ରାୟଗଡା

କାର୍ଯ୍ୟକ୍ଷମ ହେଉନି ଇନ୍‌ଡୋର ହଲ୍‌

କାର୍ଯ୍ୟକ୍ଷମ ହେଉନି ଇନ୍‌ଡୋର ହଲ୍‌
ପାରଳାଖେମୁଣ୍ଡି, ୧୨।୯(ସ୍ବ.ପ୍ର.)-ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ନିର୍ମିତ ଇନ୍‌ଡୋର ହଲ୍‌ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ହଲ ଦୀର୍ଘମାସ ହେବ କ୍ରୀଡା ବିଭାଗକୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଥିରେ କୌଣସି ଇନଡୋର ଗେମ୍‌ ଅଭ୍ୟାସ କରାଯାଇନାହିଁ। ଏହା କେବେ କାର୍ଯ୍ୟକ୍ଷମ ହେବ ଏବଂ ଏଥିରେ କେବେ ବିଦ୍ୟୁତୀକରଣ ଓ ପାନୀୟଜଳ ବ୍ୟବସ୍ଥା କରାଯିବ ସେନେଇ ସମ୍ପ୍ରତି ବିଧାନସଭା ମୌସୁମୀ ଅଧିବେଶନରେ ପାରଳାଖେମୁଣ୍ଡି ବିଧାୟକ କେ.ସୂରିୟା ରାଓ ପ୍ରଶ୍ନ କରିଥିଲେ।  ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲାରେ କ୍ରୀଡାର ବିକାଶ ପାଇଁ ପ୍ରାୟ ଏକ କୋଟି ୭୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଏକମାତ୍ର ଇନଡୋର ହଲ ନିର୍ମାଣ କରାଯାଇଥିଲାା ମାତ୍ର ଏହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା କାର୍ଯ୍ୟକ୍ଷମ ହୋଇପାରିଲେ ଗଜପତି ଜିଲାରେ ରହିଥିବା ଲୁକ୍କାୟିତ କ୍ରୀଡା ପ୍ରତିଭା ବିକଶିତ ହେବା ସହ କ୍ରୀଡାବିତମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କୁ ପଚାରିବାରେ କହିଛନ୍ତି ଯେ, କ୍ରୀଡା ବିଭାଗକୁ ଉକ୍ତ ହଲ ହସ୍ତାନ୍ତର ସମୟରେ ଏହାର ଅନେକ କାର୍ଯ୍ୟ ବାକି ରହିଥିଲା।  ତେବେ ବର୍ତ୍ତମାନ ଏଥିରେ ବିଦ୍ୟୁତୀକରଣ ପାଇଁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୩ରୁ୪ ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବାକୁ ଉଦ୍ୟମ ଜାରି ରହିଛି। 

All Right Reserved By

ରାୟଗଡା

ପିଲାଙ୍କ ଆଗ୍ରହ ବାସ୍ତବତାର ରୂପ ଦିଏ ସର୍ଗିଫୁଲ:   ୨୪ ପରିବେଶ ସମ୍ପର୍କିତ ପ୍ରକଳ୍ପ ଦେଖି ଖୁସିହେଲେ ଅତିଥି

ପିଲାଙ୍କ ଆଗ୍ରହ ବାସ୍ତବତାର ରୂପ ଦିଏ ସର୍ଗିଫୁଲ: ୨୪ ପରିବେଶ ସମ୍ପର୍କିତ ପ୍ରକଳ୍ପ ଦେଖି ଖୁସିହେଲେ ଅତିଥି

ମାଲକାନଗିରି,୧୫।୧୧ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ସଦର ମହକୁମା ମାଲ୍ୟବନ୍ତ ଛାତ୍ରାବାସ ପରିସରରେ  ଜିଲା ମଙ୍ଗଳ ବିଭାଗ ତରଫରୁ ୨ଦିନିଆ ଜିଲାସ୍ତରୀୟ ସର୍ଗିଫୁଲ ଉତ୍ସବ ଉଦ୍‌ଘାଟିତ ହୋଇଛି। ପ୍ରକଳ୍ପ ନିର୍ଦେଶକ ଲିଙ୍ଗରାଜ ପଣ୍ଡା, ଏହାକୁ ଉଦ୍‌ଘାଟନ କରିଥିଲେ।

ଜଳିଗଲା ୩୬ ବଖରା: ୧୨ ପରିବାର ଏବେ ବାସହରା

ଜଳିଗଲା ୩୬ ବଖରା: ୧୨ ପରିବାର ଏବେ ବାସହରା

କାଶୀନଗର,୧୫।୧୧(ଡି.ଏନ୍‌.ଏ.)-ଗଜପତି ଜିଲା କାଶୀନଗର ବ୍ଲକର କିତାଙ୍ଗି ଗ୍ରାମରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ଟି ପରିବାରର ୩୬ବଖରା ଘର ଜଳିଯାଇଛି। ତେବେ କୌଣସି ଜୀବନହାନୀ ଘଟିନାହିଁ। ଖବର ପାଇ କାଶୀନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ।  ଏକ ରୋଷେଇ ଘର ଚୁଲିରୁ ନିଅଁା ଉଠି ଚାଳରେ ଲାଗି ବ୍ୟାପିଯାଇଥିଲା ବୋଲି ଜଣାପଡିଛି। 

ବିଡିଓଙ୍କ ବଦଳି ଦାବି: ବ୍ଲକ ଅଫିସ ସମ୍ମୁଖରେ ଧାରଣା

ବିଡିଓଙ୍କ ବଦଳି ଦାବି: ବ୍ଲକ ଅଫିସ ସମ୍ମୁଖରେ ଧାରଣା

ପାରଳାଖେମୁଣ୍ଡି, ୧୫।୧୧(ସ୍ବ.ପ୍ର.)-ନୂଆଗଡ ବିଡିଓଙ୍କ ବଦଳି ଦାବିରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଜାଗାକୁ କେନ୍ଦ୍ରକରି ଗଣ୍ଡଗୋଳ,  ୫ଆହତ

ଜାଗାକୁ କେନ୍ଦ୍ରକରି ଗଣ୍ଡଗୋଳ, ୫ଆହତ

ପାରଳାଖେମୁଣ୍ଡି, ୧୫।୧୧(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ରାମସାଗର ନିକଟରେ ଏକ ଜାଗାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି।ଏଥିରେ ଉଭୟ ପରିବାରର ୫ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ଜାଗାକୁ ନେଇ ପୂର୍ବରୁ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଟି.ସୀମାଦ୍ରୀ(୬୨) ଓ ତାଙ୍କ ପରିବାରବର୍ଗ ଏହି ଜାଗାରେ କାନ୍ଥ ନିର୍ମାଣ କରୁଥିଲେ।

ଚକଡ଼ା ଉଜାଡ଼ିଦେଲା କ୍ଷେତ: ଫସଲରେ ନିଆଁ ଲଗାଇଲେ ଚାଷୀ

ଚକଡ଼ା ଉଜାଡ଼ିଦେଲା କ୍ଷେତ: ଫସଲରେ ନିଆଁ ଲଗାଇଲେ ଚାଷୀ

କୁନ୍ଦୁରା,୧୫।୧୧(ଡି.ଏନ୍‌.ଏ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଡଙ୍ଗରପାଉଁଶୀ, ଫୁପୁଗାଁ ଏବଂ କୁନ୍ଦୁରା ପଞ୍ଚାୟତରେ ବର୍ଷାଭାବ ଯୋଗୁଁ ଏବଂ ଚକଡ଼ା ପୋକ ଦାଉରେ ଉଜୁଡ଼ିଯାଇଥିବା ଚାଷ ଜମିରେ ଚାଷୀମାନେ ନିଆଁ ଲଗାଇଦେଇଛନ୍ତି। କୁନ୍ଦୁରା ବ୍ଲକ୍‌ର ଡ଼ଙ୍ଗରପାଉଁଶୀ ଗ୍ରାମପଞ୍ଚାୟତ ଅଧୀନ ପ୍ରଧାନୀପୁଟ, ଶୁଣ୍ଢିଗୁଡ଼ା,ସମର୍ଥା ଗୁଡ଼ା, ମୁସାଲଯୁବା, ଫୁପୁଗାଁ ଗ୍ରାମପଞ୍ଚାୟତର ଯୁବାପାତ୍ରପୁଟ, ଫୁପୁଗଁା, ଚନ୍ଦ୍ରଶୁଣ୍ଢିଗୁଡ଼ାର ଚାଷ ଜମିରେ ଚକଡ଼ା ପୋକ ଲାଗିବା ସହିତ ବର୍ଷାଭାବ ଯୋଗୁ ଧାନ କେଣ୍ଡା ଧରିବା  ସମୟରେ ନଷ୍ଟ ହେବାକୁ ଲାଗିଥିଲା। ଏପରି ଅବସ୍ଥା ପ୍ରାୟ ୨ଶହରୁ ୩ଶହ ଏକର ଧାନ ଚାଷରେ ଦେଖିବାକୁ ମିଳିଛି। 

ମୁନିଗୁଡାକୁ ସବ୍‌-ଡିଭିଜନ୍‌ ମାନ୍ୟତା କେବେ?

ମୁନିଗୁଡାକୁ ସବ୍‌-ଡିଭିଜନ୍‌ ମାନ୍ୟତା କେବେ?

ମୁନିଗୁଡା, ୧୫।୧୧(ଡି.ଏନ.ଏ): ରାୟଗଡା ଜିଲା ମୁନିଗୁଡାକୁ ସବ୍‌ଡିଭିଜନ୍‌ ଓ ଏନଏସିର ମାନ୍ୟତା ନେଇ ଗତ କିଛବର୍ଷ ହେବ ଦାବି କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସରକାର ଏଥିପ୍ରତି ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଦେଖାଯାଇଛି।

ବାର୍‌ହା ଶିକାର ପାଇଁ ଲାଗିଥିବା ଫାସରେ ଫସିଲା ଜଙ୍ଗଲୀ ଭାଲୁ

ବାର୍‌ହା ଶିକାର ପାଇଁ ଲାଗିଥିବା ଫାସରେ ଫସିଲା ଜଙ୍ଗଲୀ ଭାଲୁ

ମାଲକାନଗିରି, ୧୫।୧୧(ଡି.ଏନ.ଏ.): ଜଙ୍ଗଲୀ ଜୀବ ଓ ମଣିଷ ମଧ୍ୟରେ ନୀତିଦିନ ଲଢେଇ ହେଉଥିବା ବେଳେ ମଣିଷ ଲଗାଇଥିବା ଏକ ଫାସରେ ଭାଲୁଟି ଫସି ରହିଛି। 

ଆମ୍ବଗଛ କାଟିବାରୁ ବାପାଙ୍କୁ ହତ୍ୟା କଲେ ପୁଅ

ଆମ୍ବଗଛ କାଟିବାରୁ ବାପାଙ୍କୁ ହତ୍ୟା କଲେ ପୁଅ

ମାଥିଲି, ୧୫।୧୧ (ଡି.ଏନ.ଏ.)- ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲି ପଞ୍ଚାୟତ ଅଧିନ ଉଦୟଗିରି ଗ୍ରାମରେ ଆମ୍ବଗଛକୁ କାଟିବାକୁ ନେଇ ଅଭାବନୀୟ ଘଟଣା ଘଟିଛି।

ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ମରାମତି ପରେ ବି ଅଲୋଡ଼ା : ଡାକ୍ତରଙ୍କ କ୍ୱାର୍ଟର୍ସ ପାଲଟିଛି ଗୋଦାମ ଗୃହ

ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ମରାମତି ପରେ ବି ଅଲୋଡ଼ା : ଡାକ୍ତରଙ୍କ କ୍ୱାର୍ଟର୍ସ ପାଲଟିଛି ଗୋଦାମ ଗୃହ

କାଶୀନଗର, ୧୫ା୧୧(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ସହରର ବ୍ଲକ କଲୋନୀରେ ରହିଛି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ କ୍ୱାର୍ଟର୍ସ। ଲକ୍ଷାଧିକ ଟଙ୍କା ବ୍ୟୟରେ ମରାମତି ପରେ ବି ଏହା ଅଲୋଡ଼ା ହୋଇପଡ଼ିଛି। 

ବାତ୍ୟା ପ୍ରଭାବିତ ଅଞ୍ଚଳର ୨ ଶିଶୁଙ୍କୁ ଥଇଥାନ

ପାରଳାଖେମୁଣ୍ଡି, ୧୫ା୧୧(ସ୍ବ.ପ୍ର.)- ଗଜପତି ଜିଲା ଶିଶୁ କଲ୍ୟାଣ ସମିତି ଦ୍ୱାରା ବାତ୍ୟା ପ୍ରପୀଡ଼ିତ ଅଞ୍ଚଳର ୨ଜଣ ଶିଶୁଙ୍କୁ ଥଇଥାନ କରାଯାଇଛି । ସୂଚନା ଅନୁଯାୟୀ, ଆର୍‌.ଉଦୟଗିରି ବ୍ଲକ ରାମଗିରି ନିକଟ ଅନଘା ଗ୍ରାମର ଜଣେ ୬ବର୍ଷୀୟ ନାବାଳକଙ୍କ ମା’ ଗତ ତିତ୍‌ଲି ବାତ୍ୟାରେ ପ୍ରାଣ ହରାଇ ଥିଲେ।

ଦାବି ପୂରଣ ହେଲାନି: ସମୂହ ଛୁଟିରେ ଯିବେ ଗ୍ରାମ ରୋଜଗାର ସେବକ

ଦାବି ପୂରଣ ହେଲାନି: ସମୂହ ଛୁଟିରେ ଯିବେ ଗ୍ରାମ ରୋଜଗାର ସେବକ

ମାଥିଲି, ୧୪।୧୧ (ଡି.ଏନ.ଏ.)- ମାଲକାନଗିରି ଜିଲାରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକମାନେ (ଜିଆରଏସ) ସମୂହ ଛୁଟିରେ ଯିବେ । ପଞ୍ଚାୟତର କାର୍ଯ୍ୟକୁ ବନ୍ଦ କରି ଆନ୍ଦୋଳନ କରିବେ । ରାଜ୍ୟ ସଂଘର ଡାକରାକ୍ରମେ ମାଲକାନଗିରି ଜିଲା ଗ୍ରାମ ରୋଜଗାର ସେବକ ସଂଘ ମଧ୍ୟ ଏଥିରେ ସାମିଲ ହୋଇଛି । ସଂଘ ଜିଲା ସଭାପତି ରଘୁନାଥ ଗୌଡଙ୍କ ନିର୍ଦ୍ଦେଶକ୍ରମେ ଜିଲାରେ କାର୍ଯ୍ୟରତ ସମସ୍ତ ଜିଆରଏସ ବୁଧବାରଠାରୁ ଛୁଟିରେ ଯିବାକୁ ବ୍ଲକ ପ୍ରଶାସନକୁ ଅବଗତ କରାଇଛନ୍ତି ।