ବାଲେଶ୍ୱର

ଦେଢ ଲକ୍ଷ ଟଙ୍କା, ଗହଣା ଲୁଟ

ଦେଢ ଲକ୍ଷ ଟଙ୍କା, ଗହଣା ଲୁଟ
ବାରିପଦା ଅଫିସ/ବଡ଼ସାହି(ସ୍ବ.ପ୍ର.),୧୨। ୯-ବାରିପଦା ମୁର୍ଗାବାଡିସ୍ଥିତ ଭୁଗୁଡାକୋଟାର ପୋଷ୍ଟମାଷ୍ଟର ଲକ୍ଷ୍ମୀଧର ନାଏକଙ୍କ ଘରୁ ବୁଧବାର ଦିନ ଦ୍ୱିପ୍ରହରରେ ଚୋରି ହୋଇଛି ।  ଘରେ କେହି ନ ଥିବା ସମୟରେ ଦୁର୍ବୃତ୍ତମାନେ  ଦେଢ ଲକ୍ଷ ଟଙ୍କା ସମେତ ସୁନାଗହଣା ଲୁଟ କରି ଫେରାର ହୋଇଯାଇଛନ୍ତି ।  ଖବରପାଇ ଟାଉନଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛି ।    ଲକ୍ଷ୍ମୀଧର ଭଞ୍ଜପୁର ପୋଷ୍ଟ ଅଫିସରରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ପନତ୍ୀ ମୋରଡା ବ୍ଲକରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ।   ବୁଧବାର ଅପରାହ୍ନରେ ଏହି ଦମ୍ପତି ଘରକୁ ଫେରିବା ବେଳେ  ଘର ପଛ ପାର୍ଶ୍ୱ ତାଲା ଭଙ୍ଗା ଯାଇଥିବା ବେଳେ ଲୁଟ ହୋଇଥିବା ଜାଣିବାକୁ ପାଇଲେ।   
 
All Right Reserved By

ବାଲେଶ୍ୱର

ସାପ କାମୁଡାରେ ଯୁବକ ମୃତ

ସାପ କାମୁଡାରେ ଯୁବକ ମୃତ

 ଠାକୁରମୁଣ୍ଡା,୨୧।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଥାନା  ଧୋବଣୀ ଗ୍ରାମର କାହ୍ନୁ ପୂର୍ତ୍ତି (୨୮) ନାମକ ଯୁବକଙ୍କର ସାପ କାମୁଡାରେ ଶୁକ୍ରବାର ମୃତ୍ୟୁ ହୋଇଛି।  କାହ୍ନୁ ଗୁରୁବାର ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡି ଦେଇଥିଲା। 

ମେଡ଼ିକାଲ କଲେଜ ସ୍ଥାପନ ଦାବି ଜୋର୍‌ଦାର

ମେଡ଼ିକାଲ କଲେଜ ସ୍ଥାପନ ଦାବି ଜୋର୍‌ଦାର

ଭଣ୍ଡାରିପୋଖରୀ,୨୧।୯(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ବଜାରଠାରେ ମେଡିକାଲ କଲେଜ ସ୍ଥାପନ ଦାବି ଜୋର୍‌ଦାର ହୋଇଛି। ଏନେଇ ଆନ୍ଦୋଳନ ତେଜିବାରେ ଲାଗିଛି।

ପରିବହନ କାର୍ଯ୍ୟରେ ଉପେକ୍ଷା ନେଇ ଉଦ୍‌ବେଗ

ପରିବହନ କାର୍ଯ୍ୟରେ ଉପେକ୍ଷା ନେଇ ଉଦ୍‌ବେଗ

ଭଦ୍ରକ ଅଫିସ,୨୧।୯-ଧାମରା ବନ୍ଦରର ବିଭିନ୍ନ ପରିବହନ କାର୍ଯ୍ୟରେ ଭଦ୍ରକ ଜିଲା ୧୦ ଚକିଆ ଟିପ୍ପର ମାଲିକ ସଂଘକୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରି ସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି।

ଅବ୍ୟବସ୍ଥାରେ ଯୋଡ଼ା ପୋଷ୍ଟ ଅଫିସ

ଅବ୍ୟବସ୍ଥାରେ ଯୋଡ଼ା ପୋଷ୍ଟ ଅଫିସ

ଯୋଡ଼ା, ୨୧।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୋଷ୍ଟ ଅଫିସରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସମସ୍ୟା ମଧ୍ୟରେ ଚାଲିଛି। ୧୦ କର୍ମଚାରୀ ଆବଶ୍ୟକ ଥିବା ବେଳେ ୮ ଜଣ କାର୍ଯ୍ୟ କରୁଛନ୍ତି। ପୋଷ୍ଟ ମାଷ୍ଟର ସୁଜିତ କୁମାର ହରପାଲ ଅନେକ ସମୟରେ ଅନୁପସ୍ଥିତ ରହୁଥିବାରୁ ପୋଷ୍ଟାଲ କାର୍ଯ୍ୟରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କେନ୍ଦୁଝର ଏମ୍‌ପି ପ୍ରତିନିଧି ନିରଞ୍ଜନ ବହିଦାର ଅଭିଯୋଗ କରିଛନ୍ତି। କର୍ମଚାରୀଙ୍କ ପାଇଁ ରହିବା ବ୍ୟବସ୍ଥା ନାହିଁ। କର୍ମଚାରୀ ଦୂର ସ୍ଥାନରୁ ଯିବାଆସିବା କରୁଛନ୍ତି। ଯୋଡ଼ା ଅଞ୍ଚଳରେ ଡାକ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରଶାସନିକ ଅବହେଳାରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି। 

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ

କେନ୍ଦୁଝର, ୨୧।୯(ସ୍ବ.ପ୍ର.): କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଟାଟା ଷ୍ଟିଲ ପକ୍ଷରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ-୨୦୧୮ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ ସହାୟତାରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ମହାକାଶ ସମ୍ବନ୍ଧୀୟ ଖୋଲା କୁଇଜ୍‌ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 

କୁଡୁମୀ ସମ୍ପ୍ରଦାୟର କରମା ପୂଜା

କୁଡୁମୀ ସମ୍ପ୍ରଦାୟର କରମା ପୂଜା

ଚମ୍ପୁଆ, ୨୧।୯(ଡି.ଏନ.ଏ): ଚମ୍ପୁଆ ବ୍ଲକ ବିଭିନ୍ନ ଗ୍ରାମରେ କୁଡୁମୁ ସମ୍ପ୍ରଦାୟର କୃଷି ଭିତ୍ତିକ କରମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାଚୀନ ସଂସ୍କୃତି ଭରା ପାର୍ବଣ ପୂଜା ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସନ୍ଧ୍ୟା ସମୟରେ ବିଭିନ୍ନ ସଂସ୍କୃତିକ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକର ଅଭିବୃଦ୍ଧି ପାଇଁ କରମ ବୃକ୍ଷକୁ ନିଜ କର୍ମର ପ୍ରତିକ ଭାବେ ତଥା କୃଷି ଦେବତା ରୂପେ ବିବେଚନା କରାଯାଇ ନିଷ୍ଠାର ସହ ପାରମ୍ପାରିକ ପୂଜା ବିଧି ଅନୁଯାୟୀ ପୂଜା କରାଯାଇଛି। 

କୃତ୍ରିମ ବନ୍ୟାରେ ବୁଡିଲା ଶେରଗଡ଼ ବଜାର

କୃତ୍ରିମ ବନ୍ୟାରେ ବୁଡିଲା ଶେରଗଡ଼ ବଜାର

ରେମୁଣା, ୨୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶେରଗଡ଼ ବଜାରରେ  କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ପ୍ରବାହିତ ହେଉଛି।  ବଜାରରେ ଥିବା ଦୋକାନଗୁଡ଼ିକ ପାଣି ଘେରରେ ରହିଛି। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ବଜାରରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବର୍ଷା ପାଣି ଆସି ୩୦ଟି ଦୋକାନ ଭିତରେ ପ୍ରବେଶ କରିଛି। ଫଳରେ ଦୁଇଦିନ ଧରି ଦୋକାନଗୁଡ଼ିକ ବନ୍ଦ ରହିଛି। ବଜାରରେ ଥିବା ଏକ ସିମେଣ୍ଟ ଗୋଦାମ ଭିତରକୁ ବର୍ଷା ପାଣି ପ୍ରବେଶ କରିବାରୁ ଭିତରେ ଥିବା ୨ଶହ ବସ୍ତା ସିମେଣ୍ଟ ନଷ୍ଟ ହୋଇଯାଇଛି। ଡ୍ରେନେଜ୍‌ ବ୍ୟବସ୍ଥା ସୁଧାରିବା ପାଇଁ ସ୍ଥାନୀୟ ଅଧିବାସୀ ଓ ଦୋକାନୀମାନେ ପ୍ରଶାସନକୁ ଜଣାଇ ଥିଲେ।

ଲଘୁଚାପ ବର୍ଷାରେ ଭାଙ୍ଗିଲା ୨ ଘର, ୨୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଲଘୁଚାପ ବର୍ଷାରେ ଭାଙ୍ଗିଲା ୨ ଘର, ୨୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ବାହାନଗା, ୨୧।୯(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାହାନଗା ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଫଳରେ ଗୋପାଳପୁର ପଞ୍ଚାୟତ ଆପିତିରା ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ଘର ଭୁଶୁଡ଼ି ପଡ଼ିବା ସହିତ ପଣପଣା ଓ ଖନ୍ତାପଡ଼ା ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଖରାସାହାପୁର ପଞ୍ଚାୟତର ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମ ଓ ଚାଷଜମିଗୁଡ଼ିକ ଜଳମଗ୍ନ ହୋଇଛି। ଆପିତିରା ଗ୍ରାମର ମନୁ ପାଣିଗ୍ରାହୀଙ୍କ ୩ବଖରା ଓ ସନାତନ ନାୟକଙ୍କ ୩ ବଖରା ଘର ଲଘୁଚାପ ବର୍ଷାରେ ଭୁଶୁଡ଼ି ପଡ଼ିଛି। ଫଳରେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଆପିତିରାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରାଇଛନ୍ତି।

ରାସ୍ତାରେ ୨ ଫୁଟ ଉଚ୍ଚର ପାଣି

ରାସ୍ତାରେ ୨ ଫୁଟ ଉଚ୍ଚର ପାଣି

ଖଇରା, ୨୧।୯(ଡି.ଏନ.ଏ.)-ବାଲେଶ୍ୱର  ଜିଲା ଖଇରା ବ୍ଲକରେ ଗତ ୨ଦିନ ଧରି ଲଗୁଚାପଜନିତ ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।  ଲୋକମାନେ ଘରୁ ବାହାରି ପାରୁ ନ ଥିବା ବେଳେ ବିଦ୍ୟାଳୟରେ ଉପସ୍ଥାନ ମଧ୍ୟ କମ ରହୁଛି। ୨୦ତାରିଖରେ ୧୮ମି.ମି. ଓ ୨୧ତାରିଖରେ ୧୦୨ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବହୁ ସ୍ଥାନରେ ବନ୍ୟା ଓ ବର୍ଷା ପାଣି ନିଷ୍କାସନରେ ବାଧା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି।  କାଂଶବାଂଶ, ପଥରକଟା, ପଥରଶୁଣି, ଛାଞ୍ଚୁଣିଆ, ଢଙ୍କଣ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି।

କାନ୍ଥ ପଡି ୩ ଗୁରୁତର

କାନ୍ଥ ପଡି ୩ ଗୁରୁତର

ବହଳଦା,୨୧।୯ (ଡି.ଏନ.ଏ)-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲାର ବହଳଦା ଓ ତିରିଂ ବ୍ଲକର ବିଭିନ୍ନ ସ୍ଥାନରେ ଘରର ମାଟି କାନ୍ଥ ଭୁଶୁଡି ପଡିବାରୁ  ୩ଜଣ ଆହତ ହୋଇଛନ୍ତି । ତିରିଂ ଡାକ୍ତରଖାନା ନିକଟରେ ରହୁଥିବା ଶମ୍ଭୁ ପାତ୍ରଙ୍କ ମା’ ସୂର୍ଯ୍ୟମଣି (୫୫) ଓ  ପୁଅ ସତ୍ୟନାରାୟଣ(୧୬)ଙ୍କ ଉପରେ କାନ୍ଥ ପଡିଯିବାରୁ ଗୁରୁତର ହୋଇଛନ୍ତି। 

ରାଜ୍ୟସ୍ତରୀୟ କବାଡି ପ୍ରତିଯାଗିତା: ମୟୂରଭଞ୍ଜରୁ ୨୩ ଖେଳାଳି

ରାଜ୍ୟସ୍ତରୀୟ କବାଡି ପ୍ରତିଯାଗିତା: ମୟୂରଭଞ୍ଜରୁ ୨୩ ଖେଳାଳି

ବାରିପଦା ଅଫିସ,୨୧।୯-ରାଜ୍ୟସ୍ତରୀୟ ୧୭ବର୍ଷରୁ କମ ବାଳକ ବାଳିକା ବର୍ଗର କବାଡି ପ୍ରତିଯୋଗିତା  ସେପ୍ଟେମ୍ବର ୨୨ ଓ ୨୩ତାରିଖ ଦୁଇ ଧରି ବରଗଡ ଜିଲାର ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମୟୂରଭଞ୍ଜ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଓ ଜିଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱାବଧାନରେ ୨୩ଜଣ ଖେଳାଳୀ  ମନୋନୀତ ହୋଇଛନ୍ତି । 

ସୁବୃଷ୍ଟି  ପାଇଁ  ପୂଜାର୍ଚ୍ଚନା

ସୁବୃଷ୍ଟି ପାଇଁ ପୂଜାର୍ଚ୍ଚନା

ବାରିପଦା ଅଫିସ,୨୧।୯-ସମଗ୍ର ବିଶ୍ୱରେ ସୁବୃଷ୍ଟି ଓ ସୁଭିକ୍ଷ ପାଇଁ ମୟୂରଭଞ୍ଜ ଜିଲା ଦେବୋତ୍ତର ବିଭାଗ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ରଥ ଖଳାରେ ଦେବରାଜ ଇନ୍ଦ୍ରଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଦେବୋତ୍ତର ବିଭାଗ ପୁରୋହିତ ସୁରେଶ ଚନ୍ଦ୍ର ମିଶ୍ର ରୀତି ନୀତି ଅନୁସାରେ ହୋମ ଯଜ୍ଞ କରି ଇନ୍ଦ୍ର ଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି। ସମଗ୍ର ବିଶ୍ୱରେ  ମରୁଡି ନ ହୋଇ ସୁବୃଷ୍ଟି ଓ  ଦୁର୍ଭିକ୍ଷ ନ ହୋଇ ସୁଭିକ୍ଷ ହେବା ପାଇଁ ଏହି ପୂଜାର୍ଚ୍ଚନା କରାଯାଏ।