ଉପକୂଳ ଓଡିଶା

କୋ-ଅପରେଟିଭ ସୋସାଇଟି ପକ୍ଷରୁ ସହାୟତା

କୋ-ଅପରେଟିଭ ସୋସାଇଟି ପକ୍ଷରୁ ସହାୟତା
ଡେରାବିଶ, ୧୨।୯ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ହରିଅଙ୍କ ଗ୍ରାମର ତରଣୀ ସେନ ଦାଶ(୪୯) ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଅଛନ୍ତି। ଚିକିତ୍ସା ନିମନ୍ତେ ପରିବାର ଲୋକେ ଟଙ୍କା ଯୋଗାଡ଼ କରି ପାରୁ ନଥିବାରୁ ତାଙ୍କର ଚିକିତ୍ସା କରାଯାଇ ପାରୁନାହିଁ। ତେବେ ତରଣୀଙ୍କ ଚିକତ୍ସା ନିମନ୍ତେ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ପକ୍ଷରୁ ବୁଧବାର ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିସହ ତରଣୀଙ୍କ ପୁଅ ଓ ଝିଅଙ୍କ ପାଠପଢ଼ା ନିମନ୍ତେ ମଧ୍ୟ ସୋସାଇଟି ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ସୋସାଇଟି ସଭାପତି ପ୍ରମୋଦ ସାହୁ ପ୍ରତିଶ୍ରୁତି ଦେଇଛନ୍ତି। ତରଣୀଙ୍କ ମା’ବାପ ରୋଗ ଶଯ୍ୟାରେ ପଡ଼ିଥିବା ବେଳେ ଗତ ୬ ମାସ ହେବ ତରଣୀ ମଧ୍ୟ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ୨ଟି ଯାକ କିଡନୀ ନଷ୍ଟ ହୋଇ ଯାଇଥିବା ବେଳେ ଗ୍ରାମର କେତେଜଣ ଲୋକଙ୍କ ସହାୟତାରେ ତାଙ୍କ ଚିକିତ୍ସା କରାଯାଉଛି। କୋ-ଅପରେଟିଭ୍‌ ସୋସାଇଟି ପକ୍ଷରୁ ଏହି ସହାୟତା ପ୍ରଦାନ ବେଳେ ହରିଅଙ୍କ ସରପଞ୍ଚ ଯୁଗଳ କିଶୋର ମହାନ୍ତି, ପୂର୍ବତନ ସରପଞ୍ଚ ସୁଖଦାନନ୍ଦ ପ୍ରଧାନ, ଇନ୍ଦାଳୋ ସମିତିସଭ୍ୟ ସୁଜିତ ସାମନ୍ତରାୟ, ବସୁପୁର ସମିତି ସଭ୍ୟ ସୁନିତି ବଳ, ଯୁବନେତା ଧୀରେନ୍ଦ୍ର ଜେନା, ଗରଦପୁର ଶାଖା ପରିଚାଳକ ପ୍ରଫୁଲ୍ଲ କୁମାର ସାହୁ, କର୍ମଚାରୀ ଅମୀୟ କୁମାର ନାୟକ, ଗୟାଚାନ୍ଦ ଭୂୟାଁ ଓ ଲଳିତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ଉପକୂଳ ଓଡିଶା

ଦୁର୍ଘଟଣାଗ୍ରସ୍ତ ଛାତ୍ରଙ୍କ ଚିକିସତ୍ା ପାଇଁ ସହପାଠୀ ଆଦାୟ କରୁଛନ୍ତି ଅର୍ଥ

ଦୁର୍ଘଟଣାଗ୍ରସ୍ତ ଛାତ୍ରଙ୍କ ଚିକିସତ୍ା ପାଇଁ ସହପାଠୀ ଆଦାୟ କରୁଛନ୍ତି ଅର୍ଥ

ରଣପୁର,୧୭।୧୧(ସ୍ବ.ପ୍ର)- ନିଜ ଗ୍ରାମରୁ ବସ୍‌ରେ କଲେଜ ଆସୁଥିଲା ବେଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ଖୋର୍ଦ୍ଧା ଜିଲା ସିକୋ ଫାଣ୍ଡି ମୁକ୍ତାପୁର ଗ୍ରାମର ସନ୍ତୋଷ କୁମାର ଜେନା। ସେ ଯୁକ୍ତ ୩ କଳାର ଶେଷ ବର୍ଷର ଛାତ୍ର। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଥିଲା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରାମ୍‌କୋ ସିମେଣ୍ଟ କମ୍ପାନୀ ସମ୍ମୁଖରେ ଗଣଧାରଣା

ରାମ୍‌କୋ ସିମେଣ୍ଟ କମ୍ପାନୀ ସମ୍ମୁଖରେ ଗଣଧାରଣା

ଯାଜପୁର ଅଫିସ,୧୭।୧୧: ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରଠାରେ ନିିର୍ମାଣାଧୀନ ରାମ୍‌କୋ ସିମେଣ୍ଟ କମ୍ପାନୀର ମନମୁଖି କାର୍ଯ୍ୟକୁ ବିରୋଧକରି ଶନିବାର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି।

ଥାନା ପରିସରରୁ ସାଇକେଲ ଚୋରି କରି ଯୁବକ ଗିରଫ

ଥାନା ପରିସରରୁ ସାଇକେଲ ଚୋରି କରି ଯୁବକ ଗିରଫ

ବାଲୁଗାଁ,୧୭ା୧୧(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ପରିସରରୁ ସାଇକେଲ ଚୋରି କରି ଜଣେ ଯୁବକ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣପୁର ଗ୍ରାମର ମନୋଜ କୁମାର ତ୍ରିପାଠୀ (୩୨) ।  ଏ ନେଇ ଥାନାରେ ୧୨୮/୧୮ରେ ମାମଲା ରୁଜୁ ହୋଇଥିବାବେଳେ ଗୁରୁବାର ସନ୍ଧ୍ୟାରେ ମନୋଜଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପ୍ରକାଶ କରିଛି ।  

ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଦିଗହରା ହୋଇଛି ରୋଗୀ କଲ୍ୟାଣ ସମିତି

ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଦିଗହରା ହୋଇଛି ରୋଗୀ କଲ୍ୟାଣ ସମିତି

ଗଣିଆ,୧୭ା୧୧(ଡି.ଏନ୍‌.ଏ.)- ରୋଗୀମାନଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ  ବିଭିନ୍ନ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସରକାର ପ୍ରତିବର୍ଷ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ସୁପରିଚାଳନା ନିମିତ୍ତ ରୋଗୀ କଲ୍ୟାଣ ସମିତି ଗଠନ କରାଯାଇଛି।

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପ୍ରେସ ଡେ

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପ୍ରେସ ଡେ

ଟାଙ୍ଗୀ(ଖୋର୍ଦ୍ଧା),୧୭ା୧୧(ଡି.ଏନ.ଏ.)-ଟାଙ୍ଗୀ ସ୍ଥିତ ଉକତ୍ଳ ସାମ୍ବାଦିକ ସଂଘ  ଶାଖା ପକ୍ଷରୁ ଶୁକ୍ରବାର ଜିଲାସ୍ତରୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରଘୁନାଥ ଦେବଙ୍କ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଶାଖା ସଭାପତି ନିରଞ୍ଜନ ଦାସ  ସଭାପତିତ୍ୱ କରିଥିଲେ। 

ମୁଖ୍ୟମନ୍ତ୍ରୀଙ୍କ କୃଷ୍ଣପ୍ରସାଦ ଗସ୍ତକୁ ନେଇ ପ୍ରସ୍ତୁତି:  ଆଇନଶୃଙ୍ଖଳା ରକ୍ଷା ପାଇଁ ୧୪ ପ୍ଲାଟୁନ୍‌ ପୋଲିସ ଫୋର୍ସ

ମୁଖ୍ୟମନ୍ତ୍ରୀଙ୍କ କୃଷ୍ଣପ୍ରସାଦ ଗସ୍ତକୁ ନେଇ ପ୍ରସ୍ତୁତି: ଆଇନଶୃଙ୍ଖଳା ରକ୍ଷା ପାଇଁ ୧୪ ପ୍ଲାଟୁନ୍‌ ପୋଲିସ ଫୋର୍ସ

କୃଷ୍ଣପ୍ରସାଦ,୧୭ା୧୧(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଅବସରରେ ପୂର୍ବ ପ୍ରସ୍ତୁତି ଅବସରରେ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଛି। ସ୍ଥାନୀୟ ଚାରିଛକଠାରେ ନଭେମ୍ବର ୨୨ରେ ମୁଖ୍ୟମନ୍ତ୍ରୀଙ୍କ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।  ଏଥିପାଇଁ ଜିଲା ପ୍ରଶାସନ ବେଶ୍‌ ଚଳଚଞ୍ଚଳ ହୋଇଛି। 

ଦିନକର କାହାଣୀ: କୂଳ ବେଉସାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି

ଦିନକର କାହାଣୀ: କୂଳ ବେଉସାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି

କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନ ନଗର ପଞ୍ଚାୟତ ଦଳବାହଡ ଗଁାର ଅଜୟ ବେହେରା ତାଳ,ପଇଡ ଅବା ନଡିଆ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ଏବେ ସେ ୫୦ ବର୍ଷରେ ଉପନୀତ ହୋଇଥିବା ବେଳେ ବାପ ଅଜା ଅମଳରୁ ଏହି ବେଉସାକୁ ଆଦରି ନେଇଛନ୍ତି। 

ସମସ୍ୟା ଘରରେ କବାଟବନ୍ଧ ବଜାର

ସମସ୍ୟା ଘରରେ କବାଟବନ୍ଧ ବଜାର

ଜେନାପୁର, ୧୭ା୧୧(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ବଜାର  ଅଞ୍ଚଳର ବ୍ୟବସାୟିକ ପେଣ୍ଠସ୍ଥଳି ଭାବେ ପରିଗଣିତ। ବଜାର ଛକରେ କବାଟବନ୍ଧ ସ୍ବାସ୍ଥ୍ୟକେନ୍ଦ୍ର , ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏକ ଶାଖା ସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରହିଛି। ତେଣୁ ଦୈନନ୍ଦିନ ବଜାରକୁ ବହୁ ଲୋକ ଯାତାୟତ କରିଥାନ୍ତି। 

୩ଦିନ ପରେ କୂଅରୁ ମିଳିଲା  ଛାତ୍ରଙ୍କ ମୃତ ଦେହ

୩ଦିନ ପରେ କୂଅରୁ ମିଳିଲା ଛାତ୍ରଙ୍କ ମୃତ ଦେହ

କାଳିଆପାଣି, ୧୭ା୧୧(ଡି.ଏନ୍‌.ଏ.)- କାଳିଆପାଣି ଥାନା ଅନ୍ତର୍ଗତ ମହୁଲଖାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି। ତିନିଦିନ ପରେ ଗ୍ରାମର ଏକ କୂଅରୁ ଜଣେ ନିଖୋଜ ଛାତ୍ରଙ୍କ ମୃତ ଦେହକୁ  ଶୁକ୍ରବାର ପୋଲିସ ଉଦ୍ଧାର କରିଛି। ମୃତ ଶିଶୁ ଜଣଙ୍କ ମହୁଲଖାଲ ଗ୍ରାମର ରଘୁନାଥ ମୁଣ୍ଡାଙ୍କ ପୁଅ ଜନ୍‌ ମୁଣ୍ଡା (୮)। 

ସୁକିନ୍ଦା ଭାଜପା ପକ୍ଷରୁ  ବ୍ଲକ କାର୍ଯ୍ୟାଳୟ ଘେରାଉ

ସୁକିନ୍ଦା ଭାଜପା ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ

ସୁକିନ୍ଦା, ୧୭ା୧୧(ଡି.ଏନ୍‌.ଏ.)- ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରି ଶୁକ୍ରବାର ସୁକିନ୍ଦା ଭାଜପା ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି।  ସ୍ଥାନୀୟ ଭାଜପା କାର୍ଯ୍ୟାଳୟଠାରେ ବରିଷ୍ଠ ଭାଜପା ନେତା ପ୍ରଦୀପ୍‌ ବଳସାମନ୍ତଙ୍କ ନେତୃତ୍ୱରେ ୫ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଯୋଗଦେଇଥିଲେ। 

ଧୂଆଁପଦା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ: ଶିକ୍ଷକ ଛାଡ଼ିଲେ, ପିଲା ଛାଡୁନାହାନ୍ତି

ଧୂଆଁପଦା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ: ଶିକ୍ଷକ ଛାଡ଼ିଲେ, ପିଲା ଛାଡୁନାହାନ୍ତି

ନାଉଗାଁ,୧୭ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକ କୋରୁଅ ପଞ୍ଚାୟତରେ ଥିବା ଧୂଆଁପଦା ପ୍ରାଥମିକ ବିଦ୍ୟାଳୟକୁ କୋରୁଅ ଉ.ପ୍ରା ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ଉକ୍ତ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ କମ୍‌ ଥିବାରୁ ଚଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟକୁ ମିଶ୍ରଣ କରାଯାଇଥିବା ଜଣାପଡିଛି। ସେହି ଅନୁଯାୟୀ ଏହି ବିଦ୍ୟାଳୟରେ ଥିବା ୨ ଶିକ୍ଷକ ନୂତନ ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ମାତ୍ର ନିଜ ବିଦ୍ୟାଳୟ ଛାଡି ଅନ୍ୟ ବିଦ୍ୟାଳୟକୁ ଯାଇ ପାଠ ପଢିବାକୁ ଛାତ୍ରୀଛାତ୍ର ରାଜି ହେଉନାହାନ୍ତି। 

ନରମିଲେ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ : ଅନଶନରୁ ଓହରିଲା ଶ୍ରମିକ ସଂଘ

ନରମିଲେ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ : ଅନଶନରୁ ଓହରିଲା ଶ୍ରମିକ ସଂଘ

ପାରାଦୀପ,୧୭ା୧୧(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ଆଗରେ  ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମକ ସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ଚାଲିଥିବା ଆମରଣ ଅନଶନ ଶୁକ୍ରବାର ରାତି ୧୦ଟାରେ ପ୍ରତ୍ୟାହୃତ ହୋଇଛି।