ସମ୍ପାଦକୀୟ |

ଚକ୍ରି ଦୋଳି

ଚକ୍ରି ଦୋଳି

ବିଚିତ୍ର ବିଶ୍ୱାଳ

ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନର ବାସ୍ତବ ପରିଣତି ଓ ସରକାରଙ୍କ ଘୋଷଣା ଭିତରେ ଥିବା ଆକାଶପାତାଳ ପ୍ରଭେଦ ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ମାମେଲାକାଙ୍କ ଅଭିଜ୍ଞତାରୁ ଭଲଭାବେ ବୁଝି ହେବ। ସମ୍ପ୍ରତି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ନରେଗା)କୁ ସବୁଠାରୁ ଅଧିକ ଫଳପ୍ରଦ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଭାବେ ପରିଗଣିତ କରାଯାଉଥିବା ବେଳେ ତାହାର ବାସ୍ତବ ପରିସ୍ଥିତି ଯେତିକି ହାସ୍ୟାସ୍ପଦ ସେତିକି ଦୁର୍ଭାଗ୍ୟଜନକ। ବେକାରମାନଙ୍କ କର୍ମନିଯୁକ୍ତି କଥା ଉଠିବା ମାତ୍ରେ ସରକାରରେ ଥିବା ନେତା, ମନ୍ତ୍ରୀ ଓ ଅଫିସରମାନେ ସଙ୍ଗେ ସଙ୍ଗେ ନରେଗା ଯୋଜନାରେ କେତେକୋଟି ଟଙ୍କା ଖର୍ଚ୍ଚ ହେଉଛି, ସେ ହିସାବ ଦେବାକୁ ବାହାରି ପଡୁଛନ୍ତି। କିନ୍ତୁ ବାସ୍ତବ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ନରେଗା ଏବେ କେବଳ ଧନୀ ଜେସିବି ମାଲିକମାନଙ୍କୁ ହଁି ରୋଜଗାର ଯୋଗାଇ ଦେଉଥିବା ବେଳେ ଗାଁର ଗରିବ ଲୋକମାନଙ୍କର ନାଁ ଓ ପାସ୍‌ବୁକ୍‌ ହଁି କେବଳ ସେଥିପାଇଁ ବ୍ୟବହାର ହେଉଛି। ପରିସ୍ଥିତି ଏପରି ହୋଇଛି ଯେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ନରେଗା ଜବ୍‌କାର୍ଡକୁ ଲୋକମାନେ ତିନିଶହ ଟଙ୍କାରେ ଠିକାଦାରକୁ ଦେଉଛନ୍ତି। ଲୋକମାନେ ଭାବୁଛନ୍ତି କିଛି ନ ମିଳିବା ଅପେକ୍ଷା ତିନିଶହ ଟଙ୍କା ମିଳିଯିବା ଭଲ। ମେଶିନ୍‌ରେ ହେଉଥିବା କାର୍ଯ୍ୟକୁ ଠିକାଦାର ଲୋକମାନଙ୍କ ଜବ୍‌କାର୍ଡରେ ଚଢ଼ାଉଛି। ବ୍ୟାଙ୍କ୍‌ରେ ଟଙ୍କା ଜମା ହେବା ପରେ ଠିକାଦାର ଉପସ୍ଥିତିରେ ଲୋକମାନେ ଟଙ୍କା ଉଠାଉଛନ୍ତି ଓ ଠିକାଦାର ସେମାନଙ୍କୁ ଜବ୍‌କାର୍ଡ ପିଛା ତିନିଶହ ଟଙ୍କା ଦେଇ ବାକି ଟଙ୍କା ନିଜେ ନେଉଛି। ଏକଥା ପ୍ରଶାସନିକ ଅଧିକାରୀଙ୍କୁ ଜଣା ନ ଥାଇପାରେ। ସମ୍ପ୍ରତି ଦ୍ରୁତଗତିରେ ଲୋକମାନେ ନରେଗା କାମରୁ ମୁହଁ ଫେରାଉଛନ୍ତି। କାରଣ ନରେଗା, ସ୍ଥାନୀୟ ଭାଷାରେ ଯାହାକୁ କୁଲିକାମ କୁହାଯାଉଛି, ତା’ର ମଜୁରି ପାଇବା ପାଇଁ ଲୋକମାନଙ୍କୁ ୬ ମାସରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଅନେକ ସମୟରେ ଏହା ବର୍ଷକରୁ ମଧ୍ୟ ଗଡ଼ି ଯାଉଛି। ଏପରି ପରିସ୍ଥିତିରେ ଲୋକମାନେ ଏଭଳି ସରକାରୀ କାମକୁ ଯିବା ଅପେକ୍ଷା କମ୍‌ ମଜୁରିରେ ସାହୁକାର କାମକୁ ଯିବାକୁ ଅଧିକ ପସନ୍ଦ କରୁଛନ୍ତି। ବିଷମକଟକ ବ୍ଲକ୍‌ର ତାଡ଼ ଗ୍ରାମର ମାମେଲାକାଙ୍କ କୁଲିକାମକୁ ନେଇ ଅଙ୍ଗେନିଭା ଅନୁଭୂତି ସରକାରଙ୍କ ନରେଗା ଯୋଜନାର ଅସଲ ଚେହେରାକୁ ପରିପ୍ରକାଶ କରୁଛି।
ଜବ୍‌କାର୍ଡ ପାଇବାର ପ୍ରାୟ ଦୁଇବର୍ଷ ପରେ ପ୍ରଥମ କରି କାମ ମିଳିଲା ମାମେଲାକାଙ୍କୁ। ତା’ ସହିତ ତାଙ୍କ ଗାଁର ଆହୁରି ପଚିଶ ତିରିଶ ଜଣ ବି ସେହି କାମରେ ଲାଗିଲେ। କାମ ସରିବାର ପ୍ରାୟ ଚାରିମାସ ପରେ ବି ମାମେଲାକା ଓ ଅନ୍ୟ ଲୋକମାନଙ୍କୁ ମଜୁରି ମିଳିଲା ନାହଁି। ଗରିବ ଆଦିବାସୀ ଲୋକ। ବଞ୍ଚତ୍ବା ପାଇଁ ସଞ୍ଜ ବେଳକୁ ମଜୁରି ଦରକାର। ନ ହେଲେ ଖାଇବେ କ’ଣ? ଚାରିମାସ ଧରି ମଜୁରି ନ ମିଳିଲେ ସେମାନେ ବଞ୍ଚତ୍ବେ କେମିତି! ଫଳରେ ବାଧ୍ୟ ହୋଇ ମାମେଲାକା ସରପଞ୍ଚ ବାବୁଙ୍କ ପାଖରେ ପହଞ୍ଚିଲେ। ବିଚରା ସରପଞ୍ଚ ବା କରିବେ କ’ଣ! ମାମେଲାକା ଓ ଅନ୍ୟ ଲୋକମାନଙ୍କର ବ୍ୟସ୍ତତାକୁ ଦେଖି ସରପଞ୍ଚ କହିଲେ, ମଁୁ କ’ଣ କରିବି, ବ୍ଲକ୍‌ ଅଫିସ୍‌ ଯାଇ ବିଡିଓଙ୍କୁ ଦେଖା କର।
ଦୀର୍ଘ ତିରିଶ କିଲୋମିଟର ବାଟ ବ୍ଲକ୍‌ ଅଫିସ। ଦି ତିନି ଥର ବ୍ଲକ୍‌କୁ ଯିବା ପରେ ମାମେଲାକା ବିଡିଓଙ୍କ ଭେଟ ପାଇଲେ। ବିଡିଓ ସବୁ ଶୁଣିଲେ ଓ ତା’ପରେ କହିଲେ, କମ୍ପ୍ୟୁଟର ରୁମ୍‌ରେ ବସିଥିବା ବାବୁଙ୍କ ପାଖକୁ ଯାଇ କୁହ। ମାମେଲାକା କାକୁତି ମିନତି ମୁଦ୍ରାରେ ହାତଯୋଡ଼ି କମ୍ପ୍ୟୁଟର ବାବୁଙ୍କ ଆଗରେ ଡରିମରି ଠିଆ ହେଲେ। ମାଉସ୍‌ ଉପରେ ଆଙ୍ଗୁଠି ଗଡ଼େଇ ଗଡ଼େଇ ପ୍ରାୟ ପାଞ୍ଚ ମିନିଟ୍‌ ପରେ କମ୍ପ୍ୟୁଟର ବାବୁ ଚାହଁିଲେ ମାମେଲାକା ଆଡ଼କୁ। ତା’ପରେ କହିଲେ, ଏଠି କ’ଣ ମଜୁରି ମିଳିବ! କ୍ୟାଶିୟର୍‌ ବାବୁଙ୍କୁ ପଚାର।
ସେହିପରି ତିନି ଚାରି ଥର ଯିବା ପରେ ଅନେକ ଚେଷ୍ଟା କରି ମାମେଲାକା ଭେଟିଲେ କ୍ୟାଶିୟର ବାବୁଙ୍କୁ। ସେ କେତେଗୁଡ଼ାଏ କାଗଜପତ୍ର ଦେଖି କହିଲେ ମଜୁରି ଟଙ୍କା ତ ବ୍ୟାଙ୍କ୍‌ ଖାତାରେ ଡିପୋଜିଟ୍‌ ହୋଇଯାଇଛି। ବ୍ୟାଙ୍କ୍‌କୁ ଯାଅ। ମାମେଲାକା ଓ ତା’ ସହିତ ଯାଇଥିବା ଗାଁର ଅନ୍ୟ ଲୋକମାନେ ଦୌଡ଼ିଲେ ବ୍ୟାଙ୍କ୍‌କୁ। ବ୍ୟାଙ୍କ୍‌ରେ ଲମ୍ବା ଲାଇନ୍‌ ଟପି ତାଙ୍କ ପାଳି ଆସିବା ପରେ ବ୍ୟାଙ୍କ୍‌ ଅଫିସର ଆଶ୍ଚର୍ଯ୍ୟ ହୋଇ ଚାହଁିଲେ ଲୋକମାନଙ୍କୁ ଓ କହିଲେ, ଟଙ୍କା ତ ଖାତାକୁ ଆସିନି। ମଁୁ କେଉଁଠୁ ଦେବି! ସରପଞ୍ଚଙ୍କୁ ଦେଖା କର। ସାଥୀ ଓ ଅନ୍ୟମାନେ ମୁଣ୍ଡରେ ହାତ ଦେଇଦେଲେ ଓ ମନ ଦୁଃଖରେ ଘରକୁ ଫେରିଲେ।
ମଜୁରି ନ ମିଳିଲେ ବଞ୍ଚିବେ କେମିତି! ଫଳରେ ମାମେଲାକା ଓ ଗାଁର ଅନ୍ୟଲୋକମାନେ ତା’ ପରଦିନ ପୁଣି ଥରେ ସରପଞ୍ଚଙ୍କ ପାଖକୁ ଗଲେ। ସରପଞ୍ଚ ପୂର୍ବ ପରି ନିରାଶବାଣୀ ଶୁଣାଇଲେ ଓ କହିଲେ ବିଡିଓଙ୍କୁ ଭେଟ। ମାମେଲାକା ଓ ଅନ୍ୟମାନେ ବିଡିଓଙ୍କୁ ଭେଟିଲେ। ପୁଣି ବିଡିଓ କହିଲେ, କମ୍ପ୍ୟୁଟର ବାବୁଙ୍କ ପାଖକୁ ଯାଅ...।
କୁଲି ମଜୁରି ପାଇଁ ମାମେଲାକା ଓ ଗାଁ’ର ଅନ୍ୟ ଲୋକମାନେ ଏମିତି ଏ ଅଫିସ୍‌ ସେ ଅଫିସ୍‌ ହୋଇ ଚକ୍ରି ଦୋଳିରେ ବୁଲୁଥିବା ବେଳେ, ରାଜ୍ୟ ସରକାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ସଫଳ ପ୍ରଣୟନ ପାଇଁ କେନ୍ଦ୍ର ସରକାରଙ୍କଠାରୁ ସାବାସି ପାଉଥିଲେ। ଅଞ୍ଚଳରେ ଜେସିବିର ସଂଖ୍ୟା ବଢ଼ୁଥିଲା। ବିଚରା ଗରିବ ଆଦିବାସୀମାନେ ଆଉ ସରକାରୀ କାମକୁ ଯିବେନି ବୋଲି ନିଷ୍ପତ୍ତି ନେଲେ। ଏହା ବି ପରୋକ୍ଷରେ ଠିକାଦାରମାନଙ୍କ ପାଇଁ ଲାଭଦାୟକ ହେଲା। ଲୋକମାନେ ଆଉ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନ ଗଲେ ବି ଏହାର ପ୍ରଭାବ ସରକାରଙ୍କ ଉପରେ ପଡ଼ୁ ନ ଥିଲା। କାରଣ ଯୋଜନାର ଟଙ୍କା ଠିକ୍‌ଠାକ୍‌ ଖର୍ଚ୍ଚ ହେଉଥିଲା। ଅବଶ୍ୟ ତାହା ଲୋକଙ୍କ ପାଖକୁ ଯାଉଥିଲା କି ଯାଉ ନ ଥିଲା, ତାହା ଭିନ୍ନ ପ୍ରସଙ୍ଗ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, bichitrabiswal@gmail.com
All Right Reserved By

ସମ୍ପାଦକୀୟ |

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଯେତେ ସମ୍ପ୍ରଦାୟ ରହିଛି ସେମାନଙ୍କ ଚାଲିଚଳନ, ରୀତିନୀତି ଓ କଥାବାର୍ତ୍ତା ଭିନ୍ନ। ପ୍ରଥା, ପରମ୍ପରା ମଧ୍ୟ ଭିନ୍ନ ପ୍ରକାର। ସେଭଳି ସମ୍ପ୍ରଦାୟ ସଭ୍ୟ ଜଗତଠାରୁ ବହୁ ଦୂରରେ ରହିଥାଆନ୍ତି। 

ଯଥାର୍ଥ ସଫଳତା

ଯଥାର୍ଥ ସଫଳତା

ବାନ୍ଧବୀ ଫୋନ କଲେ କେତେବେଳେ ସମୟ ହେବ ମୁଁ ଆସନ୍ତି, ଝିଅର ଜାତକ ଟିକେ ଭଲକରି ଦେଖନ୍ତେ। କ’ଣ ତା’ ଭାଗ୍ୟରେ ଅଛି, ପରୀକ୍ଷା ଫଳ ଯାହା ଭାବିଥିଲୁ ତାହା ହେଲା ନାହିଁ। ୮୯% ରଖିଲା, ୯୦% ବି ଛୁଇଁଲା ନାହିଁ। ସେ କାହିଁକି ସର୍ବଦା ଏମିତି ଅସଫଳ ହେଉଛି?

କଥାରେ ଧନୀ, କାମରେ ଶୂନ୍‌

କଥାରେ ଧନୀ, କାମରେ ଶୂନ୍‌

ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସମସ୍ୟା ହେଉଛି ବେକାରି। ମଣିଷ ଯେତେ ଆଗକୁ ମାଡ଼ିଚାଲିଛି, ଯେତେ ନୂତନ ଜ୍ଞାନକୌଶଳ ଉଦ୍ଭାବନ ହେଉଛି, ବେକାରି ସମସ୍ୟା ସେତେ ଉତ୍କଟ ହେଉଛି।

ଡିଜିଟାଲ ଯୁଦ୍ଧ

ଡିଜିଟାଲ ଯୁଦ୍ଧ

ବିଶ୍ୱରେ ପ୍ରତି କ୍ଷେତ୍ରରେ ନିରନ୍ତର ପରିବର୍ତ୍ତନ ଘଟିଚାଲିଛି। ଦିନ ଥିଲା ଲୋକେ ରେଡିଓ ଶୁଣୁଥିଲେ। ଟେଲିଭିଜନ ଆସିବା ପରେ ରେଡିଓର ଆଦର କମିଲା। ଇଣ୍ଟରନେଟ୍‌ର ବହୁଳ ପ୍ରସାର ଯୋଗୁ ଏବେ ସବୁକିଛି ଡିଜିଟାଲମୁହଁ।।

ସିବିଆଇକୁ ମନା

ସିବିଆଇକୁ ମନା

ଭାରତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ବିଶ୍ୱସନୀୟତା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଏହାକୁ ଏକ ନିରପେକ୍ଷ ସଂସ୍ଥା ଭାବେ ଗଣାଯାଉଥିଲା। ନିକଟ ଅତୀତରେ ଏହାର ଶୀର୍ଷ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସର୍ବୋଚ୍ଚରେ ପହଞ୍ଚିଲା ପରେ ଘଟଣା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଓ ସୁପ୍ରିମକୋର୍ଟରେ ପଡ଼ିିଛି। 

ଦେଶ ବିଭାଜନ ପାଇଁ ଦାୟୀ କିଏ

ଦେଶ ବିଭାଜନ ପାଇଁ ଦାୟୀ କିଏ

ବିପିନ ବିହାରୀ ମିଶ୍ର

କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ବିଦ୍ୟାରେ ଜଣେ ଡାକ୍ତର, ବୃତ୍ତିରେ ରାଜନୀତିଜ୍ଞ ଓ ତାଙ୍କର ବିଭିନ୍ନ ପ୍ରକାର ସଉକ ଅଛି। ଆରମ୍ଭରୁ ପରିଚିତ ହୋଇଗଲେ ଯେହେତୁ ସେ ଶେଖ୍‌ ଅବଦୁଲ୍ଲାଙ୍କ ପୁଅ।

ଆଚାରେ ଲକ୍ଷ୍ମୀ

ଆଚାରେ ଲକ୍ଷ୍ମୀ

ଅଲେଖ ଚନ୍ଦ୍ର ମିଶ୍ର 

ଭାଇ! ଗୋଟିଏ ଅନୁରୋଧ କରିବି, ରଖିବ? ମଧ୍ୟାହ୍ନ ବିରତିର ଏକ ନିରୋଳା ମୁହୂର୍ତ୍ତରେ ରଜନୀଶଙ୍କ କୋଠରି ଭିତରକୁ ପ୍ରବେଶ କରି ତାଙ୍କ କାନ ପାଖରେ ଚୁମ୍ବକରେ ସୂଚେଇଲେ ଦୀନନାଥ। 

ଏଇ ଭାରତରେ

ଏଇ ଭାରତରେ

ପୂର୍ବାପେକ୍ଷା ଆଜିକାଲି ଲୋକେ ଖୁବ୍‌ ସଚେତନ ହେଲେଣି। ନିଜ ମର୍ଜିରେ ଚଳିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିପାଇଁ ଜଣେ ଝିଅ ବିବାହ ପୂର୍ବରୁ ସର୍ତ୍ତ ରଖିଛନ୍ତି। ତାହା ହେଲା ବାହାଘର ପୂର୍ବରୁ ଶାଶୁଘର ଲୋକେ ଶୌଚାଳୟ ନିର୍ମାଣ କରିବେ।

କଂଗ୍ରେସ ପାଇଁ ଆହ୍ବାନ

କଂଗ୍ରେସ ପାଇଁ ଆହ୍ବାନ

ଆକାର ପଟେଲ

ଆମ ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ବଡ଼ ଗୁଣ ହେଲା, ସେ ଖୁବ୍‌ ଭଲ ଯୁକ୍ତି କରିପାରନ୍ତି। ସେ କୌଣସି ସାଧାରଣ ଜିନିଷକୁ ଲୋକମାନେ ବିଶ୍ୱାସ କଲାଭଳି ନୂଆ ଢଙ୍ଗରେ ଉପସ୍ଥାପନ କରିପାରନ୍ତି। ଚଳିତ ସପ୍ତାହରେ କଂଗ୍ରେସ ଦାବି କଲା ଯେ, ଜବାହରଲାଲ ନେହେରୁ ତିଆରି କରିଥିବା ବ୍ୟବସ୍ଥା ଯୋଗୁ ସେ ଆଜି ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଏହାର ଉତ୍ତରରେ ମୋଦି କହିଲେ, ”ମୁଁ ସେମାନଙ୍କୁ ଆହ୍ବାନ କରୁଛି, କଂଗ୍ରେସର କୌଣସି ଭଲ ନେତାଙ୍କୁ ଗାନ୍ଧୀ ପରିବାର ବାହାରୁ ପାଞ୍ଚବର୍ଷ ପାଇଁ ଦଳର ...

ଆମ ଗାଁର ଚିତ୍ରପଟ

ଆମ ଗାଁର ଚିତ୍ରପଟ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ସକାଳ ଦଶଟାରେ ବି ଦଶମିଟର ଦୂରର ଦୃଶ୍ୟ ଦେଖି ହେଉ ନ ଥିବା ଆମ ଦେଶର ରାଜଧାନୀ ଦିଲ୍ଲୀ ଭଳି ଆମ ଭୁବନେଶ୍ୱରର ବି ସମାନ ଅବସ୍ଥା ହେବ ବୋଲି ପରିବେଶବିତ୍‌ମାନେ ସତର୍କ କଲା ପରେ ଏଠାକାର ବାସିନ୍ଦାମାନଙ୍କ ମନରେ ଛନକା ପଶିଲାଣି। କେବଳ ପରିବେଶ ପ୍ରଦୂଷଣ ନୁହେଁ, ଏକ ସାମାଜିକ ଓ ସାଂସ୍କୃତିକ ଅବକ୍ଷୟର ବିଷାକ୍ତ ବଳୟ ମଧ୍ୟରେ ଅବରୁଦ୍ଧ ହୋଇ ଉଠୁଥିବା ଆମ ରାଜ୍ୟ ରାଜଧାନୀର ନବ୍ୟ ଚେହେରା ପ୍ରତ୍ୟକ୍ଷ କରି ସେଦିନ ଜଣେ ବନ୍ଧୁ ପ୍ରତିକ୍ରିୟା ପ୍ରକାଶ କରି କହୁଥିଲେ, ‘ଏଠାକାର ବହୁ...

ଆଚରଣ ପରିବର୍ତ୍ତନକାରୀ

ଆଚରଣ ପରିବର୍ତ୍ତନକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ଇନ୍‌ଫୋସିସ୍‌ ସାଇନ୍ସ ଫାଉଣ୍ଡେଶନ (ଆଇଏସ୍‌ଏଫ୍‌) ପକ୍ଷରୁ ପ୍ରତିବର୍ଷ ଗବେଷକ, ବୈଜ୍ଞାନିକ, ସମାଜ ବିଜ୍ଞାନୀ ଏବଂ ଇଞ୍ଜିନିୟରମାନଙ୍କୁ ୬ଟି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଆସୁଛି। ୨୦୧୮ ସକାଶେ ଇଞ୍ଜିନିୟରିଂ ଆଣ୍ଡ୍‌ କମ୍ପ୍ୟୁଟର ସାଇନ୍ସ ପାଇଁ ନବକାନ୍ତ ଭଟ୍ଟ, ମାନବବାଦ ସମ୍ବନ୍ଧୀୟ ଅଧ୍ୟୟନ ଲାଗି କବିତା ସିଂ, ଜୀବ ବିଜ୍ଞାନ ନିମନ୍ତେ ରୂପ ମଲିକ୍‌, ଗାଣିତିକ ...

ଏଇ ଭାରତରେ

ଏଇ ଭାରତରେ

କ୍ରୋଧ ପରମ ଶତ୍ରୁ। କ୍ରୋଧୀ ବ୍ୟକ୍ତି ଅନ୍ୟର କ୍ଷତି ଘଟାଇବା ସହିତ ନିଜର ମଧ୍ୟ କ୍ଷତି କରିଥାଆନ୍ତି। ୩୨ବର୍ଷ ବୟସର ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ସହିତ କଳି କରି ନିଜ ଶିଶୁକନ୍ୟାଙ୍କୁ ହତ୍ୟାକରିବା ଭଳି ଏକ ବିରଳ ଘଟଣା ରାଜସ୍ଥାନରେ ଘଟିଛି। ଏହି ରାଜ୍ୟର ଝଲଓ୍ବାର ...