ବାଣିଜ୍ୟ |

ବାଙ୍ଗାଲୋର୍‌ରେ ଅପେରା ହାଉସ୍‌ ଉଦ୍‌ଘାଟନ କଲା ସାମ୍‌ସଙ୍ଗ

ବାଙ୍ଗାଲୋର୍‌ରେ ଅପେରା ହାଉସ୍‌ ଉଦ୍‌ଘାଟନ କଲା ସାମ୍‌ସଙ୍ଗ
ଭୁବନେଶ୍ୱର, ୧୨-୯: ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସାମ୍‌ସଙ୍ଗ ପକ୍ଷରୁ ବାଙ୍ଗାଲୋର ସ୍ଥିତ ବ୍ରିଗେଡ୍‌ ରୋଡ୍‌ଠାରେ ଏହାର ସର୍ବବୃହତ  ମୋବାଇଲ୍‌ ଏକ୍ସପେରିଏନ୍ସ ସେଣ୍ଟର  ‘ଅପେରା ହାଉସ୍‌’କୁ ମଙ୍ଗଳବାର ଉଦ୍‌ଘାଟନ କରାଯାଇଛି। ମୋବାଇଲ୍‌ ଫୋନ, ଟାବ୍‌ଲେଟ୍‌, କ୍ୱୁଏଲ୍‌ଇଡି ଟିଭି, ସ୍ମାର୍ଟ ଟିଭି, ରେଫ୍ରିଜିରେଟର ଠାରୁ ଆରମ୍ଭ କରି କମ୍ପାନୀର ବିଭିନ୍ନ ଅତ୍ୟାଧୁନିକ ଗ୍ୟାଜେଟ୍‌ ସବୁ ଏଠାରେ ପ୍ରଦର୍ଶିତ ହେବ। ସେହିପରି ଏଠାରେ ଥିବା ହୋମ୍‌ ଥିଏଟର ଜୋନ୍‌ରେ ପ୍ରି-ବୁକ୍‌ ମାଧ୍ୟମରେ ମାଗଣା ମୁଭି ଦେଖିବାର ସୁଯୋଗ ମଧ୍ୟ ମିଳିବ ବୋଲି ସାମସଙ୍ଗ ପକ୍ଷରୁ ପ୍ରକାଶ। ଏ ସମ୍ପର୍କରେ ସାମ୍‌ସାଙ୍ଗ ଇଣ୍ଡିଆର ମୋବାଇଲ୍‌ ବିଜ୍‌ନେସ୍‌ ବରିଷ୍ଠ ଉପସଭାପତି ମୋହନ୍‌ ଦୀପ୍‌ ସିଂ କହିଛନ୍ତି, ବାଙ୍ଗାଲୋର ପରେ ଆମେ ଆଉ ୭ରୁ ୮ ଟି ଏହିଭଳି ଏକ୍ସପେରିଏନ୍ସ ସେଣ୍ଟର ଉନ୍ମୋଚନ କରିବା ପାଇଁ ଯୋଜନା ରଖିଛୁ। ଅନ୍‌ଲାଇନ୍‌ ଗ୍ରାହକଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ଲକ୍ଷ ଲକ୍ଷ ଗ୍ରାହକ ଟଚ୍‌ ଆଣ୍ଡ ଫିଲ୍‌ର ଏକ୍ସପେରିଏନ୍ସ ପାଇଁ ଅଫ୍‌ଲାଇନ୍‌ ଷ୍ଟୋରକୁ ପସନ୍ଦ କରୁଥିବାରୁ ଏଭଳି ଏକ୍ସପେରିଏନ୍ସ ସେଣ୍ଟର ବ୍ୟବସ୍ଥା କରାଯାଇଛି। ସେହିପରି  ସାମ୍‌ସଙ୍ଗର ଦକ୍ଷିଣ ପଶ୍ଚିମ ଏସିଆର ସଭାପତି ତଥା ସିଇଓ ଏଚ୍‌.ସି. ହଙ୍ଗ୍‌ କହିଛନ୍ତି, ବର୍ତ୍ତମାନର ଯୁବପିଢି ସବୁ କ୍ଷେତ୍ରରେ ସ୍ବତନ୍ତ୍ର ଅନୁଭୂତି ଆଶା କରୁଛନ୍ତି। ସାମ୍‌ସଙ୍ଗର ସମସ୍ତ ଇଲେକ୍‌ଟ୍ରୋନିକ୍‌ ଉତ୍ପାଦରେ ସେମାନଙ୍କୁ ଏହି ସ୍ବତନ୍ତ୍ରତା ପ୍ରଦାନ କରିବା ପାଇଁ ଅପେରା ହାଉସ୍‌କୁ ବିକଶିତ କରାଯାଇଛି। 
All Right Reserved By

ବାଣିଜ୍ୟ |

ଫକ୍ସଓ୍ବାଗନ ପୁଣେ ପ୍ଲାଣ୍ଟକୁ ସଫଳତା

ଫକ୍ସଓ୍ବାଗନ ପୁଣେ ପ୍ଲାଣ୍ଟକୁ ସଫଳତା

ପୁଣେ,୨୦-୪:ଉତ୍ପାଦନ କ୍ଷେତ୍ରରେ ଫକ୍ସଓ୍ବାଗନର ପୁଣେ ସ୍ଥିତ ପ୍ଲାଣ୍ଟ ସଫଳତା ହାସଲ କରିଛି। କମ୍ପାନୀ ଏହି ପ୍ଲାଣ୍ଟରୁ ୧୦ ଲକ୍ଷ ତମ କାର ଉତ୍ପାଦନ କରିଛି। ପୂର୍ତ୍ତି ପାଳନ ପୂର୍ବକ କମ୍ପାନୀ ଏହାର ୧୦ ଲକ୍ଷ ତମ କାର କାର୍ବନ ଷ୍ଟିଲ ଆମିଓକୁ ଉନ୍ମୋଚନ କରିଛି। 

ଟିକ୍‌ଟକ୍‌ ମୂଳ କମ୍ପାନୀର ୧ ବିଲିୟନ ଡଲାର ନିବେଶ ଯୋଜନା

ଟିକ୍‌ଟକ୍‌ ମୂଳ କମ୍ପାନୀର ୧ ବିଲିୟନ ଡଲାର ନିବେଶ ଯୋଜନା

ଟିକ୍‌ଟକ୍‌ ମୂଳ କମ୍ପାନୀର ୧ ବିଲିୟନ ଡଲାର ନିବେଶ ଯୋଜନା 

ୟାମି ଗୌତମ ଖିମ୍‌ଜୀର ବ୍ରାଣ୍ଡ ଆମ୍ବାସାଡର

ୟାମି ଗୌତମ ଖିମ୍‌ଜୀର ବ୍ରାଣ୍ଡ ଆମ୍ବାସାଡର

ଭୁବନେଶ୍ୱର,୨୦-୪: ବିବାହ ସିଜନକୁ ଦୃଷ୍ଟିରେ ରଖି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଗହଣା ବ୍ରାଣ୍ଡ ଖିମଜୀ ଜୁଏଲେରି ବଲିଉଡ୍‌ ତାରକା ୟାମୀ ଗୌତମଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ୟାମୀଙ୍କୁ ସ୍ବାକ୍ଷର କରାଯିବା କମ୍ପାନୀ ପାଇଁ ଅତ୍ୟନ୍ତ ଖୁସିର ବିଷୟ ବୋଲି ଖିମ୍‌ଜୀର ନିର୍ଦ୍ଦେଶକ ମିତେଶ୍‌ ଖିମ୍‌ଜୀ କହିଛନ୍ତି। 

ସ୍ପାଇସଜେଟ୍‌ର ବଦାନ୍ୟତା: ୫ଶହ ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ଦେଲା ଚାକିରି

ସ୍ପାଇସଜେଟ୍‌ର ବଦାନ୍ୟତା: ୫ଶହ ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ଦେଲା ଚାକିରି

ନୂଆଦିଲ୍ଲୀ,୨୦।୪: ଆର୍ଥିକ ମାନ୍ଦାବସ୍ଥା କାରଣରୁ ବନ୍ଦ ହୋଇଯାଇଛି ଜେଟ୍‌ ଏୟାରଓ୍ବେଜ୍‌। ଫଳରେ ହଜାର ହଜାର କର୍ମଚାରୀ ରୋଜଗାର ହରାଇଛନ୍ତି। 

ଟୁଇଟରରେ ଜେଟ କର୍ମଚାରୀଙ୍କୁ ମିଳୁଛି ଜବ୍‌ ଅଫର

ଟୁଇଟରରେ ଜେଟ କର୍ମଚାରୀଙ୍କୁ ମିଳୁଛି ଜବ୍‌ ଅଫର

ନୂଆଦିଲ୍ଲୀ, ୨୦।୪: ଜେଟ ଏୟାର ବିମାନ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହାର ଉଡ଼ାଣ ବନ୍ଦ କରିଛି।

ମୋଦିଙ୍କୁ ବ୍ୟାଙ୍କ ସଂଘର ଚିଠି;ଜେଟକୁ ଅଧିଗ୍ରହଣ କରନ୍ତୁ ସରକାର

ମୋଦିଙ୍କୁ ବ୍ୟାଙ୍କ ସଂଘର ଚିଠି;ଜେଟକୁ ଅଧିଗ୍ରହଣ କରନ୍ତୁ ସରକାର

ମୁମ୍ବାଇ,୨୦-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଶୁକ୍ରବାର ବ୍ୟାଙ୍କ ସଂଘଗୁଡ଼ିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜେଟ୍‌ର ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତର ସୁରକ୍ଷା ଲାଗି କେନ୍ଦ୍ର ସରକାର ଜେଟ୍‌ ଏୟାରଓ୍ବେଜକୁ ହାତକୁ ନିଅନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି।  ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏଶନ ପକ୍ଷରୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ, ଜେଟ୍‌କୁ ଋଣ ଦେବା ଲାଗି ବ୍ୟାଙ୍କଗୁଡ଼ିକ ଉପରେ ଚାପ ପକା ନ ଯାଉ। ଜେଟ୍‌କୁ ହସ୍ତାନ୍ତର ପାଇଁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବିଡ଼୍‌ ଆହ୍ବାନ କରାଯାଇଛି। 

ଜେଟ୍‌ ସଙ୍କଟ ଯୋଗୁ କ୍ଷତି ସହୁଛନ୍ତି ହୋଟେଲ ଚେନ୍‌,କ୍ୟାଟରର୍ସ, ରପ୍ତାନିକାରୀ

ଜେଟ୍‌ ସଙ୍କଟ ଯୋଗୁ କ୍ଷତି ସହୁଛନ୍ତି ହୋଟେଲ ଚେନ୍‌,କ୍ୟାଟରର୍ସ, ରପ୍ତାନିକାରୀ

ନୂଆଦିଲ୍ଲୀ,୨୦-୪: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ସାମୟିକ ବନ୍ଦ ହୋଇଯିବା ପରେ ଏହାର ୨୨ ହଜାର କର୍ମଚାରୀ କେବଳ ଯେ ପ୍ରଭାବିତ ହୋଇଛନ୍ତି ତାହା ନୁହେଁ ଏଥିଯୋଗୁ ବଡ଼ ବଡ଼ ହୋଟେଲ ଚେନ୍‌, ଇନ୍‌ଫ୍ଲାଇଟ କ୍ୟାଟରିଂ ଯୋଗାଉଥିବା କମ୍ପାନୀ, ବିଦେଶକୁ  ସଜ ଫଳ, ପନିପରିବା ପଠାଉଥିବା ରପ୍ତାନିକାରୀ ପ୍ରଭାବିତ ହୋଇଛନ୍ତି। ଜେଟ୍‌ ଉପରେ ସେମାନଙ୍କର ବହୁ କୋଟି ଟଙ୍କା ବକେୟା ରହିଥିବାରୁ ଏବେ ସେମାନଙ୍କୁ ବ୍ୟାପକ ହାରରେ କ୍ଷତି ସହିବାକୁ ପଡ଼ିବ। ଏନେଇ ସେମାନଙ୍କ ଚିନ୍ତା ବଢ଼ିଯାଇଛି। 

ଜେଟ୍‌ର ୧୯ ଅନ୍ତଃରାଷ୍ଟ୍ରୀୟ ରୁଟ୍‌ ଲାଗି ଏୟାର ଇଣ୍ଡିଆର ଅଫର

ଜେଟ୍‌ର ୧୯ ଅନ୍ତଃରାଷ୍ଟ୍ରୀୟ ରୁଟ୍‌ ଲାଗି ଏୟାର ଇଣ୍ଡିଆର ଅଫର

ନୂଆଦିଲ୍ଲୀ,୨୦-୪: ଜେଟ୍‌ ଏୟାରଓ୍ବେଜର ଉଡ଼ାଣ ବନ୍ଦ ହେବା ପରେ ବିଦେଶରେ ଫଶି ରହିଥିବା ଯାତ୍ରୀଙ୍କୁ ଫେରାଇ ଆଣିବା ଲାଗି ଏୟାର ଇଣ୍ଡିଆ ପକ୍ଷରୁ ସ୍ପେଶାଲ ଭଡା ଅଫର ଦିଆଯାଇଛି। କମ୍ପାନୀ ମୋଟ ୧୯ ଅନ୍ତରାଷ୍ଟ୍ରୀୟ ରୁଟ୍‌ ଲାଗି ସ୍ପେଶାଲ ଭଡ଼ା ଅଫର ଦେଉଛି। ଏହା ଆସନ୍ତା ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅଫର ଅନୁଯାୟୀ, ଜେଟ୍‌ର ଟିକେଟ ବୁକ୍‌ କରିଥିବା ଯାତ୍ରୀଙ୍କୁ ଶସ୍ତାରେ ଏୟାର ଇଣ୍ଡିଆ ଟିକେଟ ପ୍ରଦାନ କରାଯିବ। ଯେଉଁମାନେ ଏହି ଅଫର ସୁବିଧା ନେବାକୁ ଚାହାନ୍ତି, ସେମାନଙ୍କୁ ମୋହର ବାଜି ଥିବା ଜେଟ୍‌ର କନଫର୍ମ ଟିକେଟ ଦେଖାଇବାକୁ ହେବ। ସ୍ପେଶାଲ ଭଡ଼ା ସ୍କିମ୍‌ କେବଳ ସିଧା ରୁଟ୍‌ର ଉଡ଼ାଣ ପାଇଁ ଲାଗୁ ହେବ। ଭଡ଼ା ବୃଦ୍ଧି ରୋକିବାକୁ ଏୟାର ଇଣ୍ଡିଆ ନୂଆ ବିମାନ ଯୋଡିବାକୁ ପ୍ରୟାସ କରୁଛି। ସୂଚନାଥାଉ କି, ବିଦେଶୀ ରୁଟ୍‌ରେ ଜେଟ୍‌ର ଉଡ଼ାଣ ବନ୍ଦ ହେବା ପରେ ବିମାନ ଭଡ଼ା ୩ ଗୁଣ ବଢ଼ିଯାଇଛି। 

ଜେଟ୍‌ ଭଳି ବନ୍ଦ ହୋଇପାରେ ଏୟାର ଇଣ୍ଡିଆ;୯ ହଜାର କୋଟି ଋଣ, ହାତରେ ଟଙ୍କା ନାହି

ଜେଟ୍‌ ଭଳି ବନ୍ଦ ହୋଇପାରେ ଏୟାର ଇଣ୍ଡିଆ;୯ ହଜାର କୋଟି ଋଣ, ହାତରେ ଟଙ୍କା ନାହି

ନୂଆଦିଲ୍ଲୀ,୨୦-୪: ଜେଟ୍‌ ଏୟାରଓ୍ବେଜ ଭଳି ରାଷ୍ଟ୍ରାୟତ୍ତ ଏୟାରଲାଇନ କମ୍ପାନୀ ଏୟାର ଇଣ୍ଡିଆ ମଧ୍ୟ ବନ୍ଦ ହୋଇପାରେ। କମ୍ପାନୀ ଉପରେ ବର୍ତ୍ତମାନ ୯ ହଜାର କୋଟି ଟଙ୍କାର ଋଣ ରହିଛି। ଏଭଳି ସ୍ଥିତିରେ ସରକାର ସହାୟତାର ହାତ ନ ବଢ଼ାଇଲେ ଜେଟ୍‌ ଭଳି ଏୟାର ଇଣ୍ଡିଆ ମଧ୍ୟ ବନ୍ଦ ହୋଇଯିବ। ନୂଆ ସରକାର କେନ୍ଦ୍ରରେ ଆସିବା ପରେ ହଁି ଏୟାର ଇଣ୍ଡିଆ ସମ୍ପର୍କରେ ନିଷ୍ପତ୍ତି ନିଆଯିବାକୁ ଥିବାରୁ ସେହି ସମୟ ଭିତରେ ଏହି ରାଷ୍ଟ୍ରାୟତ୍ତ କମ୍ପାନୀକୁ ସହାୟତା ନ ମିଳିଲେ ଏହା ବନ୍ଦ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏୟାର ଇଣ୍ଡିଆ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ସୂଚନା ପ୍ରଦାନ କରାଯାଇଛି। 

କୋଲକାତା ଚାଲିଯିବ ଟାଟା ସ୍ପଞ୍ଜ କର୍ପୋରେଟ ଅଫିସ;ସିଙ୍ଗୁର ବିବାଦ ପରେ ଟାଟା ଗ୍ରୁପ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କୋଲକାତା ଚାଲିଯିବ ଟାଟା ସ୍ପଞ୍ଜ କର୍ପୋରେଟ ଅଫିସ;ସିଙ୍ଗୁର ବିବାଦ ପରେ ଟାଟା ଗ୍ରୁପ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କୋଲକାତା/କେନ୍ଦୁଝର(ସ୍ବ.ପ୍ର),୨୦-୪: ଟାଟା ଷ୍ଟିଲ୍‌ର ଏକ ସହଯୋଗୀ କମ୍ପାନୀ ଟାଟା ସ୍ପଞ୍ଜ ଆଇରନ ଲିମିଟେଡ ଏହାର କର୍ପୋରେଟ ଅଫିସ୍‌କୁ କୋଲକାତାକୁ ସ୍ଥାନାନ୍ତର ଲାଗି ନିଷ୍ପତ୍ତି ନେଇଛି। ସିଙ୍ଗୁର ବିବାଦ ପରେ ଟାଟା ଗ୍ରୁପ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଶେଷ ଗୁରୁତ୍ୱ ବହନ କରୁଛି। ଏଥିସହିତ କମ୍ପାନୀର ନାମ ପରିବର୍ତ୍ତନ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। 

ଏସ୍‌ବିଆଇ ବିରୋଧରେ ଅଭିଯୋଗ ଆଣିଲେ ମାଲ୍ୟା

ଏସ୍‌ବିଆଇ ବିରୋଧରେ ଅଭିଯୋଗ ଆଣିଲେ ମାଲ୍ୟା

ଲଣ୍ଡନ,୨୦-୪: ପଳାତକ ଘୋଷିତ ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବିରୋଧରେ ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆରେ ଏସ୍‌ବିଆଇକୁ ଟାର୍ଗେଟ କରି ମାଲ୍ୟା କହିଛନ୍ତି, ଏହା ଦେଶର ଟିକସଦାତାଙ୍କ ଟଙ୍କାକୁ ଇଂଲଣ୍ଡରେ ଆଇନଗତ ମାମଲା ଲଢିବାରେ ଖର୍ଚ୍ଚ କରୁଛି। ଏସ୍‌ବିଆଇ ନେତୃତ୍ୱାଧିନ ବ୍ୟାଙ୍କ ଗୋଷ୍ଠୀ ତାଙ୍କ ପଛରେ ଭୂଲରେ ପଡିଥିବା ମାଲ୍ୟା ଟୁଇଟରେ କହିଛନ୍ତି। 

ବିଚାର ବିଭାଗୀୟ ହାଜତକୁ ଗଲେ ଆଇଏଲ୍‌ ଆଣ୍ଡଏଫ୍‌ଏସ୍‌ ସିଇଓ

ବିଚାର ବିଭାଗୀୟ ହାଜତକୁ ଗଲେ ଆଇଏଲ୍‌ ଆଣ୍ଡଏଫ୍‌ଏସ୍‌ ସିଇଓ

ନୂଆଦିଲ୍ଲୀ,୨୦-୪: ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ଆଇଏଲ୍‌ଆଣ୍ଡ ଏଫ୍‌ଏସ୍‌ର ପୂର୍ବତନ ଏମ୍‌ଡି ତଥା ସିଇଓ ରାକେଶ ବାଓ୍ବାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ବେଆଇନ ଭାବେ ଅର୍ଥ ହେରଫେର ମାମଲାରେ ଗତ ସପ୍ତାହରେ ବାଓ୍ବା ଗିରଫ ହୋଇଥିଲେ। ଜଘନ୍ୟ ଅପରାଧ ତଦନ୍ତକାରୀ କାର୍ଯ୍ୟାଳୟ (ଏସ୍‌ଏଫ୍‌ଆଇଓ) ବାଓ୍ବାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ୪ ଦିନ ହାଜତରେ ରହିବା ପରେ ତାଙ୍କୁ ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ସେ ବିଚାର ବିଭାଗୀୟ ହାଜତରେ ରହିବେ। ତାଙ୍କୁ ପଚରା ଉଚୁରା ଲାଗି ସୁବିଧା ହେଉ ନ ଥିବାରୁ ରିମାଣ୍ଡରେ ନେବା ଲାଗି ଏସ୍‌ଏଫ୍‌ଆଇଓ ଚାହୁଁଥିବା ଏହାର ସ୍ବତନ୍ତ୍ର ଓକିଲ ଏଚ୍‌.ଏସ୍‌.ଭେନେଗାଓଁଙ୍କର କହିଛନ୍ତି।   


Model This Week

କ୍ରିଷ୍ଣା
Why Dharitri