ବାଲେଶ୍ୱର

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର: ଅଭିଯୁକ୍ତ କୋର୍ଟ ଚାଲାଣ

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର: ଅଭିଯୁକ୍ତ କୋର୍ଟ ଚାଲାଣ
ପଦ୍ମପୁର,୧୨।୯(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଦଧିବାମନପୁର ଗ୍ରାମର କାବ ମାଝୀଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି। ଏହି ଘଟଣାରେ ନାୟକାଣିଡିହୀ ଥାନାରେ ଏକ ମାମଲା(ନଂ.୧୧୫/୧୮) ରୁଜୁ ହୋଇଛି। ପୋଲିସ ସୂଚନା ଅନୁସାରେ, ପୀଡ଼ିତା ନାବାଳିକା ଛାତ୍ରୀ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟାରେ ଟିଉସନ ସାରି ଘରକୁ ଫେରୁଥିଲେ। ସେହି ସମୟରେ ପାଳ କେନାଲ ଆଡ଼ିଠାରେ ଅଭିଯୁକ୍ତ କାବ ତାଙ୍କୁ ବଳାତ୍କାର କରିଥିବା ନେଇ ନାବାଳିକା ରାତିରେ ନାୟକାଣିଡିହୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ରତିକାନ୍ତ ଗିରି ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ଅଭିଯୁକ୍ତ କାବଙ୍କୁ ଗିରଫ କରିଥିଲେ। ବୁଧବାର ସକାଳେ ଦୁହିଁଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ୬ା୧୨, ପୋକ୍ସ ଆକ୍ଟ ଧାରା ୪,  ୩୭୬ ଦଫା ମୂଳେ ଅଭିଯୁକ୍ତ କାବଙ୍କୁ କୋର୍ଟ ଚାଲାଣ କରାଯାଇଛି।
All Right Reserved By

ବାଲେଶ୍ୱର

ନେସ୍କୋ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ନେସ୍କୋ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ତିହିଡ଼ି,୧୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ପରତିପୁର ଗ୍ରାମର ଅଧିବାସୀ ଶୁକ୍ରବାର ପୂର୍ବାହ୍ନରେ ନନ୍ଦପୁରସ୍ଥିତ ନେସ୍କୋ କାର୍ଯ୍ୟାଳୟରେ ତାଲା ପକାଇ ଘେରାଉ କରିଛନ୍ତି। 

ବିଭିନ୍ନ ଦାବିନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବିଭିନ୍ନ ଦାବିନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର, ୧୬।୧୧(ସ୍ବ.ପ୍ର.):  ବିଭିନ୍ନ ଦାବିନେଇ ଅଖିଳ ଭାରତୀୟ କ୍ରାନ୍ତିକାରୀ ଆଦିବାସୀ ମହାସଭା ପକ୍ଷରୁ ଶୁକ୍ରବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଟ୍ରାକ୍ଟରରୁ ଖସି ମହିଳାଙ୍କ ମୃତ୍ୟୁ

ଟ୍ରାକ୍ଟରରୁ ଖସି ମହିଳାଙ୍କ ମୃତ୍ୟୁ

କେନ୍ଦୁଝର,୧୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ମୁରୁସୁଆଁ ଘସରା ନିକଟରେ ଗୁରୁବାର ଅପରାହ୍ନରେ ଟ୍ରାକ୍ଟରରୁ ଖସି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ନିଆଁରେ ପୋଡ଼ି ହୋଇ ମହିଳା ମୃତ

ନିଆଁରେ ପୋଡ଼ି ହୋଇ ମହିଳା ମୃତ

ପଦ୍ମପୁର,୧୬।୧୧(ଡି.ଏନ୍‌.ଏ.): ଭଦ୍ରକ ବ୍ଲକ ଅଧିନ ବ୍ରହ୍ମପୁର ପଞ୍ଚାୟତ ପଦ୍ମପୁର ଗ୍ରାମରେ ଗୁରୁବାର ରାତିରେ  ନିଆଁରେ ପୋଡ଼ି ହେବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅଳକା ଓଝା।

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

କଟକ ଅଫିସ /ବାରିପଦା ଅଫିସ, ୧୬।୧୧: ବାରିପଦା ସହର ତୁଳସୀଚଉରା ନିବାସୀ ସଞ୍ଜୀବ ପତିଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସଞ୍ଜୀବ ମୟୂରଭଞ୍ଜ ଜିଲା ରଙ୍ଗମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୀବଙ୍କ ଘର ଓ ଅଫିସ ସମେତ ମୋଟ ୩ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ମା’ ପାଇଁ କାନ୍ଦୁଛି ପୁଅ

ମା’ ପାଇଁ କାନ୍ଦୁଛି ପୁଅ

ହାଟଡ଼ିହୀ, ୧୬।୧୧(ଡି.ଏନ.ଏ.): ମା’ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ଚିକିତ୍ସା ଲାଗି ପାଖରେ ଅର୍ଥର ଅଭାବ ରହିଛି। ଦାରିଦ୍ର୍ୟତା ମଧ୍ୟରେ ପରିବାର ଚଳୁଥିବାରୁ ମା’ଙ୍କୁ ଭଲ କରିବା ପାଇଁ ଅସହାୟ ପ୍ରକାଶ କରୁଛି।

ଗୁଳି ଚଳାଇ ଚମ୍ପଟ ମାରିଥିବା ୩ ଡକାୟତଙ୍କ ପତ୍ତା ମିଳିନି

ବାସୁଦେବପୁର,୧୬।୧୧(ଡି.ଏନ.ଏ.)- ଭଦ୍ରକ ଜିଲାର ବାସୁଦେବପୁର ଅଞ୍ଚଳରେ ଘରଭଡ଼ା ନେଇ ଆଡ୍ଡା ଜମାଇଥିବା ଡକାୟତ ଦଳର ୨ ଜଣ ଧରାପଡ଼ିଥିବା ବେଳେ ଅନ୍ୟ ୩ ଜଣ ଚମ୍ପଟ ମାରିଛନ୍ତି। 

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ ଅଫିସ,୧୬ା୧୧- ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ  ପୁଣି ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ। ଭୁଲ ଔଷଧ ଦିଆଯିବା  ସହ ଉପଯୁକ୍ତ ଚିକିତ୍ସା କରା ନ ଯିବାରୁ  ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବାର ପରିବାର ଲୋକେ ଗୁରୁବାର ସିଡିଏମଓଙ୍କ ସମେତ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଡାକ୍ତରଖାନା ପକ୍ଷରୁ ଏହି ଅଭିଯୋଗର ତଦନ୍ତ କରାଯାଉଥିବା ସିଡିଏମଓ ଡା. ମହମ୍ମଦ ଅବଦୁଲ ରସିଦ କହିଛନ୍ତି। 

ସରିଲା କାଳୀପୂଜା, ଆଜି ଭସାଣି

ସରିଲା କାଳୀପୂଜା, ଆଜି ଭସାଣି

ଭଦ୍ରକ ଅଫିସ, ୧୬।୧୧-ଗୁରୁବାର ଥିଲା ଭଦ୍ରକ କାଳୀପୂଜାର ଶେଷଦିନ। ଶୁକ୍ରବାର ସକାଳେ ମା’ କାଳୀ ନେବେ ମେଲାଣି। ପାରମ୍ପାରିକ ବାଦ୍ୟ ଓ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ମା’ କାଳୀଙ୍କୁ ବିଦାୟ ଦେବା ଲାଗି ପୂଜା ମଣ୍ଡପ କର୍ମକର୍ତ୍ତା ତତ୍ପର ହୋଇଉଠିଛନ୍ତି। 

ହାର୍‌ ମାନିନାହାନ୍ତି ପଞ୍ଚାନନ

ହାର୍‌ ମାନିନାହାନ୍ତି ପଞ୍ଚାନନ

ବନ୍ତ, ୧୬।୧୧(ସ୍ବ.ପ୍ର.)- ଗାଁ କୁ ଗାଁ ବୁଲି ମାଛ ବିକିବା ତାଙ୍କ ପେସା। ଦି’ ପଇସା ରୋଜଗାର କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାରକୁ ସାହା ହୋଇପାରିଛନ୍ତି ଦିବ୍ୟାଙ୍ଗ ପଞ୍ଚାନନ ଜେନା(୫୯)।  ନିଜର ଚଳିତ ଶକ୍ତି ନ ଥିବାରୁ ଏକ ଟ୍ରାଇସାଇକେଲ ମାଛ ବେପାର ଲାଗି ସହାୟକ ହେଉଛି। ଅନ୍ୟ ଉପରେ ବୋଝ ନ ହୋଇ ନିଜ ପାଇଁ ରୋଜଗାର ବାଟ ଫିଟାଇଥିବା ପଞ୍ଚାନନ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। 

ହାତୀ ମୃତ୍ୟୁ ନେଇ କାର୍ଯ୍ୟାନୁଷ୍ଠାନ: ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ହାତୀ ମୃତ୍ୟୁ ନେଇ କାର୍ଯ୍ୟାନୁଷ୍ଠାନ: ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ବାରିପଦା ଅଫିସ,୧୬।୧୧- ବାରିପଦା ବନଖଣ୍ଡ ଦେଉଳି ବନାଞ୍ଚଳ ଅନ୍ତର୍ଗତ ସୁନାପୋଷି ନିକଟରେ ଓହଳି ପଡିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ  ଆସି ଏକ ଦନ୍ତା ହାତୀର ମୃତ୍ୟୁ  ହେବା ଘଟଣା ନେଇ  ବନ ବିଭାଗ ତଦନ୍ତ ଜାରି ରଖିଛି। 

ଫ୍ଲୋରାଇଡ଼ ଖେଳାଉଛି ଆତଙ୍କ

ଫ୍ଲୋରାଇଡ଼ ଖେଳାଉଛି ଆତଙ୍କ

ରେମୁଣା, ୧୬ା୧୧(ଡି.ଏନ.ଏ.)-ସମଗ୍ର ରେମୁଣା ବ୍ଲକର ଭୂତଳ ଜଳରେ ଏବେ ଫ୍ଲୋରାଇଡ଼ ଆତଙ୍କ। ଶୁଦ୍ଧ ପାନୀୟ ଜଳ ପରିବର୍ତ୍ତେ ବାହାରୁଛି ମାରାମତ୍କ ଫ୍ଲୋରାଇଡ଼। ଫଳରେ ଜଳ ଜହର ପାଲଟିଛି।