ମନୋରଞ୍ଜନ |

ଶ୍ରଦ୍ଧା କପୁରଙ୍କ କ୍ରେଜି ଡ୍ୟାନ୍ସ

ଶ୍ରଦ୍ଧା କପୁରଙ୍କ କ୍ରେଜି ଡ୍ୟାନ୍ସ
ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଶ୍ରଦ୍ଧାଙ୍କ ଅଭିନୟକୁ ନେଇ ବଲିଉଡ୍‌ରେ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ଖୁସିରେ ଶ୍ରଦ୍ଧାଙ୍କ ଗୋଡ଼ ଆଉ ତଳେ ଲାଗୁନାହିଁ। ନିଜର ଆଗାମୀ ଫିଲ୍ମ ‘ବତି ଗୁଲ୍‌ ମିଟର ଚାଲୁ’ର ପ୍ରମୋଶନ ଅବସରରେ ଶ୍ରଦ୍ଧା ଖୁସିରେ କ୍ରେଜି ଡ୍ୟାନ୍ସ କରିଛନ୍ତି। ସେ କହିଛନ୍ତି, ‘ସ୍ତ୍ରୀ’ ଭଳି ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହେବ। ଶ୍ରଦ୍ଧାଙ୍କ ସହ ଏହି ଫିଲ୍ମରେ ନଜରକୁ ଆସିବେ ନିକଟରେ ଦ୍ୱିତୀୟ ସନ୍ତାନର ଜନକ ହୋଇଥିବା ଚକୋଲେଟ୍‌ ହିରୋ ଶାହିଦ୍‌ କପୁର। ଫିଲ୍ମଟି ଆସନ୍ତା ୨୧ରେ ରିଲିଜ୍‌ ହେବ। 
All Right Reserved By

ମନୋରଞ୍ଜନ |

ଓ୍ବେବ୍‌ ସିରିଜରେ କରୀନା

ଓ୍ବେବ୍‌ ସିରିଜରେ କରୀନା

କଥାରେ ଅଛି, ଏମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ଯେଉଁ ଆଶା ପୂରଣ ନେଇ କରୀନା ଚାହିଁ ବସିଥିଲେ ତାହା କିପରି ପୂରଣ ହୋଇଛି।

ଆରିଏନ୍‌ ଯାହା ଚାହୁଁଥିଲେ

ଆରିଏନ୍‌ ଯାହା ଚାହୁଁଥିଲେ

ନବାଗତ ଆରିଏନ୍‌ଙ୍କୁ ଏକାଥରେ ଦୁଇଟି ଲକ୍ଷ୍ୟ ହାସଲ କରିବାକୁ ପଡିବ। ତେଣୁ ମାପିଚୁପି ପାଦ ପକାଉଛନ୍ତି। ଟିକେ ଯଦି ଓଲମ ବିଲମ ହୋଇଯାଏ ତା’ହେଲେ ସବୁ ପରିଶ୍ରମ ବୃଥା।

ଜ୍ୟୋତିଙ୍କ  ପ୍ରେମ  କାହାଣୀ

ଜ୍ୟୋତିଙ୍କ ପ୍ରେମ କାହାଣୀ

ଜ୍ୟୋତି ନାୟକ ଏବେ ପ୍ରେମରେ ପଡିଯାଇଛନ୍ତି। କାହା ସହ ଜାଣନ୍ତି ? ସୁନା ଚଢ଼େଇ ସହ। ଏହି ପ୍ରେମକୁ ସଫଳ କରିବାକୁ ସେ ସବୁ ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ତୟାର।

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦିପିକା-ରଣବୀର

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦିପିକା-ରଣବୀର

ନୂଆଦିଲ୍ଲୀ/ରୋମ, ୧୪।୧୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଦିପିକା ପାଦ୍ୟୁକୋନ ଓ ଅଭିନେତା ରଣବୀର ସିଂ। ସୁଦୂର ଇଟାଲୀ ଲେକ୍‌ କୋମୋରେ ଦୁହିଁଙ୍କ ବିବାହ ଖୁବ୍‌ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଆଜି ବିବାହ: ଦୀପିକାଙ୍କ ପସନ୍ଦର ଫୁଲରେ ସଜ୍ଜିତ ବିବାହ ମଣ୍ଡପ, ରଣବିରଙ୍କୁ ଅପେକ୍ଷା

ଆଜି ବିବାହ: ଦୀପିକାଙ୍କ ପସନ୍ଦର ଫୁଲରେ ସଜ୍ଜିତ ବିବାହ ମଣ୍ଡପ, ରଣବିରଙ୍କୁ ଅପେକ୍ଷା

ବମ୍ବେ: ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଦୁଇ ପ୍ରେମୀଯୁଗଳ ଦୀପିକା ପାଦ୍ୟୁକୋନ ଓ ରଣବିର ସିଂହ। ଏଥିପାଇଁ  ଦୀପିକାଙ୍କ ପସନ୍ଦର ଫୁଲରେ ସଜ୍ଜିତ ଇଟାଲିର ଲେକ୍‌ କୋମୋ ଡେଷ୍ଟିନେସନ। ବୁଧବାର କୋଙ୍କଣୀ ପରମ୍ପରାନୁଯାୟୀ ଉଭୟଙ୍କର ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୁରୁବାର ସିନ୍ଧୀ ପରମ୍ପରା ଅନୁଯାୟୀ ସମ୍ପନ୍ନ ହେବ।

ତନୁଶ୍ରୀଙ୍କଠାରୁ ଟଙ୍କା ନେଇ ମୋତେ କଚାଡିଲେ ରେସ୍‌ଲର: ରାକ୍ଷୀ

ତନୁଶ୍ରୀଙ୍କଠାରୁ ଟଙ୍କା ନେଇ ମୋତେ କଚାଡିଲେ ରେସ୍‌ଲର: ରାକ୍ଷୀ

ମୁମ୍ବାଇ,୧୩।୧୧: ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଇତିମଧ୍ୟରେ ସେ ତାଙ୍କ ଅସୁସ୍ଥତା ପାଇଁ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଦାୟୀ କରିଛନ୍ତି।

ଶିଳ୍ପା ଖାଇଲେ ସୁନା ଆଇସ୍‌କ୍ରିମ

ଶିଳ୍ପା ଖାଇଲେ ସୁନା ଆଇସ୍‌କ୍ରିମ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଏବେ ହଂକଂରେ ଛୁଟି କଟାଉଛନ୍ତି। ପରିବାର ସହ ସେଠାକୁ ଯାଇ ଖୁବ୍‌ ମଜା ମସ୍ତି ବି କରୁଛନ୍ତି। ନିଜ ହେଲ୍‌ଥକୁ ନେଇ ସବୁବେଳେ ସଜାଗ ଥିବା ଶିଳ୍ପା ସୋସିଆଲ ମିଡିଆରେ ବି ତାଙ୍କ ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥାନ୍ତି।

‘ଦି ସ୍କାଏ ଇଜ୍‌ ପିଙ୍କ୍‌’ ଶୁଟିଂରେ ବ୍ୟସ୍ତ

‘ଦି ସ୍କାଏ ଇଜ୍‌ ପିଙ୍କ୍‌’ ଶୁଟିଂରେ ବ୍ୟସ୍ତ

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ରାଜଧାନୀ ଦିଲ୍ଲୀରେ ଆଗାମୀ ଫିଲ୍ମ ‘ଦି ସ୍କାଏ ଇଜ୍‌ ପିଙ୍କ୍‌’ର ଶୁଟିଂ ଆରମ୍ଭ କରିଛନ୍ତି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଥିବା ବେଳେ ଉଭୟ ପ୍ରିୟଙ୍କା ଏବଂ ଅଭିନେତା ଫାରହାନ୍‌ ଅଖତର ମୁହଁରେ ମାସ୍କ ପିନ୍ଧି  ଅଭିନୟ କରିଥିଲେ। 

ଆରପାରିରେ କଣ୍ଠଶିଳ୍ପୀ ଚିତ୍ତ ଜେନା

ଆରପାରିରେ କଣ୍ଠଶିଳ୍ପୀ ଚିତ୍ତ ଜେନା

କଟକ ଅଫିସ୍‌, ୧୩।୧୧: ‘ନ ଯା ନ ଯା ରେ ଗୋରୀ ବାଲିଯାତ୍ରା ଦେଖି...’ ସୁପରହିଟ ଗୀତର ଗାୟକ ତଥା ଓ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ। ମଙ୍ଗଳବାର କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

କିସିଂ ବୟଙ୍କ ଫିଲ୍ମର ପୋଷ୍ଟର ରିଲିଜ୍‌

କିସିଂ ବୟଙ୍କ ଫିଲ୍ମର ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବେଶ୍‌ କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଥରେ ପରଦାକୁ ଫେରୁଛନ୍ତି ସିରିଏଲ କିସର୍‌ ଇମ୍ରାନ୍‌ ହାସ୍‌ମି। ନିଜ ହୋମ୍‌ ପ୍ରଡକ୍ସନ୍‌ ବ୍ୟାନରରେ ସେ ଏବେ ଦର୍ଶକଙ୍କ ନିକଟତର ହେବାକୁ ଯାଉଛନ୍ତି।

ମାମୁଙ୍କୁ ବାହା ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମାମୁଙ୍କୁ ବାହା ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ବିବାହର ଋତୁ। ହେଲେ ଜଣେ ନାୟିକାଙ୍କ ବିବାହ ପ୍ରସ୍ତାବ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ଚର୍ଚ୍ଚାକୁ ଆସିଥିବା ଟେଲିଭିଜନ ଶୋ’ କଫି ଉଇଥ୍‌ କରନରେ କେତେଜଣ ସେଲିବ୍ରିଟି ତାଙ୍କ ମନକଥା ଖୋଲି କହୁଥିବା ବେଳେ ଅନେକ ଅଜଣା କଥା ଦର୍ଶକେ ଏହି ଶୋ’ ମାଧ୍ୟମରେ ଜାଣି ପାରୁଛନ୍ତି।

ରାକ୍ଷୀଙ୍କୁ ତଳେ କଚାଡ଼ି ଦେଲେ ରେସ୍‌ଲର

ରାକ୍ଷୀଙ୍କୁ ତଳେ କଚାଡ଼ି ଦେଲେ ରେସ୍‌ଲର

ନୂଆଦିଲ୍ଲୀ,୧୨।୧୧: କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ସେ ହରିୟାଣାର ପଞ୍ଚକୁଲାରେ ଆୟୋଜିତ ଏକ ସିଡବ୍ଲୁଇ ରେସ୍‌ଲିଙ୍ଗ ଚାମ୍ପିୟନଶିପ୍‌ରେ ଯୋଗ ଦେଇ ଆହତ ହୋଇଥିବା ଜଣାପଡିଛି।