ଖେଳ |

ପୂର୍ବତନ ହକି ଅଧିନାୟକ ସର୍ଦ୍ଦାର ସିଂଙ୍କ ଅବସର

ପୂର୍ବତନ ହକି ଅଧିନାୟକ ସର୍ଦ୍ଦାର ସିଂଙ୍କ ଅବସର
ନୂଆଦିଲ୍ଲୀ, ୧୨।୯(ପି.ଟି.)- ଭାରତୀୟ ପୂର୍ବତନ ହକି ଅଧିନାୟକ ସର୍ଦ୍ଦାର ସିଂ ଅବସର ଘୋଷଣା କରିଛନ୍ତି। ଫଳରେ ତାଙ୍କର ୧୨ ବର୍ଷର ଉଜ୍ଜ୍ୱଳମୟ କ୍ୟାରିୟରର ଅନ୍ତ ଘଟିଛି। ବୁଧବାର ଏ ସଂକ୍ରାନ୍ତରେ ସେ ଅବସର ଘୋଷଣା କରିଛନ୍ତି। ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବା ପାଇଁ ଅବସର ଗ୍ରହଣ କରିବାକୁ ନିଷ୍ପତ୍ତି ନେଉଛି ବୋଲି ସେ କହିଛନ୍ତି। ଗତ ଏସିଆନ ଗେମ୍ସରେ ଭାରତ ଟାଇଟଲ ବଜାୟ ରଖିବାକୁ ବିଫଳ ହୋଇଥିଲା ଓ ବ୍ରୋଞ୍ଜ ପଦକ ହାସଲ କରିଥିଲା। ତେବେ ଏହି ଫଳାଫଳ ମୋତେ ନିରାଶ କରିଥିଲା। ଏହା ପରେ ମୁଁ ଅବସର ନେବାକୁ ମନସ୍ଥ କରିଥିଲି ବୋଲି ସର୍ଦ୍ଦାର କହିଛନ୍ତି। ବୟସ ବଢିବା ସାଙ୍ଗକୁ ଦ୍ରୁତ ଗତିରେ ଦୌଡିବା ତାଙ୍କ ପାଇଁ ସମ୍ଭବ ନ ଥିଲା। ଫଳରେ ଦଳରେ ତାଙ୍କର ସ୍ଥାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। 
ଗତ ୧୨ ବର୍ଷ ମଧ୍ୟରେ ମୁଁ ବହୁତ ହକି ଖେଳିଛି। ଏବେ ଅବସର ନେବାର ସମୟ ଉପନୀତ ହୋଇଛି। ଏବେ ଯୁବ ଖେଳାଳିମାନେ ଆଗକୁ ଆସିବା ଉଚିତ ଓ ସେମାନଙ୍କୁ ବାଟ ଛାଡିବା ଉଚିତ। ଚଣ୍ଡିଗଡ଼ରେ ମୋ ପରିବାର, ହକି ଇଣ୍ଡିଆ ଓ ବନ୍ଧୁମାନଙ୍କ ସହ ଆଲୋଚନ କରିବା ପରେ ମୁଁ ଏହି ନିଷ୍ପତ୍ତି ନେଇଛି ବୋଲି ସର୍ଦ୍ଦାର କହିଛନ୍ତି। ଗତ ଏସିଆନ ଗେମ୍ସ ଅବସରରେ ସର୍ଦ୍ଦାର ସେତେବେଳେ ଭିନ୍ନ ମତ ପୋଷଣ କରିଥିଲେ। ଏବେ ମୋ ପାଖରେ ବହୁତ ହକି ବାକି ଅଛି ଓ ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଚହେଁ ବୋଲି ସେ କହିଥିଲେ। ତେବେ ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ଦ୍ୱାରା ବୁଧବାର ଘୋଷିତ ହୋଇଥିବା ୨୫ ଜଣିଆ ଦଳରେ ତାଙ୍କୁ ସାମିଲ କରାଯାଇ ନ ଥିଲା। ଏହା ପରେ ତାଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା। 
୨୦୦୬ରେ ପାକିସ୍ତାନ ବିପକ୍ଷରେ ସେ ସିନିୟର ହକିରେ ପଦାର୍ପଣ କରିଥିଲେ। ସେବେଠାରୁ ସେ ଭାରତୀୟ ମିଡଫିଲ୍ଡର ମେରୁଦଣ୍ଡ ହୋଇ ରହିଥିଲେ। ୩୨ ବର୍ଷୀୟ ସର୍ଦ୍ଦାର ଭାରତ ପାଇଁ ମୋଟ ଉପରେ ୩୫୦ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି ଓ ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ସେ ଭାରତୀୟ ଦଳର ଅଧିନାୟକ ହିସାବରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି। ତାଙ୍କ ପରେ ଅଭିଜ୍ଞ ଗୋଲକିପର ପି.ଆର. ଶ୍ରୀଜେସଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଥିଲା। 
All Right Reserved By

ଖେଳ |

ଫିଲ୍ମ ପୋଷ୍ଟର ନେଇ ଚର୍ଚ୍ଚାରେ କୋହଲି

ଫିଲ୍ମ ପୋଷ୍ଟର ନେଇ ଚର୍ଚ୍ଚାରେ କୋହଲି

ନୂଆଦିଲ୍ଲୀ,୨୧।୯- ଚଳିତ ଏସିଆ କପ୍‌ରୁ ବିଶ୍ରାମ ଦିଆଯାଇଥିବା ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଏବେ ନୂଆ କାରଣ ଲାଗି ଚର୍ଚ୍ଚାକୁ ଆସିଛନ୍ତି। କୋହଲି ଶୁକ୍ରବାର ସୋସିଆଲ ମିଡିଆ ସାଇଟ୍‌ ଟୁଇଟର ଓ ଇନଷ୍ଟାଗ୍ରାମରେ ଏକ ଫିଲ୍ମ ପୋଷ୍ଟର ଅପଲୋଡ କରିଛନ୍ତି। 

କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ ବଜରଙ୍ଗ

କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ ବଜରଙ୍ଗ

ନୂଆଦିଲ୍ଲୀ,୨୧।୯(ପି.ଟି.)- କ୍ରୀଡ଼ା ବିଭାଗରେ ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବାରୁ ବଞ୍ଚତ୍ତ ହୋଇଥିବା ଷ୍ଟାର କୁସ୍ତିଯାଦ୍ଧା ବଜରଙ୍ଗ ପୁନିଆ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ଭେଟ କରିଛନ୍ତି। ଏଥିସହ ଘଟଣାକୁ ଗୁରୁତ୍ୱ ଦେବା ଲାଗି କ୍ରୀଡ଼ାମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି। 

ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍‌: ଭାରତ ପଞ୍ଚମ:ସିଦ୍ଧାନ୍ତଙ୍କୁ ୧୬, କବିଙ୍କୁ ୧୯ତମ ସ୍ଥାନ

ଭୁବନେଶ୍ୱର, ୨୧ା୯(ସ୍ପୋଟର୍‌ସ ବ୍ୟୁରୋ)- ବ୍ରାଜିଲ ସ୍ପୋଟର୍‌ସ ଫେଡେରେଶନ ଓ ଆନ୍ତର୍ଜାତିକ ୟୁନିଭର୍ସିଟି ସ୍ପୋଟର୍‌ସ ଫେଡେରେଶନ ମିଳିତ ଆନୁକୂଲ୍ୟରେ ବ୍ରାଜିଲର ଆରାକାଜୁଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତକୁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ସେହିପରି ଏହି ମେଗା ଇଭେଣ୍ଟରେ ଚାଇନା ପ୍ରଥମ, ପୋଲାଣ୍ଡ ଦ୍ୱିତୀୟ, ଆୟୋଜକ ବ୍ରାଜିଲ ତୃତୀୟ, ସର୍ବିଆ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ପ୍ରତିଯୋଗିତାରେ ୧୩ଟି ଦେଶରୁ ମୋଟ ୫୦ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣ କରିଥିବା ଅନ୍ୟ ଦେଶଗୁଡିକ ହେଲେ ପର୍ସିଆ, ଶ୍ରୀଲଙ୍କା, ସର୍ବିଆ, ଚେକ୍‌ ଗଣରାଜ୍ୟ, ସୁଇଜରଲାଣ୍ଡ, ସ୍ଲୋଭେନିଆ, ଫ୍ରାନ୍ସ, ଆର୍ଜେଣ୍ଟିନା ଓ ସ୍ଲେଭାକିଆ। 

ରସିଦଙ୍କ ଅଲରାଉଣ୍ଡ ପ୍ରଦର୍ଶନ: ଆଫଗାନିସ୍ତାନର ବୃହତ୍‌ ବିଜୟ

ରସିଦଙ୍କ ଅଲରାଉଣ୍ଡ ପ୍ରଦର୍ଶନ: ଆଫଗାନିସ୍ତାନର ବୃହତ୍‌ ବିଜୟ

ଆବୁଧାବି, ୨୧ା୯ (ପି.ଟି.)- ଜନ୍ମଦିନରେ ରସିଦ ଖାଁଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଚଳିତ ଏସିଆ କପ୍‌ ଗ୍ରୁପ୍‌ ବି’ ଲିଗ୍‌ ମ୍ୟାଚରେ ଆଫଗାନିସ୍ତାନ ୧୩୬ ରନରେ ବାଂଲାଦେଶକୁ ହରାଇଛି। ଗୁରୁବାର ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୫୫ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୪୨.୧ ଓଭରରେ ୧୧୯ ରନ କରି ଅଲଆଉଟ ହେବା ସହ ଆତ୍ମସମର୍ପଣ କରିଥିଲା। ୨୫୬ରନ ଟାର୍ଗେଟର ପିଛା କରି ବାଂଲାଦେଶ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। 

କୋହଲି, ଚାନୁ ପାଇବେ ଖେଳରତ୍ନ

କୋହଲି, ଚାନୁ ପାଇବେ ଖେଳରତ୍ନ

ନୂଆଦିଲ୍ଲୀ,୨୧ା୯(ପି.ଟି.)-ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଏବଂ ବିଶ୍ୱ ଚାମ୍ପିୟନ ଭାରୋତ୍ତୋଳିକା ମୀରବାଈ ଚାନୁ ସେପ୍ଟେମ୍ବର ୨୫ରେ ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଗୁରୁବାର ଏହା ଘୋଷଣା କରାଯାଇଛି। ତାଲିକା ଇତିମଧ୍ୟରେ ଚୂଡ଼ାନ୍ତ ହୋଇ ସାରିଥିଲା। ମାତ୍ର ଗୁରୁବାର  ବିଧିବଦ୍ଧ ଭାବେ ଏହା ପ୍ରକାଶ କରାଯାଇଛି। ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ସମେତ ୨୦ଜଣ ଅର୍ଜୁନ ପୁରସ୍କାର ପାଇବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଏମାନଙ୍କୁ ସମ୍ମାନିତ କରିବେ। 

ଓଭିଏ ନିର୍ବାଚନ: ଗଗନେନ୍ଦୁ ନୂଆ ସମ୍ପାଦକ ସଭାପତି ଆସନ ପାଇଁ ଦ୍ୱିମୁଖୀ ଲଢ଼େଇ

କଟକ ଅଫିସ,୨୧ା୯- ଓଡ଼ିଶା ଭଲିବଲ ଆସୋସିଏଶନ(ଓଭିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ଗୁରୁବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଦିବସ ରହିଥିଲା । କେବଳ ସଭାପତି ପଦବୀକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ପଦବୀ ନିର୍ଦ୍ୱନ୍ଦ୍ୱରେ ପୂରଣ ହୋଇଛି। ଆସନ୍ତା ୨୩ ତାରିଖରେ ନିର୍ବାଚନ ହେବା ବେଳେ ସଭାପତି ପଦବୀ ନିମନ୍ତେ ସମ୍ପ୍ରତି ସଭାପତି ଦାୟିତ୍ୱରେ ଥିବା ସୁବୋଧ କୁମାର ରାଉତରାୟ ଓ ସମ୍ପାଦକ ଦାୟିତ୍ୱରେ ଥିବା ପ୍ରଦୀପ କୁମାର ମହାନ୍ତିଙ୍କ ମଧ୍ୟରେ ମୁକାବିଲା ହେବ। ଅନ୍ୟପକ୍ଷରେ ଜଗତସିଂପୁର ଜିଲା ସଂଘର ଗଗନେନ୍ଦୁ ଦାସ ଓଭିଏର ନୂତନ ସମ୍ପାଦକ ହୋଇଛନ୍ତି।

ଆନ୍ଧ୍ରଠାରୁ ହାରିଲା ଓଡ଼ିଶା

ଆନ୍ଧ୍ରଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୨୧ା୯- ନୂଆଦିଲ୍ଲୀ ଏୟାରଫୋର୍ସ କମ୍ପ୍ଲେକ୍ସ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫି ଏଲିଟ୍‌ ଗ୍ରୁପ-ବି’ର ଏକ ମ୍ୟାଚ୍‌ରେ ଓଡ଼ିଶା ୬ ଉଇକେଟରେ ଆନ୍ଧ୍ରପ୍ରଦେଶଠାରୁ ପରାସ୍ତ ହୋଇଛି। ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓଡ଼ିଶା ଧାର୍ଯ୍ୟ ଓଭରରେ ୯ ଉଇକେଟ ହରାଇ ୧୮୪ ରନ୍‌ କରିପାରିଥିଲା।   ୧୮୫ରନ୍‌ର ବିଜୟ ଲକ୍ଷ୍ୟକୁ ୪ ଉଇକେଟ ବିନିମୟରେ ଆନ୍ଧ୍ରପ୍ରଦେଶ ହାସଲ କରିଥିଲା। ଆନ୍ଧ୍ରପ୍ରଦେଶ ଓପନର ଅଶ୍ୱିନ ହେବର ଅପରାଜିତ ୯୨ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ। ଓଡ଼ିଶା ପକ୍ଷରୁ ପଦାର୍ପଣ ମ୍ୟାଚ୍‌ ଖେଳୁଥିବା ପପୁ ରାୟ ୨ଟି ଉଇକେଟ ଦଖଲ କରିଥିବା ବେଳେ ଉଇକେଟ କିପର ସୁଜିତ ଲେଙ୍କା ସଂଘର୍ଷପୂର୍ଣ୍ଣ ୫୫ରନ୍‌ କରିଥିଲେ।  ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳରେ ଏହି ମ୍ୟାଚ୍‌ ନିମନ୍ତେ ୩ଜଣ ନବାଗତଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ଦ୍ରୁତ ବୋଲର ରାଜେଶ ମହାନ୍ତି, ପ୍ରୀତ କନୱର ସିଂ ଚୌହ୍ବାନ ଓ ସ୍ପିନର ପପୁ ରାୟଙ୍କୁ ପଦାର୍ପଣ ମ୍ୟାଚ୍‌ ଖେଳିବାର ସୁଯୋଗ ଦିଆଯାଇଥିଲା। ଓଡ଼ିଶା ଶୁକ୍ରବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ କେରଳକୁ ଭେଟିବ।
ଓଡ଼ିଶା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ରାଜେଶ ଧୂପର ଓ ଅନୁରାଗ ଷଡ଼ଙ୍ଗୀ ୭.୫ ଓଭରରେ ୩୫ରନ୍‌ ସଂଗ୍ରହ କରିଥିବା ବେଳେ ଓଡ଼ିଶା ପ୍ରଥମ ଉଇକେଟ ହରାଇଥିଲା। 

ରୋନାଲ୍ଡୋଙ୍କ ରେଡ୍‌କାର୍ଡ ଉପରେ ପୁନଃ ବିଚାର

ରୋନାଲ୍ଡୋଙ୍କ ରେଡ୍‌କାର୍ଡ ଉପରେ ପୁନଃ ବିଚାର

ଭାଲେନସିଆ (ସ୍ପେନ), ୨୧ା୯- ଏଠାରେ ଖେଳାଯାଇଥିବା ଚାମ୍ପିୟନ୍ସ ଲିଗ୍‌ ଗ୍ରୁପ୍‌-ଏଚ୍‌’ର ଏକ ମ୍ୟାଚ୍‌ରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ରେଡ୍‌କାର୍ଡକୁ ନେଇ ସୃଷ୍ଟି ହୋଇଥିବା ବିବାଦର ପୁନଃ ବିଚାର ଆଗାମୀ ସପ୍ତାହରେ କରାଯିବ। ଏ ନେଇ ୟୁରୋପିଆନ ଫୁଟ୍‌ବଲ ପରିଚାଳନା ସଂସ୍ଥା (ୟୁଫା) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଭାଲେନସିଆ ବିପକ୍ଷ ମ୍ୟାଚ୍‌ରେ ଜୁଭେଣ୍ଟସ୍‌ର ଦାମୀ ଖେଳାଳି ରୋନାଲ୍ଡୋଙ୍କୁ ରେଫରି ରେଡ୍‌କାର୍ଡ ଦେଇଥିଲେ। ମ୍ୟାଚ୍‌ର ୨୯ତମ ମିନିଟ୍‌ରେ ପର୍ତ୍ତୁଗାଲ ଅଧିନାୟକଙ୍କୁ ରେଡ୍‌କାର୍ଡ ଯୋଗୁ ପଡ଼ିଆରୁ ଯିବାକୁ ପଡ଼ିଥିଲା। ସେ ଘରୋଇ ଭାଲେନସିଆ ଡିଫେଣ୍ଡର ଜିସନ ମୁରିଲୋଙ୍କୁ ଟ୍ୟାକେଲ କରି ତଳେ ପକାଇ ଦେଇଥିଲେ। ଏହାପରେ ମ୍ୟାଚ୍‌ ରେଫରି ଫେଲିକ୍ସ ବ୍ରିଚ୍‌ ସହାୟକ ରେଫରିଙ୍କ ପରାମର୍ଶ ନେଇ ରୋନାଲ୍ଡୋଙ୍କୁ ରେଡ୍‌କାର୍ଡ ପ୍ରଦାନ କରିଥିଲେ।

ନିଶାନ ଜ୍ୟୋତି ଅମ୍ପାୟର ମନୋନୀତ

ନିଶାନ ଜ୍ୟୋତି ଅମ୍ପାୟର ମନୋନୀତ

ଭୁବନେଶ୍ୱର,୨୧ା୯(ସ୍ପୋଟର୍‌ସ ବ୍ୟୁରୋ)- ବେଙ୍ଗାଲୁରୁଠାରେ ଚାଲିଥିବା ୩ୟ ହକି ଇଣ୍ଡିଆ ୫ ଏ- ସାଇଡ୍‌ ସିନିୟର ନ୍ୟାଶନାଲ ଚାମ୍ପିୟନଶିପ୍‌(ଉଭୟ ପୁରୁଷ ଓ ମହିଳା)ର ଅମ୍ପାୟର ଦାୟିତ୍ୱ ତୁଲାଇବା ଲାଗି ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତି ମନୋନୀତ ହୋଇଛନ୍ତି। କ୍ୟାରିୟରରେ ୨ୟ ଥର ଲାଗି ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଗତବର୍ଷ ମୋତେ ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାରେ ଅମ୍ପାୟରିଂ କରିବାକୁ ସୁଯୋଗ ମିଳିଥିଲା। ମୋ ପ୍ରଦର୍ଶନରେ ସନ୍ତୁଷ୍ଟ ହୋଇ ହକି ଇଣ୍ଡିଆ ପୁଣିଥରେ ବିଶ୍ୱାସ ଦେଖାଇଛି ଏବଂ ମୋତେ ଅମ୍ପାୟର ଭାବେ ମନୋନୀତ କରିଛି। ଏହି ଅବସରରେ ନିଶାନଙ୍କୁ ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ଶୁଭେଚ୍ଛା ଜଣାଇଛନ୍ତି। ଉଲ୍ଲେଖଥାଉ କି, ନିଶାନ ପୂର୍ବରୁ ବହୁବାର ଅନ୍ତର୍ଜାତୀୟ ଏବଂ ଜାତୀୟ ଟୁର୍ନାମେଣ୍ଟରେ ଅମ୍ପାୟରିଂ ଓ ଜଜ୍‌ ଦାୟିତ୍ୱ ତୁଲାଇ ସାରିଛନ୍ତି।

ରାଜକୋଟ ଟେଷ୍ଟ: ୨୨ରୁ ବିକ୍ରି ହେବ ଟିକେଟ୍‌

ରାଜକୋଟ ଟେଷ୍ଟ: ୨୨ରୁ ବିକ୍ରି ହେବ ଟିକେଟ୍‌

ରାଜକୋଟ,୨୦।୯(ପି.ଟି.)- ଆସନ୍ତା ଅକ୍ଟୋବର ୪ ତାରିଖରୁ ଏଠାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଲାଗି ଟିକେଟ ୨୨ ତାରିଖରୁ ବିକ୍ରି କରାଯିବ। ଏ ନେଇ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ପକ୍ଷରୁ ଘୋଷଣା କରାଯାଇଛି।

ଓଡ଼ିଶା- ଝାଡଖଣ୍ଡ କ୍ୱାର୍ଟର ଫାଇନାଲ

ଓଡ଼ିଶା- ଝାଡଖଣ୍ଡ କ୍ୱାର୍ଟର ଫାଇନାଲ

ବେଙ୍ଗାଲୁରୁ, ୨୦।୯ (ପି.ଟି.)- ଏଠାରେ ଚାଲିଥିବା ତୃତୀୟ ହକି ଇଣ୍ଡିଆ ୫-ଏ- ସାଇଡ ସିନିୟର ଜାତୀୟ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲ ଲାଇନ ଅପ୍‌ ସ୍ପଷ୍ଟ ହୋଇଛି। ଅଂଶଗ୍ରହଣ କରିଥିବା ୮ଟି ଦଳ କ୍ୱାର୍ଟର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପ୍ରଥମ କ୍ୱାର୍ଟର ଫାଇନାଲରେ ହରିୟାଣା ଓ ଉତ୍ତରପ୍ରଦେଶ ପରସ୍ପରକୁ ଭେଟିବେ। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଓଡ଼ିଶା ଓ ଝାଡ଼ଖଣ୍ଡ ମୁହଁାମୁହିଁ ହେବେ।

କ୍ୱାର୍ଟରରେ ଆଜାରେଙ୍କା

କ୍ୱାର୍ଟରରେ ଆଜାରେଙ୍କା

ଟୋକିଓ, ୨୦।୯(ଏଏଫ୍‌ପି)- ବିଶ୍ୱର ପ୍ରାକ୍ତନ ଏକ ନମ୍ବର ମହିଳା ଟେନିସ ଖେଳାଳି ଭିକ୍ଟୋରିଆ ଆଜାରେଙ୍କା ଏଠାରେ ଚାଲିଥିବା ପାନ୍‌ ପାସିଫିକ୍‌ ଓପନ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।