ସମ୍ବଲପୁର

୨୩ରୁ ବିଜେପୁର ଅନନ୍ତବ୍ରତ ମହୋତ୍ସବ: ପୋଲିସ ପ୍ରଶାସନର ଶାନ୍ତି ବୈଠକ

୨୩ରୁ ବିଜେପୁର ଅନନ୍ତବ୍ରତ ମହୋତ୍ସବ: ପୋଲିସ ପ୍ରଶାସନର ଶାନ୍ତି ବୈଠକ
 
ବିଜେପୁର, ୧୨।୯ (ଡି.ଏନ.ଏ.)-ବରଗଡ ଜିଲା ବିଜେପୁରର ପ୍ରସିଦ୍ଧ ଅନନ୍ତବ୍ରତ ମହୋତ୍ସବ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବୁଧବାର ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ରାଜେନ୍ଦ୍ର ଶିଆଳଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ବିଡିଓ ପଦ୍ମନାଭ ସାମନ୍ତରାୟ, ତହସିଲଦାର ପ୍ରଦୀପ୍ତ କୁମାର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ଆଗାମୀ ୨୩ରୁ ୨୭ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ରହିଥିବା ପ୍ରସିଦ୍ଧ ଅନନ୍ତବ୍ରତ ମହୋତ୍ସବକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବାକୁ ଆଲୋଚନା ହୋଇଥିଲା । ପୂଜା ମଣ୍ଡପ ତଥା ଭସାଣି ଶୋଭାଯାତ୍ରାରେ ଡିଜେ ସାଉଣ୍ଡ ବ୍ୟବହାର ନ କରିବାକୁ ନିଷ୍ପତ୍ତି ହୋଇଥିଲା । ପୂଜ କମିଟି ମହୋତ୍ସବ ପୂର୍ବରୁ ଅଗ୍ନିଶମ, ବିଦ୍ୟୁତ, ଶବ୍ଦ ପ୍ରଦୂଷଣ ବିଭାଗରୁ ନିର୍ଦ୍ଧାରିତ ଭାବେ ପ୍ରମାଣପତ୍ର ସଂଗ୍ରହ କରିବାକୁ ପ୍ରସ୍ତାବ ହୋଇଥିଲା । ଏଠାରେ ୮ଟି ମଣ୍ଡପରେ ମହୋତ୍ସବ ପାଳନ କରାଯାଉଥିବାରୁ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥାଏ । ତେଣୁ ଏହାକୁ ଦୃଷ୍ଟି ଦେଇ ସୁରକ୍ଷା କର୍ମୀଙ୍କ ସହିତ ଏନସିସି, ସ୍କାଉଟ, ରେଡକ୍ରସ ବିଭାଗର ସ୍ବେଚ୍ଛାସେବକଙ୍କୁ ଶାନ୍ତି ଶୃଙ୍ଖଳା ପାଇଁ ନିୟୋଜିତ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଥିଲା। ପ୍ରତିବର୍ଷ ପରି ୨ରୁ ୩ଟି ସ୍ଥାନରେ ପ୍ରାଥମିକ ଚିକିତ୍ସା ସହାୟତା କେନ୍ଦ୍ର ଖୋଲିବା, ବିଚିଂ ପାଉଡର ସିଞ୍ଚନ ଓ ହୋଟେଲ, ରେଷ୍ଟୁରାଣ୍ଟମାନଙ୍କୁ ହାଲୋଜେନ୍‌ ବଟିକା ଯୋଗାଣ କରାଯିବ ବୋଲି ସିଏଚସିର ମୁଖ୍ୟ ଚିକିତ୍ସାଧିକାରୀ ଡା. ରାଧେଶ୍ୟାମ  ଅଗ୍ରୱାଲ ସୂଚନା ଦେଇଥିଲେ । ପୂଜା ମହୋତ୍ସବ ଚାଲିଥିବା ବେଳେ ସନ୍ଧ୍ୟା ସମୟରେ ବିଦ୍ୟୁତ୍‌ କାଟ ନ କରିବା, ଏନଏସି ପକ୍ଷରୁ ପରିଷ୍କାର ପରିଚ୍ଛନ୍ନତା, ଆକସ୍ମିକ ଦୁର୍ଘଟଣା ପ୍ରତି ଅଗ୍ନିଶମ ବିଭାଗ ସଜାଗ ରହିବାକୁ କୁହାଯାଇଥିଲା । କିଶୋର ପୁରୋହିତ, ଇଂ. ବସନ୍ତ କୁମାର ଖଣ୍ଡାଙ୍କ ସମେତ ବିଭିନ୍ନ ପୂଜା ମହୋତ୍ସବ କମିଟି କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ବୈଠକରେ ଯୋଗ ଦେଇଥିଲେ।
All Right Reserved By

ସମ୍ବଲପୁର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅମରପାଲି, ୧୭।୨(ଡି.ଏନ.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ  କେଞ୍ଜିରିଆପାଲି ପଞ୍ଚାୟତ ଅନ୍ତର୍ଗତ ଅଚିଣ୍ଡା ଗ୍ରାମରେ ଅଙ୍ଗନୱାଡି ସହାୟକ ଚୟନରେ ପାତରଅନ୍ତର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଶନିବାର ଗଁାର ବହୁ ମହିଳା  ଏ ନେଇ ସିଡିପିଓ ସଞ୍ଜୁରାଣୀ ମିଶ୍ରଙ୍କୁ ଘେରାଉ କରି ପ୍ରତିବାଦ କରିଛନ୍ତି ।

ସ୍କୁଲଠାରୁ ୨୦କିମି ଦୂରରେ ପରୀକ୍ଷା କେନ୍ଦ୍ର

ସ୍କୁଲଠାରୁ ୨୦କିମି ଦୂରରେ ପରୀକ୍ଷା କେନ୍ଦ୍ର

ଅମରପାଲି, ୧୭।୨(ଡି.ଏନ.ଏ.)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଲୁତୁରପଙ୍କ ହାଇସ୍କୁଲ ଓ ଅମରପାଲି ହାଇସ୍କୁଲଊର ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଇଁ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ନେଇ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଶିକ୍ଷା ବିଭାଗର ଗାଇଡଲାଇନ ଅନୁଯାୟୀ ପ୍ରତ୍ୟେକ ସ୍କୁଲର ପରୀକ୍ଷା କେନ୍ଦ୍ର ସମ୍ପୃକ୍ତ ସ୍କୁଲଠାରୁ ୫କିମି ଦୂରରେ ହେବ। 

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର ଅଫିସ, ୧୬।୨- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶନିବାର ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଦୀର୍ଘ ୧୦ ଦିନ ହେଲା ଅନଶନ କରିବା ହେତୁ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

ବେଦବ୍ୟାସ,୧୬।୨: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବା ଏକ ତେଜରାତି ଦୋକାନ ସହ ମୋବାଇଲ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୋକାନର କାନ୍ଥ ତାଡ଼ି ଚୋରମାନେ ୩୦ଲକ୍ଷ ଟଙ୍କାର ମୋବାଇଲ ସମେତ ଗ୍ରୋସେରୀ ସାମଗ୍ରୀ ଚୋରି କରି ନେଇଛନ୍ତି। ଏ ନେଇ ଥାନାରେ ପୃଥକ୍‌ ପୃଥକ୍‌ ମାମଲା ରୁଜୁ ହୋଇଛି। 

ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

ଦେବଗଡ଼,୧୬ା୨(ସ୍ବ.ପ୍ର)ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଦିନ ଧରି ଚାଲିଥିବା ୧୯ତମ ଉସତ୍ବ ପ୍ରଧାନପାଟ-୨୦୧୯ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ  ଜିଲାପାଳ ସୁଧାଂଶୁ ମୋହନ ସାମଲ  ଅଧ୍ୟକ୍ଷତା କରିଥିଲେ। 

ଫସଲବୀମା ପରଦାନ ଦାବିରେ ଚାଷୀକଁର ଧାରନା  : ଲିଖିତ ପରତିଶୁରତି ଦେଲେ ଉପଜିଲାପାଳ

ଫସଲବୀମା ପରଦାନ ଦାବିରେ ଚାଷୀକଁର ଧାରନା : ଲିଖିତ ପରତିଶୁରତି ଦେଲେ ଉପଜିଲାପାଳ

ରେଢାଖୋଲ ୧୬।୨(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଫସଲବୀମା ପରଦାନ ଦାବିରେ ରେଢ଼ାଖାଲ ବ୍ଲକ ଗଡ଼ଗଡ଼ବାହାଲ ପଁଚେତ୍‌ର ଚାଷୀମାନେ ଶୁକୁରବାର ଉପଜିଲାପାଳକଁର ଦପ୍‌ତର ଆଘେ ଧାରନାରେ ବସିଥିଲେ। ସଖାଲର ପାଖାପାଖି ୧୦ଟାରୁ ୫ଟା ତକ୍‌ ଧାରନା ଦିଆଯାଇଥିଲା। ଉପଜିଲାପାଳ ବିଶିକେଶନ ଦେହୁରୀ ଚାଷୀକୁ ବୀମାଟଁକା ଦେବାର ଲାଗି ପଦକ୍ଷେପ ନିଆଯିବା ବଲି ଲିଖିତ ପରତିଶୁର୍‌ତି ଦେଲା ଉତାରୁ ଧାରନାରୁ ଚାଷୀମାନେ ଉଠିଥିଲେ। 

ଭତାରୁ ବଁଚିତ ୩ କଳାକାର

ଭତାରୁ ବଁଚିତ ୩ କଳାକାର

ଅତାବିରା, ୧୬।୨ (ଡି.ଏନ.ଏ): ରାଏଜ୍‌ ସରକାର ରାଏଜର କଳାକାରମାନକୁ ମାସିକ ୧୨ଶହ ଟଁକା ଲେଖେଁ କଳାକାର ଭତା ଯୁଗେଇ ଦେଉଛନ୍‌। ହେଲେ ଇ ଭତା ଲାଗି ଦରକାରି ପରମାନପତର, ବଏସ, ସଠିକ୍‌ ବିବରନ୍‌ ଦେବାର ଲାଗି ଆବେଦନ ଫର୍ମରେ ଲେଖା ଅଛେ। 

ଅଫିସ କାଯ୍‌ ଚାଲିଛେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ : ମଦୁଆକର କବ୍‌ଜାରେ କରମତଲା ପଁଚେତ୍‌

ଅଫିସ କାଯ୍‌ ଚାଲିଛେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ : ମଦୁଆକର କବ୍‌ଜାରେ କରମତଲା ପଁଚେତ୍‌

ସଇଁତଲା,୧୬ା୨ (ଡି.ଏନ.ଏ):  ପଁଚେତ୍‌ ଅଫିସ ମଦୁଆକର ଆଡ୍ଡା ପାଲଟିଥିବାର ଲାଗି ପଁଚେତ୍‌ର ସବୁ କାମ୍‌ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଚାଲୁଥିବାର ଖୋଦ୍‌ ସରପଁଚ୍‌ କହୁଛନ୍‌। ଏନ୍‌ତା ଗୁଟେ ଆଶିରିଯ୍‌ ଘଟନା ଦେଖ୍‌ବାକେ ମିଲିଛେ ସଇଁତଲା ବ୍ଲକର କରମତଲା ପଁଚେତ ଅଫିସରେ। 

ଭୂମି ଅଧିକାର ଦାବିରେ ରଣହୁଙ୍କାର

ଭୂମି ଅଧିକାର ଦାବିରେ ରଣହୁଙ୍କାର

ବରଗଡ଼ ଅଫିସ୍‌,୧୫।୨: ଭୂମି ଅଧିକାର ପ୍ରଦାନ ଦାବି ନେଇ ବରଗଡ଼ରେ ଆନ୍ଦୋଳନ ଜୋର୍‌ ଧରିଛି ।

ଧରାପଡିଲେ ୪ ହାଇୱେ ଲୁଟେରା:  ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌  ଜବତ୍‌

ଧରାପଡିଲେ ୪ ହାଇୱେ ଲୁଟେରା: ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌ ଜବତ୍‌

 ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ଜିଲା ପୋଲିସ ଏକ ହାଇୱେ ଲୁଟେରା ଦଳକୁ ଗିରଫ କରି ସେମାନଙ୍କଠାରୁ ସମସ୍ତ ଲୁଟ୍‌ ସାମଗ୍ରୀ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ୍‌ କରିଛି ।  

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ବନବିଭାଗ ଟିମ୍‌ ଏକ ବଡଧରଣର ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ କରିଛି ।  ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁ କାଠଗଣ୍ଡି ବୋଝେଇ ଏକ ଟ୍ରକ୍‌, ଏକ କାର ଓ ବାଇକ୍‌ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।