ଉପକୂଳ ଓଡିଶା

ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ

ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ
ଡେରାବିଶ, ୧୨।୯ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତ ଉଦୟନଗରଠାରେ ବୁଧବାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶଭାରମ୍ଭ ହୋଇଛି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨୨ ଲକ୍ଷ ୫୫ ହଜାର ୧୭ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜକାନ୍ତ ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପଞ୍ଚାୟତ ଅଧୀନ ଉଦୟନଗର ଓ ମୀର୍ଯ୍ୟାପଟଣା ଗ୍ରାମର ୫ ଶହରୁ ଊର୍ଦ୍ଧ୍ୱ ପରିବାର ଜଳ କ୍ଳିଷ୍ଟରୁ ବଞ୍ଚିତ ହେବେ ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ସାହୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଗୋପବନ୍ଧୁ ଭୋସାଗର, ସମବାୟବିତ ସରୋଜକାନ୍ତ ନାୟକ, ସମିତିସଭ୍ୟ ଅଗଣୀ ସେଠୀ, ଦିଲ୍ଲୀପ କୁମାର ଦାସ, ସେକ ଅବଦୁଲ୍ଲା, ପୂର୍ବତନ ସରପଞ୍ଚ ମନୋରଞ୍ଜନ ଉପାଧ୍ୟାୟ, ପୂର୍ବତନ ସମିତି ସଭ୍ୟ ଗଗନ ବିହାରୀ ସାହୁ, ରାଜକିଶୋର ମଲ୍ଲ, ୱାର୍ଡସଭ୍ୟ ସେକ ଜୟିରୁଦ୍ଦିନ, ମୀର୍ଯା ରୋସନ ବେଗଙ୍କ ସମେତ ଗ୍ରାମର ଶତାଧିକ ମହିଳାପୁରୁଷ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
All Right Reserved By

ଉପକୂଳ ଓଡିଶା

ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସମ୍ପର୍କୀୟ ଦାଦା ଗିରଫ: ହତ୍ୟା ଅଭିଯୋଗ ଆଣିଲେ ବାପା

ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସମ୍ପର୍କୀୟ ଦାଦା ଗିରଫ: ହତ୍ୟା ଅଭିଯୋଗ ଆଣିଲେ ବାପା

ସିଂହପୁର,୧୯ା୧୧(ଡି.ଏନ୍‌.ଏ.)- ବିଞ୍ଝାରପୁର ଥାନା ଅଞ୍ଚଳରୁ ସୋମବାର ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସମ୍ପର୍କୀୟ ଦାଦା ଗୁରୁତର ଥିଲେ। ଏ ନେଇ ନାବାଳିକାଙ୍କ ବାପା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ବିଞ୍ଝାରପୁର ପୋଲିସ ଏକ ମାମଲା(୨୬୭/୧୮) ରୁଜୁ କରି ସମ୍ପର୍କୀୟ ଦାଦାଙ୍କୁ ଗିରଫ କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

୫ମ ଦିନରେ ଜିଆରଏସ୍‌ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ରତ୍ନଗିରି,୧୯ା୧୧(ଡି.ଏନ୍‌.ଏ.)- ଗ୍ରାମ ରୋଜଗାର ସେବକ(ଜିଆରଏସ୍‌) ସମଗ୍ର ଜିଲାରେ କାର୍ଯ୍ୟବନ୍ଦ ଆନ୍ଦୋଳରେ ସାମିଲ ହେବା ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାଧ୍ୟାପ୍ରାପ୍ତ ହୋଇଛି ା ସୋମବାର ଏହି ଆନ୍ଦୋଳନ ୫ମ ଦିନରେ ପହଞ୍ଚିଛି। 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ଯୋଗଦେଲେନି ବ୍ଲକ ଅଧ୍ୟକ୍ଷା

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ଯୋଗଦେଲେନି ବ୍ଲକ ଅଧ୍ୟକ୍ଷା

ବରୀ,୧୯ା୧୧(ସ୍ବ.ପ୍ର.- ବରୀ ବ୍ଲକସ୍ତରୀୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସୋମବାର ବରୀ ଦରଘା ପ୍ରଧାନ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସ୍‌ ଓ କେତେଜଣ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି। ଏ ନେଇ ବରୀ ରାଜନୀତି ସରଗରମ ହୋଇଉଠିଛି। ଗାଁର ବିକାଶ ନିମନ୍ତେ ୨୯ ପଞ୍ଚାୟତ ପାଇଁ ୭ କୋଟି ୧୮ଲକ୍ଷ ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଦ୍ୱାରା ଅନୁମୋଦନ କରିଛନ୍ତି। 

ସ୍କୁଲ ଛାତରୁ ପ୍ଲାଷ୍ଟର ଖସି  ଛାତ୍ରୀ ଗୁରୁତର ଘଟଣା: ଚିକିତ୍ସା ପାଇଁ ପଦକ୍ଷେପ ନିଆ ନଯିବାରୁ ବାପାଙ୍କ ଧାରଣା

ସ୍କୁଲ ଛାତରୁ ପ୍ଲାଷ୍ଟର ଖସି ଛାତ୍ରୀ ଗୁରୁତର ଘଟଣା: ଚିକିତ୍ସା ପାଇଁ ପଦକ୍ଷେପ ନିଆ ନଯିବାରୁ ବାପାଙ୍କ ଧାରଣା

କେନ୍ଦ୍ରାପଡା ଅଫିସ, ୧୯।୧୧- ମହାକାଳପଡା ବ୍ଲକ ପାଟଳିପଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତରୁ ଗତ ୨ ତାରିଖରେ ପ୍ଲାଷ୍ଟର  ଖସି ପଡିଥିଲା। ଏଥିରେ ପଞ୍ଚମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ବିଶ୍ୱାଳ ଗୁରୁତର ହୋଇଥିଲେ। ମାତ୍ର ସେତେବେଳ ବିଦ୍ୟାଳୟରେ ଉପସ୍ଥିତ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଫଳରେ ସ୍ମୃତିରେଖାଙ୍କ ଡାହାଣ ହାତ ଫୁଲିବା ସହ ଅଦ୍ୟାବଧି ଚିକିତ୍ସାଧୀନ ରହିଛନ୍ତି ା ଏନେଇ ତାଙ୍କ ବାପା ବୀରକିଶୋର ବାରମ୍ବାର ବ୍ଲକ ଓ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ  କୌଣସି ସୁଫଳ ମିଳିଳା ନାହିଁ ା ଏହାର ପ୍ରତିବାଦରେ ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବୀରକିଶୋର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାରଠାରୁ ଅନଶନରେ ବସିଛନ୍ତି ା 

୧୪୦ ଜଣ ଦେଲେ ଗଣିତ ମେଧାବୃତ୍ତି ପରୀକ୍ଷା

୧୪୦ ଜଣ ଦେଲେ ଗଣିତ ମେଧାବୃତ୍ତି ପରୀକ୍ଷା

ମାର୍ଶାଘାଇ, ୧୯।୧୧(ଡି.ଏନ୍‌.ଏ.)-ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା-୨୦୧୮ ସୋମବାର ମାର୍ଶାଘାଇ କେନ୍ଦ୍ରୀୟ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଞ୍ଚଳର ୧୪୦ଜଣ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ।

ଲୁଣା ନଦୀରେ ଭାସିଗଲେ ଯୁବକ

ଲୁଣା ନଦୀରେ ଭାସିଗଲେ ଯୁବକ

ମହାକାଳପଡ଼ା, ୧୯।୧୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତେରଗାଁ ପଞ୍ଚାୟତସ୍ଥିତ ଲୁଣା ନଦୀରେ ସୋମବାର ଜଣେ ଯୁବକ ଭାସିଯାଇଛନ୍ତି। ସେ ହେଲେ ତେରଗାଁ ଗ୍ରାମର ବାବୁଲି ପରିଡ଼ା। 

 ଜନ ସମ୍ପର୍କ ପଦଯାତ୍ରା

ଜନ ସମ୍ପର୍କ ପଦଯାତ୍ରା

ସୁକିନ୍ଦା, ୧୯ା୧୧(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ ଦୁଧୂଯୋରୀ ଗ୍ରାମ ପଞ୍ଚାୟତରେ ରବିବାର ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରୀତିରଞ୍ଜନ ଘଡାଇ ପଞ୍ଚାୟତର ବଉଳପାଳ, ମଙ୍ଗଳପୁର, ପୁବଳ, ଦାମୋଦରପୁର ଏବଂ ବୋତଲଣ୍ଡା ଆଦି ଗ୍ରାମରେ ପହଞ୍ଚତ୍ ଲୋକଙ୍କ ସମସ୍ୟା ଉପରେ ଆଲୋଚନ କରିଥିଲେ। 

ପଦଯାତ୍ରା ସମାବେଶରେ ଦାମଙ୍କ ଉପରେ ବର୍ଷିଲେ ଦେବାଶିଷ

ପଦଯାତ୍ରା ସମାବେଶରେ ଦାମଙ୍କ ଉପରେ ବର୍ଷିଲେ ଦେବାଶିଷ

କୁଜଙ୍ଗ,୧୯ା୧୧(ସ୍ବ.ପ୍ର): କୁଜଙ୍ଗ ବ୍ଲକ ୪ ନମ୍ବର ଜୋନର ବିଶ୍ୱାଳି ଡ୍ରାମା ପଡିଆଠାରେ  ରବିବାର ବିଜେଡିର ଜନସମ୍ପର୍କ ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗଦେଇ ସ୍ଥାନୀୟ ବିଧାୟକ ଡା. ଦାମୋଦର ରାଉତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। 

କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆଉ ୩ ଦିନ : ଦାମଙ୍କ ସହ ମଞ୍ଚରେ ବସିବ କିଏ

କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆଉ ୩ ଦିନ : ଦାମଙ୍କ ସହ ମଞ୍ଚରେ ବସିବ କିଏ

ପାରାଦୀପ,୧୯ା୧୧(ସ୍ବ.ପ୍ର.): ପାରାଦୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ମହୋତ୍ସବକୁ ନେଇ ଏବେଠାରୁ ଉତ୍କଣ୍ଠା ପ୍ରକାଶ ପାଇଲାଣି। ଅନ୍ୟବର୍ଷଗୁଡିକ ତୁଳନାରେ ଚଳିତବର୍ଷ ଏଥିରେ ଅଧିକ ରାଜନୈତିକ ଛୁଙ୍କ ଅନୁଭୁତ ହେଉଛି।

ଗ୍ରାମ ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ,  ଗାଡି ଅଟକାଇଲେ ଗ୍ରାମବାସୀ

ଗ୍ରାମ ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ, ଗାଡି ଅଟକାଇଲେ ଗ୍ରାମବାସୀ

ଡୁବୁରୀ, ୧୯ା୧୧(ଡି.ଏନ୍‌.ଏ.)- ଡୁବୁରୀ -ନରଣ ପୁର ରାଜ୍ୟ ରାଜପଥର ଜଟାଧାରୀ ଛକ ନିକଟରୁ ବାଲିଆପାଳ ଗ୍ରାମ ରାସ୍ତାଦେଇ ଭାରିଯାନ ଚଳାଚଳ କରୁଛନ୍ତି। ଫଳରେ ରାସ୍ତାଟି ଶୋଚନୀୟ ହୋଇପଡିବା ସହ ଦୁର୍ଘଟଣା ବଢିବାରେ ଲାଗିଛି।

ଇମ୍ଫା ଖଣିରେ ଦୁର୍ଘଟଣାରେ ସଫେଇ କର୍ମଚାରୀ ଗୁରୁତର:  ସୁରକ୍ଷାକୁ ନେଇ ଶ୍ରମିକ ସଂଘର ଚେତାବନୀ

ଇମ୍ଫା ଖଣିରେ ଦୁର୍ଘଟଣାରେ ସଫେଇ କର୍ମଚାରୀ ଗୁରୁତର: ସୁରକ୍ଷାକୁ ନେଇ ଶ୍ରମିକ ସଂଘର ଚେତାବନୀ

କାଳିଆପାଣି, ୧୯ା୧୧(ଡି.ଏନ୍‌.ଏ.)- ଇମ୍ଫା ଖଣିରେ ରବିବାର ଦୁର୍ଘଟଣାରେ ଜଣେ ସଫେଇ କର୍ମଚାରୀଙ୍କ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି। ଏହାକୁ ନେଇ ଶ୍ରମିକ ସଂଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା।

ଅଗ୍ନିକାଣ୍ଡରେ ଜଳିଗଲା ୫ ଘର

ଅଗ୍ନିକାଣ୍ଡରେ ଜଳିଗଲା ୫ ଘର

ସୁକିନ୍ଦା, ୯ା୧୧(ଡି.ଏନ୍‌.ଏ.)- ସୁକିନ୍ଦା ଥାନା ଅନ୍ତର୍ଗତ ପୁବଳ ଗ୍ରାମରେ ଅଗ୍ନିକାଣ୍ଡରେ ଟିକନ ମୁଣ୍ଡାଙ୍କ ୫ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି ା ଅଗ୍ନିକାଣ୍ଡରେ ନଗଦ ୨୫ ହଜାର ଟଙ୍କା ସମେତ ଚାଉଳ ଏବଂ ଆସବାବ ପତ୍ର  ପୋଡି ନଷ୍ଠ ହୋଇଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।