ବାଲେଶ୍ୱର

ଅସ୍ବାସ୍ଥ୍ୟକର ପରିବେଶରେ ରିମୁଳି ବିଦ୍ୟାଳୟ

ଅସ୍ବାସ୍ଥ୍ୟକର ପରିବେଶରେ ରିମୁଳି ବିଦ୍ୟାଳୟ
ଚମ୍ପୁଆ,୧୨।୯(ଡି.ଏନ.ଏ.): ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ବାଳକ ପ୍ରାଥମିକ ବିଦ୍ୟାଳୟର ପରିବେଶ ଦିନକୁ ଦିନ ଅସ୍ବାସ୍ଥ୍ୟକର ହୋଇପଡିଛି। ଭଙ୍ଗା ପାଚେରି ଘେରା ଉକ୍ତ ବିଦ୍ୟାଳୟ ପରିସର ପଶୁଙ୍କର ଏକ ପ୍ରକାର ଚାରଣ ଭୂମି ପାଲଟିଛି। ସ୍ଥାନୀୟ ଅଧିବାସୀ ବିଦ୍ୟାଳୟ ପରିସରରୁ ପାନୀୟ ଜଳ ସଂଗ୍ରହ କରିବା ସହ ସ୍ନାନାଦି କାର୍ଯ୍ୟ କରୁଛନ୍ତି। ୧୯୫୪ରେ ନିର୍ମିତ ଉକ୍ତ ବିଦ୍ୟାଳୟର ବହୁତ ସୁନାମ ରହିଥିଲା। କାଳକ୍ରମେ ବିଦ୍ୟାଳୟ ଛାତ୍ର ସଂଖ୍ୟା କମିବାରେ ଲାଗିଛି। 
ବର୍ଷା ହେଲେ ବିଦ୍ୟାଳୟ ପରିସରରୁ ଜଳ ନିଷ୍କାସନ ହୋଇପାରୁନି। ଛାତ୍ରୀଛାତ୍ରଠୁ ଆରମ୍ଭ କରି ଶିକ୍ଷୟିତ୍ରୀଶିକ୍ଷକ ଆଣ୍ଠୁଏ ପାଣିରେ ଯିବା ଆସିବା କରୁଛନ୍ତି।  ବିଦ୍ୟାଳୟ କଡ଼ରେ ଥିବା ଦୋକାନ ଗୁଡିକର ଆବର୍ଜନା ବିଦ୍ୟାଳୟ ପରିସରରେ ଜମା ହୋଇ ପଡିରହିଛି। ବିଦ୍ୟାଲୟ ଗେଟ୍‌କୁ ଲାଗି ବସଷ୍ଟାଣ୍ଡ୍‌ ହୋଇଥିବାରୁ ବିଦ୍ୟାଳୟ ସମ୍ମୁଖ ପାଚେରି ଯାତ୍ରୀଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପରିସ୍ରାଗାର ଭାବେ ବ୍ୟବହାର ହୋଇଛି। ସନ୍ଧ୍ୟା ହେଲେ ଭଙ୍ଗା ପାଚେରୀ ଡେଇଁ ମଦୁଆମାନେ ସ୍କୁଲ ପରିସରରେ ବସି ମଦର ଆସର କରୁଥିବା ଜଣାଯାଇଛି। ଅନେକ ସମୟରେ ଭଙ୍ଗା ମଦ ବୋତଲ ଯୋଗୁ ଛାତ୍ରମାନେ ଆହତ ହେଉଥିବା ସ୍କୁଲର ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେବା ସହିତ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।
All Right Reserved By

ବାଲେଶ୍ୱର

୨୬ରେ ଭଦ୍ରକ-ଚାନ୍ଦବାଲି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

୨୬ରେ ଭଦ୍ରକ-ଚାନ୍ଦବାଲି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ଭଦ୍ରକ ଅଫିସ, ୨୪।୨ - ଭଦ୍ରକ ବସ୍‌ ସିଣ୍ଡିକେଟ ପକ୍ଷରୁ ଆସନ୍ତା ୨୬ ତାରିଖରେ ଭଦ୍ରକ-ଚାନ୍ଦବାଲି ରୁଟ୍‌ରେ ଦିନିକିଆ ବସ୍‌ ଚଳାଚଳ ବନ୍ଦ ରଖିବାକୁ ଧାର୍ଯ୍ୟ ହୋଇଛି। ଏ ନେଇ ବସ୍‌ ସିଣ୍ଡିକେଟ ପକ୍ଷରୁ ଜିଲା ପ୍ରଶାସନ ଓ ଜିଲା ପୋଲିସ ମୁଖ୍ୟଙ୍କୁ ଅବଗତ କରାଯାଇଛି। 

୨ରେ ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ

୨ରେ ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ

ଚାନ୍ଦବାଲି,୨୪।୨(ଡି.ଏନ.ଏ.) - ଆସନ୍ତା ମାର୍ଚ୍ଚ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ। ଏଥିନେଇ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଶନିବାର ଜିଲା ପୋଲିସ ଓ ପ୍ରଶାସନିକ ଅଧିକାରୀ କ୍ଷେତ୍ର ଅନୁଧ୍ୟାନ କରିଛନ୍ତି।

ଡାକିଲେ ଶୁଣନ୍ତି ହିଙ୍ଗୁଳା ମା’:  ମାନସିକ କଲେ ୬ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଡାକିଲେ ଶୁଣନ୍ତି ହିଙ୍ଗୁଳା ମା’: ମାନସିକ କଲେ ୬ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ବଡ଼ସାହି,୨୪ା୨(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ଶନିବାର ବାର୍ଷିକ ପୂଜା ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଛି।

ବେଆଇନ ଅବରୋଧ ହଟାଇଲା ପ୍ରଶାସନ

ବେଆଇନ ଅବରୋଧ ହଟାଇଲା ପ୍ରଶାସନ

ରେମୁଣା, ୨୪।୨(ଡି.ଏନ.ଏ.)-କ୍ଷୀରଚୋରା ଆର୍‌ଆଇ ଅଧୀନ ଅଠାନ୍ତର ଗଁାର ୩୭୧ ନମ୍ବର ପ୍ଲଟ ଉପରେ ଦୟାନିଧି ଦାସ ଏବଂ ଅନନ୍ତ ଦାସଙ୍କ ପରିବାର ରାସ୍ତା ପାର୍ଶ୍ୱ ଜମିରେ ଘର କରି ବସବାସ କରିଆସୁଥିଲେ। 

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ନିଲମ୍ବିତ

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ନିଲମ୍ବିତ

ଧାମନଗର, ୨୩।୨ (ଡି.ଏନ.ଏ.) - ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଧାମନଗର ବ୍ଲକ କାଙ୍କରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ  ଅକ୍ଷୟ କୁମାର ନାୟକଙ୍କୁ ବିଇଓ ପବିତ୍ର ମୋହନ ବାରିକ ନିଲମ୍ବନ କରିଛନ୍ତି। 

୫ ବର୍ଷର ହାତୀ ଛୁଆ ମୃତ

୫ ବର୍ଷର ହାତୀ ଛୁଆ ମୃତ

ବାରିପଦା ଅଫିସ,୨୩।୨- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ହାତୀ  ମୃତ୍ୟୁ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ରୋକିବା ଲାଗି କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନାହିଁ।  

୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର

୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ଖୁଣ୍ଟା, ୨୩।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଡୁକୁରା ରେଞ୍ଜ ଅଧୀନରେ ଶନିବାର ବନ କର୍ମଚାରୀ ମାନେ ଏକ ୧୩ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡିଛନ୍ତି।

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବାରିପଦା ଅଫିସ,୨୩।୨- ବାରିପଦା ପୌରପରିଷଦ ଅଧୀନରେ ଥିବା ୫ଟି ୱାର୍ଡରେ ଦୀର୍ଘ ୧୪ମାସ ହେବ ପାଣି ପମ୍ପ ହାଉସ ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପାଣି ପମ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। 

ଧାନ ଅଭାବୀ ବିକ୍ରିକୁ ନେଇ ଜିଲାପାଳ ଅଫିସ ସମ୍ମୁଖରେ ଧାରଣା

ଧାନ ଅଭାବୀ ବିକ୍ରିକୁ ନେଇ ଜିଲାପାଳ ଅଫିସ ସମ୍ମୁଖରେ ଧାରଣା

ସଜନାଗଡ଼,୨୩।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳ ଅଫିସ ସମ୍ମୁଖରେ ମଣ୍ଡିରେ ଧାନ ଅଭାବୀ ବିକ୍ରିକୁ ନେଇ ଚାଷୀମାନେ ଶନିବାର ପୂର୍ବାହ୍ନାରେ ଅନଶନରେ ବସିଛନ୍ତି। 

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ଆନନ୍ଦପୁର,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କୋଳିମାଟି ଗାଁର ବିଶ୍ୱକର୍ମାସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ,୨୩।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପରିସର ଶନିବାର ଉତ୍ତେଜନାପୂର୍ଣ୍ଣ ରହିଛି। ଉଭୟ କଂଗ୍ରେସ ଓ ବିଜେଡି ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉଭୟ ଦଳର କର୍ମୀମାନେ ପରସ୍ପର ବିରୋଧୀ ସ୍ଲୋଗାନ ଦେବା ସହ ହୋହଲ୍ଲା କରୁଛନ୍ତି। 

 ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଅଫିସ,୨୩।୨:  ଭଦ୍ରକ ଜିଲା ଚିକିତ୍ସାଳୟ ପରିସରରେ ଶନିବାର ସହାୟ ଯୋଜନା କେନ୍ଦ୍ରର ଶୁଭାରମ୍ଭ ହୋଇଛି।