ଅନଗୁଳ-ଢେଙ୍କାନାଳ

ବ୍ଲକସ୍ତରୀୟ କବାଡି ପ୍ରତିଯୋଗିତା

ବ୍ଲକସ୍ତରୀୟ କବାଡି ପ୍ରତିଯୋଗିତା
ମାଧପୁର, ୧୨ା୯- ଆଠମଲ୍ଲିକ ବ୍ଲକ ମାଧପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୧୨ ଟି ସରକାରୀ ବିଦ୍ୟାଳୟର ୧୭ ବର୍ଷରୁ କମ୍‌ ୭୦ ଜଣ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ। ଉଭୟ ଛାତ୍ରୀ ଓ ଛାତ୍ର ବିଭାଗରୁ ୧୨ ଜଣ  ଲେଖାଏ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଜିଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେବାକୁ ମନୋନୀତ ହୋଇଛନ୍ତି। ପ୍ରଧାନ ଶିକ୍ଷକ ଦେବରାଜ ନାୟକ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। କ୍ରୀଡ଼ା ଶିକ୍ଷକ ଭବାନୀ ଶଙ୍କର ମିଶ୍ର, ଶରତ ଚନ୍ଦ୍ର ସାହୁ, ଦିବାକର ପ୍ରଧାନ ଏବଂ ପବିତ୍ର ମୋହନ ନାୟକ ଖେଳ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

 ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା: ଭାଗନେଲେ ୧୦୪ ପ୍ରତିଯୋଗୀ

ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା: ଭାଗନେଲେ ୧୦୪ ପ୍ରତିଯୋଗୀ


ଭୁବନ, ୧୯।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ସୋମବାରଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା। ଏଥିରେ ଜିଲାର ବିଭିନ୍ନ ବ୍ଲକର ୧୦୪ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ସହ ସାମିଲ ହୋଇଛନ୍ତି ୧୬ଜଣ ସ୍କୁଲ ମ୍ୟାନେଜର ଏବଂ ୨୦ ଜଣ ଅଫିସିଆଲ। ପ୍ରଥମ ଦିନରେ ୧୦୦, ୨୦୦, ୪୦୦, ୮୦୦, ୧୫୦୦, ୩୦୦୦ ମିଟର ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, ଜାଭେଲିନ ଥ୍ରୋ, ଡିସ୍‌କସ୍‌ ଥ୍ରୋ, ସଟ୍‌ପୁଟ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। 

ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ

ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁରରେ ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆର୍‌ଡିସି ସ୍ତରୀୟ ତଦନ୍ତ ପରେ ରିପୋର୍ଟକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି। 

 ବିଦ୍ୟୁତ୍‌ ସମସ୍ୟା ନେଇ  ଗ୍ରାମବାସୀଙ୍କ ପକ୍ଷରୁ ଗ୍ରିଡ଼ ଅଫିସ ଘେରାଉ

ବିଦ୍ୟୁତ୍‌ ସମସ୍ୟା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଗ୍ରିଡ଼ ଅଫିସ ଘେରାଉ

ଭାପୁର,୧୯।୧୧(ଡି.ଏନ.ଏ.)-ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧୀନ ଗୁହାଳଡିହି ଗ୍ରାମବାସୀ ସୋମବାର ବିଦ୍ୟୁତ୍‌ ସମସ୍ୟା ନେଇ ସୋମବାର ଗ୍ରିଡ଼ ଅଫିସ ଘେରାଉ କରିବାସହ ଭାପୁର-ଢେଙ୍କାନାଳ ରାସ୍ତା ଅବରୋଧ କରିଥିଲେ।

ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ତାଳଚେର, ୧୯।୧୧(ନି.ପ୍ର)- ତାଳଚେର ବ୍ଲକ ବହଲ ଛକ ନିକଟ ଜାତୀୟ ରାଜପଥରେ ସୋମବାର ଏକ ଅଜଣା ଟ୍ରକ ଧକ୍କାରେ ରବିବାର ବିଳମ୍ବିତ ରାତିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।

ଏଲ୍‌.ମାଣିକପ୍ରଭା ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା

ଏଲ୍‌.ମାଣିକପ୍ରଭା ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା

ତାଳଚେର,୧୯ା୧୧(ନି.ପ୍ର.)- ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ତଥା ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ସୁଶ୍ରୀ ସୁସ୍ମିତା ଦେବଙ୍କ ଅନୁମୋଦନକ୍ରମେ ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲେଖା ରାଜ୍ୟ ମହିଳା କଂଗ୍ରେସ କମିଟି ପୁନର୍ଗଠନ କରିଛନ୍ତି। 

ଖୋଲା କୂଅରୁ ହାତୀ ଛୁଆ ଉଦ୍ଧାର

ଖୋଲା କୂଅରୁ ହାତୀ ଛୁଆ ଉଦ୍ଧାର

ଭାପୁର,୧୯।୧୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ରେଞ୍ଜ ଘଟିପିରି ନିକଟ କଳିକାପ୍ରସାଦ ଗ୍ରାମ ପତୁରିଆ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରୁ ସୋମବାର ଏକ ହାତୀ ଛୁଆ ଉଦ୍ଧାର କରାଯାଇଛି। 

ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଅଁରପାଳ,୧୯।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା କାଣ୍ଡସର ମହୁଲବୁରି ସାହିର ଏକ ଅଳିଆଗଦାରୁ ସୋମବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। 

ଦୁର୍ବୃତ୍ତଙ୍କ ଏସିଡ୍‌ ମାଡ଼ରେ ଜଣେ ଗୁରୁତର

ଦୁର୍ବୃତ୍ତଙ୍କ ଏସିଡ୍‌ ମାଡ଼ରେ ଜଣେ ଗୁରୁତର

ଅନୁଗୋଳ ଅଫିସ,୧୯।୧୧: ଅନୁଗୋଳ ଜିଲା  ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ବରମ ଗାଁ ନିକଟରେ ସୋମବାର  ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କୁ ଏସିଡ୍‌ ମାଡ଼ କରିଛନ୍ତି। 

ଦମନକୁ ଦମନ

ଦମନକୁ ଦମନ

ଭୁବନେଶ୍ୱର ବ୍ୟୁରୋ/ଓଡ଼ାପଡ଼ା (ଡି.ଏନ.ଏ.),୧୯ା୧୧ :ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଗ୍ରାମରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ଲାଗି ହେଉଥିବା ଗଛକଟା ଉପରେ ଲାଗିଛି ରୋକ୍‌। ତୁରନ୍ତ ଗଛକଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିର୍ଦ୍ଦେଶ ଦେଇଛନ୍ତି। 

ସ୍ପେଶାଲ ସ୍କ୍ବାଡ୍‌ର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ବିଲୁ ଆହତ, ୨ ଫେରାର

ସ୍ପେଶାଲ ସ୍କ୍ବାଡ୍‌ର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ବିଲୁ ଆହତ, ୨ ଫେରାର

ଅନୁଗୋଳ ଅଫିସ୍‌, ୧୯ା୧୧- ଅନୁଗୋଳରେ ପେଟ୍ରୋଲ ପମ୍ପ ଲୁଟ ସହ ବିଭିନ୍ନ ରାହାଜାନିରେ ସମ୍ପୃକ୍ତ ଅଭିଯୁକ୍ତ ବିଲୁ ଖାଁଙ୍କୁ ଅନୁଗୋଳ ପୋଲିସର ସ୍ପେଶାଲ ସ୍କ୍ବାଡ ରବିବାର ରାତିରେ ଏନକାଉଣ୍ଟର କରିଛି। 

ପିଲା କଳିରୁ ଉତ୍ତ୍ୟକ୍ତ ମା’ଙ୍କ ଉନ୍ମତ୍ତକାଣ୍ଡ: ନିଜ ସହ ୨ ପୁଅଙ୍କ ଦେହରେ ନିଆଁ ଲଗାଇଦେଲେ

ପିଲା କଳିରୁ ଉତ୍ତ୍ୟକ୍ତ ମା’ଙ୍କ ଉନ୍ମତ୍ତକାଣ୍ଡ: ନିଜ ସହ ୨ ପୁଅଙ୍କ ଦେହରେ ନିଆଁ ଲଗାଇଦେଲେ

ଅନୁଗୋଳ ଅଫିସ୍‌, ୧୯ା୧୧- ଅନୁଗୋଳ ସ୍ଥିତ ଶାବଳଭଙ୍ଗା  କୁମ୍ଭାରସାହିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପିଲା କଳିକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ମା’ ନିଜ ସହ ଦୁଇ ପୁଅଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଛନ୍ତି। 

ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ୫ ପଞ୍ଚାୟତକୁ ଜଣେ ଆୟୁଷ ଡାକ୍ତର

ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ୫ ପଞ୍ଚାୟତକୁ ଜଣେ ଆୟୁଷ ଡାକ୍ତର

ବଇଣ୍ଡା, ୧୯ା୧୧(ଡି.ଏନ.ଏ.): କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେଲା ଡାକ୍ତର ଅଭାବ ସମସ୍ୟା ଲାଗିରହିଛି। ଫଳରେ ଏଠାରୁ ସେବା ପାଇ ନ ପାରି ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି।