ମେଟ୍ରୋ |

ବ୍ଲକସ୍ତରୀୟ କବାଡ଼ି: ୩୨ ଜଣ ଜିଲା ପ୍ରତିଯୋଗିତା ପାଇଁ ମନୋନୀତ

ବ୍ଲକସ୍ତରୀୟ କବାଡ଼ି: ୩୨ ଜଣ ଜିଲା ପ୍ରତିଯୋଗିତା ପାଇଁ ମନୋନୀତ
ସାକ୍ଷୀଗୋପାଳ, ୧୨।୯(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକସ୍ତରୀୟ କବାଡ଼ି ପ୍ରତିଯୋଗିତା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ  ବୁଧବାର ଅନୁଷ୍ଠିତ ହୋଇଯାଇଛି। ୧୪ ବର୍ଷରୁ କମ୍‌ ଓ ୧୮ ବର୍ଷରୁ କମ୍‌ ୨ ଗୋଷ୍ଠୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ସହକାରୀ ଶିକ୍ଷକ ବିଜୟ କୁମାର ପରିଡ଼ା ଉଦ୍‌ଘାଟନ କରିଥିଲେ। ଏଥିରେ ୧୮ଟି ବିଦ୍ୟାଳୟର ୧୫୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ମୋଟ ୩୨ ଛାତ୍ରୀଛାତ୍ର ଜିଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। କ୍ରୀଡ଼ା ଶିକ୍ଷକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ସୂଚିତ୍ର ଖଟେଇ, ସର୍ବେଶ୍ୱର ପଟ୍ଟନାୟକ, ଦାମୋଦର ଦାଶ, ଶିକ୍ଷୟିତ୍ରୀ ନିହାର ନଳିନୀ ଦେବୀ ଏବଂ ଅନ୍ୟ ଶିକ୍ଷୟିତ୍ରୀ, ଶିକ୍ଷକ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।
All Right Reserved By

ମେଟ୍ରୋ |

ଶିଳ୍ପ ସଚିବଙ୍କ ଘରୁ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଶିଳ୍ପ ସଚିବଙ୍କ ଘରୁ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୦ା୧୨ (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ୍‌-୮ ଗୋପବନ୍ଧୁ ଛକ ତାରିଣୀ ମନ୍ଦିର ନିକଟରେ ରହୁଥିବା ରାଜ୍ୟ ଶିଳ୍ପ ବିଭାଗର ସଚିବ ପ୍ରଣବଜ୍ୟୋତି ନାଥଙ୍କ ଘରୁ ଚୋରି ଘଟଣାରେ ୩ଜଣ ଧରାପଡିଛନ୍ତି। ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ପ୍ରସାଦ ସାହୁଙ୍କୁ ଗିରଫ କରିବା ସହ ଦୁଇଜଣ ନାବାଳକଙ୍କୁ ଧରିଛି। 

ଟ୍ବିନ୍‌ ସିଟିରେ ଆରମ୍ଭ ହେଲା ଇ-ଚାଲାଣ, ବାଟ ମାରଣାକୁ ରୋକି ହେବ:ଡିଜିପି

ଟ୍ବିନ୍‌ ସିଟିରେ ଆରମ୍ଭ ହେଲା ଇ-ଚାଲାଣ, ବାଟ ମାରଣାକୁ ରୋକି ହେବ:ଡିଜିପି

ଭୁବନେଶ୍ୱର,୧୦ା୧୨ (ବ୍ୟୁରୋ): ବହୁ ପ୍ରତୀକ୍ଷା ପରେ କମିଶନରେଟ ପୋଲିସରେ ଇ-ଚାଲାଣ ବ୍ୟବସ୍ଥା ସୋମବାରଠାରୁ ଆରମ୍ଭ ହୋଇଛି। ପୋଲିସ ଡିଜି ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା କମିଶନରେଟ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି।

ପାକିସ୍ତାନ ହାଇକମିଶନରଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

ପାକିସ୍ତାନ ହାଇକମିଶନରଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ, ୧୦.୧୨(ଡି.ଏନ.ଏ)-ପାକିସ୍ତାନ ହାଇକମିଶନର ସୋହେଲ ମେହେମୁଦ୍‌ ସୋମବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ା ହାଇ କମିଶନର  ମେହେମୁଦ୍‌ ସୂର୍ଯ୍ୟମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚତ୍ବାପରେ ପର୍ଯ୍ୟଟନ ଅଧିକାରୀ  ସରୋଜକାନ୍ତ ପ୍ରଧାନ ଓ କୋଣାର୍କ ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।

ଠାକୁରାଣୀଙ୍କ ମୁଖା ଓ କିରୀଟ ଚୋରି

ଠାକୁରାଣୀଙ୍କ ମୁଖା ଓ କିରୀଟ ଚୋରି

କଣାସ, ୧୦।୧୨(ସ୍ବ.ପ୍ର.)-କଣାସ ବ୍ଲକ ଅର୍ନ୍ତଗତ ଦିବ୍ୟସିଂହପୁର ପଞ୍ଚାୟତର ରାୟଗୁରୁପୁର ଗ୍ରାମର ଆରଧ୍ୟ ଠାକୁରାଣୀ ଫୁଲଦେଇଙ୍କର ଅଷ୍ଟଧାତୁରେ ମୁଖା ଓ କିରୀଟକୁ କୌଣସି ଦୁର୍ବୃତ୍ତ ରବିବାର ରାତିରେ ମନ୍ଦିର ତାଲାଭାଙ୍ଗି ନେଇଯାଇଥିବା ଜଣାପଡ଼ିଛି।

ଗୋବିନ୍ଦପୁର ପଞ୍ଚାୟତରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନ  ଘଟଣା:  ଲୋ ଭୋଲ୍‌ଟେଜ ପ୍ରତିବାଦରେ  କଂଗ୍ରେସର ଧାରଣା

ଗୋବିନ୍ଦପୁର ପଞ୍ଚାୟତରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନ ଘଟଣା: ଲୋ ଭୋଲ୍‌ଟେଜ ପ୍ରତିବାଦରେ କଂଗ୍ରେସର ଧାରଣା

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଗୋପାଳପୁରଠାରେ ଶକ୍ତିବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ୩୩/୧୧ କେଭି ବିଦ୍ୟୁତ୍‌ ସବ୍‌ଷ୍ଟେଶନକୁ ଉଦ୍‌ଘାଟନ କରିବାର ୧ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ମାତ୍ର ଏହା ଲୋକଙ୍କ ସେବାରେ ଲାଗିପାରି ନାହିଁ। 

ପାହାଳ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ନେଇ ଭୂମି ପୂଜା, ଟ୍ରମାକେୟାର ସେଣ୍ଟର ସ୍ଥାପନ ପାଇଁ ଦାବି

ପାହାଳ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ନେଇ ଭୂମି ପୂଜା, ଟ୍ରମାକେୟାର ସେଣ୍ଟର ସ୍ଥାପନ ପାଇଁ ଦାବି

ବାଲିଅନ୍ତା,୧୦।୧୨(ଡି.ଏନ୍‌.ଏ.): ଭୁବନେଶ୍ୱର ମହାନଗର ନିଗମ ୪ ନଂ. ଓ୍ବାର୍ଡ ଅଧୀନ ପାହଳ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜା ଉତ୍ସବ  ସୋମବାର ଅନୁଷ୍ଠିତ ହୋଇଯାଇଛି। 

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ପୁରୀ ଅଫିସ,୧୦।୧୨: ନବ ନିର୍ମାଣ କୃଷକ ସଙ୍ଗଠନ ପୁରୀ ଜିଲା ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

କଟକରୋଡ, ୧୦।୧୨(ଡି.ଏନ.ଏ): ରାଜଧାନୀରେ ବ୍ରାଉନସୁଗାର ବ୍ୟବସାୟୀ ମାତିଛନ୍ତି। କମିଶନରେଟ୍‌ ପୋଲିସ୍‌ ଓ ଅବକାରୀ ବିଭାଗ ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରୁଥିଲେ ମଧ୍ୟ ନିଶା ବ୍ୟବସାୟୀଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ଖୁଣ୍ଟୁଣୀ, ୧୦।୧୨(ଡି.ଏନ.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତର  ପାର୍ବତୀପୁର ଗ୍ରାମରେ ରବିବାର ଏକ ଭୋଜିରୁ ବଳିଥିବା ବାସି ଖାଦ୍ୟକୁ ସୋମବାର ସକାଳୁ ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଅସୁସ୍ଥ ହୋଇଛନ୍ତି।

କାଇପଦର ଅଗ୍ନିକାଣ୍ଡ: ୪ ବଖରା ଭସ୍ମୀଭୂତ

କାଇପଦର ଅଗ୍ନିକାଣ୍ଡ: ୪ ବଖରା ଭସ୍ମୀଭୂତ

ଖୋର୍ଦ୍ଧା ଅଫିସ,୧୦।୧୨: ଖୋର୍ଦ୍ଧା ତହସିଲ ଅନ୍ତର୍ଗତ କାଇପଦର ଗାଁ ମାଳିସାହିରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ପରିବାରର ୪ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି।

୮୦ ଲକ୍ଷ ଟଙ୍କା ଅନିୟମିତତା, କର୍ମଚାରୀ ଗିରଫ

୮୦ ଲକ୍ଷ ଟଙ୍କା ଅନିୟମିତତା, କର୍ମଚାରୀ ଗିରଫ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ)-  ଶହୀଦନଗର ଥାନା ଅନ୍ତର୍ଗତ ଏକ କାର ଶୋରୁମର ଆକାଉଣ୍ଟସ୍‌ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ ୮୦ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଛି। 

୭ ଡିଗ୍ରୀରେ ଫୁଲବାଣୀ

୭ ଡିଗ୍ରୀରେ ଫୁଲବାଣୀ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ)- ସାରା ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ ଅଧିକ ଶୀତ ଅନୁଭୂତ ହେଉଛି। ରବିବାର ଫୁଲବାଣୀ ଜିଲାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି।