ରାୟଗଡା

ମୁନିଗୁଡାରେ ମାଓବାଦୀ ପୋଷ୍ଟର

ମୁନିଗୁଡାରେ ମାଓବାଦୀ ପୋଷ୍ଟର
ମୁନିଗୁଡା, ୧୨।୯(ଡି.ଏନ୍‌.ଏ.)- ରାୟଗଡା ଜିଲା ମୁନିଗୁଡା ଥାନା ଅଧୀନ ମୁନିଖୋଲା ଓ ପାତ୍ରଗୁଡା ଅଞ୍ଚଳରେ ବୁଧବାର ମାଓବାଦୀ ପୋଷ୍ଟର ଲାଗିଛି। ବଂଶଧାରା ଘୁମୁସୁରା ନାଗାବଳି ଡିଭିଜନାଲ କମିଟି(ସିପିଆଇ) ପକ୍ଷରୁ ଲାଗିଥିବା ଉକ୍ତ ପୋଷ୍ଟରରେ ନିୟମଗିରି ଜନ ଆନ୍ଦୋଳନକୁ ଧ୍ୱଂସ କରି ନିୟମଗିରି  ପର୍ବତକୁ କମ୍ପାନୀ ହାତରେ ଟେକି ଦେବା ପାଇଁ  କିଛି ଦଲାଲ ଲାଗିଛନ୍ତି। ଜିତୁ, ଲିଙ୍ଗରାଜ, ହରିବନ୍ଧୁ, ଗଣେଶ ଓ ଉପେନ୍ଦ୍ର ଏହି ଦଲାଲଙ୍କ ମଧ୍ୟରେ ସାମିଲ ଅଛନ୍ତି। ଏମାନେ କମ୍ପାନୀରୁ ପଇସା ଖାଇ ନିୟମଗିରି ସୁରକ୍ଷା ସମିତି ସଦସ୍ୟଙ୍କ ସାଙ୍ଗରେ ମିଶି ଚକ୍ରାନ୍ତ କରୁଛନ୍ତି। ଏମାନଙ୍କ କଟୁ ଚକ୍ରାନ୍ତ ପଦାର ପକାଇ ବ୍ୟାପକ ଜନ ଆନ୍ଦୋଳନ କରନ୍ତୁ ବୋଲି ଉଲ୍ଲେଖ ରହିଛି।  ସେହିପରି ଅମ୍ବାଦଳା ଥାନା ଅଧୀନ ହାଟ ଦହିଖାଲ ଛକରେ  ଦୁଇଟି  ମାଓବାଦୀ ପୋଷ୍ଟର ଲାଗିଛି।  
All Right Reserved By

ରାୟଗଡା

ଆଜିଠୁ  କୋରାପୁଟରେ ରାଜ୍ୟସ୍ତରୀୟ ପରବ ମହୋତ୍ସବର ମୁଖ୍ୟ ସମାରୋହ

ଆଜିଠୁ କୋରାପୁଟରେ ରାଜ୍ୟସ୍ତରୀୟ ପରବ ମହୋତ୍ସବର ମୁଖ୍ୟ ସମାରୋହ

କୋରାପୁଟ,୧୬।୧୧(ସ୍ବ.ପ୍ର.)- ଶୁକ୍ରବାରଠାରୁ କୋରାପୁଟର ଲାଣ୍ଡିଗୁଡା ପଡିଆଠାରେ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୧୮ର ମୁଖ୍ୟ ସମାରୋହ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ।

କାଶୀନଗର ରଇତ ସଂଘର ଧାରଣା: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କାଶୀନଗର ରଇତ ସଂଘର ଧାରଣା: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କାଶୀନଗର, ୧୬।୧୧(ଡି.ଏନ.ଏ.)- ଗଜପତି ଜିଲା କାଶୀନଗର ରଇତ ସଂଘ ପକ୍ଷରୁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭାରପ୍ରାପ୍ତ ବିଡିଓଙ୍କ ଅନୁପସ୍ଥିତିରେ ଜିପିଇଓ ରାଧା ମୋହନ ପ୍ରଧାନ ଏହି ଦାବିପତ୍ର ଗ୍ରହଣ କରି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବେ ବୋଲି ପ୍ରତିଶ୍ରତି ଦେଇଛନ୍ତି। 

ବାତ୍ୟାରେ କ୍ଷତିଗ୍ରସ୍ତ ସତ୍ତ୍ୱେ ମରାମତି ହେଉନି  ରାମଗିରି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅବହେଳିତ

ବାତ୍ୟାରେ କ୍ଷତିଗ୍ରସ୍ତ ସତ୍ତ୍ୱେ ମରାମତି ହେଉନି ରାମଗିରି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅବହେଳିତ

ପାରଳାଖେମୁଣ୍ଡି/ରାମଗିରି,୧୬।୧୧(ସ୍ବ.ପ୍ର./ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକର ରାମଗିରିସ୍ଥିତ ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମରାମତି ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି। ତିତ୍‌ଲି ବାତ୍ୟାରେ ଏହା କ୍ଷତିଗ୍ରସ୍ତ ହୋଇଥିଲା । କାର୍ଯ୍ୟାଳୟ ଛାତରୁ ଆଜବେଷ୍ଟସ୍‌ ଉଡ଼ିଯାଇଥିଲା। ଏପର୍ଯ୍ୟନ୍ତ ତାହାକୁ ମରାମତି କରାଯାଇନାହିଁ। ଉକ୍ତ ଭଙ୍ଗାଘରେ ବର୍ତ୍ତମାନ କାର୍ଯ୍ୟାଳୟ ଚାଲିଛି । ୧୯୫୬ ମସିହାରେ ରାମଗିରିଠାରେ ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। 

୨୨ରେ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ: ପ୍ରଶାସନକୁ ଘେରିବ ଯୁବସେନା

୨୨ରେ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ: ପ୍ରଶାସନକୁ ଘେରିବ ଯୁବସେନା

ବୈପାରୀଗୁଡ଼ା, ୧୬।୧୧(ଡି.ଏନ୍‌‌.ଏ)-ଶହୀଦ୍‌ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମା ପଞ୍ଚାୟତ ପ୍ରଶାସନର ଚରମ ଅବହେଳାର ଶିକାର ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ କରୁ  ନ ଥିବା ସ୍ଥାନୀୟ ଯୁବସେନାଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି ।

ଥାନା ଘେରିଲା କୃଷକ କଲ୍ୟାଣ ମଞ୍ଚ

ଥାନା ଘେରିଲା କୃଷକ କଲ୍ୟାଣ ମଞ୍ଚ

କୁନ୍ଦୁରା୧୬।୧୧(ଡି.ଏନ୍‌.ଏ.)- କୁନ୍ଦୁରା ବ୍ଳକ୍‌ ୧୬ ପଞ୍ଚାୟତର ପ୍ରାୟ ଏକ ହଜାର ଚାଷୀ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ବିରୋଧରେ କୁନ୍ଦୁରା ଥାନା ଘେରାଉ କରିଛନ୍ତି।  କୋରାପୁଟ ଜିଲା କୃଷକ ମଞ୍ଚ ଏବଂ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ଚାଷୀମାନେ ଏହି ଘେରାଉରେ ସାମିଲ ଥିଲେ। 

ପ୍ରକଳ୍ପକୁ ପୂରିଲାଣି ଦୁଇ ବର୍ଷ : ପାଣି ଯୋଗାଣ ହେଉନି

ପ୍ରକଳ୍ପକୁ ପୂରିଲାଣି ଦୁଇ ବର୍ଷ : ପାଣି ଯୋଗାଣ ହେଉନି

ଦଶମନ୍ତପୁର,୧୬।୧୧(ଡି.ଏନ୍‌.ଏ.)- କୋରାପୁଟ ଜିଲା ଦଶମନ୍ତପୁର ଅନ୍ତର୍ଗତ ସୁଜାଙ୍ଗ ପଞ୍ଚାୟତ ଅଧୀନ ଡେଙ୍ଗାଜାନୀଗୁଡ଼ାର ପାନୀୟଜଳ ଯୋଗାଣ ପ୍ରକଳ୍ପର  ନିର୍ମାଣ କାର୍ଯ୍ୟ ଦୁଇବର୍ଷ ଶେଷ ହୋଇଛି। ହେଲେ ଏହା ଗ୍ରାମବାସୀଙ୍କ କାର୍ଯ୍ୟରେ ଆସୁ ନଥିବା ଅଭିଯୋଗ ହୋଇଛି। ବାସିନ୍ଦାଙ୍କ କହିବାନୁସାରେ, ୨୦୧୬-୧୭ ଆର୍ଥିକ ବର୍ଷରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୭-୧୮ ଆର୍ଥିକ ବର୍ଷରେ ଶେଷ ହୋଇଛି। ଏହାର ଅଟକଳ ୧୦ ଲକ୍ଷ ଟଙ୍କା ରହିଥିବାବେଳେ ଦାମନଯୋଡ଼ି ନାଲ୍‌କୋ ପକ୍ଷରୁ ଅନୁଦାନ ରାଶି ଯୋଗାଇ ଦିଆଯାଇଛି। 

କନିଷ୍ଠଯନ୍ତ୍ରୀଙ୍କୁ ଆକ୍ରମଣ

କନିଷ୍ଠଯନ୍ତ୍ରୀଙ୍କୁ ଆକ୍ରମଣ

ଦଶମନ୍ତପୁର,୧୬।୧୧(ଡି.ଏନ୍‌.ଏ.)-   ଦଶମନ୍ତପୁର ବ୍ଲକ୍‌ ପାଇକ ଫୁଲବେଡ଼ା ପଞ୍ଚାୟତ ବ୍ଳକ୍‌ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ମହାନ୍ତିଙ୍କୁ ୬ ଜଣ ଲୋକ ମରଣାତ୍ମକ ଆକ୍ରମଣ କରିଛନ୍ତି। ଏନେଇ ସେ ବିଡିଓ ଏବଂ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରମେଶ ଖରା, ମନ ନାଉଡିଆ, ନାଏବ ସରପଞ୍ଚ ମକର ଗୋଲରୀ, ଲବ ଜାନି,  ହରି ମହାନନ୍ଦିଆ, ମୁରା ସରାଙ୍କ ନାମରେ କନିଷ୍ଠଯନ୍ତ୍ରୀ ଅଭିଯୋଗ କରିଛନ୍ତି।

ବାଉଁଶଗୁଡ଼ାର ଦୁଃଖ: ରାଜନୈତିକ ମତଭେଦରେ ଛନ୍ଦି ହୋଇଛି ବିକାଶ

ପଟ୍ଟାଙ୍ଗି,୧୬ା୧୧(ଡି.ଏନ୍‌.ଏ.)- ରାଜ୍ୟ ସରକାର ଗ୍ରାମାଞ୍ଚଳ ଉନ୍ନତି ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି। କିନ୍ତୁ ଅଧିକାରୀ ଏବଂ ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଯୋଜନା ଗାଁରେ ପହଞ୍ଚତ୍ବାରେ ବାଧକ ସାଜିଛି। 

ବାତ୍ୟାରେ କ୍ଷତିଗ୍ରସ୍ତ ସତ୍ତ୍ୱେ ମରାମତି ହେଉନି: ରାମଗିରି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

ପାରଳାଖେମୁଣ୍ଡି/ରାମଗିରି,୧୬ା୧୧(ସ୍ବ.ପ୍ର./ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକର ରାମଗିରିସ୍ଥିତ ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମରାମତି ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି। 

ଅନୁମତି ନଥାଇ ହଷ୍ଟେଲ ପରିସରରୁ କଟିଲା ଚନ୍ଦନ ଗଛ

ଜୟପୁର, ୧୬|୧୧(ଡି.ଏନ.ଏ): ଜୟପୁର ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ପୁରାତନ ଭବନ ଛାତ୍ରୀ ନିବାସ ପିଏମଜି-୧ର ପରିସରରେ ରହିଥିବା ୧୦ ବର୍ଷର ଚନ୍ଦନ ଗଛକୁ ବନ ବିଭାଗର ଅନୁମତି ବିନା କଟାଯାଇଛି। 

ଠିକାଦାରଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିିର,୧୫ା୧୧(ଡି.ଏନ.ଏ.)-  ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ମାଓବାଦୀମାନେ  ଜଣେ ଠିକାଦାରଙ୍କୁ  ହତ୍ୟା କରିଛନ୍ତି। ବୁଧବାର ସୁକୁମା ଅଞ୍ଚଳର ଠିକାଦାର ହରି ଶଙ୍କର ସାହୁଙ୍କୁ ଅପହରଣ ପରେ ଗୁରୁବାର ତାଙ୍କୁ   ହତ୍ୟା କରିଥିବା ଦେଖିବାକୁ ମିଳିଛି ା 

ଜାତୀୟ ହୌସଲା ପ୍ରତିଯୋଗିତାକୁ ଯିବେ ମାଲକାନଗିରି ଜିଲାର ୨ଛାତ୍ରୀଛାତ୍ର

ଜାତୀୟ ହୌସଲା ପ୍ରତିଯୋଗିତାକୁ ଯିବେ ମାଲକାନଗିରି ଜିଲାର ୨ଛାତ୍ରୀଛାତ୍ର

ବାଲିମେଳା, ୧୫ା୧୧(ଡି.ଏନ.ଏ.)- ମାଲକାନଗିରି ଜିଲା କୋରକୋଣ୍ଡା ବ୍ଲକ ଅଧୀନ କାମ୍ବେଡା ପଞ୍ଚାୟତ ମାର୍କଲଗୁଡାସ୍ଥିତ ଟାଗୋର ସୋସାଇଟି ଶିଶୁଗୃହର ଆଦିବାସୀ ଛାତ୍ରୀ ରିମଝିମ୍‌ ମାଡକାମୀ ଏବଂ ପରିବର୍ତ୍ତନ ଶିଶୁଗୃହର ଛାତ୍ର ଶଙ୍କର ଘୋଷ ହୌସଲା ପ୍ରତିଯୋଗିତାରେ ସଫଳତା ପାଇଛନ୍ତି। ଏଥିପାଇଁ ଉଭୟେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବାକୁ ନୂଆଦିଲ୍ଲୀ ଯିବେ। ନୂଆଦିଲ୍ଲୀରେ ଆସନ୍ତା ୨୬ରୁ ୨୯ଯାଏ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ହେବ।