ଉପକୂଳ ଓଡିଶା

ପୋଖରୀରେ ବୁଡ଼ି ଦୁଇ ଛାତ୍ର ମୃତ

ପୋଖରୀରେ ବୁଡ଼ି ଦୁଇ ଛାତ୍ର ମୃତ
ବାଲିକୁଦା,୧୨ା୯(ସ୍ବ.ପ୍ର.): ବାଲିକୁଦା ଥାନା ଅଧୀନ ମୂଳଗଁା ପଞ୍ଚାୟତ ସିଙ୍ଗିରି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ଗାଧୋଇବା ସମୟରେ ବୁଡ଼ିଯାଇ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗ୍ରାମର ଶରତ ବିଶ୍ୱାଳଙ୍କ ପୁଅ ଓମ ବିଶ୍ୱାଳ(୯) ଓ ପ୍ରତାପ ରାଉତଙ୍କ ପୁଅ ଆର୍ଯ୍ୟ ସୁମନ ରାଉତ(୧୦)। ଓମ୍‌ ଚତୁର୍ଥ ଓ ଆର୍ଯ୍ୟସୁମନ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ। ଦୁଇ ଜଣ ସ୍କୁଲ ଯିବା ପୂର୍ବରୁ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଏହି ସମୟରେ ଜଣଙ୍କ ଗୋଡ଼ ଖସି ଯିବାରୁ ଅନ୍ୟ ଜଣେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ପୋଖରୀ ନିକଟରେ କେହି ନ ଥିବାରୁ ସେମାନଙ୍କୁ ବୁଡ଼ିଯିବା ସମୟରେ ଉଦ୍ଧାର କରାଯାଇ ପାରି ନ ଥିଲା। ତେବେ ଫେରିବା ବିଳମ୍ବ ହେବାରୁ ଘର ଲୋକ ପୋଖରୀ ନିକଟକୁ ଖୋଜିବାକୁ ଯାଇଥିଲେ। ଏତିକିବେଳେ ସେମାନେ ପୋଖରୀରେ ଭାସୁଥିବା ଦେଖି ପରିବାର ଲୋକେ ଉଦ୍ଧାର କରି ସଙ୍ଗେସଙ୍ଗେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରଥିଲେ। ଉଭୟ ସିଙ୍ଗିରି ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିଲେ। 
All Right Reserved By

ଉପକୂଳ ଓଡିଶା

ସାଇବର କ୍ରାଇମ୍‌, ଆଇନ ସମ୍ପର୍କରେ ସଚେତନତା

ସାଇବର କ୍ରାଇମ୍‌, ଆଇନ ସମ୍ପର୍କରେ ସଚେତନତା

ବାଙ୍କୀ,୨୩।୨(ସ୍ବ.ପ୍ର)- ବାଙ୍କୀ ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ଶନିବାର ବାଙ୍କୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ସାଇବର କ୍ରାଇମ୍‌ ଓ ଆଇନ ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ବାଙ୍କୀ ସିନିୟର ଡିଭିଜନ ସିଭିଲ୍‌ ଜଜ୍‌ ମୋନାଲିସା ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। 

ବୟୋଜ୍ୟେଷ୍ଠ ନାଗରିକ ସଂଘ ସଭ୍ୟଙ୍କର ତୀର୍ଥଯାତ୍ରା

ବୟୋଜ୍ୟେଷ୍ଠ ନାଗରିକ ସଂଘ ସଭ୍ୟଙ୍କର ତୀର୍ଥଯାତ୍ରା

ବାଙ୍କୀ,୨୩।୨(ସ୍ବ.ପ୍ର)- ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘର ୮ଜଣ ସଭ୍ୟ ଶନିବାରଠାରୁ ତୀର୍ଥଯାତ୍ରାରେ ବାହାରିଛନ୍ତି। ସେମାନେ କଲିକତା ଦକ୍ଷିଣେଶ୍ୱରୀ କାଳୀ, ଆସାମର ଗାୈହାଟି କାଉଁରୀ କାମାକ୍ଷା ମନ୍ଦିର ପରିଦର୍ଶନ ପାଇଁ କଟକ ଯାତ୍ରା କରିଛନ୍ତି। ଏହି ତୀର୍ଥଯାତ୍ରା ୬ଦିନ ଚାଲିବ। 

ନରସିଂହପୁରରେ ୯୩୧କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନରସିଂହପୁରରେ ୯୩୧କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନରସିଂହପୁର,୨୩।୨(ଡି.ଏନ.ଏ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର  ନରସିଂହପୁର ଗସ୍ତ କରି ୯୩୧ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ସେ ଦିନ ୧୨ଟାରେ ଅନନ୍ତ ନାରାୟଣ ହାଇସ୍କୁଲ ପଡିଆରେ ହେଲିକ୍ୟାପ୍ଟର ଯୋଗେ ଅବତରଣ କରିଥିଲେ। ବଡମ୍ବା-ନରସିଂହପୁର ଉଭୟ ବ୍ଲକର ୨୫ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗ ଦେଇଥିଲେ। 

ଲାଞ୍ଚ ନ ଦେବାରୁ ବିଦ୍ୟୁତ ସରଞ୍ଜାମ ବାହାର କରିନେଲେ ଠିକାଦାର

ଲାଞ୍ଚ ନ ଦେବାରୁ ବିଦ୍ୟୁତ ସରଞ୍ଜାମ ବାହାର କରିନେଲେ ଠିକାଦାର

ନାଉଗାଁ,୨୩।୨(ସ୍ବ.ପ୍ର)- ସୌଭାଗ୍ୟ ଯୋଜନା ଜରିଆରେ ସବୁ ଘରକୁ ବିଦ୍ୟୁତ ଯୋଗାଣ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଚଳାଇଥିବା ବେଳେ ଏହି ଯୋଜନା ନାଉଗଁା ବ୍ଲକରେ ଦିଗହରା ହୋଇଥିବା ଦେଖିବାକୁ ମିଳିଛି। କେଉଁଠି ବିଦ୍ୟୁତ ସଂଯୋଗ ନ ଥାଇ ହିତାଧିକାରୀଙ୍କ ନାମରେ ବିଲ ଆସୁଛି ତ ଆଉ କେଉଁଠି ଠିକାଦାରଙ୍କୁ ଲାଞ୍ଚ ନ ଦେଲେ ଲଗାଯାଇଥିବା ବିଦ୍ୟୁତ ସଂଯୋଗକୁ ବାହାର କରି ନିଆଯାଉଛି। ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନାଉଗାଁ ବ୍ଲକ କୋରୁଅ ପଞ୍ଚାୟତର ଦେବୀ ନଦୀ କୂଳବର୍ତ୍ତୀ ଗ୍ରାମ ଶୁଆକଣ ଗ୍ରାମରେ।

 ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟ୍‌

ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟ୍‌

ଚଣ୍ଡିଖୋଲ, ୨୩।୨(ଡି.ଏନ.ଏ): ଯାଜପୁର ଜିଲା ଚଣ୍ଡିଖୋଲ ନିକଟରୁ ଶନିବାର ଲକ୍ଷାଧିକ ଟଙ୍କାର ଲୁଟ୍‌ ହୋଇଛି।

ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବୋଲଗଡ଼,୨୩ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ପାଟପୁର ଶାସନ ପଞ୍ଚାୟତ ଶ୍ରୀରାମପୁର ନୂଆ ସାହିରେ ମା’ଦୁଲଣାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। 

ଉପର ମଣିନାଗକୁ ଆଲୋକୀକରଣ, ଭିତ୍ତିିପ୍ରସ୍ତର ସ୍ଥାପନ

ଉପର ମଣିନାଗକୁ ଆଲୋକୀକରଣ, ଭିତ୍ତିିପ୍ରସ୍ତର ସ୍ଥାପନ

ରଣପୁର,୨୩ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦସ୍ଥିତ ମା’ ମଣିନାଗ ପୀଠକୁ ଯାଇଥିବା ୫ କିଲୋମିଟରରୁ ଊର୍ଦ୍ଧ୍ୱ ଉଚ୍ଚ ପାହାଡ଼ ଉପର ରାସ୍ତାର ଆଲୋକୀକରଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  

ଭାରତ ବିକାଶ ପରିଷଦ ଶାଖା ସ୍ଥାପନ ସମାରୋହ

ଭାରତ ବିକାଶ ପରିଷଦ ଶାଖା ସ୍ଥାପନ ସମାରୋହ

ଓଡ଼ଗାଁ, ୨୩ା୨(ସ୍ବ.ପ୍ର.)-ସମ୍ପର୍କ, ସହଯୋଗ, ସଂସ୍କାର, ସେବା ଓ ସମର୍ପଣର ବାର୍ତ୍ତା ବହନ କରୁଥିବା ଭାରତ ବିକାଶ ପରିଷଦ ଓଡଗାଁରେ ରାଜ୍ୟର ୨୨ ତମ ଶାଖା ସ୍ଥାପନ କରିଛି ା ଏହି ଅବସରରେ ଶୁକ୍ରବାର ସ୍ଥାନୀୟ ଅଫିସର୍ସ କ୍ଲବ୍‌ ପରିସରରେ ନାରାୟଣ ବେହେରାଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ରାଜନୈତିକ ଆକ୍ରୋଶରୁ ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼

ବିରିଡ଼ି/ବାଲିଆ,୨୩।୨(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଶୁକ୍ରବାର ସନ୍ଧ୍ୟା ୭ଟାରେ ବୋମାମାଡ଼ ହୋଇଛି। ତେବେ ଏଥିରେ କୌଣସି ଜୀବନହାନୀ ଘଟି ନ ଥିଲେ ମଧ୍ୟ ଘର ନିକଟରେ ଥିବା କାର କ୍ଷତିଗ୍ରସ୍ତ ହୋଇଛି। ବୋମା ବିସ୍ଫୋରଣରେ କାର ପଛ ପାର୍ଶ୍ୱ ଚେପା ହୋଇଯିବା ସହ କାଚ ଭାଙ୍ଗିଯାଇଛି। 

୧୩ ନୂତନ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

୧୩ ନୂତନ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

ଖଣ୍ଡପଡ଼ା,୨୩ା୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅର୍ନ୍ତଗତ ବିଭିନ୍ନ ସ୍ଥାନରେ ୧୩ଟି ନୂତନ ଉଠା ଜଳସେଚନ ପ୍ରକଳ୍ପ ନିମନ୍ତେ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଦ୍ୱାରା ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା ଉଠା ଜଳସେଚନ ନିଗମ(ନୟାଗଡ଼)ଡିଭିଜନ ପକ୍ଷରୁ ଏହି ଅବସରରେ ସମାବେଶ ଆୟୋଜିତ ହୋଇଥିଲା। 

ରାଜନୈତିକ ଆକ୍ରୋଶରୁ ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼

ରାଜନୈତିକ ଆକ୍ରୋଶରୁ ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼

ବିରିଡ଼ି/ବାଲିଆ,୨୩।୨(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଶୁକ୍ରବାର ସନ୍ଧ୍ୟା ୭ଟାରେ ବୋମାମାଡ଼ ହୋଇଛି। ତେବେ ଏଥିରେ କୌଣସି ଜୀବନହାନୀ ଘଟି ନ ଥିଲେ ମଧ୍ୟ ଘର ନିକଟରେ ଥିବା କାର କ୍ଷତିଗ୍ରସ୍ତ ହୋଇଛି। ବୋମା ବିସ୍ଫୋରଣରେ କାର ପଛ ପାର୍ଶ୍ୱ ଚେପା ହୋଇଯିବା ସହ କାଚ ଭାଙ୍ଗିଯାଇଛି।

ବନ ଉଜାଡ଼ି ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା

ବନ ଉଜାଡ଼ି ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା

ପାରାଦୀପ,୨୩ା୨(ସ୍ବ.ପ୍ର.): ସରକାରୀ ନଥିପତ୍ରରେ ଏବେ ବି ପାରାଦୀପର ମହାନଦୀ ମୁହାଣଠାରୁ ଜଗତ୍‌ସିଂହପୁର ଜିଲାର ହରିଶପୁର-ମରିଚିପୁର ପର୍ଯ୍ୟନ୍ତ ବେଳାଭୂମିକୁ ସଂରକ୍ଷିତ ଜଙ୍ଗଲ କୁହାଯାଉଛି। ଏଥିସହ ୨୦୧୭-୧୮ ବର୍ଷରେ ସେହି ସଂରକ୍ଷିତ ଜଙ୍ଗଲରେ ଥିବା ପଶୁପକ୍ଷୀଙ୍କ ପାଇଁ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପୋଖରୀ ଖୋଳାଯାଇଛି।