ବାଲେଶ୍ୱର

ବିଭିନ୍ନ ଅନିୟମିତତା ନେଇ ପଞ୍ଚାୟତ ଅଫିସ ଘେରାଉ

ବିଭିନ୍ନ ଅନିୟମିତତା ନେଇ ପଞ୍ଚାୟତ ଅଫିସ ଘେରାଉ
ବସ୍ତା, ୧୨।୯(ସ୍ବ.ପ୍ର.)-ଜଳେଶ୍ୱର ବିକାଶମଞ୍ଚ ପକ୍ଷରୁ ସଭାପତି ସୁଦର୍ଶନ ଦାସଙ୍କ  ବସ୍ତା ବ୍ଲକର ସନ୍ତୋଷପୁର ଓ ଭେଲୋରା ପଞ୍ଚାୟତବାସୀଙ୍କର ୮ ଦଫା ଦାବି ନେଇ ବୁଧବାର ଶତାଧିକ ଗ୍ରାମବାସୀ ପଞ୍ଚାୟତ ଅଫିସ ଘେରାଉ କରିଥିଲେ। ବିଶେଷ କରି ହିତାଧିକାରୀମାନଙ୍କୁ ଘର ପ୍ରଦାନରେ ଅନିୟମିତତା, ଭତ୍ତା ପ୍ରଦାନରେ ପାତରଅନ୍ତର ନୀତି, ଗ୍ରାମ୍ୟ ରାସ୍ତାର ମରାମତି ଇତ୍ୟାଦି ୮ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ବିଶେଷ କରି ରାସ୍ତା ମରାମତି କାମ ଆଗାମୀ ୧୫ ଦିନ ମଧ୍ୟରେ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଚରମସୀମାକୁ ନିଆଯିବ ବୋଲି ସଭାପତି ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିକାଶ ମଞ୍ଚର ଉପସଭାପତି ସଂଗ୍ରାମ କେଶରୀ ବେହେରା, ରବୀନ୍ଦ୍ର ଭଞ୍ଜ, ଗୌରୀ ଶଙ୍କର ଜେନା, ପୂର୍ଣ୍ଣେନ୍ଦୁ ନନ୍ଦ, ମଧୁସୂଦନ ନାୟକ, ପ୍ରତାପ ଚନ୍ଦ୍ର ସେଠୀ, ପ୍ରଦୀପ ପ୍ରଧାନ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।
All Right Reserved By

ବାଲେଶ୍ୱର

ଅସ୍ବାସ୍ଥ୍ୟକର ପରିବେଶରେ ରନ୍ଧା ଯାଉଛି ମଧ୍ୟାହ୍ନ ଭୋଜନ

ବଡ଼ସାହି,୧୯ା୨(ସ୍ବ.ପ୍ର.)-ବିଭିନ୍ନ ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସରଭୁକ୍ତ ଅଞ୍ଚଳକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ବୃଦ୍ଧି, ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ସରକାର ଯୋଗାଇ ଦେଉଛନ୍ତି। ମାତ୍ର ରୋଷେଇ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ନ ଥିବାରୁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ ସ୍କୁଲରେ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ଚାଲୁଅଛି। 

ପତ୍ନୀ ନିର୍ଯାତନା ମାମଲା : ସ୍ବାମୀଙ୍କୁ ୨ବର୍ଷ ଜେଲ୍‌

ବାରିପଦା ଅଫିସ, ୧୯ା୨-ପତ୍ନୀ ନିର୍ଯାତନା ମାମଲାର ବିଚାର କରି ରାଇରଙ୍ଗପୁର ଏସଡିଜେଏମ୍‌ ରାକେଶ କୁମାର ମୁଦୁଲି ତାଙ୍କ ସ୍ବାମୀ ବିଶୋଇ ଥାନା ତଳାପତି ଗ୍ରାମର ସରୋଜ ଗୋଚ୍ଛାୟତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ୨ବର୍ଷ ଜେଲଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୩ମାସ ଜେଲ ଭୋଗିବାକୁ ରାୟରେ କୁହାଯାଇଛି।

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଖଇରା-ଫତେପୁର ରାସ୍ତାକୁ ନିର୍ମାଣ କରୁଥିବା ଠିକାଦାର ଗତ ୨ମାସ ହେଲା ରାସ୍ତାକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଚାଲିଯାଇଛନ୍ତି। 

ଧାନର ଅଭାବୀ ବିକ୍ରି ଚିନ୍ତା  ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ଧାନର ଅଭାବୀ ବିକ୍ରି ଚିନ୍ତା ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳର କୋ-ଅପରେଟିଭ୍‌ ସୋସାଇଟିର ସମ୍ପାଦକ ଏବଂ ସଭାପତି ଧାନର ଅଭାବୀ ବିକ୍ରି ନେଇ ସୋମବାର ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ

ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ

ବାଲିଆପାଳ, ୧୮।୨(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ଅନ୍ତର୍ଗତ ବଣିଆଡିହା ପଞ୍ଚାୟତରେ ଏକ ଭିନ୍ନକ୍ଷମ ସ୍ବୟଂସହାୟକ ଗୋଷ୍ଠୀ ଗଠନ କରାଯାଇଛି।

ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ସଫଳ

ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ସଫଳ

ବାଲିଆପାଳ, ୧୮।୨(ସ୍ବ.ପ୍ର.)-ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଯବାନଙ୍କ ଶହୀଦ ହେବା ଘଟଣା ପ୍ରତିବାଦରେ ସର୍ବଭାରତୀୟ ବ୍ୟବସାୟୀ ସଂଘର ଭାରତ ବନ୍ଦ ଡାକରା ଦେଇଥିଲା ।

ଟାୱାର ସ୍ଥାପନକୁ ବିରୋଧ

ଟାୱାର ସ୍ଥାପନକୁ ବିରୋଧ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ପୌରାଞ୍ଚଳର ୯ନଂ. ୱାର୍ଡ଼ ପ୍ରଗତିନଗରର ମହିଳାମାନେ ରୋଗ ଭୟରେ ଏକ ଏୟାରଟେଲ୍‌ କମ୍ପାନୀର ମୋବାଇଲ୍‌ ଟାୱାର ସ୍ଥାପନକୁ ବିରୋଧ କରି ସୋମବାର ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ତଦନ୍ତରେ ପକ୍ଷପାତିତା ନୀତି

ତଦନ୍ତରେ ପକ୍ଷପାତିତା ନୀତି

କେନ୍ଦୁଝର, ୧୮ା୨(ସ୍ବ.ପ୍ର.): ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତରେ ରାଶନ ସାମଗ୍ରୀ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହୋଇଛି। 

ଜାତୀୟସ୍ତରକୁ ମନୋନୀତ କମଲଙ୍କ ପ୍ରକଳ୍ପ:  ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌

ଜାତୀୟସ୍ତରକୁ ମନୋନୀତ କମଲଙ୍କ ପ୍ରକଳ୍ପ: ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌

ତିହିଡ଼ି, ୧୮।୨(ଡି.ଏନ.ଏ.) - ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌। ଏଭଳି ଏକ ପ୍ରକଳ୍ପ କରି ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ସାଲପୁର ଗ୍ରାମର ଛାତ୍ର କମଲ କିଶୋର ମାଝୀ।

ଆଝାର ଚାମ୍ପିୟନ୍‌ ଟ୍ରଫି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଆଝାର ଚାମ୍ପିୟନ୍‌ ଟ୍ରଫି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବସ୍ତା,୧୮।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ଠାରେ ଆଝାର୍‌ ଚାମ୍ପିୟନ୍‌ ୨୦-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏହା ୭ ଦିନ ଧରି ଚାଲିବ ।

ଖଇରା-ଫତେପୁର ରାସ୍ତାରେ ବାଡ ବସାଇଲେ ଗ୍ରାମବାସୀ

ଖଇରା-ଫତେପୁର ରାସ୍ତାରେ ବାଡ ବସାଇଲେ ଗ୍ରାମବାସୀ

ଖଇରା, ୧୮।୨(ଡି.ଏନ.ଏ): ବାଲେଶ୍ବର ଜିଲାର ଖଇରା ଓ ଔପଦା ୨ଟି ବ୍ଲକକୁ ସଂଯୋଗ କରୁଥିବା ଖଇରା-ଫତେପୁର ରାସ୍ତାକୁ ଠିକାଦାର ଅଧାପନ୍ତରିଆ ଭାବେ ଛାଡିଦେବା ପ୍ରତିବାଦରେ ସାରକୋଣା ଓ ଫତେପୁର ପଞ୍ଚାୟତରୁ ଶହ ଶହ ସଂଖ୍ୟାର ବାସିନ୍ଦା ରାସ୍ତାର ସାରକୋଣା କେନାଲ ଛକ ନିକଟରେ ବାଡ ବସାଇ ଅବରୋଧ କରିଛନ୍ତିା 

ଶହୀଦ ଯବାନଙ୍କ ପାଇଁ କଳସ ଯାତ୍ରା

ଶହୀଦ ଯବାନଙ୍କ ପାଇଁ କଳସ ଯାତ୍ରା

କୋଳିମାଟି,୧୮ା୨(ଡି.ଏନ.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କ ପାଇଁ କଳସ ଯାତ୍ରା।