ବାଲେଶ୍ୱର

ବିବେକ ନିଳୟରେ ବିଶ୍ୱ ଭ୍ରାତୃତ୍ୱ ଦିବସ

ବିବେକ ନିଳୟରେ ବିଶ୍ୱ ଭ୍ରାତୃତ୍ୱ ଦିବସ
ବାଲେଶ୍ୱର ଅଫିସ୧୨।୯- ବାଲେଶ୍ୱର ଜେଲ ରୋଡ୍‌ସ୍ଥିତ ବିବେକ ନିଳୟ ବିବେକାନନ୍ଦ କେନ୍ଦ୍ରରେ କେନ୍ଦ୍ରାଧ୍ୟକ୍ଷ ପ୍ରେମାନନ୍ଦ ପିରିଙ୍କ ଅଧ୍ୟକ୍ଷତାରେ ବୁଧବାର ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ କରାଯାଇଛି। ଏଥିରେ ଅଧ୍ୟାପକ ଡ. ନିରଞ୍ଜନ ଦାସ ସଂଯୋଜନା କରିଥିଲେ। ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ଡ. ବ୍ରଜମୋହନ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ସ୍ବାମୀଜୀଙ୍କ ଭଳି ଆଜିର ଛାତ୍ର ସମାଜ ନିଜର ଚରିତ୍ର, ମାନବ ସମାଜ ଏବଂ ଦେଶକୁ ସୁସଙ୍ଗଠିତ କରିବା ପାଇଁ ବ୍ରତୀ ହେବାକୁ ସଚେତନ କରାଇଥିଲେ। 
ମୁଖ୍ୟଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯିବା ସଙ୍ଗେ ସଙ୍ଗେ ବକ୍ତୃତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ପର୍କ ପ୍ରମୁଖ ରାଧାକୃଷ୍ଣ ଆଚାର୍ଯ୍ୟ, ଦେବାଶିଷ ଦାସ, ପ୍ୟାରେଲାଲ ଶର୍ମା, ବ୍ରଜେଶ୍ୱର ପଣ୍ଡା, ନିରଞ୍ଜନ ପଣ୍ଡା, ଅଶୋକ ସାହୁ, ଅନିଲ ମହାନ୍ତି, ନିର୍ମଳ ନାୟକ, ବିଜୟ ଲକ୍ଷ୍ମୀ ନାଥ, ସୁଶ୍ରୀ ସଙ୍ଗୀତା ଦାଶ, ମଞ୍ଜୁରାଣୀ ପିରି, ଅନ୍ନପୂର୍ଣ୍ଣା ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 
All Right Reserved By

ବାଲେଶ୍ୱର

ବେଲବିହାରରୁ ନାଗ ନାଗୁଣୀ ଉଦ୍ଧାର

ବେଲବିହାରରୁ ନାଗ ନାଗୁଣୀ ଉଦ୍ଧାର

ଭଣ୍ଡାରିପୋଖରୀ,୨୨।୯(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାର ସନ୍ନିକଟ କୋଳିପଦି କେନାଲ ରାସ୍ତାର ବେଲବିହାରଠାରୁ ଶନିବାର ଅପରାହ୍ନରେ ୨ଟି ନାଗ ନାଗୁଣୀ ଉଦ୍ଧାର କରାଯାଇଛି। 

ଜଳିଗଲା ୩ ବଖରା

ଜଳିଗଲା ୩ ବଖରା

ବନ୍ତ,୨୨।୯(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ବଡସନ୍ଦାଡୋ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି କାଳନ୍ଦୀ ମହାରଣାଙ୍କ ୩ ବଖରା ଘର ଜଳିଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। 

ଓଭରବ୍ରିଜର ସ୍ଥାୟୀ ମରାମତି ପ୍ରସଙ୍ଗ : ପ୍ରତିଶ୍ରୁତି ପରେ ସିଭିଲ ସୋସାଇଟିର ଆନ୍ଦୋଳନ ସ୍ଥଗିତ

ଓଭରବ୍ରିଜର ସ୍ଥାୟୀ ମରାମତି ପ୍ରସଙ୍ଗ : ପ୍ରତିଶ୍ରୁତି ପରେ ସିଭିଲ ସୋସାଇଟିର ଆନ୍ଦୋଳନ ସ୍ଥଗିତ

ବାଲେଶ୍ୱର ଅଫିସ, ୨୨।୯-ବାଲେଶ୍ୱର ସହରରେ ଥିବା ଓଭରବ୍ରିଜ୍‌ର ସ୍ଥାୟୀ ମରାମତି ଓ ସୁରକ୍ଷା ଦାବିରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସିଭିଲ୍‌ ସୋସାଇଟି ତରଫରୁ ସ୍ଥାନୀୟ ଫକୀର ମୋହନ ଗୋଲେଇଠାରେ ଶନିବାର ପ୍ରତୀକ ଗଣଧାରଣା ଦିଆଯାଇଥିଲା। 

ଜିଲାସ୍ତରୀୟ ବିଜ୍ଞାନ ସେମିନାର

ଜିଲାସ୍ତରୀୟ ବିଜ୍ଞାନ ସେମିନାର

କେନ୍ଦୁଝର, ୨୨ା୯ (ସ୍ବ.ପ୍ର.)-ଶନିବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି ା 

ସଫେଇ କାର୍ଯ୍ୟ କଲେ ଏନସିସି କ୍ୟାଡେଟ

ସଫେଇ କାର୍ଯ୍ୟ କଲେ ଏନସିସି କ୍ୟାଡେଟ

କେନ୍ଦୁଝର, ୨୨ା୯ (ସ୍ବ.ପ୍ର.)-ସ୍ଥାନୀୟ ଏନ୍‌ଏଚ୍‌ ପୋଲିସ ହାଇସ୍କୁଲର ଏନସିସି କ୍ୟାଡେଟ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ ଏହାକୁ ଉଦଘାଟନ କରିଥିଲେ।

ଜିଲାସ୍ତରୀୟ ବିଦ୍ୟାଳୟ କ୍ରୀଡା: ୩୩୮ ପ୍ରତିଯୋଗୀ

ଜିଲାସ୍ତରୀୟ ବିଦ୍ୟାଳୟ କ୍ରୀଡା: ୩୩୮ ପ୍ରତିଯୋଗୀ

କେନ୍ଦୁଝର, ୨୨ା୯ (ସ୍ବ.ପ୍ର.)-କେନ୍ଦୁଝର  ଜିଲାସ୍ତରୀୟ ବିଦ୍ୟାଳୟ କ୍ରୀଡା ଓ ଦାୈଡକୁଦ ପ୍ରତିଯୋଗିତା ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋଟ୍ସ କମ୍ପ୍ଲେକ୍ସଠାରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି ା 

ନିୟମିତ ହେଲେ ୭୬ ଜଣ ଶିକ୍ଷୟିତ୍ରୀଶିକ୍ଷକ

ନିୟମିତ ହେଲେ ୭୬ ଜଣ ଶିକ୍ଷୟିତ୍ରୀଶିକ୍ଷକ

ବାରିପଦା ଅଫିସ,୨୨।୯ - ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟମାନଙ୍କରେ ୨୦୧୧ ମସିହାରେ ଚାକିରି ପାଇଥିବା ମୟୂରଭଞ୍ଜ ଜିଲାର ୭୬ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶନିବାର ନିୟମିତ କରାଯାଇଛି।

ଚାରାରୋପଣ କରାଗଲା

ଚାରାରୋପଣ କରାଗଲା

ତେଲକୋଇ,୨୨।୯(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ଆକୁଳ ପଞ୍ଚୟତ ମୂଖ୍ୟାଳୟ ଠାରେ ମା’ ମଙ୍ଗଳା ଗଣେଶ ପୂଜା କମିଟି ପକ୍ଷରୁ ଚାରା ରୋପଣ କରାଯାଇଛି।

ଲଗାଣ ବର୍ଷା ଯୋଗୁ ଧାନ ଫସଲ ନଷ୍ଟ

ଲଗାଣ ବର୍ଷା ଯୋଗୁ ଧାନ ଫସଲ ନଷ୍ଟ

ରାଇସୁଆଁ,୨୨।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ଅଞ୍ଚଳର  ନୂଆଗାଁ, ମହାଦେଇଯୋଡା, ରାଇସୁଆଁ, ପଦ୍ମପୁର, ଗୋପିନାଥପୁର, ପଳାଶପଙ୍ଗା, ପର୍ଜନପୁର, ନରଣପୁର, ନେଲୁଙ୍ଗ, ବାଉରୀପଦା ଆଦି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । 

କୁଡୁମୀ ସଂପ୍ରଦାୟର କରମା ପୂଜା

କୁଡୁମୀ ସଂପ୍ରଦାୟର କରମା ପୂଜା

କେନ୍ଦୁଝର ୨୨ା୯(ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ କରମା ପୂଜା ଧୁମଧାମରେ ପାଳିତ ହୋଇଯାଇଛି।  

ଖଡ଼ଗପୁର ଆରପିଏଫ୍‌ ଟାସ୍କ ଫୋର୍ସର ଚଢାଉ: ୫ ଆନ୍ତଃରାଜ୍ୟ ଟ୍ରେନ ଲୁଟେରା ଗିରଫ

ଖଡ଼ଗପୁର ଆରପିଏଫ୍‌ ଟାସ୍କ ଫୋର୍ସର ଚଢାଉ: ୫ ଆନ୍ତଃରାଜ୍ୟ ଟ୍ରେନ ଲୁଟେରା ଗିରଫ

ବାଲେଶ୍ୱର ଅଫିସ, ୨୨।୯-ଖଡ଼ଗପୁର ଆରପିଏଫ୍‌ ଅଧୀନ ରୂପ୍‌ସାରୁ ବେଲଦା ମଧ୍ୟରେ ଯାଉଥିବା ଲୋକାଲ ଟ୍ରେନ୍‌ଗୁଡ଼ିକରେ ଦୀର୍ଘଦିନ ହେଲା ଆନ୍ତଃରାଜ୍ୟ ଲୁଟେରାମାନେ ଆତଙ୍କ ଚଳାଇଆସୁଥିଲେ। ସେମାନେ ଯାତ୍ରୀମାନଙ୍କୁ ଭୟଭୀତ କରି ଲୁଟ୍‌ କରୁଥିବା ଅଭିଯୋଗ ହେଉଥିଲା।

ଯୁବ ଉଦ୍ୟୋଗୀ ରାଜେଶ ମେକ୍‌ ଇନ ଓଡିଶାରେ ସାମିଲ

ଯୁବ ଉଦ୍ୟୋଗୀ ରାଜେଶ ମେକ୍‌ ଇନ ଓଡିଶାରେ ସାମିଲ

ଖଇରା, ୨୨।୯(ଡି.ଏନ.ଏ.)-ଓଡିଶା ସରକାରଙ୍କର ମେକ୍‌ ଇନ ଓଡିଶା କାର୍ଯ୍ୟକ୍ରମ  ଅନ୍ତର୍ଗତ ଆଇ ଆମ ଓଡିଶାରେ ଖଇରା ବ୍ଲକ୍‌ର ଯୁବ ଇଞ୍ଜିନିୟର ରାଜେଶ ମହାକୁଡଙ୍କୁ ସ୍ଥାନିତ କରାଯାଇଛି। ଶୁକ୍ରବାର ସରକାରୀ ୱେବସାଇଟରେ ସଫଳ ଯୁବ ଉଦ୍ୟୋଗୀ ଭାବେ ତାଙ୍କ ନାମ ପ୍ରକାଶ ପାଇବା ପରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଆଇ ଆମ ଓଡିଶାର ବାର୍ତ୍ତା ନେଇ ଓଡିଶାର ଶିଳ୍ପକୁ ବିକାଶ କରିବା ସହିତ ଯୁବପିଢିକୁ ଆକୃଷ୍ଟ କରିବା ପାଇଁ  ଶିଳ୍ପ ଉଦ୍ୟୋଗୀମାନଙ୍କର ଜୀବନୀ, ସଂଘର୍ଷ ଓ ସଫଳତାକୁ ନେଇ ସରକାର ଏହି କାଯ୍ୟକ୍ରମରେ ମହାକୁଡଙ୍କୁ ସାମିଲ କରିଛନ୍ତି। ବାଲେଶ୍ୱର ଜିଲାରୁ ପ୍ରଥମ ବ୍ୟକ୍ତି ଭାବେ ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି ।