ବାଣିଜ୍ୟ |

ପାର୍ବତୀ ମୋଟର୍ସ ଶୋ’ରୁମ୍‌ରେ ଉନ୍ମୋଚନ ହେଲା ହିରୋ ‘ଏକ୍ସଟ୍ରିମ୍‌ ୨୦୦ ଆର୍‌’

ପାର୍ବତୀ ମୋଟର୍ସ ଶୋ’ରୁମ୍‌ରେ ଉନ୍ମୋଚନ ହେଲା ହିରୋ ‘ଏକ୍ସଟ୍ରିମ୍‌ ୨୦୦ ଆର୍‌’
ଅନୁଗୋଳ ଅଫିସ,୧୨-୯:  ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡ୍‌ ପକ୍ଷରୁ ଓଡିଶାରେ ଏହାର ନୂତନ ପ୍ରିମିୟମ ମୋଟରସାଇକଲ ‘ଏକ୍ସଟ୍ରିମ୍‌ ୨୦୦ଆର୍‌’କୁ ମଙ୍ଗଳବାର ଓଡିଶା ବଜାରରେ ପ୍ରବେଶ କରାଯାଇଛି। ଏହି ଧାରାରେ  ସ୍ଥାନୀୟ ପାର୍ବତୀ ମୋଟର୍ସ ଶୋ’ରୁମ୍‌ ଠାରେ ମଧ୍ୟ ଏହାକୁ ଉନ୍ମୋଚନ କରାଯାଇଛି। ପାର୍ବତୀ ମୋଟର୍ସ ଗ୍ରୁପର ଚେୟାରମ୍ୟାନ୍‌ ମହାବୀର ପ୍ରସାଦ ମାଣ୍ଡୋଠିଆ, ସ୍ବତ୍ତ୍ବାଧିକାରୀ ଅଶୋକ ମାଣ୍ଡୋଠିଆ, ପବନ ମାଣ୍ଡୋଠିଆ ଓ ଶ୍ରୀରାମ ମାଣ୍ଡୋଠିଆ ଏହାକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଅନୁଗୋଳର ବିଭିନ୍ନ ଯୁବ ସଙ୍ଗଠନକୁ ଶୋ’ରୁମ୍‌ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ଶୋ’ରୁମ୍‌ର ସୂଚନା ଅନୁସାରେ ଏହି ଯାନ ମୂଲ୍ୟ ୯୦,୯୦୦ ଟଙ୍କା ରହିଛି। ପାନ୍ଥର ବ୍ଲାକ୍‌-କୁଲ୍‌ ସିଲ୍‌ଭର, ପାନ୍ଥର ବ୍ଲାକ୍‌-ରେଡ୍‌, ସ୍ପୋର୍ଟସ୍‌ ରେଡ୍‌, ଚାର୍‌କୋଲ ଗ୍ରେ- ଅରେଞ୍ଜ୍‌ ଏବଂ ଟେକ୍ନୋ ବ୍ଲ୍ୟୁ ଭଳି ୫ଟି ଡୁଆଲ୍‌ ଟୋନ୍‌ କଲର ସ୍କିମ୍‌ରେ ଏହା ଉପଲବ୍ଧ। ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ନ୍ୟୁ ରେଞ୍ଜ୍‌ ପ୍ରିମିୟମ୍‌ ବାଇକ୍‌ କ୍ଷେତ୍ରରେ ଚଳିତ ବର୍ଷ କମ୍ପାନୀ ପ୍ରଥମ ଥର ପାଇଁ ଏଭଳି ଯାନ ବଜାରକୁ ଆଣିଛି। ଏଥିରେ ସମସ୍ତ ପ୍ରକାରର ସୁରକ୍ଷା ବୈଶିଷ୍ଟ୍ୟ ସହିତ ଆଣ୍ଟି-ଲକ୍‌ ବ୍ରେକ୍‌ ସିଷ୍ଟମ ରହିଛି। ବିଏସ୍‌-୪ ଆଧାରିତ ଏହି ୨୦୦ ସିସି ଇଂଞ୍ଜିନ ବିଶିଷ୍ଟ ବାଇକ୍‌ ଘଣ୍ଟାକୁ ୧୧୪ କି.ମି. ବେଗର ଗତିକରିବାର ସାମର୍ଥ୍ୟ ରଖେ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।
All Right Reserved By

ବାଣିଜ୍ୟ |

ଭାରତରେ ପୁରୁଷମାନେ ବେଶି ମୋବାଇଲ୍‌ ବ୍ୟବହାର କରୁଛନ୍ତି

ଭାରତରେ ପୁରୁଷମାନେ ବେଶି ମୋବାଇଲ୍‌ ବ୍ୟବହାର କରୁଛନ୍ତି

ନୂଆଦିଲ୍ଲୀ, ୨୪-୯(ପି.ଟି.):  ଭାରତରେ ନାରୀମାନଙ୍କ ତୁଳନାରେ ପୁରୁଷମାନେ ଅଧିକ ସଂଖ୍ୟାରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଟେଲିକମ୍ୟୁନିକେଶନ ବିଭାଗ ଯେଉଁ ତଥ୍ୟ ଦେଇଛି ସେଥିରୁ ଜଣାପଡିଛି, ଦେଶରେ ବର୍ତ୍ତମାନ ପ୍ରାୟ ୯୯ କୋଟି ମୋବାଇଲ୍‌ ଉପଭୋକ୍ତା ଅଛନ୍ତି। 

”ମୋଦି କେୟାର ନୁହେଁ ଦରିଦ୍ର ନାରାୟଣ ସେବା“

”ମୋଦି କେୟାର ନୁହେଁ ଦରିଦ୍ର ନାରାୟଣ ସେବା“

ରାଞ୍ଚତ୍,୨୪-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏଠାରେ ବିଶ୍ୱର ସର୍ବବୃହତ ସ୍ବାସ୍ଥ୍ୟ ସେବା ଯୋଗାଣକାରୀ ଯୋଜନା ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ପିଏମ୍‌ଜେଏଓ୍ବାଇ) ନାମରେ ନାମିତ ଏହି ଫ୍ଲାଗଶିପ୍‌ ସ୍କିମ୍‌ ଜରିଆରେ ସହରଠାରୁ ଆରମ୍ଭ 

ଟଙ୍କାକୁ ଧ୍ୟାନରେ ରଖି ଆମଦାନୀ ଉପରେ କଟକଣା ଲଗାଯିବ: ଗର୍ଗ

ଟଙ୍କାକୁ ଧ୍ୟାନରେ ରଖି ଆମଦାନୀ ଉପରେ କଟକଣା ଲଗାଯିବ: ଗର୍ଗ

ନୂଆଦିଲ୍ଲୀ,୨୪-୯: କେନ୍ଦ୍ର ସରକାର ଅଣ-ଜରୁରୀ ସାମଗ୍ରୀର ଆମଦାନୀରେ କଟକଣା ଲଗାଇବାକୁ ଯାଉଛନ୍ତି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ବିଭିନ୍ନ ବିକଳ୍ପ ଉପରେ ବିଚାର ଚାଲିଛି ବୋଲି ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି। ଡଲାର ବିନିମୟରେ ଟଙ୍କାର ମୂଲ୍ୟକୁ 

୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକିବେ ସରକାର

୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକିବେ ସରକାର

ନୂଆଦିଲ୍ଲୀ,୨୪-୯: କେନ୍ଦ୍ର ସରକାର ୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକ୍ରି କରିବାକୁ ଯାଉଛନ୍ତି। ସେମାନଙ୍କର ଜମି ଓ ଅନ୍ୟ ସମ୍ପତ୍ତିକୁ ବିକ୍ରି କରାଯିବ। ମୋଟ୍‌ ୨୪ ଉଦ୍ୟୋଗକୁ ରଣନୈତିକ ଦୃଷ୍ଟିକୋଣରୁ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଏମ୍‌ଏସପି ବୃଦ୍ଧିରୁ ସୁନା ଚାହିଦା ୨୫% ବଢ଼ିବ

ଏମ୍‌ଏସପି ବୃଦ୍ଧିରୁ ସୁନା ଚାହିଦା ୨୫% ବଢ଼ିବ

ନୂଆଦିଲ୍ଲୀ,୨୪-୯: ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ଅଧିକ ମୂଲ୍ୟ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ଏହି କାରଣରୁ ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧରେ ସୁନା ଚାହିଦା ପ୍ରାୟ ୨୫% ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି।

କୋମଲ ଲାହିରୀ ହ୍ବାଟ୍ସଆପ୍‌ର ଭାରତ ଲାଗି ଗ୍ରିଭାନ୍ସ ଅଫିସର

କୋମଲ ଲାହିରୀ ହ୍ବାଟ୍ସଆପ୍‌ର ଭାରତ ଲାଗି ଗ୍ରିଭାନ୍ସ ଅଫିସର

ନୂଆଦିଲ୍ଲୀ,୨୪-୯: ଶେଷରେ କେନ୍ଦ୍ର ସରକାରଙ୍କ ଚାପ ଆଗରେ ମୁଣ୍ଡ ନୁଆଇ ହ୍ବାଟ୍ସଆପ୍‌ କୋମଲ ଲାହିରୀଙ୍କୁ ଭାରତ ଲାଗି ଏହାର ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିଛି। ମିଥ୍ୟା ବାର୍ତ୍ତାକୁ ରୋକିବା ଲାଗି ପଦକ୍ଷେପ ନେଉ ବୋଲି କେନ୍ଦ୍ର ସରକାର ଦାବି କରିବା ପରେ ଫେସବୁକ୍‌ ଅଧୀନସ୍ଥ 

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ଭୁବନେଶ୍ୱର,୨୪-୯: ଟାଟା ମୋଟର୍ସ ଲିମିଟେଡ ପକ୍ଷରୁ ଓଡିଶା ବଜାରକୁ ଆସିଛି ନୂଆ ଟିଆଗୋ ଏନ୍‌ଆର୍‌ଜି। ସ୍ଥାନୀୟ ଏକ ହୋଟେଲରେ ଏହି ମଡେଲକୁ ଉନ୍ମୋଚନ କରାଯାଇଛି। କମ୍ପାନୀର ଆଞ୍ଚଳିକ ସେଲସ ପ୍ରବନ୍ଧକ ଶିଶିର ଶ୍ରୀବାସ୍ତବ, ଆଞ୍ଚଳିକ ସର୍ଭିସ ପ୍ରବନ୍ଧକ ରମେଶ

ବ୍ରିଜା ମଡେଲର ଡେଲିଭରି ଦେଲା ମାରୁତି ସୁଜୁକି

ବ୍ରିଜା ମଡେଲର ଡେଲିଭରି ଦେଲା ମାରୁତି ସୁଜୁକି

ଭୁବନେଶ୍ୱର,୨୪-୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଭୁବନେଶ୍ୱରଠାରେ ଏହାର ଲୋକପ୍ରିୟ କମ୍ପାକ୍ଟ ଏସ୍‌ୟୁଭି ମଡେଲ ଭିଟାରା ବ୍ରିଜାର ମେଗା ଡେଲିଭରି ଉତ୍ସବ ଅନୁଷ୍ଠିତ କରାଯାଇଛି। ସ୍ଥାନୀୟ ହୋଟେଲରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏନ୍‌ଟିଏସ୍‌ଇରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ସଫଳତା

ଏନ୍‌ଟିଏସ୍‌ଇରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୨୪-୯: ଏନ୍‌ସିଇଆର୍‌ଟି ଦ୍ୱାରା ପରିଚାଳିତ ଏନ୍‌ଟିଏସ୍‌ଇ ୨୦୧୮ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ଫିଟ୍‌ଜୀ କଟକ ଏବଂ ଭୁବନେଶ୍ୱର ସେଣ୍ଟରର ମୋଟ୍‌ ୩୯ଜଣ ଛାତ୍ରୀଛାତ୍ର ସଫଳ ହୋଇଛନ୍ତି। ଏନ୍‌ଟିଏସ୍‌ଇ ପ୍ରଥମ ପର୍ଯ୍ୟାୟ ପରିକ୍ଷା ନଭେମ୍ବର ୨୦୧୭ ଏବଂ ଦ୍ୱିତୀୟ 

ଇପିଏଫଓରେ ଆଧାର କେୱାଇସି ୩୦ ସେପ୍ଟେମ୍ବର ସୁଦ୍ଧା ଅନିବାର୍ଯ୍ୟ

ଇପିଏଫଓରେ ଆଧାର କେୱାଇସି ୩୦ ସେପ୍ଟେମ୍ବର ସୁଦ୍ଧା ଅନିବାର୍ଯ୍ୟ

ଭୁବନେଶ୍ୱର : ଇପିଏଫଓରେ ଆଧାର କେୱାଇସି ସଂଯୋଗ ସେପ୍ଟେମ୍ବର ୩୦ ତାରିଖ ୨୦୧୮ ସୁଦ୍ଧା କରାଇବା ଅନିବାର୍ଯ୍ୟ ।

ଆଉ ଏକ ଆର୍ଥିକ ସଙ୍କଟ ଆଡକୁ ମୁହଁ।ଉଛି ବିଶ୍ୱ

ଆଉ ଏକ ଆର୍ଥିକ ସଙ୍କଟ ଆଡକୁ ମୁହଁ।ଉଛି ବିଶ୍ୱ

ନୂଆଦିଲ୍ଲୀ,୨୩-୯: ଆମେରିକାସ୍ଥିତ ନିବେଶକାରୀ ବ୍ୟାଙ୍କ ଲେହମାନ ବ୍ରଦର୍ସ ଭୁଶୁଡି ପଡ଼ିବା ପରେ ୨୦୦୮ରେ ବିଶ୍ୱରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା। ଏହାର ଠିକ୍‌ ୧୦ ବର୍ଷ ପରେ ଏଭଳି ଆଉ ଏକ ଆର୍ଥିକ ସଙ୍କଟ ଆଡ଼କୁ ବିଶ୍ୱ ମୁହାଁଉଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସିଏଡି ବଢ଼ାଉଛନ୍ତି ୧୦ କୋଟି ଧନୀ

ସିଏଡି ବଢ଼ାଉଛନ୍ତି ୧୦ କୋଟି ଧନୀ

ନୂଆଦିଲ୍ଲୀ,୨୩-୯: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଦେଶର ଚଳନ୍ତି ଜମା ନିଅଣ୍ଟ(ସିଏଡି) ପରିମାଣ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ରପ୍ତାନି ସାମାନ୍ୟ ବଢ଼ିଥିଲେ ହେଁ ଆମଦାନୀ ତହୁଁ ଅନୁପାତରେ ଢ଼େର ବଢ଼ିଛି।