ବାଲେଶ୍ୱର

ବାରିକେଡ ଯୋଗୁଁ ଯାତାୟାତରେ ସମସ୍ୟା

ବାରିକେଡ ଯୋଗୁଁ ଯାତାୟାତରେ ସମସ୍ୟା
କେନ୍ଦୁଝର, ୧୨ା୯(ସ୍ବ.ପ୍ର.): ଗାଡି ଚଳାଚଳ ନିୟନ୍ତ୍ରଣ ତଥା ଟ୍ରାଫିକ ସମସ୍ୟା ଦୂରକରି ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ସ୍ଥାନରେ ବସା ଯାଇଥିବା ପୋଲିସ ବାରିକେଡ ଏବେ କେତେକ ବ୍ୟବସାୟୀ ସଂସ୍ଥାଙ୍କ ପାଇଁ ସୁବିଧା ସୃଷ୍ଟି କରୁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ସବୁ ବାରିକେଡ ଠିକ ଭାବେ ରାସ୍ତାରେ ରଖାଯାଉ ନ ଥିବା ଏବଂ ଏସବୁକୁ କେତେକ ବ୍ୟକ୍ତି ଓ ସଂସ୍ଥା ନିଜର ସୁବିଧା ଅନୁସାରେ ଏଣେତେଣେ ରଖୁଥିବାରୁ ଦୁର୍ଘଟଣାର କାରଣ ହେବା ସହ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଏପରିକି ବାରିକେଡକୁ ରାସ୍ତା ମଝିରେ ରଖିବା ସହ ଏହା ସାଇଡରେ ବଡ ବଡ ପଥର ରଖୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। 
କଲେଜ ରୋଡ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଡିଭାଇଡର ସବୁ କେତେକ ନିଜ ନିୟନ୍ତ୍ରଣରେ ରଖାଯାଉଛି। ବାରିକେଡକୁ ରାସ୍ତା ମଝିରେ ରଖା ଯାଉଥିବାରୁ ଯାତାୟାରେ ସ୍କୁଲ ବସ ତଥା ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପୋଲିସ ବିଭାଗ ବି ଠିକ ଭାବେ ତଦାରଖ କରୁ ନ ଥିବାରୁ ସମସ୍ୟା ଦିନକୁ ଦିନ ଗୁରୁତର ହୋଇପଡୁଛି। ମାଇନିଂ ରୋଡ, ଧୋବାଡିହା ଛକ ଆଦି ନିକଟରେ ବାରିକେଡ ସବୁ ବ୍ୟବସାୟୀ ସଂସ୍ଥାଙ୍କ ପାଇଁ ପାର୍କିଂ ସୁବିଧା କରୁଥିବା ବେଳେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଠିକ ତଦାରଖ କରିବାକୁ ସାଧାରଣରେ ଦାବି ହେଉଛି।

All Right Reserved By

ବାଲେଶ୍ୱର

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କାଠବାରୀ ଗ୍ରାମ ରାସ୍ତା କଡ଼ରୁ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଉକ୍ତ ଗ୍ରାମର ଜାପାନୀ ନାଏକ ହୋଇଥିବା ଜଣାପଡ଼ିଛି।

ନକଲି କାଗଜପତ୍ରରେ ରାତାରାତି ଧାନ ଚାଲାଣ:  ପୋଲିସ, ଯୋଗାଣ ବିଭାଗର ତଦନ୍ତ ଆରମ୍ଭ

ନକଲି କାଗଜପତ୍ରରେ ରାତାରାତି ଧାନ ଚାଲାଣ: ପୋଲିସ, ଯୋଗାଣ ବିଭାଗର ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୨୩ା୧-ରାତାରାତି ନକଲି କାଗଜପତ୍ର ଧରି ଜିଲାରୁ ଅନ୍ୟ ଜିଲାକୁ ଟ୍ରକ ମାଧ୍ୟମରେ ଚାଲାଣ ହେଉଛି ଧାନ । ଯୋଗାଣ ବିଭାଗ ଓ ପୋଲିସକୁ ଚକମା ଦେଖାଇବା ପାଇଁ କମ୍ପ୍ୟୁଟର ମାଧ୍ୟମରେ ନକଲି ଟ୍ରାଞ୍ଜିଟ ପାଶ୍‌ ପ୍ରିଣ୍ଟ କରି ଧାନ ଚାଲାଣ କରାଯାଉଛି।

ବୋମାମାଡ଼ରେ ୪ ଆହତ, ୫ ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୩ା୧(ଡି.ଏନ.ଏ.)-ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲଗୁଣ୍ଡା ଗ୍ରାମ ପଞ୍ଚାୟତ ଇଟାଗୋଠ ଗାଁରେ ଗୋଷ୍ଠୀ ବିବାଦ କାରଣରୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ ହୋଇଛି।

୮ ବର୍ଷ ହେଲା ହୋଇନି ପ୍ରାଣୀ ଗଣନା:  ପ୍ରାଣୀଙ୍କୁ ଅଣଦେଖା

୮ ବର୍ଷ ହେଲା ହୋଇନି ପ୍ରାଣୀ ଗଣନା: ପ୍ରାଣୀଙ୍କୁ ଅଣଦେଖା

ଭଦ୍ରକ ଅଫିସ, ୨୩।୧-(ବିଭୁପ୍ରସାଦ ବେହେରା)-ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଶତାଧିକ  ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନାନା ଲୋଭନୀୟ ଯୋଜନା କାମ କରୁଛି। 

ନାରୀ ଶିକ୍ଷାର ମହତ୍ୱ, ମୌଳିକ ଅଧିକାର ଉପରେ ଗୁରୁତ୍ୱ

ନାରୀ ଶିକ୍ଷାର ମହତ୍ୱ, ମୌଳିକ ଅଧିକାର ଉପରେ ଗୁରୁତ୍ୱ

ଭଦ୍ରକ  ଅଫିସ,୨୩ା୧- ଅହମଦିୟା ମହିଳା ମୁସ୍‌ଲିମ୍‌ ସଂଗଠନ(ଲଜନା ଇମାୟୁଲା) ତରଫରୁ ଅହମଦିଆ ମୁସ୍‌ଲିମ୍‌ ମସ୍‌ଜିଦ୍‌ ପ୍ରାଙ୍ଗଣରେ ଏକ ଦିନିକିଆ  ମହିଳା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

ଉଦ୍ଧାର ସମ୍ବର ମୃତ

ଉଦ୍ଧାର ସମ୍ବର ମୃତ

କପ୍ତିପଦା, ୨୩ା୧ (ଡ଼ି.ଏନ୍‌.ଏ): ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ କଳମଗଡ଼ିଆ ପଞ୍ଚାୟତ ଅଫିସ ନିକଟରେ ମଙ୍ଗଳବାର ଏକ ସମ୍ବର ବୁଲୁଥିବା  ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ।

‘ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ କୋର୍ଟ ଗଲେ ଏମ୍‌ପି ’

‘ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ କୋର୍ଟ ଗଲେ ଏମ୍‌ପି ’

ବାରିପଦା ଅଫିସ,୨୩ା୧- ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଏମପି ଇଂ ରାମଚନ୍ଦ୍ର ହାଁସଦାଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।  

ଶିମିଳିପାଳରୁ ଲୋପ ପାଉଛି  ଶିମିଳି

ଶିମିଳିପାଳରୁ ଲୋପ ପାଉଛି ଶିମିଳି

କପ୍ତିପଦା,୨୩ା୧(ଡି.ଏନ.ଏ)- ପୂର୍ବରୁ ଶିମିଳିପାଳରେ ଅଧିକ ସଂଖ୍ୟକ ଶିମିଳିଗଛ ଥିବାରୁ ଏହା ଶିମିଳିପାଳ ନାମରେ ନାମିତ ଥିବା  ପରିବେଶବିତ୍‌ କୁହନ୍ତି।

ଫେବୃୟାରୀ ୮ରୁ ‘ପରୀ’

ଫେବୃୟାରୀ ୮ରୁ ‘ପରୀ’

ବାଲେଶ୍ୱର ଅଫିସ,୨୩।୧-ଆସନ୍ତା ଫେବୃୟାରୀ ୮ରୁ ‘ପରୀ’ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ବାଟବଣା ହୋଇଛି ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’:  ଅଭିଯୋଗ ଆଣିଲା ଭାଜପା

ବାଟବଣା ହୋଇଛି ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’: ଅଭିଯୋଗ ଆଣିଲା ଭାଜପା

ବାଲେଶ୍ୱର ଅଫିସ, ୨୩।୧-ରାଜ୍ୟ ସରକାରଙ୍କର ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’  ବାଟବଣା ହୋଇଛି। ଏଥିରେ ଚାଷୀମାନଙ୍କୁ ହଇରାଣ କରାଯାଉଛି ବୋଲି ବାଲେଶ୍ୱରର ଏକ ଘରୋଇ ହୋଟେଲ ପରିସରରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ସମ୍ପାଦିକା ତଥା ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।  

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା, ୨୨।୧(ସ୍ବ.ପ୍ର.)-ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୬ ଲିଟର ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ସଜନାଗଡ଼, ୨୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ଯାମୁନା ଛକର ଉଭୟ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଏବଂ ମଦ କାରବାର ବନ୍ଦ ଦାବିରେ ମଙ୍ଗଳବାର ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି।