ଖେଳ |

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି ଶୀର୍ଷରେ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି ଶୀର୍ଷରେ
ଦୁବାଇ, ୧୨।୯(ପି.ଟି.)- ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି।  ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୪-୧ରେ ପରାସ୍ତ ହୋଇଥିଲେ ମଧ୍ୟ କୋହଲି ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ସିରିଜରେ ୫୯.୩ ରନ ହାରରେ ୫୯୩ ରନ ସଂଗ୍ରହ କରିଥିଲେ। ଏହି ସିରିଜ ପୂର୍ବରୁ କୋହଲି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ଙ୍କ ପଛକୁ ରହି କୋହଲି ୨୭ ହାସଲ କରିଥିଲେ। ତେବେ ବର୍ତ୍ତମାନ ସେ ସ୍ମିଥ୍‌ଙ୍କଠାରୁ ଗୋଟିଏ ପଏଣ୍ଟ ଆଗରେ ରହିଛନ୍ତି। ଏଥି ସହିତ ସେ ତଙ୍କ ଶୀର୍ଷ ସ୍ଥାନକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବାକୁ ଥିବା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଘରୋଇ ସିରିଜରେ କୋହଲି ତାଙ୍କ ପ୍ରଦର୍ଶନ ବଜାୟ ରଖି ଶୀର୍ଷସ୍ଥାନକୁ ଆହୁରି ଦୃଢ କରିବେ ବୋଲି ଆଶା କରାଯାଉଛି। 
ଭାରତର ରିଷଭ ପନ୍ତ ଓ ଲୋକେଶ ରାହୁଲ ବ୍ୟାଟିଂ ତାଲିକାରେ ଉନ୍ନତି କରିଛନ୍ତି। ରାହୁଲ ୧୬ଟି ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନ ଅଧିକାର କରିଛନ୍ତି। ଅନ୍ତିମ ଟେଷ୍ଟରେ ସେ ୧୪୯ ରନର ପାଳି ଖେଳି ଉପରକୁ ଉଠିଛନ୍ତି। ସେହିପରି ୧୧୪ ରନର ଶତକୀୟ ପାଳି ଖେଳିଥିବା ରିଷଭ ୬୩ଟି ସ୍ଥାନ ଉପରକୁ ଉଠି ୧୧୧ ତମ ସ୍ଥାନ ଅଧିକାର କରିଛନ୍ତି। କ୍ୟାରିୟର ତୃତୀୟ ଟେଷ୍ଟରେ ସେ ଏହି ଶତକ ହାସଲ କରିଥିଲେ। ସେହିପରି ପ୍ରଥମ ଇନିଂସରେ ଅପରାଜିତ ୮୬ ରନର ପାଳି ଖେଳିଥିବା ରବୀନ୍ଦ୍ର ଜାଡେଜା ୧୨ଟି ସ୍ଥାନ ଉପରକୁ ଉଠି ୫୮ ତମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସେ ଅଲରାଉଣ୍ଡର ତାଲିକରେ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। 
ଅନ୍ୟମାନଙ୍କ ମଧ୍ୟରେ ଅବସର ଘୋଷଣା କରିଥିବା ଇଂଲଣ୍ଡ ଓପନର ଆଲିଷ୍ଟର କୁକ୍‌ ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଟପ୍‌-୧୦ରେ ସ୍ଥାନ ପାଇଛନ୍ତି। ଏହି ଟେଷ୍ଟର ପ୍ରଥମ ଇନିଂସରେ ସେ ୭୧ ଓ ଦ୍ୱିତୀୟ ଇନିଂସରେ ସେ ୧୪୭ ରନର ପାଳି ଖେଳିଥିଲେ। ସେ ୧୧ଟି ସ୍ଥାନ ଉପରକୁ ଉଠି ଦଶମ ସ୍ଥାନରେ ରହିଛନ୍ତି। ୨୦୧୧ ସେପ୍ଟେମ୍ବରରେ କୁକ୍‌ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଭାରତ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ସେ ୨୯୪ ରନର ଦ୍ୱିଶତକୀୟ ପାଳି ଖେଖି ଏହି ସଫଳତା ପାଇଥିଲେ। ଏହି ବର୍ଷ ସେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଥିଲେ।
All Right Reserved By

ଖେଳ |

ପ୍ରଥମ ଇନିଂସ୍‌ରେ ଓଡ଼ିଶାକୁ  ଅଗ୍ରଣୀ

ପ୍ରଥମ ଇନିଂସ୍‌ରେ ଓଡ଼ିଶାକୁ ଅଗ୍ରଣୀ

ଭୁବନେଶ୍ୱର,୨୧।୧୧- ଗୁଆହାଟୀର ବର୍ସପରା କ୍ରିକେଟ ଷ୍ଟାଡିୟମ୍‌ରେ ଚାଲିଥିବା ଆସାମ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ଦଳ ପ୍ରଥମ ଇନିଂସ୍‌ରେ ଅଗ୍ରଣୀ ହାସଲ କରିଛି। ଆସାମର ୧୨୧ ରନ୍‌ ଜବାବରେ ଓଡ଼ିଶା ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ୍‌ ସ୍କୋର ୮୬/୩ରୁ ବ୍ୟାଟିଂ ଆରମ୍ଭ କରି ୨୪୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। 

ବିରାଟଙ୍କ ନିଷ୍ପତ୍ତି ପ୍ରଥମେ ବୋଲିଂ

ବିରାଟଙ୍କ ନିଷ୍ପତ୍ତି ପ୍ରଥମେ ବୋଲିଂ

ବ୍ରିସବେନ,୨୧।୧୧- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କଠିନ  ପିଚ୍‌ ଓ ଦ୍ୱିତୀୟ ଇନିଂସ ବେଳକୁ କୁହୁଡି ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି।

ଭୁବନେଶ୍ୱରରେ ଅଲିମ୍ପିକ୍‌ ଚାମ୍ପିୟନ ଆର୍ଜେଣ୍ଟିନା

ଭୁବନେଶ୍ୱରରେ ଅଲିମ୍ପିକ୍‌ ଚାମ୍ପିୟନ ଆର୍ଜେଣ୍ଟିନା

ଭୁବନେଶ୍ୱର,୨୧।୧୧- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଥିବା ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଏକ ସପ୍ତାହରୁ କମ୍‌ ସମୟ ଥିବାବେଳେ ରିଓ ଅଲିମ୍ପିକ୍‌ ଚାମ୍ପିୟନ ଆର୍ଜେଣ୍ଟିନା ଦଳ ବୁଧବାର ଏଠାରେ ପହଞ୍ଚିଛି। 

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଜାଡେଜା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଜାଡେଜା

ନୂଆଦିଲ୍ଲୀ,୨୧।୧୧- ଭାରତୀୟ ଟେଷ୍ଟ ଦଳର ନିୟମିତ ସଦସ୍ୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। 

ଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

ଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୧।୧୧- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟାରୁ ମୁକୁଳି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫିଟ୍‌ ଘୋଷିତ ହୋଇନାହାନ୍ତି। ଏସିଆ କପ୍‌ରେ ଦଳର ନିୟମିତ ସଦସ୍ୟଙ୍କ ପିଠିରେ ଆଘାତ ଲାଗିଥିଲା। 

ସୋନାଲି, ରଞ୍ଜନ, ମେଘନାଦ, ଝାନ୍ସି ଚାମ୍ପିୟନ

ସୋନାଲି, ରଞ୍ଜନ, ମେଘନାଦ, ଝାନ୍ସି ଚାମ୍ପିୟନ

ବ୍ରହ୍ମପୁର ଅଫିସ,୨୧ା୧୧-ଗଞ୍ଜାମ ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ବ୍ରହ୍ମପୁର ଷ୍ଟାଡିୟମ୍‌ରେ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । 

ରାଓ୍ବତ, ଭାଟିଆଙ୍କ ଶତକ

ରାଓ୍ବତ, ଭାଟିଆଙ୍କ ଶତକ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- କିଟ୍‌ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଉତ୍ତରାଖଣ୍ଡ-ସିକିମ ରଣଜୀ ଟ୍ରଫି ମ୍ୟାଚ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଉତ୍ତରାଖଣ୍ଡ ସୌରଭ ରାଓ୍ବତ ଓ ଅଧିନାୟକ ରଜତ ଭାଟିଆଙ୍କ ଶତକ ସହାୟତାରେ ପ୍ରଥମ ଦିବସ ଶେଷସୁଦ୍ଧା ୫ ଉଇକେଟ ହରାଇ ୨୯୦ ରନ ସଂଗ୍ରହ କରିଛି। 

କୁଚ ବିହାର ଟ୍ରଫି: ଗୋଆର ବ୍ୟାଟିଂ ବିପର୍ଯ୍ୟୟ

କୁଚ ବିହାର ଟ୍ରଫି: ଗୋଆର ବ୍ୟାଟିଂ ବିପର୍ଯ୍ୟୟ

କଟକ ଅଫିସ,୨୧ା୧୧- ଗୋଆର ମାରଗାଓ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଚାଲିଥିବା୧୯ବର୍ଷରୁ କମ୍‌ କୁଚବିହାର ଟ୍ରଫି ଓଡ଼ିଶା-ଗୋଆ ବିପକ୍ଷ ମ୍ୟାଚ୍‌ର ଦ୍ୱିତୀୟ ଦିବସ ଖେଳ ଶେଷ ହୋଇଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୫ ଉଇକେଟ ହରାଇ ୨୯୦ରନ୍‌ କରିଥିବା ଓଡ଼ିଶା ୩୬୮ରନ୍‌ରେ ସୀମିତ ରହିଛି ।

୧୦ ଉଇକେଟରେ ଜିତିଲା ଓଡ଼ିଶା

୧୦ ଉଇକେଟରେ ଜିତିଲା ଓଡ଼ିଶା

କଟକ ଅଫିସ,୨୧ା୧୧- ଅଗରତାଲାର ପୋଲିସ ଟ୍ରେନିଂ ଏକାଡେମୀ ଗ୍ରାଉଣ୍ଡରେ ଅନୁଷ୍ଠିତ ୧୬ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଓଡ଼ିଶା ୧୦ ଉଇକେଟରେ ତ୍ରିପୁରାକୁ ପରାସ୍ତ କରିଛି । ତେବେ ଚଳିତ ସିଜନ୍‌ରେ ଓଡ଼ିଶାର ଏହାର ଅନ୍ତିମ ମ୍ୟାଚ୍‌ ଥିବା ବେଳେ ପ୍ରତିଯୋଗିତାର ପ୍ରଥମ ବିଜୟସ୍ବାଦ ଚାଖିଛି । 

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫେଭରାଟ୍‌

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫେଭରାଟ୍‌

ବ୍ରିସ୍‌ବେନ୍‌, ୨୧ା୧୧ (ପି.ଟି.)-ବୁଧବାରଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରେ ଭାରତୀୟ  ଦଳ ଫେଭରାଇଟ୍‌ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ଭ୍ରମଣକାରୀ ଦଳ ୨୦୧୭ ନଭେମ୍ବରରୁ ଏପର୍ଯ୍ୟନ୍ତ ୭ଟି ଟି୨୦ ସିରିଜରେ ବିଜୟ ଲାଭ କରି ସାରିଛି।

ଦ୍ୱିପାକ୍ଷିକ କ୍ରିକେଟ: ପାକିସ୍ତାନର କ୍ଷତିପୂରଣ ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

ଦ୍ୱିପାକ୍ଷିକ କ୍ରିକେଟ: ପାକିସ୍ତାନର କ୍ଷତିପୂରଣ ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

ଦୁବାଇ, ୨୧ା୧୧ (ପି.ଟି.)-ଭାରତ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ନେଇ ପାକିସ୍ତାନ ତରଫରୁ କରାଯାଇଥିବା କ୍ଷତିପୂରଣ ଦାବିକୁ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଦେଇଛି। 

ବ୍ୟାଟିଂ କୋଚ୍‌ ବାଙ୍ଗରଙ୍କୁ ସିଡ୍‌ନୀ ପଠାଗଲା

ବ୍ୟାଟିଂ କୋଚ୍‌ ବାଙ୍ଗରଙ୍କୁ ସିଡ୍‌ନୀ ପଠାଗଲା

ନୂଆଦିଲ୍ଲୀ, ୨୧ା୧୧ (ପି.ଟି.)-ବୁଧବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଟି ୨୦ ସିରିଜ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଏହାର ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗରଙ୍କୁ ସିଡ୍‌ନୀ ପଠାଇବା ଲାଗି ନିଷ୍ପତ୍ତି ନେଇଛି।