ଖେଳ |

ବିଶ୍ୱକପ୍‌ ଚାମ୍ପିୟନ ଲୋରିସ୍‌ଙ୍କୁ ୪୬ ଲକ୍ଷ ଟଙ୍କାର ଜୋରିମାନା

ବିଶ୍ୱକପ୍‌ ଚାମ୍ପିୟନ ଲୋରିସ୍‌ଙ୍କୁ ୪୬ ଲକ୍ଷ ଟଙ୍କାର ଜୋରିମାନା
ଲଣ୍ଡନ,୧୨।୯(ଏପି)- ବିଶ୍ୱକପ୍‌ ଚାମ୍ପିୟନ ଫ୍ରାନ୍ସ ଦଳର ଗୋଲକିପର ହ୍ୟୁଗୋ ଲୋରିସଙ୍କୁ ୫୦ ହଜାର ପାଉଣ୍ଡ ଜୋରିମାନା ଦେବାକୁ ପଡ଼ିଛି। ଯାହାର ମୁଲ୍ୟ ଭାରତୀୟ ମୁଦ୍ରାରେ ୪୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ। ଆର୍ଥିକ ଦଣ୍ଡାଦେଶ ସହ ତାଙ୍କ ଗାଡ଼ି ଚଲାଇବା ଉପରେ ୨୦ ମାସ ଲାଗି ପ୍ରତିବନ୍ଧ ଲଗାଯାଇଛି। ସେ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବାବେଳେ ପୋଲିସ ହାତରେ ଧରା ପଡ଼ିଥିଲେ। ଗତ ମାସରେ ଟୋଟେନହାମ କ୍ଲବର ଗୋଲକିପର ସେଣ୍ଟ୍ରାଲ ଲଣ୍ଡନଠାରେ ଟ୍ରାଫିକ ନିୟମ ଭଙ୍ଗ କରିଥିଲେ। ପୋଲିସ ତାଙ୍କ ପୋର୍ଶକୁ ଠାବ କରିବା ବେଳକୁ ଲୋରିସ ଗାଡ଼ିରେ ଚେତାହରାଇ ବସିଥିଲେ। ପୋଲିସକର୍ମୀମାନେ ତାଙ୍କୁ ସୁରକ୍ଷୀତ ମେଡିକାଲ ନେଇଥିଲେ। ଏ ସମ୍ପର୍କରେ ଲଣ୍ଡନର ଏକ କୋର୍ଟରେ ବୁଧବାର ଅନୁଷ୍ଠିତ ଶୁଣାଣିରେ ସେ ନିଜ ଦୋଷ ସ୍ବୀକାର କରିଛନ୍ତି। ଉଲ୍ଲେଖଥାଉ କି, ରୁଷିଆରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ଫାଇନାଲରେ କ୍ରୋଏସିଆକୁ ପରାସ୍ତ କରି ଫ୍ରାନ୍ସ ୨୦ ବର୍ଷ ଚାମ୍ପିୟନ ହୋଇଥିଲା। ଏହି ମ୍ୟାଚ୍‌ରେ ଲୋରିସ ଗୋଲକିପର ଦାୟିତ୍ୱରେ ଥିଲେ।
All Right Reserved By

ଖେଳ |

ପ୍ରଜନେଶଙ୍କୁ ବେଙ୍ଗାଲୁରୁ ଓପନ୍‌ ଟାଇଟଲ୍‌

ପ୍ରଜନେଶଙ୍କୁ ବେଙ୍ଗାଲୁରୁ ଓପନ୍‌ ଟାଇଟଲ୍‌

ବେଙ୍ଗାଲୁରୁ, ୧୮।୧୧(ପି.ଟି.)- ଏଠାରେ ଅନୁଷ୍ଠିତ ଏକ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବେଙ୍ଗାଲୁରୁ ଓପନ୍‌ ଏଟିପି ଚ୍ୟାଲେଞ୍ଜର ପ୍ରତିଯୋଗିତାରେ ଭାରତର ପ୍ରଜନେଶ ଗୁଣେଶ୍ୱରନ ଚାମ୍ପିୟନ ହୋଇଛନ୍ତି।

ମହିଳା ଟି୨୦ ବିଶ୍ୱକପ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ମହିଳା ଟି୨୦ ବିଶ୍ୱକପ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ଗୁୟାନା, ୧୮।୧୧-ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲର ମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଭାରତ ଏଠାରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପର ଏକ ଲିଗ୍‌ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇ ଦେଇଛି। 

ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌:ଥାଇଲାଣ୍ଡକୁ ଡବଲ ସଫଳତା

ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌:ଥାଇଲାଣ୍ଡକୁ ଡବଲ ସଫଳତା

ଭୁବନେଶ୍ୱର, ୧୮।୧୧(ସ୍ପୋଟର୍‌ସ ବ୍ୟୁରୋ)କିଟ୍‌ ବିଶ୍ୱବିଦ୍ୟାଳୟ  ପରିସରରେ ଚାଲିଥିବା ଏସିଆନ୍‌ ବୋଉଲ୍ସ ସ୍ପୋଟର୍‌ସ କନଫେଡେରେଶନ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ମହିଳା ଓ ପୁରୁଷ ଡବଲ୍ସ ପ୍ରତିଯୋଗିତାରେ ଚମତ୍କର ପ୍ରଦର୍ଶନ କରି ଥାଇଲାଣ୍ଡ ଡବଲ ସଫଳତା ପାଇଛି। 

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ

ଭୁବନେଶ୍ୱର, ୧୮।୧୧(କ୍ରୀଡ଼ା ପ୍ରତିନିଧି)-ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ ପ୍ରତିଯୋଗିତାରେ ଉତ୍କଳ, କିଟ୍‌, କଲ୍ୟାଣୀ ଓ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ ଗ୍ରୁପ ଚାମ୍ପିୟନ ହୋଇଛନ୍ତି।

ୟୁରୋପର ସବୁଠାରୁ ବୟସ୍କ ଗୋଲକିପର

ୟୁରୋପର ସବୁଠାରୁ ବୟସ୍କ ଗୋଲକିପର

ସୋଫିଆ, ୧୮ା୧୧ (ଏଏଫ୍‌ପି)-ବୁଲଗେରିଆର ଜିଓର୍ଗି ପେଟ୍‌କୋଭ୍‌ ୟୁରୋପର ସବୁଠାରୁ ବୟସ୍କ ଅନ୍ତର୍ଜାତୀୟ ଗୋଲକିପରର ମାନ୍ୟତା ଲାଭ କରିଛନ୍ତି।  ସାଇପ୍ରସ ବିପକ୍ଷ ମ୍ୟାଚ ଖେଳି ସେ ଏହି ଗୌରବ ଅର୍ଜନ କରିବେ।  

ବେଙ୍ଗଲ ଓ୍ବାରିୟର୍ସ ବିଜୟୀ

ବେଙ୍ଗଲ ଓ୍ବାରିୟର୍ସ ବିଜୟୀ

ଅହମ୍ମଦାବାଦ, ୧୮ା୧୧ (ପି.ଟି.)-ଚଳିତ ପ୍ରୋ-କବାଡ଼ି ଲିଗ୍‌ ଆନ୍ତଃ ଜୋନ୍‌ ଚ୍ୟାଲେଞ୍ଜରେ ଶନିବାର ବେଙ୍ଗଲ ଓ୍ବାରିୟର୍ସ ୨୬-୨୨ରେ ପୁନେରୀ ପଲ୍‌ଟନକୁ ହରାଇ ଦେଇଛି। ଏହି ମ୍ୟାଚ ଖେଳିବା ପୂର୍ବରୁ ଦୁଇ ଦଳ କ୍ରମାଗତ ପରାଜୟ ବରଣ କରିଥିବାରୁ ଉଭୟେ ଏଥିରେ ସେମାନଙ୍କ ଭାଗ୍ୟ ବଦଳାଇବା ଲକ୍ଷ୍ୟରେ ଥିଲେ। 

ପାକିସ୍ତାନ ଅଗ୍ରଣୀ

ପାକିସ୍ତାନ ଅଗ୍ରଣୀ

ଆବୁଧାବି, ୧୮ା୧୧ (ଏଏଫ୍‌ପି)-ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ପାକିସ୍ତାନ ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଛି। ନ୍ୟୁଜିଲାଣ୍ଡ ଏହାର ଦ୍ୱିତୀୟ ଇନିଂସ ଖେଳିବାକୁ ଯାଇ ଶନିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧ ଉଇକେଟ ବିନିମୟରେ ୫୬ ରନ କରିଛି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୧୫୩ ଜବାବରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨ଉଇକେଟ ବିନିମୟରେ ୫୯ରନ କରିଥିବା ପାକିସ୍ତାନ ୨୨୭ରନରେ ଅଲଆଉଟ ହୋଇଯାଇଥିଲା। 

ଟି୨୦ରେ ଅଷ୍ଟ୍ରେଲିଆକୁ ହରାଇଲା ଦକ୍ଷିଣ ଆଫ୍ରିକା

ଟି୨୦ରେ ଅଷ୍ଟ୍ରେଲିଆକୁ ହରାଇଲା ଦକ୍ଷିଣ ଆଫ୍ରିକା

ଗୋଲ୍ଡକୋଷ୍ଟ, ୧୭ା୧୧(ଏଏଫ୍‌ପି)- କୁଇନ୍ସଲାଣ୍ଡର କାରା ଓଭାଲଠାରେ ଶନିବାର ଖେଳାଯାଇଥିବା ଏକ ଅନ୍ତ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୨୧ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ବର୍ଷାଜନିତ କାରଣରୁ ମ୍ୟାଚ୍‌କୁ ୧୦ ଓଭର ବିଶିଷ୍ଟ କରାଯାଇଥିଲ। 

ରୋମାଞ୍ଚକ ସ୍ଥିତିରେ କାଣ୍ଡି ଟେଷ୍ଟ

ରୋମାଞ୍ଚକ ସ୍ଥିତିରେ କାଣ୍ଡି ଟେଷ୍ଟ

କାଣ୍ଡି(ଶ୍ରଲଙ୍କା), ୧୭।୧୧(ଏଏଫ୍‌ପି)- ଘରୋଇ ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍‌ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ୩୦୧ ରନର ଟାର୍ଗେଟ୍‌କୁ ପିଛା କରୁଥିବା ଶ୍ରୀଲଙ୍କା ଶନିବାର ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ୭ ଉଇକେଟ୍‌ ହରାଇ ୨୨୬ ରନ କରିଛି।

ସିଏସ୍‌କେକୁ ଧନ୍ୟବାଦ ଜଣାଇଲେ କେଦାର

ସିଏସ୍‌କେକୁ ଧନ୍ୟବାଦ ଜଣାଇଲେ କେଦାର

ମୁମ୍ବାଇ,୧୭।୧୧- ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଗତ ସଂସ୍କରଣ ଭଳି ଆଗାମୀ ଥର ପ୍ରାୟତଃ ସମାନ ଖେଳାଳିଙ୍କୁ ନେଇ ଖେଳିବ। ଫ୍ରାଞ୍ଚାଇଜ କୋର ଗ୍ରୁପ ଖେଳାଳିଙ୍କ ସମେତ ୨୨ ଜଣଙ୍କୁ  ବଜାୟ ରଖିଛି। ଏଥିରେ ଭାରତୀୟ ଦଳର ଅଲରାଉଣ୍ଡର କେଦାର ଯାଦବ ମଧ୍ୟ ରହିଛନ୍ତି।

ଜୋର୍ଡାନ ବିପକ୍ଷ ଫୁଟ୍‌ବଲ ମ୍ୟାଚ୍‌ ବାତିଲ

ଜୋର୍ଡାନ ବିପକ୍ଷ ଫୁଟ୍‌ବଲ ମ୍ୟାଚ୍‌ ବାତିଲ

ନୂଆଦିଲ୍ଲୀ,୧୭।୧୧- ଭାରତ ଓ ଜୋର୍ଡାନ ମଧ୍ୟରେ ଶନିବାର ଖେଳାଯିବାକୁ ଥିବା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ବାତିଲ ହୋଇଯାଇଛି। ଭାରତୀୟ ଦଳର ସମସ୍ତ ସଦସ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ଜୋର୍ଡାନରେ ପହଞ୍ଚତ୍ଛନ୍ତି।

ଶତକରୁ ବଞ୍ଚତ୍ତ ହେଲେ ପାର୍ଥିବ ପଟେଲ

ଶତକରୁ ବଞ୍ଚତ୍ତ ହେଲେ ପାର୍ଥିବ ପଟେଲ

ମାଉଣ୍ଟ ମଙ୍ଗାନୁଇ,୧୭।୧୧- ଏଠାରେ ଭାରତ ଏ’ ଓ ନ୍ୟୁଜିଲାଣ୍ଡ ଏ’ ଖେଳାଯାଉଥିବା ୪ ଦିନିଆ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ କବ୍‌ଜାରେ ରହିଥିଲା।