

ଅନଗୁଳ-ଢେଙ୍କାନାଳ

ରାଜପଥ ପାର ହେଲେ ୪୦ ହାତୀ
ଢେଙ୍କାନାଳ ଅଫିସ,୧୭।୨- ଢେଙ୍କାନାଳ ଜିଲା ସଦର ରେଞ୍ଜ ୫୫ ନଂ. ଜାତୀୟ ରାଜପଥରେ ହାତୀଙ୍କ ଉପସ୍ଥିତି ଭୟ ଆତଙ୍କର ବାତାବରଣ ଖେଳାଇ ଦେଇଛି। ରବିବାର ପୋଡ଼ାପଡ଼ାଠାରେ ୪୦ ହାତୀ ରାଜପଥ ପାର ହୋଇଥିଲେ।

ବାରହା ଆକ୍ରମଣରେ ୩ ଗୁରୁତର
କାମାକ୍ଷାନଗର, ୧୭।୨(ଡି.ଏନ.ଏ): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ମକୁକାଟେଣୀ ପଞ୍ଚାୟତ ବାଘବସା ଗ୍ରାମରେ ବାରହା ଆକ୍ରମଣରେ ୩ଜଣ ଗୁରୁତର ଆହତ ହୋଇଛନ୍ତି।

ରୋଗୀ ସଫାକଲେ ଡ୍ରେନ୍
କାମାକ୍ଷାନଗର, ୧୭।୨(ଡି.ଏନ.ଏ.)- ଆବର୍ଜନା, ନର୍ଦ୍ଦମାରେ ଭର୍ତ୍ତି ହୋଇଥିବା ଡ୍ରେନ୍ ସଫେଇ କରିବା ଦାୟିତ୍ୱରୁ ମୁହଁ ଫେରାଇନେଲା ପ୍ରଶାସନ। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନିଆଗଲାନାହିଁ।

ଅବହେଳିତ ଯାଉଁଳିପୋଖରୀ ମଠ
ଢେଙ୍କାନାଳ ଅଫିସ, ୧୭ା୨- ପ୍ରାଚୁର୍ଯ୍ୟ ମଧ୍ୟରେ ଅବହେଳିତ ହୋଇରହିଛି ଢେଙ୍କାନାଳ ଇତିହାସର ମୁକସାକ୍ଷୀ ତଥା ୧୬୪ ବର୍ଷର ପ୍ରାଚୀନ ଯାଉଁଳିପୋଖରୀ ମଠ। ଏଣ୍ଡାଓମେଣ୍ଟ ବୋର୍ଡ ମଠର ଉନ୍ନତୀକରଣ ଦିଗରେ ଆଖିଦୃଶିଆ ପଦକ୍ଷେପ ନେଉନାହିଁ।

ବିଜେଡି ଓ୍ବାର୍ଡ କମିଟି ବୈଠକ: ୧୦ ସଭାପତି ଅନୁପସ୍ଥିତ
ଢେଙ୍କାନାଳ ଅଫିସ, ୧୭।୨- ଢେଙ୍କାନାଳସ୍ଥିତ କଲ୍ୟାଣ ମଣ୍ଡପରେ ଶନିବାର ପୌରାଞ୍ଚଳ ବିଜେଡି ପକ୍ଷରୁ ଓ୍ବାର୍ଡ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ୨୩ ଓ୍ବାର୍ଡ ମଧ୍ୟରୁ ୧୦ଟିର କମିଟି ସଭାପତି ଅନୁପସ୍ଥିତ ଥିଲେ। ଏହାକୁ ନେଇ ବରିଷ୍ଠ ନେତୃବୃନ୍ଦ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ବିନା ଅନୁମତିରେ ଜଙ୍ଗଲ କଟା
ବଇଣ୍ଡା, ୧୭ା୨(ଡି.ଏନ.ଏ.)- ଶିଳ୍ପ କଳକାରଖାନା ପାଇଁ ଅନୁଗୋଳରେ ବହୁ ସଂଖ୍ୟାରେ ଜଙ୍ଗଲ ଧ୍ୱଂସ ପାଇଥିବାବେଳେ ଏବେ ରାସ୍ତା ନିର୍ମାଣ କରିବାକୁ ଅବାଧ ଗଛ କଟାଚାଲିଛି। କିଶୋରନଗର ବ୍ଲକ ବାଦିବାହାଳ ଓ ନୁନୁକାପଶି ଗ୍ରାମ୍ୟ ଜଙ୍ଗଲକୁ ରାସ୍ତା ନିର୍ମାଣ ପାଇଁ ଏବେ ବେଆଇନ ଭାବେ ଶହ ଶହ ଗଛ କଟା ଚାଲିଥିବା ନୁନୁକାପଶି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର
ଛେଣ୍ଡିପଦା, ୧୬।୨(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀଧରପୁର ବାହାଳସାହିରେ ଗ୍ୟାସ ଲିକ୍ ହୋଇଯିବାରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ବଖରା ଚାଳଘର ପୋଡି ଜଳିଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଧାର ଟଙ୍କା ପରିଶୋଧ ନ କରିପାରି ଆତ୍ମହତ୍ୟା
ବଅଁରପାଳ,୧୬।୨(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଧାର ଟଙ୍କା ପରିଶୋଧ କରି ନ ପାରିବାରୁ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଦିଲୀପ ଜେନା(୪୫)।

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ
ଅନୁଗୋଳ ଅଫିସ, ୧୬।୨- ଫୁଡ୍ ସେଫଟି ଅନ୍ ହୁଇଲ ମାଧ୍ୟମରେ ଅନୁଗୋଳ ସହରର ୨୨ଟି ସ୍ଥାନରେ ଶୁକ୍ରବାର ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବେଳେ ଡାଲି ଜାତୀୟ, ଦୁଗ୍ଧ ଓ ଲଙ୍କାଗୁଣ୍ଡରେ ଅପମିଶ୍ରଣ ହୋଇଥିବା ଜଣାପଡ଼ିଥିଲା।

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ
ଅନୁଗୋଳ ଅଫିସ, ୧୬।୨- କେନ୍ଦୁପତ୍ର ବିଭାଗରେ କାର୍ଯ୍ୟ କରୁଥିବା ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀ ସିଜିନାଲ କର୍ମଚାରୀଙ୍କୁ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଦୈନିକ ମଜୁରିରୁ ବଞ୍ଚତ୍ତ କରାଯାଉଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ତାଙ୍କ ପରିବାର ପ୍ରତି ଏହା ଅନ୍ୟାୟ ବୋଲି ଅନୁଗୋଳ କେନ୍ଦୁପତ୍ର କର୍ମଚାରୀ ସଂଘ ଅଭିଯୋଗ କରିଛି।

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ
ଅନୁଗୋଳ ଅଫିସ, ୧୬।୨- ଅନୁଗୋଳ ବ୍ଲକ ବାରଗୌଣିଆ ପଞ୍ଚାୟତରେ ଶୁକ୍ରବାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ-ଅନୁଗୋଳ ଏମ୍ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ଏହି ଉତ୍ସବରେ ଯୋଗଦେଇଥିଲେ।

ସିନଫେଷ୍ଟ୍ ଉଦ୍ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’
ଢେଙ୍କାନାଳ ଅଫିସ, ୧୬।୨- କଠିନ ପରିଶ୍ରମ, ଉଚିତ ସମୟରେ ଠିକ୍ ନିର୍ଣ୍ଣୟ ନେବା ଜୀବନର ମୂଳମନ୍ତ୍ର। ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇପାରିଲେ ଭବିଷ୍ୟତ ସ୍ବର୍ଣ୍ଣିମ ହୋଇପାରିବ ବୋଲି କହିଛନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ।