ରାୟଗଡା

ମୂର୍ତ୍ତି ନିର୍ମାଣ ଦିବ୍ୟାଙ୍ଗଙ୍କୁ ଦେଇଛି ପରିଚୟ

ମୂର୍ତ୍ତି ନିର୍ମାଣ ଦିବ୍ୟାଙ୍ଗଙ୍କୁ ଦେଇଛି ପରିଚୟ
ଧୋଡ୍ରା,୧୨।୯(ଡି.ଏନ.ଏ.): ଦିବ୍ୟାଙ୍ଗ ଦୂରବ ସିଲ। ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନର ଚଳାପଥରେ ହାରି ନାହାନ୍ତି। ମୂର୍ତ୍ତି ନିର୍ମାଣ କରି ଅନେକଙ୍କ ହୃଦୟ ଜିଣିବା ସହ ମୂର୍ତ୍ତି କାରିଗର ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ପାର୍ବଣ ଆସିଲେ ମୂର୍ତ୍ତି ନିର୍ମାଣ ପାଇଁ ତାଙ୍କୁ ଖୋଜା ପଡିଥାଏ। ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ଉପରେ ନିର୍ଭର ନ କରି ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ସାଜିଛନ୍ତି। ଜିଲା  ଝରିଗାଁ ବ୍ଲକ ଅନ୍ତର୍ଗତ  ଧୋଡ୍ରା ପଞ୍ଚାୟତ ଚାଟିଗୁଡା ୟୁଭି ୧୯ରେ ସ୍ତ୍ରୀ ସୀମା ସିଲ୍‌ ଓ ଝିଅପୁଅ ସହ ଦୂରବ ରହୁଛନ୍ତି। ପ୍ରଥମେ ସେ ନିଜ ଚାଷ ଜମିରେ କାମ କରୁଥିଲେ। କିନ୍ତୁ ଥରେ ତାଙ୍କୁ ଜ୍ୱର ହୋଇଥିଲା। ଏହା ପରେ ସେ ବେଶୀ ଚଲାବୁଲା କରି ପାରି ନଥିଲେ। ସେ ଦିବ୍ୟାଙ୍ଗ ପାଲଟି ଯାଇଥିଲେ । ଜମିକୁ ଯାଇ ଚାଷ କାମ ଆଉ କରିପାରି ନଥିଲେ । ପରିବାର ବୋଝ କିନ୍ତୁ ତାଙ୍କ ମୁଣ୍ଡ ଉପରେ ରହିଥିଲା । ଗାଁ ପୂଜା ମଣ୍ଡପଠାରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆଗରୁ ଦେଖିଥିଲେ ଏବଂ ସେହି କାରିଗରଙ୍କଠାରୁ ନିର୍ମାଣ କାର୍ଯ୍ୟ ପ୍ରଣାଳୀ ଶିଖିଥିଲେ । ତେବେ ସେହି ପ୍ରଣାଳୀକୁ ଅବଲମ୍ବନ କରି ସେ ମୂର୍ତ୍ତି ଗଢିବା ଆରମ୍ଭ କରିଥିଲେ ।  ଭାବିଥିଲେ ଏହାଦ୍ୱାରା ପରିବାର ଚଳଣୀରେ ଅଳ୍ପ କେତେ ଦିନ ସହାୟତା ହେବ । କିନ୍ତୁ ବର୍ତ୍ତମାନ ଏହା ବର୍ଷସାରା ପରିବାର ଚଳଣିରେ ସହାୟତା କରୁଥିବା ଦୂରବ  କହିଛନ୍ତି ।  ଘରେ ମୂର୍ତ୍ତି ନିର୍ମାଣ କଲେ ତାଙ୍କୁ ସହାୟତା କରିଥାନ୍ତି ସ୍ତ୍ରୀ ସୀମା। ମୂର୍ତ୍ତିରେ ମାଟି ଲେପନ, ରଙ୍ଗଦେବାରେ ସେ ସାହାଯ୍ୟ କରିଥାନ୍ତି । ଗଣେଶ ପୂଜା ସହର, ଗାଁ, ସାହି ଏବଂ ବିଦ୍ୟାଳୟମାନଙ୍କରେ ହୋଇଥାଏ । ତେଣୁ ଏହି ସମୟରେ ବ୍ୟସ୍ତ ରହି ସେ ମୂର୍ତ୍ତି ଗଢି  କିଛି ଅର୍ଥ ଉପାର୍ଜନ କରିଥାନ୍ତି। ଛୋଟରୁ ବଡ ବିଭିନ୍ନ ଆକୃତ୍ତିର ମୂର୍ତ୍ତି ନିର୍ମାଣ ସେ କରିଥାନ୍ତି।   ଏହା ବ୍ୟତୀତ ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ସରସ୍ବତୀ ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଇଁ ବିଭିନ୍ନ ଜାଗାକୁୁ ଯାଇ ସେ  ମୂର୍ତ୍ତି ନିର୍ମାଣ କରିଥାନ୍ତି । ଗଣେଶ ପୂଜା ପାଇଁ ଏକ ମାସ ପୂର୍ବରୁ ହିଁ ସେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥାନ୍ତି । କିନ୍ତୁ ବର୍ତ୍ତମାନ ରଙ୍ଗର ଚାହିଦା ବଢିଯିବା ଏବଂ ପ୍ଲାଷ୍ଟିକ ମୂର୍ତ୍ତି ବଜାରକୁ ଆସିବା ଯୋଗୁ ସେତେଟା ଲାଭ କମିଯାଇଛି ବୋଲି ଦୂରବ କହିଛନ୍ତି । ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ଉପରେ ସେ ନିର୍ଭର କରି ନାହାନ୍ତି।  ଇଚ୍ଛା ଥିରେ ଉପାୟ ଆପେ ଆସିଥାଏ । ଏହି ଅଳ୍ପବିଦ୍ୟା ତାଙ୍କୁ ଏବେ ଲୋକଲୋଚନକୁ ଆଣିଛି ଏବଂ ଏହାକୁ ନେଇ ସେ ଅତ୍ୟନ୍ତ ଖୁସି ବୋଲି  ଦୂରବ କହିଛନ୍ତି। 
All Right Reserved By

ରାୟଗଡା

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ନବରଙ୍ଗପୁର,୨୧।୧(ବି.ପ୍ର.): ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି।  

ଅବ୍ୟବସ୍ଥାରେ ଝୋଡ଼ିଆପଡା ବିଦ୍ୟାଳୟ

ଅବ୍ୟବସ୍ଥାରେ ଝୋଡ଼ିଆପଡା ବିଦ୍ୟାଳୟ

ଟିକିରି, ୨୧।୧ (ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ  ଶିକ୍ଷାଦାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏହାର ସଠିକ୍‌ ଉପଯୋଗ ହୋଇପାରୁ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକରେ । 

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ପରକ୍ରୀୟା ପ୍ରୀତି ସନ୍ଦେହରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଉଦୟପୁର ଗ୍ରାମରେ।

ଏସାର ପାଇପ ଲାଇନ୍‌ କାଟିଲେ ମାଓବାଦୀ

ଏସାର ପାଇପ ଲାଇନ୍‌ କାଟିଲେ ମାଓବାଦୀ

ମାଲକାନଗିରି ତା. ୨୧।୧:  କିଛିଦିନର ନିରବତା ପରେ ପୁଣି ମାଲକାନଗିରି ଜିଲାରେ ମାଓବାଦୀମାନେ ହିଂସ୍ର ହୋଇ ଉଠିଛନ୍ତି। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲେଗାଡ଼ା ପଞ୍ଚୟତର ଦିଗାଜାନବାଈ ଦେଇ ଯାଇଥିବା ଏସାର ପାଇପ ଲାଇନକୁ ଗତ ଶନିବାର ବିଳମ୍ବିତ ମାଓବାଦୀମାନେ ରାତ୍ରିରେ କାଟି ଦେଇଛନ୍ତି।

ପୋଲିଓ ରୋକିପାରିନି ପାଠର ଝୁଙ୍କ

ପୋଲିଓ ରୋକିପାରିନି ପାଠର ଝୁଙ୍କ

ଦଶମନ୍ତପୁର,୨୧।୧ (ଡି.ଏନ୍‌.ଏ)- ଶରୀରରେ ଦିବ୍ୟାଙ୍ଗ, କିନ୍ତୁ ମନରେ ଶିକ୍ଷାର ମାଇଲଖୁଣ୍ଟ ଚଢ଼ିବାକୁ ଆଶା ରଖିଛନ୍ତି ଏଲିଜାବେଥ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍‌ ସଦର ପଞ୍ଚାୟତସ୍ଥିତ ମାଛପୁଟ ଗ୍ରାମର ମୋହନପାତ୍ର ଖୋସ୍ଲାଙ୍କ ବଡ଼ଝିଅ ଦିବ୍ୟାଙ୍ଗ ଏଜିଲାବେଥ ଖୋସ୍ଲା। ଜନ୍ମରୁ ପୋଲିଓରେ ତାଙ୍କର ଗୋଟିଏ ଗୋଡ଼ ସରୁ ହେବା ସହିତ ଟିକେ ଛୋଟ ହେତୁ ସେ ଚାଲିପାରୁ ନାହାନ୍ତି। ମା’ ବାପାଙ୍କ ସହଯୋଗରେ ଏଲିଜାବେଥ ଏବେ ଯୁକ୍ତଦୁଇ କଳାରେ ପଢୁଛନ୍ତି। 

ବନ୍ୟଜନ୍ତୁଙ୍କ ପାଇଁ ଡେଥ୍‌ ଜୋନ୍‌ ‘ରାଞ୍ଚତ୍-ବିଜୟାୱାଡ଼ା’ ରାସ୍ତା

ବନ୍ୟଜନ୍ତୁଙ୍କ ପାଇଁ ଡେଥ୍‌ ଜୋନ୍‌ ‘ରାଞ୍ଚତ୍-ବିଜୟାୱାଡ଼ା’ ରାସ୍ତା

ବୈପାରୀଗୁଡ଼ା,୨୧।୧(ଡି.ଏନ୍‌.ଏ.)ରାଞ୍ଚତ୍-ବିଜୟାୱାଡ଼ା ରାସ୍ତା ଏବେ ବନ୍ୟଜନ୍ତୁଙ୍କ ପାଇଁ ଡେଥ୍‌ ଜୋନ୍‌ ପାଲଟିଛି। ବିଶେଷ କରି ବୈପାରୀଗୁଡ଼ା ଦେଇ ଯାଇଥିବା ଜୟପୁର-ମାଲକାନଗିରି ରାସ୍ତାରେ ରାତ୍ରିକାଳୀନ ଦ୍ରୁତଗାମୀ ବସ୍‌ ଓ ଅନ୍ୟ ଭାରୀଯାନର ଚକାତଳେ ଚାପିହୋଇ ପ୍ରତିଦିନ ବନ୍ୟଜନ୍ତୁ ଟଳିପଡୁଛନ୍ତି। ସେମାନଙ୍କ ସଂଖ୍ୟା ଧୀରେଧୀରେ କମିବା ଏବେ ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି।

ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଜିଲା କ୍ରୀଡା ଅଧିକାରୀ ଗିରଫ

ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଜିଲା କ୍ରୀଡା ଅଧିକାରୀ ଗିରଫ

ମାଲକାନଗିରି,୨୦ା୧ (ଡି.ଏନ୍‌.ଏ.) : ମାଲକାନଗିରି ଜିଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବାଡୋଇ ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ ପୋଲିସ କୋର୍ଟଚାଲାଣ କରିଛି। ଖବରରୁ ଜଣାପଡିଛି  କ୍ରୀଡା ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କୁ  କ୍ରୀଡା ଅଧିକାରୀ ବାଡୋଇ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ଛାତ୍ରୀ ଜଣକ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ଆଇଆଇସି ସୌମେନ୍ଦ୍ର ଶେଖର ତ୍ରିପାଠୀ ଘଟଣାର ତଦନ୍ତ କରିବା ପରେ ବାଡୋଇଙ୍କୁ ଗିରଫ କରିଥିଲେ।  

ଜୟପୁର-ମାଲକାନଗିରି ରେଳ ଲାଇନ ସର୍ଭେ ଆରମ୍ଭ

ଜୟପୁର-ମାଲକାନଗିରି ରେଳ ଲାଇନ ସର୍ଭେ ଆରମ୍ଭ

ମାଲକାନଗିରି,୨୦।୧ (ଡି.ଏନ୍‌.ଏ.) : ମାଲକାନଗିରି ଜିଲାବାସୀ ଦୀର୍ଘ ବର୍ଷ ହେଲା ଜିଲାକୁ ରେଳ ଲାଇନ ପାଇଁ ଦାବି କରି ଆସୁଥିଲେ। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ମାଲକାନଗିରି ଜିଲାରେ ରେଳ ଲାଇନ ଅତ୍ୟନ୍ତ ଜରୁରୀ ବୋଲି ଦର୍ଶାଇ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ। ତେବେ ଏହା କାର୍ଯ୍ୟକାରୀ ହୋଇପାରୁ ନ ଥିଲା । ଶେଷରେ ୨୦୧୬ରେ ମାଲକାନଗିରି ରେଳଲାଇନ ପାଇଁ ପ୍ରସ୍ତାବ ମଞ୍ଜୁର ହୋଇଥିଲା। ୨୦୧୮ରେ ସରକାର ୨୬୭୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାର ଜମି ଯୋଗାଇଦେବା ସହ ଏହି ରେଳ ଲାଇନ ପାଇଁ ୪୦ ପ୍ରତିଶତ ଅର୍ଥ ଯୋଗାଇ ଦେବେ ବୋଲି ପୂର୍ବରୁ କେନ୍ଦ୍ରକୁ ଜଣାଇଥିଲେ। ତେବେ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ସର୍ଭେ କାର୍ଯ୍ୟ ତରାନ୍ବିତ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ।  ଏହାର ଫଳ ସ୍ବରୂପ  ୧୨୮.୫ କିଲୋମିଟର  ରେଳଲାଇନ ପାଇଁ ଜୟପୁରରୁ ବୈପାରିଗୁଡା ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ନିକଟରେ ଶେଷ ହୋଇଛି ବୋଲି  ରେଳ ମନ୍ତ୍ରଣାଳୟର ଡେପୁଟି ଚିଫ୍‌ ଇଞ୍ଜିନିୟର ରବିବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

  ଦିଦି ଯାଇଛନ୍ତି ପରିବା କିଣି, ପିଲାଙ୍କୁ ଜଗିଛନ୍ତି ଦିଦିଙ୍କ ସ୍ବାମୀ

ଦିଦି ଯାଇଛନ୍ତି ପରିବା କିଣି, ପିଲାଙ୍କୁ ଜଗିଛନ୍ତି ଦିଦିଙ୍କ ସ୍ବାମୀ

ଟିକିରି, ୨୦।୧ (ଡି.ଏନ୍‌.ଏ.)ସ୍କୁଲ ସମୟରେ ଜଣେ ଶିକ୍ଷୟିତ୍ରୀ ପରିବା କିଣିବାକୁ ଯାଇଥିବା ବେଳେ ତାଙ୍କ ସ୍ବାମୀ ପିଲାଙ୍କୁ ଜଗିଥିଲେ । ଶନିବାର ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶିପୁର ବ୍ଲକ  ଶଙ୍କରଡା ପଞ୍ଚାୟତର ବାହାର କୁଝମି ପ୍ରାଥମିକ ବିଦ୍ୟାଳୟରେ।    ପଞ୍ଚାୟତ ସଦରଠାରୁ ମାତ୍ର ଦୁଇ କି.ମି. ଦୂରରେ ଥିବା ଏହି ବିଦ୍ୟାଳୟରେ ଶନିବାର ପାଠପଢ଼ା  ସମୟରେ ସ୍କୁଲରେ ଶିକ୍ଷୟିତ୍ରୀ ଶିକ୍ଷକ ଅନୁପସ୍ଥିତ ଥିଲେ। 

ଶ୍ରେଣୀଗୃହ ଅଭାବ:ଖରାରେ ଗଛତଳେ, ବର୍ଷାରେ ଟିଣ ଆଉଜା  ଘରେ  ପାଠପଢା

ଶ୍ରେଣୀଗୃହ ଅଭାବ:ଖରାରେ ଗଛତଳେ, ବର୍ଷାରେ ଟିଣ ଆଉଜା ଘରେ ପାଠପଢା

 ନବରଙ୍ଗପୁର,୨୦।୧(ବି.ପ୍ର.)-ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି। 

ଆବାସ ଯୋଜନାକୁ ଚାର୍ହିଁ ବସିଛନ୍ତି ଅସହାୟ ପରିବାର

ଆବାସ ଯୋଜନାକୁ ଚାର୍ହିଁ ବସିଛନ୍ତି ଅସହାୟ ପରିବାର

ପାପଡାହାଣ୍ଡି,୨୦।୧(ଡି.ଏନ.ଏ)-ରହିବାକୁ ଭଲ  ଘରଟିଏ ନାହିଁ ।  ଯେଉଁ ଘରେ ରହୁଛନ୍ତି ତାହାକୁ ମରାମତି କରିବାକୁ ଅର୍ଥ ମଧ୍ୟ ନାହିଁ। ଭଙ୍ଗା  ଦଦରା ଘରେ ବିତୁଛି ୪ ପ୍ରାଣୀଙ୍କର ଜୀବନ । ଆବାସ ଯୋଜନାରେ  ଘର ଖଣ୍ଡେ ପାଇଁ   ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ କେହିଁ ଶୁଣୁ ନାହାନ୍ତି।  ଏ ହେଉଛି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କାଡୁଗୁଡା ଗ୍ରାମର ଅସହାୟ ମଙ୍ଗଦେଇ ଯାନୀଙ୍କ ପରିବାରର ଅବସ୍ଥା । 

ବାଲିମେଳା ନବୋଦୟ ବିଦ୍ୟାଳୟ ସ୍ଥାନାନ୍ତର ନେଇ  ଲାଗିରହିଛି ଅନିଶ୍ଚିତତା

ବାଲିମେଳା ନବୋଦୟ ବିଦ୍ୟାଳୟ ସ୍ଥାନାନ୍ତର ନେଇ ଲାଗିରହିଛି ଅନିଶ୍ଚିତତା

ବାଲିମେଳା,୨୦।୧(ଡି.ଏନ.ଏ.)-ମାଲକାନଗିରି ଜିଲା ବାଲିମେଳାଠାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଗତ ୨୦୧୦ରୁ ମାଲକାନଗିରି ଜିଲାରେ ନବୋଦୟ ବିଦ୍ୟାଳୟ ଖୋଲାଯାଇଥିଲା। ୪୦ଜଣ ଛାତ୍ରୀଛାତ୍ରଙ୍କୁ ଆଡମିଶନ କରାଯାଇ ମାଲକାନଗିରି ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ସଂଲଗ୍ନ ଏକ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯାଉଥିଲା। ପରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଡ୍ରଗଲାଇନ ନିକଟରେ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ କରାଯାଇ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟ ଶେଷର ଧାର୍ଯ୍ୟ ଅବଧି ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇପଡିଛି। ଫଳରେ ବିଦ୍ୟାଳୟ ମାଲକାନଗିରିରୁ ବାଲିମେଳାକୁ ସ୍ଥାନାନ୍ତର ହୋଇପାରୁନାହିଁ ।