ସମ୍ପାଦକୀୟ |

ନାନା ଧର୍ମ, ନାନା ଦେଶରେ ବିନାୟକ

ନାନା ଧର୍ମ, ନାନା ଦେଶରେ ବିନାୟକ
ବ୍ରହ୍ମାନନ୍ଦ ପଣ୍ଡା

ପୁରାଣ ମତରେ ଭାଦ୍ର କୃଷ୍ଣ ଚତୁର୍ଥୀରେ ଗଣେଶଙ୍କର ଜନ୍ମ ଏବଂ ଭାଦ୍ର ଶୁକ୍ଳ ଚତୁର୍ଥୀରେ ତାଙ୍କର ଗଜାନନ ରୂପରେ ଜୀବନ୍ୟାସ ହୋଇଥିଲା। ଏଥିପାଇଁ ମତାନ୍ତର ସହ ବିଭିନ୍ନ ସ୍ଥାନରେ ଭାଦ୍ର କୃଷ୍ଣ ଓ ଶୁଳ୍କ ଚତୁର୍ଥୀରେ ଗଣେଶଙ୍କର ପୂଜା କରାଯାଏ। ଭିନ୍ନ ମତ ଅନୁସାରେ ମାଘ ଶୁକ୍ଳ ଚତୁର୍ଥୀରେ ମଧ୍ୟ ଗଣେଶ ପୂଜା କରାଯାଏ। ଗଣେଶଙ୍କ ଷୋଡ଼ଶ ଉପଚାର ପୂଜାରେ ଜଳ, ଦଧି, କୁଶ, ଦୂବ, ପୁଷ୍ପ, ଅକ୍ଷତ, କୁଙ୍କୁମ, ହଳଦିଆ ସୋରିଷ ଏବଂ ସୁପାରି ମିଶ୍ରଣ ଅର୍ଘ୍ୟ ରୂପେ ଦିଆଯାଏ। ପ୍ରିୟ ଦ୍ରବ୍ୟ ଦୂବ। ଗଣେଶ ସମସ୍ତ ଆଧିଭୌତିକ, ଆଧିଦୈବିକ ଓ ଆଧ୍ୟାତ୍ମିକ କର୍ମରେ ବିଘ୍ନନାଶକ ଓ ସଂକଟ ମୋଚନକାରୀ ହୋଇଥିବାରୁ ପ୍ରତ୍ୟେକ ମାସ ଶୁକ୍ଳ ଚତୁର୍ଥୀରେ ମଧ୍ୟ ଗଣେଶ ପୂଜା କରାଯାଇଥାଏ, ଯାହାକୁ ବିନାୟକ ଚତୁର୍ଥୀ ବା ଗୌରୀଗଣେଶ ଚତୁର୍ଥୀ କୁହାଯାଏ। 
ବିନାୟକଙ୍କ ବୃହତ୍‌ କର୍ଣ୍ଣ ଯୁଗଳ ଦ୍ୱାରା ସେ ବହୁତ ଶୁଣନ୍ତି ଏବଂ କମ୍‌ କୁହନ୍ତି। ସେଥିପାଇଁ କୁହାଯାଏ- Listener is gold, talker is silver. ହାତୀର ଆଖି ଛୋଟ। ଛୋଟ ଆଖିରେ ବିନାୟକ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖନ୍ତି। 
ଏକଦା ଦେବତାମାନଙ୍କ ମଧ୍ୟରେ ‘କିଏ ଅଗ୍ରପୂଜ୍ୟ’ ହେବେ, ତା’ ଉପରେ ବିତର୍କ ହେଲା। ସେଥିପାଇଁ ଦେବ ସେନାପତି କାର୍ତ୍ତିକେୟ ଓ ଗଣେଶଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଲା। ସର୍ତ୍ତ ଥିଲା, ଯିଏ ତିନିଥର ବିଶ୍ୱ ପରିକ୍ରମଣ କରି ଭଗବାନ ଶିବଙ୍କ ପାଖରେ ପ୍ରଥମେ ପହଞ୍ଚିବ, ସେ ହିଁ ଅଗ୍ରପୂଜ୍ୟ ହେବ। କାର୍ତ୍ତିକେୟ ତାଙ୍କ ମୟୂର ବାହନରେ ତିନିଥର ବିଶ୍ୱ ପରିକ୍ରମଣ କରି ଶିବଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବୁଦ୍ଧିମାନ ଗଣେଶ ତାଙ୍କ ମୂଷିକ ବାହନରେ ତିନିଥର ଜଗତର ପିତାମାତା ଶିବପାର୍ବତୀଙ୍କୁ ପରିକ୍ରମଣ କରିଥିଲେ। ଗଣେଶ ବିଜେତା ବୋଲି ଦାବି କରନ୍ତେ କ୍ରୋଧୀ କାର୍ତ୍ତିକେୟ ତାଙ୍କର ଏକ ଦାନ୍ତ ଭାଙ୍ଗି ଦେଇଥିଲେ। ମାତ୍ର ଧୀ ଓ ଧୈର୍ଯ୍ୟବନ୍ତ ଗଣେଶଙ୍କର ଯୁକ୍ତି ଥିଲା, ପିତାମାତା ବିଶ୍ୱ ବ୍ରହ୍ମାଣ୍ଡରେ ସବୁଠାରୁ ଶ୍ରେଷ୍ଠ। ବିଶ୍ୱ ବ୍ରହ୍ମାଣ୍ଡର ସବୁ ଦେବ ପିତା ଶିବଙ୍କର ଆଶ୍ରିତ। ପଦ୍ମ ପୁରାଣ ପ୍ରମାଣ ଦିଏ- ”ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ।“ ପିତାଙ୍କଠାରୁ ମାତା ଶତଗୁଣ ବଡ଼- ‘ପିତୁଃ ଶତଗୁଣଂ ମାତା’। ପିତାମାତା ରୂପକ ବ୍ରହ୍ମାଣ୍ଡ ଚତୁଃପାର୍ଶ୍ୱରେ ତ୍ରିବାର ଘୂର୍ଣ୍ଣନ କରି ସେ ପ୍ରଥମେ ସର୍ତ୍ତ ପୂରଣ କରିଛନ୍ତି। ଶେଷରେ କାର୍ତ୍ତିକେୟଙ୍କର ଶକ୍ତି, ସାମର୍ଥ୍ୟ, ଗର୍ବ ଓ ଅହଂକାର ଉପରେ ଗଣେଣଙ୍କର ବିଦ୍ୟା, ବୁଦ୍ଧି, ଧୈର୍ଯ୍ୟ ଓ ପିତୃଭକ୍ତିର ବିଜୟ ହେଲା। ସମସ୍ତ ଦେବତା ଏକମତ ହୋଇ ଏକଦନ୍ତ ଗଣେଶଙ୍କୁ ଅଗ୍ରପୂଜ୍ୟ ଦେବତା ରୂପେ ଘୋଷଣା କଲେ। 
ବିବାହାଦି ସମସ୍ତ ମାଙ୍ଗଳିକ କର୍ମରେ ପ୍ରଥମେ ବିଘ୍ନନାଶକ ଗଣେଶ ଓ ପରେ ଅନ୍ୟ ଦେବତାଙ୍କର ଆବାହନ ଓ ପୂଜା କରାଯାଏ। ମହାଲକ୍ଷ୍ମୀ ଆଦି ଅନ୍ୟ ଦେବଦେବୀଙ୍କ ପୂଜାରେ ମଧ୍ୟ ଗଣେଶଙ୍କୁ ଆବାହନ କରାଯାଏ। ଗଣେଶ ପ୍ରମାଣ କଲେ ଯେ, ବିଶ୍ୱବ୍ରହ୍ମାଣ୍ଡରେ ପିତାମାତା ହିଁ ସର୍ବଶ୍ରେଷ୍ଠ ଓ ପୂଜ୍ୟ। ଏଣୁ ସମସ୍ତ କର୍ମରେ ପିତୃପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ ନାନ୍ଦିମୁଖୀ ଶ୍ରାଦ୍ଧ କରାଯାଏ। ତା’ପରେ ପିତାମାତାଙ୍କ ଆଶୀର୍ବାଦ ନେଇ ଶୁଭକର୍ମ ଆରମ୍ଭ ହୁଏ। ଶାସ୍ତ୍ରରେ ଅଛି- କଳୌ ଚଣ୍ଡିବିନାୟକୌ। ଅର୍ଥାତ୍‌ କଳିଯୁଗରେ ଚଣ୍ଡୀ ଓ ବିନାୟକ ଶ୍ରେଷ୍ଠ ଓ ଶୀଘ୍ର ଫଳଦାତା। ପ୍ରାୟ ସମସ୍ତ ମନ୍ତ୍ରରେ ଭଗବାନ ଗଣେଶ ଓଁ ରୂପରେ ପ୍ରଥମେ ବିଦ୍ୟମାନ। 
ଗଣେଣ ମିଠା ବା ମୋଦକପ୍ରିୟ। ଆଧୁନିକ ଯୁଗରେ ତାହା ମଧୁମେହର କାରଣ। ମାତ୍ର ଗଣେଶ କଇଥ ଓ ଜାମୁକୋଳି ପ୍ରିୟ, ଯାହା ମଧୁମେହ ରୋଗର ଅବ୍ୟର୍ଥ ଔଷଧ। ଗଣେଶଙ୍କ ପ୍ରଣାମ ମନ୍ତ୍ରରେ ଅଛି- ”ଗଜାନନ ଭୂତଗଣାଦି ସେବିତମ୍‌ କପିତ୍‌ଥଜମ୍ବୁଫଳ ଚାରୁ ଭକ୍ଷଣମ୍‌, ଉମାସୁତଂ ଶୋକବିନାଶକାରକଂ ନମାମି ବିଘ୍ନେଶ୍ୱରପାଦପଙ୍କଜମ୍‌।“ ଗଣେଶଙ୍କର ବାହନ ମୂଷିକ ଅଜ୍ଞାନ, ଅନ୍ଧକାର ଓ ଅବିଦ୍ୟାର ସୂଚକ। ତା’ ଉପରେ ଆରୋହଣ କରି ଗଣେଣ ଭକ୍ତଙ୍କର ଅଜ୍ଞାନ, ଅନ୍ଧକାର ଏବଂ ମାୟାମୋହରୂପକ ଅବିଦ୍ୟା ନାଶ କରନ୍ତି। ଗଣେଶ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ମମତା ଓ ଅହଂକାର ରୂପକ ଅଷ୍ଟ ଅସୁରଙ୍କୁ ଦମନ କରିଥିଲେ।
ଅଥର୍ବ ଶୀର୍ଷ ଓ ମୁଦ୍‌ଗଲ ପୁରାଣ ଅନୁସାରେ ଓଁ ସ୍ବରୂପ ଭଗବାନ ଗଣେଶଙ୍କର ଚିହ୍ନ ଏପରି ଅଙ୍କିତ ହୁଏ ଯେ ପ୍ରତ୍ୟେକ ଦିଗରୁ ଦେଖିଲେ ଓଁ ଅକ୍ଷର ଦୃଶ୍ୟ ହୁଏ। ଏହାର ଅଙ୍କନ କ୍ଳିଷ୍ଟ ହୋଇଥିବାରୁ ଏଥିରୁ ସ୍ବସ୍ତିକ୍‌ ଚିହ୍ନର ଉଦ୍ଭବ ହେଲା। ଜର୍ମାନ ଲୋକମାନେ ସ୍ବସ୍ତିକ୍‌ରେ ଥିବା ବିନ୍ଦୁ ଲୋପ କରି ଆର୍ଯ୍ୟତ୍ୱର ପ୍ରତୀକ ଭାବେ ଗ୍ରହଣ କଲେ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସ୍ବସ୍ତିକ୍‌ରୁ କ୍ରସ୍‌ ସୃଷ୍ଟି କଲେ। ଇସ୍‌ଲାମ ଧର୍ମାବଲମ୍ବୀମାନେ ଭାଲଚନ୍ଦ୍ର ରୂପେ ଗଣ୍ୟ ଗଣେଶଙ୍କ ମସ୍ତକରେ ଥିବା ଚନ୍ଦ୍ରକଳାକୁ ଧର୍ମର ପ୍ରତୀକ ଭାବରେ ଗ୍ରହଣ କରିନେଲେ। ବୌଦ୍ଧଧର୍ମର ମହାଜନ ପନ୍ଥଙ୍କ ଦ୍ୱାରା ଭାରତ ଓ ଭାରତ ବାହାରେ ବିନାୟକ ପୂଜାର ପ୍ରସାର ହେଲା। ନେପାଳରେ ବିନାୟକ ଓ ହେରମ୍ବ ରୂପରେ, ଚାଇନାରେ ବିନାୟକ ଓ କାଙ୍ଗିନେନ୍‌ ନାମରେ ଗଣେଶ ପୂଜା ହୁଏ। ମୁସଲମାନ ଦେଶ ଇଣ୍ଡୋନେସିଆର ମୁଦ୍ରାରେ ମଧ୍ୟ ବିନାୟକଙ୍କ ଛବି ସ୍ଥାନ ପାଇଛି। ଗଣଦେବତା ଗଣେଶଙ୍କ ପୂଜା ଗଣପୂଜା ଭାବରେ ବିଶ୍ୱବ୍ୟାପ୍ତ ହୋଇଛି। ହିନ୍ଦୁ ଧର୍ମରେ ଶାକ୍ତ ବୈଷ୍ଣବ, ସୌର, ଶୈବ ଓ ଗାଣପତ୍ୟ ପାଞ୍ଚ ଗୋଷ୍ଠୀ ଥିଲେ ବି ସିଦ୍ଧି ଓ ଋଦ୍ଧିଦାତା ଗଣେଶ ସର୍ବଜନ ପୂଜିତ। ମନୁଷ୍ୟ ଯେତେ ସଭ୍ୟ, ଶିକ୍ଷିତ, ଉନ୍ନତ, ବିକଶିତ ଓ ସଫଳ ମାର୍ଗରେ ଗତି କରୁଛି ତତୋଽଧିକ ବାଧା, ବିଘ୍ନ, ଆଧି ଓ ବ୍ୟାଧିର ସମ୍ମୁଖୀନ ହେଉଛି ଏବଂ ବିଘ୍ନନାଶକ, ଦୁଃଖଶୋକହାରକ ଗଣେଶଙ୍କ ପୂଜାର ମାହାତ୍ମ୍ୟ ସେତେ ବଢ଼ିଚାଲିଛି। ଗଣେଶ ପୂଜା ଜାତୀୟ ଐକ୍ୟ ଓ ସଂହତି ରକ୍ଷାକାରୀ ଏକ ଜାତୀୟ ପର୍ବର ମର୍ଯ୍ୟାଦା ହାସଲ କରିଛି। 
୩ବି/୩୦୨, ଏସ୍‌ଆର୍‌ ରେସିଡେନ୍ସି, ଓରକଳ, ଭୁବନେଶ୍ୱର, ମୋ-୮୨୪୯୬୯୭୯୪୪
All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ଆସନ୍ନ ତୈଳ ସଂକଟ

ଆଜିର ଅର୍ଥନୀତି/ଆସନ୍ନ ତୈଳ ସଂକଟ

ଇରାନୀୟ ତୈଳ ଉପରେ କଟକଣା ଲଗାଇବା ପୂର୍ବରୁ ଆମେରିକା ଯେଉଁ ଛଅମାସର ଛାଡ଼ ଦେଇଥିଲା, ତାହା ଏବେ ଉଠାଇନେବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଆଠଟି ଦେଶ- ଚାଇନା, ଭାରତ, ଜାପାନ, ଦକ୍ଷିଣ କୋରିଆ, ତାଇଓ୍ବାନ, ତୁର୍କୀ, ଇଟାଲୀ ଓ ଗ୍ରୀସକୁ ସିଧାସଳଖ ପ୍ରଭାବିତ ହେବେ। ଭାରତ ତା’ର ତୈଳ ଚାହିଦାର ୮୦ ପ୍ରତିଶତ ଆମଦାନି କରୁଥିବା ବେଳେ ଆମର ମୋଟ ଚାହିଦାର ପ୍ରାୟ ୧୧ ପ୍ରତିଶତ ଇରାନ ପୂରଣ କରେ। ଭୌଗୋଳିକ ଦୂରତା ଦୃଷ୍ଟିରୁ ଇରାନରୁ ତୈଳ ଆମଦାନି ଆମ ପାଇଁ ସୁବିଧାଜନକ। କିନ୍ତୁ ଆମେରିକାର ଆଦେଶ ଅମାନ୍ୟ କଲେ ଆମେରିକାରୁ ଆମକୁ ଯେଉଁ ଆର୍ଥିକ ଓ ବୈଷ..

କଳ୍‌କୀ ଭୂମିକାରେ ଭାରତୀୟ ଭୋଟର

କଳ୍‌କୀ ଭୂମିକାରେ ଭାରତୀୟ ଭୋଟର

ମାୟାଧର ନାୟକ

ଏବେ ସାରା ଭାରତରେ ଦଳମାନେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇଦେଲେଣି। ଗଲା ଏପ୍ରିଲ ୧୧ରେ ପ୍ରଥମ ଦଫା କଳିଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଇମିତି ଦଫାକୁ ଦଫା ମେ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଶେଷରେ ମେ ୨୩ରେ ଫଳାଫଳ ଘୋଷଣା ହେବ। ମହାଭାରତ ଯୁଦ୍ଧ ୧୮ ଦିନ ଲାଗିଥିଲା। ରୁଷ ବିପ୍ଳବ ୧୦ଦିନରେ ଶେଷ ହୋଇଥିଲା। ୨୦୧୯ କଳିଯୁଦ୍ଧ ବର୍ଷବର୍ଷ ଧରି ଲାଗିରହିଛି। ଧର୍ମକୁ ଆଖିଠାରି ମିଛଟାରେ ନିର୍ବାଚନୀ ପାଲା ଚାଲିଛି। ଏ ପାଲା ଦେଢମାସ ଚାଲିବ। ..

 ଧାକୁଲି ଆଈର ଅଚଳ ଟଙ୍କା

ଧାକୁଲି ଆଈର ଅଚଳ ଟଙ୍କା

ମନ-ମାନଚିତ୍ର/ ଡ. ନରହରି ବେହେରା

ଆମ ପାଇଁ ଧାକୁଲି ଆଈ ପରି ଭଲ ମଣିଷ ଆଉ ଦୁନିଆରେ ନାହାନ୍ତି। ଭାରି ସ୍ନେହୀ। ପ୍ରତିଦିନ ସକାଳେ ତା’ ଦୁଆରେ ପହଞ୍ଚତ୍ଗଲେ, ଆଈ ଆମକୁ ନିଶ୍ଚୟ କିଛି ଦିଏ। ଆଈର ପିଲାଝିଲା କେହି ନାହାନ୍ତି। ତେଣୁ ଆମକୁ ଦେଖିଲେ ସେ ଖୁସିରେ ଫାଟିପଡ଼େ। ସକାଳୁ ସଞ୍ଜ ଯାଏ ମାନଚିତ୍ରର ବିଭିନ୍ନ ରଙ୍ଗପରି ଦିଶୁଥିବା ଆମେ ହାଡୁଆ, ପେଟୁଆ, ସିଙ୍ଘାଣିନାକିଆ, ନାକକାନ୍ଦୁରୀ ବିଚିତ୍ରବର୍ଣ୍ଣର ..

ଏଇ ଭାରତରେ

ଏଇ ଭାରତରେ

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ବିଭିନ୍ନ ଜାତି ଓ ଧର୍ମର ଲୋକେ ବାସ କରନ୍ତି। ପ୍ରତ୍ୟେକ ଧର୍ମର ରୀତିନୀତି, ଚାଲିଚଳନ ଓ ସଂସ୍କୃତି ଭିନ୍ନ ଭିନ୍ନ। କୌଣସି ପ୍ରସଙ୍ଗକୁ ନେଇ ବେଳେବେଳେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟିହୁଏ। ଏହା ଜାତୀୟ ସଂହତିରେ ପ୍ରତିବନ୍ଧକ ଆଣିବା ସହିତ ଦେଶରେ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟିକରିବା ପାଇଁ ଖୋରା..

ମାଛିଙ୍କ ଶୂକଦ୍ୱାରା ଘାଆ ଚିକିତ୍ସା

ମାଛିଙ୍କ ଶୂକଦ୍ୱାରା ଘାଆ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଦିନକୁ ଦିନ ଅଧିକରୁ ଅଧିକ ଲୋକ ଆଣ୍ଟିବାୟୋଟିକ୍ସ-ପ୍ରତିରୋଧୀ ହୋଇଉଠୁଛନ୍ତି। ଅର୍ଥାତ୍‌ ସେମାନଙ୍କ ଦେହରେ ଆଣ୍ଟିବାୟୋଟିକ୍ସ କାମ କରୁନାହିଁ। ସାମାନ୍ୟ ଘାଆ ଭଲ ନ ହୋଇ ଧୀରେ ଧୀରେ ପୁରୁଣା ଓ ବଡ଼ ହୋଇ ସେମାନଙ୍କର ବଞ୍ଚିବା ଆଶା ହ୍ରାସ ପାଉଛି। ସର୍ଜନମାନେ ଏବେ ଉପାୟ ନ ପାଇ ହଜାର ବର୍ଷ ତଳର ପଦ୍ଧତି ‘ମ୍ୟାଗଟ୍‌ ଥେରାପି’ ଆପଣେଇବାକୁ ବସିଲେଣି। ମ୍ୟାଗଟ୍‌ ହେଉଛି ଲାର୍ଭା ବା ଶୂକକୀଟ ବା ମାଛି ପ୍ରଭୃତି କୀଟପତଙ୍ଗଙ୍କର ଡିମ୍ବ ଓ ପ୍ୟୁପାର ମଧ୍ୟବର୍ତ୍ତୀ ଅବସ୍ଥା। ଏହି ପଦ୍ଧତିର ଅନ୍ୟନାମ ହେଉଛି 

 ବ୍ୟକ୍ତିକୈନ୍ଦ୍ରିକ ନିର୍ବାଚନ

ବ୍ୟକ୍ତିକୈନ୍ଦ୍ରିକ ନିର୍ବାଚନ

ବିଚିତ୍ର ବିଶ୍ୱାଳ

ନିର୍ବାଚନ ଆମ ଗଣତନ୍ତ୍ରର ମହାପର୍ବ। ନିର୍ବାଚନକୁ ଅବାଧ, ଭୟମୁକ୍ତ ଓ ନିରପେକ୍ଷ କରିବା ପାଇଁ ଆମ ଦେଶର ନିର୍ବାଚନ କମିଶନଙ୍କ ତରଫରୁ ଗତ ଦଶବର୍ଷ ମଧ୍ୟରେ ନିର୍ବାଚନ ପରିଚାଳନାରେ ଅନେକ ସଂସ୍କାର ଅଣାଯାଇଛି। ବାଲଟ ପେପର ବଦଳରେ ଭୋଟିଂ ମେଶିନ ବ୍ୟବହାର ହେଉଛି। ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରାଯାଇଛି ଓ ଏହାର ପାଳନକୁ 

ସଙ୍କଟରେ ପଞ୍ଚଭୂତ

ସଙ୍କଟରେ ପଞ୍ଚଭୂତ

ଅଭିମନ୍ୟୁ ଧଳ

ଯାହା କେବେ ମରେ ନାହିଁ, ସେ ଅମୃତ। ଅର୍ଥାତ୍‌ ଅମୃତ କୌଣସି ପରିସ୍ଥିତିରେ ଜୀବନୀଶକ୍ତି ହରାଏ ନାହିଁ। ମାଟି, ପାଣି, ପବନ, ଉତ୍ତାପ, ଖାଦ୍ୟ ଆଦି ଅମୃତ। ଏହାଙ୍କ ଦ୍ୱାରା ଭୂପୃଷ୍ଠରେ ଜୀବଜନ୍ତୁ, ବୃକ୍ଷଲତା, କୀଟପତଙ୍ଗ ଆଦି ବଞ୍ଚିପାରନ୍ତି। ମାଟି ମା’ ତା’ ବକ୍ଷରେ ଶସ୍ୟ ଉପୁଜାଇ ସୁଶୋଭିତ ହେବା ସ୍ଥଳେ ଜଳ ଓ ବାୟୁ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ। ଉତ୍ତାପର ଅମାପ ଶକ୍ତି ସମସ୍ତଙ୍କୁ ଜାଗ୍ରତ, ସତେଜ କରେ। ଏମାନଙ୍କ ଆଶୀର୍ବାଦରୁ କୋଟି କୋଟି ବର୍ଷ ହେବ ଧରାପୃଷ୍ଠରେ ଜୀବନ୍ତ ବସ୍ତୁ

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଇ ଅର୍ଥ ରୋଜଗାର କରିଥାଆନ୍ତି। ଏଭଳି ଏକ ଘଟଣା ମହାରାଷ୍ଟ୍ରର ବିଡ୍‌ ଜିଲାରେ ଦେଖିବାକୁ ମିଳୁଛି। ଅଧିକ ଅର୍ଥ ଉପାର୍ଜନ ଆଶାରେ ଗରିବ ମହିଳା ନିଜ ଇଚ୍ଛାରେ 

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri