶତପଥୀ

ଗୀତାରେ ଅଛି, ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ଅର୍ଥାତ୍‌ କରିଥିବା ସାମାନ୍ୟତମ ଧର୍ମ ମଧ୍ୟ ସମୟ ପଡ଼ିଲେ ପ୍ରାଣୀକୁ ବଡ଼ ଭୟ (ମୃତ୍ୟୁଭୟ)ରୁ ରକ୍ଷାକରେ। ତେବେ ଏହି ଧର୍ମ କ’ଣ? ମହାଭାରତ ବନପର୍ବରେ ଯକ୍ଷ (ଛଦ୍ମବେଶୀ ଧର୍ମ)ଙ୍କ ପ୍ରଶ୍ନ (କଃ ପନ୍ଥାଃ)ର ଉତ୍ତରରେ ଯୁଧିଷ୍ଠିର କହିଥିଲେ- ନାନା ମୁନିଙ୍କର ନାନା ମତ। ସେହିପରି ବେଦ ମଧ୍ୟ ଗୋଟିଏ ନୁହେଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ...

ଏଇ ଭାରତରେ

ଏଇ ଭାରତରେ

ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କର୍ମଚାରୀଙ୍କୁ ନୂଆ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ମହିଳା କର୍ମଚାରୀଙ୍କୁ ଏନେଇ ସ୍ବତନ୍ତ୍ର ତାଲିମ୍‌ ପ୍ରଦାନ କରାଯାଉଛି। କିପରି କମ୍‌ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ଏସ୍‌କର୍ଟ କରି ...

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...