ବାଲେଶ୍ୱର

ଶିଶୁ ସୁରକ୍ଷା ପ୍ରଶିକ୍ଷଣ ଶିବିର

ଶିଶୁ ସୁରକ୍ଷା ପ୍ରଶିକ୍ଷଣ ଶିବିର
ବାସୁଦେବପୁର,୧୨।୯(ଡି.ଏନ.ଏ.)-ଭଦ୍ରକ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବାସୁଦେବପୁର ବ୍ଲକ କନଫରେନ୍ସ ହଲ୍‌ ପରିସରରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ବୀରକିଶୋର ପାଣିଗ୍ରାହୀ ଏହାକୁ  ଉଦ୍‌ଘାଟନ କରିଥିଲେ। ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅତିଥି ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ଅଣଆନୁଷ୍ଠାନିକ ଅଧିକାରୀ ସ୍ବାଗତିକା ବାରିକ, ଏବିଇଓ ଗଙ୍ଗାଧର ପରିଡ଼ା, କାଉନସେଲର ସୁଷମା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବାହ୍ୟକର୍ମୀ ମହେଶ ଚନ୍ଦ୍ର ଦାଶ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
All Right Reserved By

ବାଲେଶ୍ୱର

ନିଶା ନିବାରଣ ଆଇନ କାର୍ଯ୍ୟକାରିତା ପାଇଁ ଦାବିପତ୍ର

ନିଶା ନିବାରଣ ଆଇନ କାର୍ଯ୍ୟକାରିତା ପାଇଁ ଦାବିପତ୍ର

ଭଦ୍ରକ ଅଫିସ,୨୪।୯-ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଭଦ୍ରକ ଜିଲା ଶାଖା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛି।

୩୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

୩୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ,୨୪।୯-ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଏବେ ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ସୋମବାର ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଓ ମାରଣାସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତମାନେ ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। 

ଭଲିବଲ ପ୍ରତିଯୋଗିତା: କାଳାହି ଚାମ୍ପିୟନ

ଭଲିବଲ ପ୍ରତିଯୋଗିତା: କାଳାହି ଚାମ୍ପିୟନ

ଭୋଗରାଇ, ୨୪।୯(ଡି.ଏନ.ଏ.)-ଭୋଗରାଇ ବ୍ଲକ ଅଧୀନ ଚୌକି ନୀଳକଣ୍ଠେଶ୍ୱର ମହାଦେବ ପଡ଼ିଆରେ ଚୌକି ଚାମ୍ପିୟନ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଡା. ଦୀନବନ୍ଧୁ ଦାସ ସ୍ମାରକୀ ଭଲିବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। 

ମଦ ବେପାରୀ ଗିରଫ

ମଦ ବେପାରୀ ଗିରଫ

ରୂପ୍‌ସା,୨୪।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ପରିକ୍ଷୀ ଫାଣ୍ଡି ଅନ୍ତର୍ଗତ ବାହାର୍ଦ୍ଦା ଗ୍ରାମର ମଦ ବେପାରୀ ରଘୁ ମାଝିଙ୍କୁ ପୋଲିସ ସୋମବାର ଗିରଫ କରିଛି। ତାଙ୍କଠାରୁ ୧୦ଲିଟର ଚୋରା ଦେଶୀ ମଦ ଜବତ ହୋଇଛି।

ବସ୍‌କୁ ଧକ୍କା ଦେଲା ଟ୍ରଲର; ୧୦ ଆହତ

ବସ୍‌କୁ ଧକ୍କା ଦେଲା ଟ୍ରଲର; ୧୦ ଆହତ

କେନ୍ଦୁଝର, ୨୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଞ୍ଜର ଲକ୍ଷ୍ମୀ ମନ୍ଦିର ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ସୋମବାର ଏକ ଯାତ୍ରୀବାହୀ ମିନି ବସ୍‌କୁ ଟ୍ରଲର ଧକ୍କା ଦେଇ ରାସ୍ତାକଡ଼ରେ ଥିବା କ୍ୟାବିନ ଭାଙ୍ଗି ଧସେଇ ପଶିଯାଇଥିଲା। 

 ଅଗ୍ନିଶମ ବିଭାଗ  କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କପ୍ତିପଦା,୨୪।୯(ଡି.ଏନ.ଏ)-ଓଡିଶା ଅଗ୍ନିଶମ କର୍ମଚାରୀ ସଂଘର ନିଷ୍ପତ୍ତି କ୍ରମେ ୬ ଦଫା ଦାବୀ ନେଇ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ କପ୍ତିପଦା ଅଗ୍ନିଶମ କର୍ମଚାରୀ   ସାମିଲ ହୋଇଥିବାରୁ ଅଗ୍ନିଶମ ସେବା ସମ୍ପୂର୍ଣ ଠପ୍‌ ହୋଇଛି।

   କପ୍ତିପଦା ସୁରକ୍ଷା ମଞ୍ଚର  ଧାରଣା

କପ୍ତିପଦା ସୁରକ୍ଷା ମଞ୍ଚର ଧାରଣା

କପ୍ତିପଦା,୨୪।୯(ଡି.ଏନ.ଏ)-କପ୍ତିପଦା ବ୍ଲକ୍‌  ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା   କୌଣସି ପଦକ୍ଷେପ ନିଆଯାଉ ନାହିଁ। ପ୍ରତିବାଦରେ କପ୍ତିପଦା ସୁରକ୍ଷା ମଞ୍ଚ ପକ୍ଷରୁ ୯ଦଫା ଦାବୀକୁ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଓ ପ୍ରତିବାଦ ସୋମବାରଠାରୁ ଆରମ୍ଭ ହୋଇଛି । 

ଗ୍ରାମରେ ମଦ ଦୋକାନ ବନ୍ଦ ଦାବି : ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ  ମହିଳା

ଗ୍ରାମରେ ମଦ ଦୋକାନ ବନ୍ଦ ଦାବି : ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ମହିଳା

ବାରିପଦା ଅଫିସ,୨୪।୯- ଗ୍ରାମ ତଥା  ଆଖପାଖରେ ଥିବା ମଦଦୋକାନକୁ ବନ୍ଦ କରିବା ପାଇଁ ଚାନ୍ଦୁଆ ବ୍ଳକ କେଉଟୁଣିମାରି ଗ୍ରାମର ଶତାଧୀକ ମହିଳା ସୋମବାର ଜିଲାପାଳଙ୍କ ନିକଟରେ ଗୁହାରୀ ଜଣାଇଛନ୍ତି। ବାବା ସୁବର୍ଣ୍ଣେଶ୍ୱର, କନ୍ୟାକୁମାରୀ, ମା’ ହଳଦିଆ ଠାକୁରାଣୀ, ମା’ ମଙ୍ଗଳା ଏବଂ  ମା’ ଅମ୍ବିକା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବାରିପଦା କାର୍ତ୍ତିକେଶ୍ୱର ପୁଜା କମିଟି ଓ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର ସହଯୋଗରେ ନିଶା ନିବାରଣ ସହିତ ଗ୍ରାମରେ ମଦ ଦୋକାନ ବନ୍ଦ କରିବା  ଲାଗି ଦାବି କରିଛନ୍ତି। 

  ଗ୍ରାମ୍ୟ ଉନ୍ନୟନ ରାସ୍ତା  ମରାମତି ଦାବି

ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି ଦାବି

ବହଳଦା,୨୪।୯(ଡି.ଏନ.ଏ)-ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ବହଳଦା-ଶଶ ଏକ ମାତ୍ର ସଂଯୋଗ ରାସ୍ତା  ମରଣଯନ୍ତା ପାଲଟିଛି।   ଏହି ରାସ୍ତା ଉପରେ  ସ୍ଥାନୀୟ ଅଞ୍ଚଳବାସୀ  ବିଭିନ୍ନ କାର୍ଯ୍ୟ ପାଇଁ ବ୍ଲକ ସଦର ମହକୁମା ବହଳଦା ଉପରେ ନିର୍ଭର କରନ୍ତି।  ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ହୋଇଥିବା ନେଇ  ସ୍ଥାନୀୟ ଜନସାଧାରଣ  ବହୁବାର ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି  ଆକର୍ଷଣ କରିଥିଲେ ମଧ୍ୟ  ଏ ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନିଆ ଯାଇନାହିଁ।

ଉନ୍ନୟନ କାର୍ଯ୍ୟରେ ସ୍ଥାନୀୟ ଠିକାଦାରଙ୍କୁ ଗୁରୁତ୍ୱ

ଉନ୍ନୟନ କାର୍ଯ୍ୟରେ ସ୍ଥାନୀୟ ଠିକାଦାରଙ୍କୁ ଗୁରୁତ୍ୱ

ସିମୁଳିଆ, ୨୪।୯(ଡି.ଏନ.ଏ.)-ସିମୁଳିଆର ବିଭିନ୍ନ ଅଞ୍ଚଳରେ ହେଉଥିବା ଉନ୍ନୟନ କାର୍ଯ୍ୟରେ  ବାହାର ଅଞ୍ଚଳର ଠିକାଦାରଙ୍କୁ ଗୁରୁତ୍ୱ ଦିଆଯାଉଛି। ଏନେଇ ସ୍ଥାନୀୟ ଅଞ୍ଚଳର ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ବିରୋଧ କରି ରବିବାର ସିମୁଳିଆର ୪୩ଜଣ ଠିକାଦାର ଏକାଠି ହୋଇଥିଲେ। 

ଭାଲୁ ଆକ୍ରମଣରେ ଯୁବକ ଗୁରତର

ଭାଲୁ ଆକ୍ରମଣରେ ଯୁବକ ଗୁରତର

ନୀଳଗିରି, ୨୪।୯(ଡି.ଏନ.ଏ.)-ନୀଳଗିରି ବନାଞ୍ଚଳ ଅଧିନ ସାତରାଣ୍ଡ ଗାଁର ମଙ୍ଗଳ ମାଝୀ (୩୫) ନାମକ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ସୋମବାର ସ୍ଥାନୀୟ ଉପଖଣ୍ଡ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳ ସକାଳେ ନିଜ ଘର ନିକଟ ପଡିଆକୁ ଶୌଚ କରିବାକୁ ଯାଇଥିଲା ।

‘କୃମିମୁକ୍ତ ଶିଶୁ ହେଉଛନ୍ତି ରୋଗମୁକ୍ତ ଶିଶୁ’

‘କୃମିମୁକ୍ତ ଶିଶୁ ହେଉଛନ୍ତି ରୋଗମୁକ୍ତ ଶିଶୁ’

ବାଲେଶ୍ୱର ଅଫିସ, ୨୪।୯-ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ସୋମବାର ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଜିଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇ ରୋଗ ସମ୍ପର୍କରେ ଅବଗତ କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ମିନତୀ ସେଠୀ ଏହାକୁ ପରିଚାଳନା କରିଥିଲେ।