ରାୟଗଡା

ସୁଧୁରିନି ବଡଡୁରାଲ ଓ ମାଡକାପଦର ପଞ୍ଚାୟତର ଦୁଃଖ

ସୁଧୁରିନି ବଡଡୁରାଲ ଓ ମାଡକାପଦର ପଞ୍ଚାୟତର ଦୁଃଖ
ଗୋବିନ୍ଦପାଲ୍ଲୀ, ୧୨।୯: ସ୍ବାଧୀନ ହେବାର ୭୧ ବର୍ଷ ବିତିଗଲାଣି। ସବୁ ସ୍ଥାନରେ ରାସ୍ତଘାଟ,ବିଦ୍ୟୁତ୍‌ଠାରୁ ଆରମ୍ଭ କରି ସମସ୍ତ ସରକାରୀ ସହାୟତା ସବୁ ଗ୍ରାମରେ ପହଞ୍ଚତ୍ଲାଣି । ମାତ୍ର ମାଲକାନଗିରି ଜିଲା ଖଇରପୁଟ ବ୍ଲକରେ ଏପରି ୨ଟି ପଞ୍ଚାୟତ ରହିଛି ଯେଉଁଠି ବିକାଶର ବିଶେଷ ଚିତ୍ର ଦେଖିବାକୁ ମିଳେନାହିଁ। ପଞ୍ଚାୟତ ସମେତ ଏହାର ଗ୍ରାମଗୁଡିକୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ଏଯାଏ ସରକାରୀ କିମ୍ବା ବେସରକାରୀ ବସ୍‌ ଗ୍ରାମକୁ ଯାତାୟାତ କରିନାହିଁ । ଉକ୍ତ ଗ୍ରାମବାସୀଙ୍କୁ  ଭରସା କେବଳ ଟ୍ରାକ୍ଟର ଓ କମାଣ୍ଡର । ଏହି ଦୁଇ ପଞ୍ଚାୟତ ହେଲା ବଡଡୁରାଲ ଓ ମାଡକାପଦର । ଦୁଇ ପଞ୍ଚାୟତ ଅଧୀନରେ ରହିଛି ପ୍ରାୟ ୩୦ରୁ ଅଧିକ ଗ୍ରାମ। ରାସ୍ତା ଖାଲଖମାରେ ପରିପୂର୍ଣ୍ଣ। ପ୍ରାୟ ୧୫ କିମି ରାସ୍ତା କାଦୁଅରେ ଭର୍ତ୍ତି । କୌଣସି ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଚାଲିଚାଲି  ୧୮ କିମି ଯିବାକୁ ପଡେ  ଗୋବିନ୍ଦପାଲି । ସେଠାରୁ  ବସ୍‌ରେ ନଚେତ୍‌ ଟ୍ରାକ୍ଟର କିମ୍ବା କମାଣ୍ଡାରରେ କଷ୍ଟରେ ନିଜ କାର୍ଯ୍ୟ ଥିବା ଗନ୍ତବ୍ୟସ୍ଥଳକୁ ଆସନ୍ତି । ମାଡକାପଦର, ବଡଡୁରାଲ, ଗୁମାଝରଣ, କମଲକଣ୍ଡାଗୁମ୍ମା, ପଡିପଡା, ବାରେଙ୍ଗାବାଡି, ଅନଗେଲ ସମେତ  ୩୦ରୁ ଊର୍ଦ୍ଧ୍ୱ ଗ୍ରାମର ଗ୍ରାମବାସୀ ଟ୍ରାକ୍ଟର, କମାଣ୍ଡାରରେ ଏହି ରାସ୍ତା ଦେଇ ବ୍ଲକ କାର୍ଯ୍ୟାଳୟ ଓ ସାପ୍ତାହିକ ହାଟ ଗୋବିନ୍ଦପାଲ୍ଲୀକୁ ଯାତାୟାତ କରନ୍ତି। ଏହା ଏକ ମାଓବାଦୀ ଉପଦ୍ରବ ଅଞ୍ଚଳ ହୋଇଥିବାରୁ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୌଣସି ଠିକାସଂସ୍ଥା ମଧ୍ୟ କାମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଉଚ୍ଚଶିକ୍ଷା  ପାଇଁ ଏହି ଦୁଇ ପଞ୍ଚାୟତର ପିଲାମାନେ ଗୋବିନ୍ଦପାଲିକୁ ଆସିଥାନ୍ତି। ରାସ୍ତାର ଦୁରାବସ୍ଥାର ସୁଯୋଗ ନେଇ କାଠ ବେପାରୀମାନେ ଜଙ୍ଗଲ ସଫା କରି  ଚାଲିଛନ୍ତି। ଗ୍ରାମ ରାସ୍ତା ଓ ବିକାଶର ପ୍ରତିଶ୍ରୁତି ଦେଇ ଲୋକ ପ୍ରତିନିଧିମାନେ ନୀରବ ରହୁଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,  ଆଉ ଅଳ୍ପ ଦିନ ମଧ୍ୟରେ ଗୋବିନ୍ଦପାଲିଠାରୁ ବଡଡୁରାଲ ପର୍ଯ୍ୟନ୍ତ ୨୦କିମି ରାସ୍ତା ତିଆରି ହେବ । ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। 
All Right Reserved By

ରାୟଗଡା

ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଉମରକୋଟ, ୨୨ା୯(ଡି.ଏନ.ଏ.)-ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ବକଡାବେଡା ଗ୍ରାମ ନିକଟ ନିଜର ଏକ ଚାଷ ଜମିରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତକ ହେଲେ ବକଡାବେଡା ଗ୍ରାମ ଆଦିବାସୀ ସାହିର ସନ୍ନ୍ୟାସୀ ଭତ୍ରାଙ୍କ ବଡ ପୁଅ ଦୁର୍ଯ୍ୟ ଭତ୍ରା (୨୬)। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ ବ୍ୟକ୍ତ କରିଛନ୍ତି। ଉମକୋଟ ପୋଲିସ ପହଞ୍ଚତ୍ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

ଗଜପତି ଜିଲା: ହାଇସ୍କୁଲ ଅଧିନକୁ ଆସିବ ୮୭ ପ୍ରାଥମିକ ସ୍କୁଲ

ଗଜପତି ଜିଲା: ହାଇସ୍କୁଲ ଅଧିନକୁ ଆସିବ ୮୭ ପ୍ରାଥମିକ ସ୍କୁଲ

ପାରଳାଖେମୁଣ୍ଡି, ୨୨ା୯(ସ୍ବ.ପ୍ର.): ଗଜପତି ଜିଲାର ମୋଟ ୮୭ଟି ପ୍ରାଥମିକ ବିଦ୍ୟାଳୟ ଏଣିକି ଉଚ୍ଚ ବିଦ୍ୟାଳୟ ଅଧିନରେ ଚାଲିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଏହି କ୍ରମରେ ପାରଳାଖେମୁଣ୍ଡିସ୍ଥିତ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟର ସମସ୍ତ ପରିଚାଳନା ଦାୟିତ୍ୱ ନିର୍ବାହ କରିବ। ଉଭୟ ସ୍କୁଲ ଭିନ୍ନ ଭିନ୍ନ ସ୍ଥାନରେ ପୂର୍ବ ପରି ରହିଲେ ମଧ୍ୟ ଏହି ଦୁଇଟିକୁ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରିଚାଳନା କରିବେ ା ସେହିପରି ଜିଲାର ଅନ୍ୟ ୮୬ଟି ସ୍ଥାନରେ ମଧ୍ୟ ପ୍ରାଥମିକ ବିଦ୍ୟାଳୟଗୁଡିକ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଅଧିନକୁ ଆସିବ। 

କୃଷିଭିତ୍ତିକ ପର୍ବ ବାଲିଯାତ୍ରା

କୃଷିଭିତ୍ତିକ ପର୍ବ ବାଲିଯାତ୍ରା

ଟିକିରି, ୨୨।୯(ଡ଼ି.ଏନ.ଏ): ରାୟଗଡା ଜିଲା କାଶୀପୁର ବ୍ଲକର କାଶୀପୁର ସଦର ମାଣ୍ଡିବିଶି, ଚମ୍ପାପୋଡି, ଟିକିରି, କଞ୍ଚଗୁମ୍ମା ଆଦି ସ୍ଥାନରେ ୯ଦିନିଆ କୃଷିଭିତ୍ତିକ ପର୍ବ ବାଲିଯାତ୍ରା ଶୁକ୍ରବାରଠାରୁ ଆରମ୍ଭ ହୋଇଛି ।  ଟିକିରିରେ ବାଦ୍ୟବାଜଣା ସହ ଅଗ୍ନିଭୈରବ ମନ୍ଦିରରୁ ବାହାରି ଗୋକୁଳ ମୁଣ୍ଡା ନାଳ ପର୍ଯ୍ୟନ୍ତ  ଯାଇଥିଲେ । ନଦୀରେ ପୂଜାର୍ଚ୍ଚନା କରାଯାଇ ନୂଆ ବାଉଁଶ ଚାଙ୍ଗୁଡିରେ ବାଲି ଅଣାଯାଇ ମନ୍ଦିରକୁ ନିଆଯାଇଥିଲା । ଉକ୍ତ ବାଲିରେ ଗହମ ଆଦି ବିହନ ପୋତାଯାଇ  ୯ଦିନ ପର୍ଯ୍ୟନ୍ତ ନିୟମ ଅନୁସାରେ ପୂଜା କରାଯିବ । ଯଦି ସେଥିରୁ ଭଲ ଗଜା ହେବ ତାହାହେଲେ ସ୍ଥାନୀୟ ଅଞ୍ଚଳରେ ଭଲ ଫସଲ ହେବ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

ବିପଦସଙ୍କୁଳ ଅବସ୍ଥାରେ ସତୀଗୁଡା ଜଳଭଣ୍ଡାର

ମାଲକାନଗିରି,୨୨।୯(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ ଡାଏ ପ୍ରଭାବରେ ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଛି। ଏଥିଯୋଗୁ ସତୀଗୁଡା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି ା ବିଶେଷ କରି ସମଗ୍ର ଜିଲାରେ ୧୧୬୩.୮ ମିଲିମିଟର ବର୍ଷା ହୋଇଛି। କେବଳ ମାଲକାନଗିରି ବ୍ଲକରେ ୨୬୫.୪ ମିଲିମିଟର ବର୍ଷା ହୋଇଛି। କୋରୁକୋଣ୍ଡା ବ୍ଲକରେ ସର୍ବାଧିକ ୪୦୩ ମିଲିମିଟର ବର୍ଷା ହୋଇଛି।  ତେବେ ସତୀଗୁଡା ଜଳଭଣ୍ଡାରରେ କୋରୁକୋଣ୍ଡାର କେତେକ ଅଞ୍ଚଳରୁ ଜଳ ଆସୁଥିବାରୁ  ସତୀଗୁଡା ଜଳଭଣ୍ଡାରରେ ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇଛି। ଏଥିପାଇଁ ଜଳଭଣ୍ଡାର ବିପଦସଙ୍କୁଳ ଅବସ୍ଥାରେ ରହିଛି। 

ବିପଦ ସାଜିଛି ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଶୁଖିଲା ଗଛ

ବିପଦ ସାଜିଛି ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଶୁଖିଲା ଗଛ

ଜେକେପୁର, ୨୨।୯(ଡି.ଏନ.ଏ)-ରାୟଗଡା ଜିଲା ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥର ରାୟଗଡା-ଜେକେପୁର ମଧ୍ୟରେ ଥିବା କୁମୁଟିପେଣ୍ଠ ଗ୍ରାମର ରାସ୍ତା ପାର୍ଶ୍ୱସ୍ଥ ମା ତୁଳସୀ ହୋଟେଲ ସମ୍ମୁଖରେ ଦୀର୍ଘ ବର୍ଷରୁ ୩ଟି ବଡ ବଡ ଗଛ ଶୁଖିଲା ଅବସ୍ଥାରେ ରହିଛି। ସାମାନ୍ୟ ବର୍ଷା ପବନରେ ଗଛରୁ ବଡ ବଡ ଶୁଖିଲା ଡାଳ ଭାଙ୍ଗି ରାସ୍ତା ଉପରେ ପଡୁଥିବାରୁ ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ଘଟୁଛି।

ଜେକେ କାଗଜକଳ ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ

ଜେକେ କାଗଜକଳ ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ

ଜେକେପୁର,୨୨।୯(ଡି.ଏନ.ଏ)-ରାୟଗଡା ଜିଲା ଜେକେପୁରସ୍ଥିତ ଜେକେ କାଗଜକଳ ଦୁର୍ଗାପୂଜା କମିଟି ପକ୍ଷରୁ ପୂଜାମଣ୍ଡପ ପଡିଆରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୧୫ତାରିଖରେ ଏକ ପ୍ରସ୍ତୁତି ବୈଠକ ବସି ପୂଜା ମଣ୍ଡପ ପଡିଆରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଏହାପରେ ପୂଜା ମଣ୍ଡପ ପାଇଁ ତୋରଣ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଯାତ୍ରୀବାହୀ ବସ୍‌ ଓଲଟିଲା

ଯାତ୍ରୀବାହୀ ବସ୍‌ ଓଲଟିଲା

ବୋରିଗୁମ୍ମା, ୨୨।୯(ଡି.ଏନ.ଏ.)-କାମଧେନୁ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଆର୍‌ ୧୨ ଏ-୪୨୪୨) ଶନିବାର ବ୍ରହ୍ମପୁରରୁ ଉମରକୋଟ ଯାଉଥିବା ବେଳେ ଭୋର ପ୍ରାୟ ୫.୩୦ ମିନିଟ୍‌ ସମୟରେ କୋରାପୁଟ ଜିଲାର ବୋରିଗୁମ୍ମା ନିକଟ ପର୍ଲିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 

ବିଦ୍ୟାଳୟ ଜୀବନର ସ୍ମୃତି ବଖାଣିଲେ ପୁରାତନ ଛାତ୍ରୀଛାତ୍ର

ବିଦ୍ୟାଳୟ ଜୀବନର ସ୍ମୃତି ବଖାଣିଲେ ପୁରାତନ ଛାତ୍ରୀଛାତ୍ର

ଜେକେପୁର,୨୨।୯(ଡି.ଏନ.ଏ)-ରାୟଗଡା ଜିଲା ଚାନ୍ଦିଲି ପଞ୍ଚାୟତର ଜେକେପୁରସ୍ଥିତ ଲକ୍ଷ୍ମୀପତ ସିଂଘାଣିଆ ହାଇସ୍କୁଲର ୧୯୯୦ମସିହା ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଶିକ୍ଷକ ପ୍ରଦୀପ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ବତୀ ଶର୍ମା ଯୋଗ ଦେଇଥିଲେ।

ନୂତନ ଜାତୀୟ ରାଜପଥ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ

ନୂତନ ଜାତୀୟ ରାଜପଥ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ

ପାରଳାଖେମୁଣ୍ଡି, ୨୨ା୯(ସ୍ବ.ପ୍ର.)- ଗଜପତି ଜିଲା ପାରଳାେଖେମୁଣ୍ଡି ସହର ଉପକଣ୍ଠ ତଥା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶର ବସୁନ୍ଧରା ଓ ମେଳିଆପୁଟିଠାରେ ନୂତନ ଜାତୀୟ ରାଜପଥ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ା ରାସ୍ତା ପାର୍ଶ୍ୱରେ ରହିଥିବା ଗଛଗୁଡିକୁ ମେଶିନ୍‌ ଯୋଗେ କଟାଯାଇ ରାସ୍ତା ପ୍ରଶସ୍ତୀକରଣ ପାଇଁ ସଫେଇ କରାଯାଉଛି ା 

ସରିଲା ଜିଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା

ସରିଲା ଜିଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା

ଗୋଷାଣି, ୨୨ା୯(ଡି.ଏନ.ଏ.)- ଗଜପତି ଜିଲା ଗୋଷାଣି ବ୍ଲକର ଗାରାବନ୍ଧସ୍ଥ ଶ୍ରୀ ଭେଙ୍କେଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଚାଲିଥିବା ଜିଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। 

୫୦, ୧୦୧ ଟଙ୍କାରେ ଗଣେଶଙ୍କ ଲଡୁ ନିଲାମ

୫୦, ୧୦୧ ଟଙ୍କାରେ ଗଣେଶଙ୍କ ଲଡୁ ନିଲାମ

କାଶୀନଗର, ୨୨ା୯(ଡି.ଏନ.ଏ.)- ଗଜପତି ଜିଲା କାଶୀନଗର ବ୍ଲକ ଅଲଡା ପଞ୍ଚାୟତର ଅଲଡା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଅବସରରେ ୫କେଜି ଓଜନର ଏକ ବିରାଟ ଲଡୁ ନିଲାମ କରାଯାଇଛି।

ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ପାରଳାଖେମୁଣ୍ଡି, ୨୨ା୯(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ବଡ ବ୍ରାହ୍ମଣସାହି ଛକ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।