ରାୟଗଡା

ମେଦନା- ପୂଜାରୀଗୁଡା ଆର୍‌ଡି ରାସ୍ତା ପାଲଟିଛି ମରଣଯନ୍ତା

ମେଦନା- ପୂଜାରୀଗୁଡା ଆର୍‌ଡି ରାସ୍ତା ପାଲଟିଛି ମରଣଯନ୍ତା
ଡାବୁଗାଁ,୧୨।୯(ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧୀନ ମେଦନା-ପୂଜାରୀଗୁଡା ଆରଡି ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ଅଧିକାଂଶ ସ୍ଥାନରେ ୨/୩ ଫୁଟର ଖାଲରେ ପରିପୂର୍ଣ୍ଣ ହୋଇଛି । ମେଦନାରୁ ପୂଜାରୀଗୁଡା ଗ୍ରାମ ଦେଇ କେଲିଆ ଶୈବପୀଠକୁ ଏହି ରାସ୍ତା ସଂଯୋଗ କରୁଛି। ବହୁ ଦିନ ହେଲା ଏହି ରାସ୍ତା ମରାମତି ହୋଇନାହିଁ। ପ୍ରାୟ  ୧୦/୧୫ ଖଣ୍ଡ ଗ୍ରାମର ଲୋକେ ଏହି ରାସ୍ତାଦେଇ ଯାତାୟାତ କରିଥାନ୍ତି। ପ୍ରତିଦିନ ୨ ଚକିଆ ଓ ୪ ଚକିଆ ଗାଡି ଯାତାୟାତ କରୁଛି। ବର୍ତ୍ତମାନ ବର୍ଷା ହେଉଥିବାରୁ ରାସ୍ତାରେ ଥିବା ଖାଲରେ ପାଣି ରହିବା ସହ ରାସ୍ତା ମେଟାଲ ଉଠି ପଡିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଫଳରେ ପ୍ରତିଦିନ ଛୋଟ ଛୋଟ ଦୁର୍ଘଟଣା ଘଟୁଛି। ଏହି ରାସ୍ତାକୁ ମରାମତି କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
All Right Reserved By

ରାୟଗଡା

ମାଟି ଶିଳ୍ପର ଗାଁ କୁମ୍ଭାର ଲିମକା

ମାଟି ଶିଳ୍ପର ଗାଁ କୁମ୍ଭାର ଲିମକା

କୋରାପୁଟ,୧୯।୧୧(ସ୍ବ.ପ୍ର.)- ଆଧୁନିକତା ସ୍ରୋତରେ ଆଜି ମାଟି ଶିଳ୍ପର ଚାହିଦା ଆଉ ପୂର୍ବ ଭଳି ନାହିଁ। ତେଣୁ ଏଥିରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି। ଏହାସତ୍ତ୍ୱେ ପୂର୍ବ ପୁରୁଷଙ୍କ ଏହି ବୃତ୍ତିକୁ ଜାବୋଡ଼ି ଧରି ଜୀବିକା ପାଇଁ ସଂଘର୍ଷ ଜାରି ରଖିଛନ୍ତି କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତର କୁମ୍ଭାର ଲିମକା ଗ୍ରାମବାସୀ।

ଜିଲା ଆଇନସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଠିକ୍‌ ବିଲ୍‌, ବିଦ୍ୟୁତ ସଂଯୋଗ ପାଇଲେ ହିତାଧିକାରୀ

ମାଲକାନଗିରି, ୧୯।୧୧(ଡି.ଏନ.ଏ): ବିଦ୍ୟୁତ ବିଭାଗ ଦେଇଥିବା ତ୍ରୁଟି ପୂର୍ଣ୍ଣ ବିଲର ପ୍ରତିବାଦ ଓ ଏହାକୁ  ସଂଶୋଧନ କରିବା ପାଇଁ ବାରମ୍ବାର ଅଭିଯୋଗ କରଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାକୁ କର୍ଣ୍ଣପାତ କରାଯାଉ ନ ଥିଲା। ଏହାଛଡା ତାଙ୍କ ଘରୁ ବିଦ୍ୟୁତ ସଂଯୋଗ କଟାଯାଇଥିଲା। 

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ପଟ୍ଟାଙ୍ଗି,୧୮।୧୧(ଡି.ଏନ.ଏ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ପୁକାଲି ପଞ୍ଚାୟତ ଅଧୀନ ମାଳିଗୁଡ଼ା ଗ୍ରାମର ଜଣେ ଚାଷୀ ଋଣଭାର ସହି ନ ପାରି ବିଷପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଚାଷୀ ହେଲେ ଲୋକନାଥ ପାଙ୍ଗି(୬୨)।

ଲୋକ ମହୋତ୍ସବ ମଣ୍ଡେଇ ଶୁଭାରମ୍ଭ

ଲୋକ ମହୋତ୍ସବ ମଣ୍ଡେଇ ଶୁଭାରମ୍ଭ

ପାପଡାହାଣ୍ଡି,୧୮।୧୧(ଡି.ଏନ.ଏ)-ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାପଡାହାଣ୍ଡି ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରୁ  ରବିବାର  ଶୁଭାରମ୍ଭ ହୋଇଛି। ଶୈବପୀଠ ନୀଳକଣ୍ଠେଶ୍ୱର ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରି ସଭାସ୍ଥଳକୁ ଯାଇଥିଲା।  ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା ବିଭିନ୍ନ ଲୋକ ନୃତ୍ୟ। ଆଶାକର୍ମୀଙ୍କ କଳସ ଶୋଭାଯାତ୍ରା, ସ୍ଥାନୀୟ କଳାକାରଙ୍କ ଢେମସା ନୃତ୍ୟରେ ଦୁଲୁକି ଉଠିଥିଲା ଅଞ୍ଚଳ । 

ରାୟଗଡ଼ା ଘାଟିରେ ୫ ଘଣ୍ଟା ଫସିଲା ଟ୍ରେଲର, ‘ଧରିତ୍ରୀ’ ପ୍ରତିନିଧି ଡ୍ରେନ ପୋତି ନିର୍ମାଣ କଲେ ରାସ୍ତା

ରାୟଗଡ଼ା ଘାଟିରେ ୫ ଘଣ୍ଟା ଫସିଲା ଟ୍ରେଲର, ‘ଧରିତ୍ରୀ’ ପ୍ରତିନିଧି ଡ୍ରେନ ପୋତି ନିର୍ମାଣ କଲେ ରାସ୍ତା

ରାୟଗଡ଼ା ଅଫିସ,୧୮।୧୧: ରାୟଗଡ଼ା ଏବଂ ଜୟପୁର ଦେଇ ଯାଇଥିବା ୩୨୬ ନଂ. ରାଜ୍ୟ ରାଜପଥ ଘାଟି ଅଞ୍ଚଳରେ ଏକ କ୍ରେନ ବୋଝେଇ ଟ୍ରେଲର ରବିବାର ସକାଳୁ ଫସି ରହିଥିଲା।

ବସ୍‌ରେ ଲାଗିଲା ମାଓ ବିରୋଧୀ ପୋଷ୍ଟର

ବସ୍‌ରେ ଲାଗିଲା ମାଓ ବିରୋଧୀ ପୋଷ୍ଟର

ମୁନିଗୁଡ଼ା,୧୮।୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ବସ୍‌ ଷ୍ଟାଣ୍ଡ, ପ୍ରାଥମିକ ବିଦ୍ୟାଳୟ ଓ ବସ୍‌ରେ ମାଓ ବିରୋଧୀ  ପୋଷ୍ଟର ଲାଗିଥିବା ରବିବାର ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରଗୁଡ଼ିକ ଶନିବାର ମାଓବାଦୀଙ୍କଠାରୁ ଜାରି କରାଯାଇଥିବା ଅଡିଓ ଟେପ୍‌କୁ ବିରୋଧକରି ଲଗାଯାଇଛି।

ବର୍ଷେ ହେଲା ରେଳଫାଟକ ବନ୍ଦ: ଅଞ୍ଚଳବାସୀ ହନ୍ତସନ୍ତ

ବର୍ଷେ ହେଲା ରେଳଫାଟକ ବନ୍ଦ: ଅଞ୍ଚଳବାସୀ ହନ୍ତସନ୍ତ

ନନ୍ଦପୁର,୧୮।୧୧(ଡି.ଏନ.ଏ.)-ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ପାତ୍ରପଣ୍ଡି ଗ୍ରାମଦେଇ ଯାଇଥିବା ରେଳଫାଟକ ବର୍ଷେ ହେଲା ବନ୍ଦ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗରେ ଘୋର ସମସ୍ୟା ସୃଷ୍ଟି ହୋଇଛି।

ବହିଷ୍କୃତ  ଲ୍ୟାମ୍ପ୍‌ସ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଚକ୍ରାନ୍ତ

ବହିଷ୍କୃତ ଲ୍ୟାମ୍ପ୍‌ସ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଚକ୍ରାନ୍ତ

ମାଥିଲି, ୧୮।୧୧ (ଡି.ଏନ୍‌.ଏ.) -  ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରସ୍ଥିତ  ଲ୍ୟାମ୍ପ୍‌ସ କାର୍ଯ୍ୟାଳୟ। ୨୦୧୫ରେ ଚାଷ ଋଣ ନାମରେ ଚାଷୀଙ୍କ ଅର୍ଥ ଆତ୍ମସାତ୍‌ ମାମଲାର ଅବିଛନ୍ଦି ନ ହେଉଣୁ ଏପଟେ ଏହି ଅଭିଯୋଗରେ ବହିଷ୍କୃତ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ଚକ୍ରାନ୍ତ ଚାଷୀ ମହଲରେ ଅସନ୍ତୋଷର କାରଣ ପାଲଟିଛି। ଲ୍ୟାମ୍ପସ ପରିଚାଳନା ପରିଷଦ ସଦସ୍ୟଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ବେଆଇନ ପଥର କ୍ୱାରୀକୁ ୧୫ ଗାଁ ବାସିନ୍ଦାଙ୍କ ବିରୋଧ

ବେଆଇନ ପଥର କ୍ୱାରୀକୁ ୧୫ ଗାଁ ବାସିନ୍ଦାଙ୍କ ବିରୋଧ

ସେମିଳିଗୁଡା, ୧୭। ୧୧(ସ୍ବ.ପ୍ର.)-କୋରାପୁଟ ଜିଲା ସେମିଳିଗୁଡା ବ୍ଲକରେ ବେଆଇନ ଭାବେ ଚାଲିଥିବା ପଥର କ୍ୱାରୀକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଏ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କଲେ ମହିଳା

ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କଲେ ମହିଳା

ଦାମନଯୋଡ଼ି, ୧୭।୧୧(ଡି.ଏନ.ଏ.)-କୋରାପୁଟ ଜିଲା ଦାମନଯୋଡ଼ି ଅଞ୍ଚଳରେ ଅଁଳା ନବମୀ ପାଳନ ଅବସରରେ ମହିଳାମାନେ ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କରିଛନ୍ତି। ଅଁଳା ଗଛ ମୂଳକୁ ଲିପାପୋଛା କରି ଲାଲ ଚୁଡ଼ି, ସିନ୍ଦୁର ଓ ଲାଲ କପଡା ଆଦି ଗଛମୂଳେ ରଖି ପୂଜାର୍ଚ୍ଚନା ପରେ ଭୋଗ ଅର୍ପଣ କରିଛନ୍ତି। 

ଜୁଆ ଆଡ୍ଡାରେ ଚଢାଉ: ୧୦ ଗିରଫ

ଜୁଆ ଆଡ୍ଡାରେ ଚଢାଉ: ୧୦ ଗିରଫ

ଜୟପୁର, ୧୭।୧୧(ନି.ପ୍ର)-କୋରାପୁଟ ଜିଲା ଜୟପୁର ସହରର ଗୋଡିଆ ଧୋବା ସାହିରେ ଶନିବାର ଜୁଆଖେଳ ଚାଲିଥିବା ବେଳେ ଟାଉନ ପୋଲିସ ଚଢାଉ କରିଛି ା ସେଠାରୁ ୧୦ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୮ହଜାର ୫ ଶହ ଟଙ୍କା, ୧୪ଟି ମୋବାଇଲ, ୨ଟି ବାଇକ ଜବତ କରାଯାଇଛି।

ଅବକାରୀ ଏସ୍‌ଆଇଙ୍କୁ  ଗିରଫ ପରେ କୋର୍ଟଚାଲାଣ

ଅବକାରୀ ଏସ୍‌ଆଇଙ୍କୁ ଗିରଫ ପରେ କୋର୍ଟଚାଲାଣ

ଜୟପୁର,୧୭।୧୧ (ଡି. ଏନ୍‌.ଏ.):  କୋରାପୁଟ ଜିଲା କୋଟପାଡ଼ ଥାନା ଅବକାରୀ ଏସ୍‌ଆଇ ଥୋଇଲା ଓରାମ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ସୁନ୍ଦରଗଡ଼ର ରାଜା ବଗିଚା ଅଞ୍ଚଳରେ ରହିଥିବା ତାଙ୍କ ବାସଗୃହରେ ଯାଞ୍ଚ ଚାଲିଥିବା ଭିଜିଲାନ୍ସ ଏସ. ପି ହରେକୃଷ୍ଣ ବେହେରା  ସୂଚନା ଦେଇଛନ୍ତି ।