ଜାତୀୟ |

ବିନ୍ଦି ଲଗାଇଲେ କ୍ରିକେଟର୍‌ ଗୌତମ ଗମ୍ଭୀର

ବିନ୍ଦି ଲଗାଇଲେ କ୍ରିକେଟର୍‌ ଗୌତମ ଗମ୍ଭୀର
ନୂଆଦିଲ୍ଲୀ, ୧୨।୯: ଭାରତୀୟ କ୍ରିକେଟ ଖେଳାଳି ଗୌତମ ଗମ୍ଭୀରଙ୍କ ନୂଆ ରୂପ। ତାଙ୍କ ମଥାରେ ବିନ୍ଦି ଓ ମୁଣ୍ଡରେ ଝିଅଙ୍କ ଓଢଣୀ ପକାଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗମ୍ଭୀରଙ୍କ ଏହି ବେଶଭୂଷା ପଛରେ ଏକ ରାଜ୍‌ ଲୁଚି ରହିଥିଲା। ଗମ୍ଭୀର ଟ୍ରାନ୍ସଜେଣ୍ଡରଙ୍କ ଦ୍ୱାରା ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ଟ୍ରାନ୍ସଜେଣ୍ଡରମାନେ ତାଙ୍କ ମଥାରେ ବିନ୍ଦି ଲଗାଇଦେବା ସହ ମୁଣ୍ଡରେ ଓଢଣୀ ପକାଇ ତାଙ୍କୁ ସ୍ବାଗତ କରିଥିଲେ। କ୍ରିକେଟ ଛଡା ଗମ୍ଭୀର ଅନେକ ସମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି। ଛତିଶଗଡ ନକ୍ସଲ ଆକ୍ରମଣରେ ଶହିଦଙ୍କ ପିଲାଙ୍କ ପାଠପଢା ଦାୟିତ୍ୱ ନିଜ ହାତକୁ ନେଇଛନ୍ତି ସେ। ଏହାଛଡା ଜମ୍ମୁ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଶହିଦ ହୋଇଥିବା ଅବଦୁଲ ରଶିଦଙ୍କ ଝିଅର ସମସ୍ତ ଦାୟିତ୍ୱ ଗମ୍ଭୀର ନେଇଛନ୍ତି।  
All Right Reserved By

ଜାତୀୟ |

ରାଜସ୍ଥାନ ନିର୍ବାଚନ: କଂଗ୍ରେସର ୧୫୨ ଜଣିଅା ପ୍ରାର୍ଥୀ ତାଲିକା ପ୍ରକାଶ

ରାଜସ୍ଥାନ ନିର୍ବାଚନ: କଂଗ୍ରେସର ୧୫୨ ଜଣିଅା ପ୍ରାର୍ଥୀ ତାଲିକା ପ୍ରକାଶ

ନୂଅାଦିଲ୍ଲୀ,୧୬। ୧୧(ପିଟିଅାଇ)- ରାଜସ୍ଥାନରେ ଦୁଇ ଶହ ବିଧାନସଭା ଅାସନରେ ଡିସେମ୍ବର ୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ କଂଗ୍ରେସ ଏବେସୁଦ୍ଧା ୧୫୨ ଜଣଙ୍କ ନାମରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । 

ଏମପିରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ରାଲି: ଟାର୍ଗେଟରେ କଂଗ୍ରେସ

ଏମପିରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ରାଲି: ଟାର୍ଗେଟରେ କଂଗ୍ରେସ

ନୂଅାଦିଲ୍ଲୀ,୧୬। ୧୧(ପିଟିଅାଇ)- କେଉଁ ଦୋଷ ଯୋଗୁଁ କଂଗ୍ରେସ ରାଜମାତାଙ୍କୁ ୧୯ ମାସ ପଯର୍ୟନ୍ତ ଜେଲରେ ରଖିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରଶ୍ନ କରିଛନ୍ତି।  ସେ କହିଥିଲେ ଯେ ଗୋଟିଏ ସମୟରେ ମଧ୍ୟପ୍ରଦେଶ ଏକ ଦୁର୍ବଳ ରୁଗ୍ଣ ରାଜ୍ୟରେ ଗଣତି ହେଉଥିଲା ଏବେ ୧୫ ବର୍ଷ ଭାଜପା ସରକାର କରିବା ପରେ ଏମପି ନାମର ଅର୍ଥ ମଧ୍ୟ ବଦଳିଗଲା। 

ଚାଇନା ଯୁବକଙ୍କୁ ପସନ୍ଦ ବଲିଉଡ୍‌ ମୁଭି, ଦାର୍ଜିଲିଂ ଚା’

ଚାଇନା ଯୁବକଙ୍କୁ ପସନ୍ଦ ବଲିଉଡ୍‌ ମୁଭି, ଦାର୍ଜିଲିଂ ଚା’

ନୂଆଦିଲ୍ଲୀ,୧୬।୧୧: ରାଜଧାନୀ ଦିଲ୍ଲୀରେ ଆୟୋଜିତ ‘ଚାଇନା-ଇଣ୍ଡିଆ ୟୁଥ ଡାଏଲଗ’ରେ ଯୋଗ ଦେଇଛନ୍ତି ଭାରତରେ ଥିବା ଚାଇନା ରାଷ୍ଟ୍ରଦୂତ ଲୋ ଝାଓହୁଇ। ଏହି ଅବସରରେ ସେ ଚାଇନା ଯୁବକମାନଙ୍କର ପସନ୍ଦକୁ ନେଇ କିଛି କଥା ଆଲୋଚନା କରିଛନ୍ତି। 

‘ଗାଜା’ ପ୍ରଭାବିତଙ୍କ ଲାଗି ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

‘ଗାଜା’ ପ୍ରଭାବିତଙ୍କ ଲାଗି ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସଲେମ,୧୬।୧୧: ସାମୁଦ୍ରିକ ଝଡ଼ ‘ଗାଜା’ ଶୁକ୍ରବାର ତାମିଲନାଡୁ ଉପକୂଳରେ ତାଣ୍ଡବ ରଚିଛି। ଏପର୍ଯ୍ୟନ୍ତ ଏଥିରେ ପାଖାପଖି ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକେ ଆହତ ହୋଇଥିବା ସୂଚନା ମିଳିଛି।

ବିରୋଧୀ ଆସନରେ ବସିବୁ -ମାୟାବତୀ

ବିରୋଧୀ ଆସନରେ ବସିବୁ -ମାୟାବତୀ

ରାୟପୁର,୧୬।୧୧(ପିଟିଆଇ)- ଛତିଶଗଡରେ କଂଗ୍ରେସ କିମ୍ବା ଭାଜପାର କୌଣସି ଗଠ ବନ୍ଧନରେ ସାମିଲ ହେବା ଅପେକ୍ଷା ସେ ବିରୋଧୀ ଆସନରେ ବସିବାକୁ ଅଧିକ ପସନ୍ଦ କରିବେ ବୋଲି ବିଏସ୍‌ପି ନେତ୍ରୀ ମାୟାବତୀ କହିଛନ୍ତି।

୩ ଜଣ ବାନ୍ଧବୀଙ୍କ ଡିମାଣ୍ଡ ପୂରଣ କରୁ କରୁ ପ୍ରେମିକ ପହଞ୍ଚିଲେ ଜେଲ

୩ ଜଣ ବାନ୍ଧବୀଙ୍କ ଡିମାଣ୍ଡ ପୂରଣ କରୁ କରୁ ପ୍ରେମିକ ପହଞ୍ଚିଲେ ଜେଲ

ନୂଆଦିଲ୍ଲୀ,୧୬।୧୧: ରାଜଧାନୀ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ରହୁଥିବା ରୋହନ୍‌ ଗିଲ(ସନ୍ନି) ଏବେ ଜେଲର ଚାରିକାନ୍ଥ ଭିତରେ। ୩ ଜଣ ବାନ୍ଧବୀଙ୍କୁ ଖୁସି କରିବାକୁ ଯାଇ ତାଙ୍କୁ ଏବେ ଜେଲ ଯିବାକୁ ପଡିଛି।

ବିନା ଅନୁମତିରେ ଆନ୍ଧ୍ର ପ୍ରଦେଶକୁ ପ୍ରବେଶ କରିପାରିବନି ସିବିଆଇ

ବିନା ଅନୁମତିରେ ଆନ୍ଧ୍ର ପ୍ରଦେଶକୁ ପ୍ରବେଶ କରିପାରିବନି ସିବିଆଇ

ହାଇଦ୍ରାବାଦ,୧୬।୧୧: ଆନ୍ଧ୍ର ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ କୌଣସି ଯାଞ୍ଚ କରିପାରିବ ନାହିଁ। କାରଣ ଶୁକ୍ରବାର ଏଥିପାଇଁ ଦିଆଯାଇଥିବା ‘ଜେନେରାଲ କନସେଣ୍ଟ’ ବା ‘ସାଧାରଣ ସହମତି’କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି। 

ଦେଶରେ ଗଡ଼ିବ ଇଞ୍ଜିନ ବିହୀନ ଟ୍ରେନ୍‌

ଦେଶରେ ଗଡ଼ିବ ଇଞ୍ଜିନ ବିହୀନ ଟ୍ରେନ୍‌

ମୋରଦାବାଦ,୧୬।୧୧: ଭାରତର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ୍‌ ‘ଟ୍ରେନ୍‌-୧୮’ ଖୁବ୍‌ଶୀଘ୍ର ଧାରଣା ଉପରେ ଚଳାଚଳ କରିବାର ଯୋଜନା କରାଯାଉଛି। ବରେଲି-ମୋରଦାବାଦ ସେକ୍ସନ୍‌ରେ ଶନିବାର ଏହା ଏକ ସାଧାରଣ ଟ୍ରାକ୍‌ ଉପରେ ପରୀକ୍ଷଣ କରାଯିବ ବୋଲି ସୂଚାନା ମିଳିଛି। 

ରାଜା ଭାଇ ଗଢିବେ ନୂଆଦଳ

ରାଜା ଭାଇ ଗଢିବେ ନୂଆଦଳ

ଲକ୍ଷ୍ନୌ,୧୬।୧୧: ଉତ୍ତର ପ୍ରଦେଶ ପ୍ରତାପ ଗଡ଼ ଜିଲା କୁଣ୍ଡାର ବାହୁବଳୀ ବିଧାୟକ ତଥା ସ୍ବାଧିନ ପ୍ରାର୍ଥୀ ରଘୁରାଜ ପ୍ରତାପ ସିଂ ଓରଫ ରାଜା ଭାଇ ନିଜର ଏକ ରାଜନୈତୀକ ଦଳ ଗଠନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। 

ନାମ ପରିବର୍ତ୍ତନ ରାଜନୀତି: ଏବେ ବିଜନୌର ପାଳି

ନାମ ପରିବର୍ତ୍ତନ ରାଜନୀତି: ଏବେ ବିଜନୌର ପାଳି

ଲକ୍ଷ୍ନୌ,୧୬।୧୧: ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଏବେ ନାମ ବଦଳ ରାଜନୀତିକୁ ଦେଉଛନ୍ତି ଗୁରୁତ୍ୱ। ଇତିମଧ୍ୟରେ ଆହ୍ଲାବାଦ ପ୍ରୟାଗରାଜ ଏବଂ ଫୈଜାବାଦ୍‌ ଅଯୋଧ୍ୟା ଭାବେ ନାମିତ ହୋଇ ସାରିଛି।

ଥରୁର୍‌ଙ୍କୁ ଜବାବ୍‌ ଦେଲେ ମୋଦି

ଥରୁର୍‌ଙ୍କୁ ଜବାବ୍‌ ଦେଲେ ମୋଦି

ରାୟପୁର,୧୬।୧୧: ମଧ୍ୟପ୍ରଦେଶ ଅମ୍ବିକାପୁରଠାରେ ଏକ ନିର୍ବାଚନ ସଭାରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ କଂଗ୍ରେସ ନେତା ଶଶି ଥରୁର୍‌ଙ୍କୁ କରିଛନ୍ତି ଟାର୍ଗେଟ୍‌।

ଜୀବିତ କନ୍ୟାଙ୍କ ଅନ୍ତିମ ସଂସ୍କାର କଲେ ପରିବାର

ଜୀବିତ କନ୍ୟାଙ୍କ ଅନ୍ତିମ ସଂସ୍କାର କଲେ ପରିବାର

ପାଟନା,୧୬।୧୧: ମଧ୍ୟପ୍ରଦେଶ ଝାବୁଆ ଜିଲାର ବୋରି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।