ଉପକୂଳ ଓଡିଶା

ମହିମା ଆଶ୍ରମରେ ନୂଆଖାଇ ଉତ୍ସବ

ମହିମା ଆଶ୍ରମରେ ନୂଆଖାଇ ଉତ୍ସବ
ଡେରାବିଶ, ୧୨।୯ (ସ୍ବ.ପ୍ର.)-ମହିମା ଧର୍ମର ଦ୍ୱିତୀୟ ଜୋରନ୍ଦା ଭାବେ ପରିଚିତ ଡେରାବିଶ ବ୍ଲକ ଅଧୀନ ଜଅଁରା ବାରିମୁଳ ପଞ୍ଚାୟତର ଖାନନଗରଠାରେ ଥିବା ମହିମା ଆଶ୍ରମରେ ବୁଧବାର ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ଆଶ୍ରମ ମୁଖ୍ୟ ବ୍ରହ୍ମ ଅବଧୂତ କିଶୋର ଚନ୍ଦ୍ର ବାବାଙ୍କ ଅଧ୍ୟକ୍ଷତାରେ ଏହି ପର୍ବ ପାଳିତ ହୋଇଥିଲା। କେନ୍ଦ୍ରାପଡା ଜିଲା ସମେତ ଆଖପାଖ ଜିଲାର ଶ୍ରଦ୍ଧାଳୁ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସାଧୁ କାଶୀନାଥ ଦାସ, ତରଣୀ ଦାସ, ଅନାଦି ଚରଣ ଦାସ, ସଚ୍ଚିଦାନନ୍ଦ ଦାସ, ପ୍ରବୀଣ ଦାସ, ଦିବାକର ବୈରାଗୀ, ମାନସ ବୈରାଗୀ ପ୍ରମୁଖ ନୂଆଖାଇର ଆଧ୍ୟାତ୍ମିକ ତାପର୍ଯ୍ୟ ଉପରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ କହିଥିଲେ। 
All Right Reserved By

ଉପକୂଳ ଓଡିଶା

ନିର୍ମାଣ ଶ୍ରମିକ ସଂଘର ଗଣଧାରଣା

ନିର୍ମାଣ ଶ୍ରମିକ ସଂଘର ଗଣଧାରଣା

କେନ୍ଦ୍ରାପଡା ଅଫିସ, ୧୪।୧୧-ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ  ୧୦ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଥିଲା । 

ଚଉରା ପାଇଁ ଯୁବକଙ୍କୁ ଭୂଜାଲି ମାଡ

ଚଉରା ପାଇଁ ଯୁବକଙ୍କୁ ଭୂଜାଲି ମାଡ

କେନ୍ଦ୍ରାପଡା ଅଫିସ, ୧୪।୧୧-ବୁଧବାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଜରିଆବାଡ ଗ୍ରାମର ପ୍ରହଲ୍ଲାଦ ମଲ୍ଲିକଙ୍କ ଘରେ ଏକ ଚଉରା ନିର୍ମାଣକୁ ନେଇ  ତାଙ୍କ ପୁଅ ସୁଶାନ୍ତ(୩୧)ଙ୍କୁ ଭୂଜାଲି ମାଡ ହୋଇଛି ।

ଶିଶୁ ଦିବସ ପାଳିତ

ମାର୍ଶାଘାଇ,୧୪।୧୧(ଡି.ଏନ.ଏ.)-ମାର୍ଶାଘାଇ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୁଧବାର ଶିଶୁ ଦିବସ ପାଳିତ ହୋଇଯାଇଛି । 

ପଟ୍ଟାମୁଣ୍ଡାଇ ସବ୍‌ ଡିଭିଜନ ଘୋଷଣା ଦାବି ଜୋର ଧରିଲା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବୁଧବାର  ଆବାହକ କ୍ଷୀରୋଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 

ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର

ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର

ମହାକାଳପଡା,୧୪।୧୧(ଡି.ଏନ.ଏ.)-ସ୍ଥାନୀୟ ବତୀଘର ପଞ୍ଚାୟତର ବତୀଘରସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ମହାକାଳପଡା ବନାଞ୍ଚଳ ପକ୍ଷରୁ ବୁଧବାର ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର-୨୦୧୮ ଅନୁଷ୍ଠିତ ହୋଇଯାଇଛି ।

ଆଳିରେ କଂଗ୍ରେସର କର୍ମୀ ସମ୍ମିଳନୀ

ଆଳିରେ କଂଗ୍ରେସର କର୍ମୀ ସମ୍ମିଳନୀ

ଆଳି,୧୪।୧୧(ଡି.ଏନ.ଏ.)-ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ଗ୍ରାମ ପଞ୍ଚାୟତର ଦହିସାହି ଯଜ୍ଞ ପଡିଆଠାରେ ୩ ନଂ ଜୋନ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକୋତ୍ସବ: ଅବସରପ୍ରାପ୍ତ ୧୩ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ନିଗମ ମଣ୍ଡପଠାରେ ୩୬ ତମ ବାର୍ଷିକୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । 

ସମିତି ସଭ୍ୟଙ୍କ ବିରୋଧରେ ବିଲିକଣା ପଞ୍ଚାୟତବାସୀ ଏକାଠି :  ପଟ୍ଟାମୁଣ୍ଡାଇ ବ୍ଲକ ଆଗରେ ଗଣଧାରଣା

ସମିତି ସଭ୍ୟଙ୍କ ବିରୋଧରେ ବିଲିକଣା ପଞ୍ଚାୟତବାସୀ ଏକାଠି : ପଟ୍ଟାମୁଣ୍ଡାଇ ବ୍ଲକ ଆଗରେ ଗଣଧାରଣା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର)-ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ ପଣ୍ଡାଙ୍କ ମନୋମୁଖି କାର୍ଯ୍ୟକୁ ବିରୋଧ କରି ପଞ୍ଚାୟତବାସୀଙ୍କ ପକ୍ଷରୁ ମଙ୍ଗଳବାର ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।

ଦୀର୍ଘ ୨୦ ଘଣ୍ଟା ପରେ ସ୍ବାସ୍ଥ୍ୟକେନ୍ଦ୍ରରୁ  ଉଠିଲା ମୃତଦେହ: ସ୍ବାମୀଙ୍କ ସତ୍କାର ପାଇଁ ଗାମୁଛା ପାରି ଭିକ୍ଷା ମାଗିଲେ ସ୍ତ୍ରୀ

ଦୀର୍ଘ ୨୦ ଘଣ୍ଟା ପରେ ସ୍ବାସ୍ଥ୍ୟକେନ୍ଦ୍ରରୁ ଉଠିଲା ମୃତଦେହ: ସ୍ବାମୀଙ୍କ ସତ୍କାର ପାଇଁ ଗାମୁଛା ପାରି ଭିକ୍ଷା ମାଗିଲେ ସ୍ତ୍ରୀ

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର)-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଙ୍ଗରାଇ ମୁଣ୍ଡା (୫୪) ନାମକ ଜଣେ ଦିନ ମଜୁରିଆଙ୍କ ମୃତଦେହ ଦୀର୍ଘ ୨୦ ଘଣ୍ଟା ପରେ ଉଠାଯାଇଛି ।

ଟ୍ରକକୁ ପଛରୁ ଧକ୍କା ଦେଲା ମିଟି ଟ୍ରକ: ୨ମୃତ, ୧ ଗୁରୁତର

ଟ୍ରକକୁ ପଛରୁ ଧକ୍କା ଦେଲା ମିଟି ଟ୍ରକ: ୨ମୃତ, ୧ ଗୁରୁତର

ରଣପୁର,୧୪।୧୧(ଡି.ଏନ୍‌.ଏ.): ନୟାଗଡ ଜିଲା ଚାନ୍ଦପୁର ଥାନା ଅନ୍ତର୍ଗତ  କନ୍ଧ ନୟାଗଡ଼ ଛକରେ ବୁଧବାର ସକାଳେ ଥୁଆ ହୋଇଥିବା ଟ୍ରକ୍‌କୁ ପଛରୁ ଏକ ୪୦୭ ଗାଡ଼ି ଧକ୍କା ଦେଇଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଗୁରୁତର ଆହତ ହୋଇଛନ୍ତି। 

ସଡ଼କ ଦୁର୍ଘଟଣାରେ ୨ ଆହତ

ଓଡ଼ଗାଁ,୧୪ା୧୧(ସ୍ବ.ପ୍ର.)-ଓଡ଼ଗାଁ ଥାନା କାପ୍ତାପଲ୍ଲୀ ପଞ୍ଚାୟତସ୍ଥ ଓଡ଼କପା ଗ୍ରାମ ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି।  

ଖଣ୍ଡପଡ଼ା ତହସିଲଦାରଙ୍କ ନୀଳମାଧବ ମନ୍ଦିର ପରିଦର୍ଶନ

ଖଣ୍ଡପଡ଼ା ତହସିଲଦାରଙ୍କ ନୀଳମାଧବ ମନ୍ଦିର ପରିଦର୍ଶନ

ଖଣ୍ଡପଡ଼ା,୧୪ା୧୧(ସ୍ବ.ପ୍ର.)-ଖଣ୍ଡପଡ଼ା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭଶ୍ରୀ ରଥ ମଙ୍ଗଳବାର ଅପରାହ୍ନରେ ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ପୂଜକମାନଙ୍କଠାରୁ ଅବଗତ ହୋଇଥିଲେ।