ରାୟଗଡା

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ବ୍ଲକସ୍ତରୀୟ ଜନ ଶୁଣାଣି

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ବ୍ଲକସ୍ତରୀୟ ଜନ ଶୁଣାଣି
ମୁନିଗୁଡା, ୧୨।୯(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ କାର୍ଯ୍ୟାଳୟରେ ବିଡିଓ ଦିଲୀପ ବେହେରାଙ୍କ ସଭାପତିତ୍ୱରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷ ଶ୍ରୀଧର କରଡା ମୁଖ୍ୟଅତିଥି, ଆକାଉଣ୍ଟ ଅଫିସର ବିଜୟ କୁମାର ବେବର୍ତ୍ତା, ଏଇ ସନ୍ତୋଷ ପ୍ରଧାନ, ସମିତି ସଭ୍ୟା ଲବଣୀ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ବ୍ଲକର ୧୭ ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ଓ ଜିଆର୍‌ଏସ୍‌ମାନେ ନିଜ ପଞ୍ଚାୟତରେ ଏହି ଯୋଜନାରେ ହୋଇଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ୧୭ ବ୍ଲକରେ ୫କୋଟି ୪୦ଲକ୍ଷ ୫୫ ହଜାର ଟଙ୍କା ବ୍ୟୟରେ ୩୦୭୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ୨୦୭୮୮ ପରିବାରକୁ ଏହି ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ୧୭ଟି ପରିବାର ସମ୍ପୂର୍ଣ୍ଣ ଶହେ ଦିନର କାର୍ଯ୍ୟ କରିଥିବା ବିଡିଓ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମକୁ ଗୋପୀନାଥ ମହାକୁଡ ଓ ପ୍ରଶାନ୍ତ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ପରିଚାଳନନା କରିଥିଲେ।  

All Right Reserved By

ରାୟଗଡା

ବେଆଇନ ଗୁଟ୍‌ଖା କାରଖାନା ଉପରେ ଚଢାଇ: କଞ୍ଚାମାଲ ଜବତ,୨ ଗିରଫ

ମୁନିଗୁଡା, ୧୮।୯(ଡି.ଏନ୍‌.ଏ.)-
ରାୟଗଡା ଜିଲା ମୁନିଗୁଡା ଥାନା ଅଧୀନ ଆଙ୍କୁଲପଦର ଗ୍ରାମରେ ଏକ ବେଆଇନ ଗୁଟ୍‌ଖା କାରଖାନା ଉପରେ ସ୍ଥାନୀୟ ପୋଲିସ ଚଢାଉ କରି ୫ କୁଇଣ୍ଟାଲ କଞ୍ଚା ମାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଆଙ୍କୁଲପଦର ଗ୍ରାମର ମହୋନ ଗୁଡୁମ୍ବାକା(୩୨) ଓ ବ୍ରହ୍ମପୁର ଅଞ୍ଚଳର ବଳରାମ ଗୌଡ (୨୬)। 

ଡାବୁଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ

ନବରଙ୍ଗପୁର,୧୮।୯,(ବି.ପ୍ର.)-ଅନୁସୂଚିତ ଜନଜାତି ଓ ଜାତି  ବିଭାଗ ଦ୍ୱାରା ପରିଚାଳିତ ଡାବୁଗାଁ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଉନ୍ନୀତ ହୋଇ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ପରିଣତ ହୋଇଛି। ଚଳିତ ଶିକ୍ଷା ବର୍ଷ ୨୦୧୮-୧୯ ପାଇଁ ବିଜ୍ଞାନ ବିଭାଗ ଖୋଲା ଯାଇଛ। ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ଅନୁସୂଚିତ ଜନଜାତି ଓ ଜାତି, ସାଧାରଣ ବର୍ଗର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇଥିବା ଛାତ୍ରୀ ଛାତ୍ର ମାନେ ସାଧାରଣ ଦରଖାସ୍ତ ଫର୍ମ(ସିଏଏଫ) ପୂରଣ କରି ନାମ ଲେଖାଇ ପାରିବେ । ଆସନ୍ତା ୨୫ ତାରିଖ ମଧ୍ୟରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରୁ ନିର୍ଦ୍ଧିଷ୍ଟ ଫର୍ମ ସଂଗ୍ରହ କରି ଦାଖଲ କରିବେ ବୋଲି ପ୍ରଧାନଶିକ୍ଷକ  ସୁକାନ୍ତ କୁମାର ସ୍ବାଇଁ ଜଣାଇଛନ୍ତି। 

ବିଷ ଖାଇ ଜଣେ ମୃତ

ବିଷ ଖାଇ ଜଣେ ମୃତ

ଡାବୁଗାଁ, ୧୮।୯ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡା ଗ୍ରାମର ଇଶ୍ୱ୍‌ର ସାନ୍ତା (୪୫) ବିଷ ଖାଇ ଆତ୍ମହତ୍ୟା କରିଥିବା   ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି । ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡା ଗ୍ରାମର ଇଶ୍ୱର ଗତ ବୁଧବାର ଅପରାହ୍ନରେ କୌଣସି କାରଣରୁ ବିଷ ଖାଇ ଦେଇଥିଲେ।  ତାଙ୍କୁ ପରିବାର ଲୋକେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ   ତାଙ୍କର ମୃତ୍ୟୁ ଘଟିଥିଲା। 

ବୃଦ୍ଧାଙ୍କ ଆତ୍ମହତ୍ୟା

ବୃଦ୍ଧାଙ୍କ ଆତ୍ମହତ୍ୟା

ଡାବୁଗାଁ, ୧୮।୯ (ଡି.ଏନ.ଏ.)- 
ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ଗ୍ରାମର ସରସ୍ବତୀ ପାଇକ (୫୦) ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଡାବୁଗାଁ ଥାନାରେ   ଅଭିଯୋଗ ହୋଇଛି।  ସରସ୍ବତୀ ପାଇକ ନିଜ ଶୋଇବା ଘର ଦୁଲମରେ  ବେକରେ ଗାମୁଛା ବାନ୍ଧି ଆତ୍ମାହତ୍ୟା କରିଥିଲେ । ରାତ୍ରିରେ କିଛି ଚିତ୍କାର ଶବ୍ଦ ଶୁଣାଯିବାରୁ ପୁଅ ରାମକୃଷ୍ଣ ପାଇକ ବାହାରେ ଯାଇ ଦେଖିଥିଲେ।  ପରେ ମା’ ଶୋଇଥିବା ଘରକୁ ଯାଇ ଦେଖିଥିଲେ ଯେ ତାଙ୍କ ମା’ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି । 

ସରକାରୀ ଯୋଜନା ସମ୍ବନ୍ଧୀୟ  ତାଲିମ ଶିବିର

ସରକାରୀ ଯୋଜନା ସମ୍ବନ୍ଧୀୟ ତାଲିମ ଶିବିର

କୋରାପୁଟ,୧୮।୯(ସ୍ବ.ପ୍ର): ସ୍ଥାନୀୟ ଟାଉନ ହଲରେ କୋରାପୁଟ ବ୍ଲକସ୍ତରୀୟ ବିଭିନ୍ନ ସରକାରୀ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଏବଂ ଓଡିଶା ଲୋକସେବା ଅଧିକାର ଅଧିନିୟମ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ତହସିଲଦାର ନେହେରୁ ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ  ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ କର୍ମଚାରୀମାନଙ୍କୁ ସଚେତନ କରାଇଛନ୍ତି।  ଦୁଇଦିନଧରି ଚାଲିବାକୁଥିବା ଏହି ଶିବିରରେ  ଓଡିଶା ସରକାରଙ୍କ ଲୋକ ସେବା ଅଧିକାର ଅଧିନିୟମ, କେନ୍ଦ୍ରୀୟ ଯାଞ୍ଚ ଅଧିନିୟମ,  ଶିକ୍ଷା ଅଧିକାର ଆଇନ, ଜାତୀୟ ଖାଦ୍ୟ ଆଇନ ସମ୍ପର୍କରେ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। 

ମୁଣ୍ଡାଗାଁରେ ସଫେଇ କାର୍ଯ୍ୟକ୍ରମ

ମୁଣ୍ଡାଗାଁରେ ସଫେଇ କାର୍ଯ୍ୟକ୍ରମ

ଟିକିରି,୧୮।୯(ଡ଼ି.ଏନ.ଏ):ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିର ପୋଡ଼ାପାଡ଼ି ପଞ୍ଚାୟତ ମୁଣ୍ଡାଗାଁସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେଭାଜପା ମଣ୍ଡଳ ସଭାପତି ଶୁଶାନ୍ତ ପ୍ରଧାନୀ, ସାଧାରଣ ସମ୍ପାଦକ ଲାବନ୍ୟ ନାୟକ, ଓ୍ବାର୍ଡ଼ମେମ୍ବର ରାଘବ ନାୟକ,ପ୍ରଶାନ୍ତ ପାତ୍ର, ଭୀମ ମାଝିଙ୍କ ସମେତ ଶିକ୍ଷୟିତୟୀଶିକ୍ଷକ,ଛାତ୍ରୀଛାତ୍ର ସାମିଲ ହୋଇଥିଲେ।

ବିଜେଡିରେ ମିଶିଲେ ବହୁ କର୍ମୀ

ଆମ୍ବାଦୋଳା,୧୮।୯(ଡ଼ି.ଏନ.ଏ)-ମୁନିଗୁଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ କୁଗ୍ରୁପାଲି ଟୁଟୁକେମ୍ପିଂରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଜପାର ସୁଶିଲ କୁମାର ସ୍ବାଇଁ, ସିପିଆଇର ଶତ୍ରୁଘ୍ନନ ଭୋଇ, ଟୁନା ସ୍ବାଇଁଙ୍କ ସହ ବହୁ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି।  ବିଧାୟକ ଜଗନ୍ନାଥ ସାରକା, ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ସୁଧୀର ଦାଶ, ଖଦିବୋର୍ଡ଼ ସଦସ୍ୟ ପୃଥୀରାଜ ସାହୁ, ଜିଲା ଉନ୍ନୟନ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡ୍ରକା,ଜ୍ୟୋତିପ୍ରସାଦ ସାହୁଙ୍କ ଉପସ୍ଥିତିରେ ସେମାନେ ଦଳରେ ମିଶିଥିଲେ ା ଆଗାମୀ ନିର୍ବାଚନରେ ଦଳକୁ ମଜଭୁତ କରିବା ପାଇଁ ଶପଥ ନେଇଥିଲେ ।

ବିଭିନ୍ନ ସମସ୍ୟା ନେଇ ଆଲୋଚନା

କାଶୀପୁର,୧୮।୯(ଡ଼ି.ଏନ.ଏ): ରାୟଗଡା ଜିଲା କାଶୀପୁର ବ୍ଲକ ଯୁବ ବିକାଶ ପରିଷଦର ଏକ ବୈଠକ ଡଙ୍ଗାସିଲଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କାଶୀପୁର ବ୍ଲକର ବିପର୍ଯ୍ୟସ୍ଥ ହୋଇ ପଡିଥିବା ଥିବା ସ୍ବାସ୍ଥ୍ୟ ବ୍ୟବସ୍ଥା, ଗମନାଗମନ, ଆଶ୍ରମ ବିଦ୍ୟାଳୟ ନ ଥିବାରୁ  ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେବା, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତାରୁ ହିତାଧିକାରୀ ବଞ୍ଚିତ ହେବା, ଯୁବକମାନେ ବେକାରି ସମସ୍ୟାରୁ କିଭଳି ମୁକୁଳିମାରିବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା। 

ରାଷ୍ଟ୍ରୀୟ ଶ୍ରମ ଦିବସ ପାଳିତ

ରାଷ୍ଟ୍ରୀୟ ଶ୍ରମ ଦିବସ ପାଳିତ

ରାୟଗଡା ଅଫିସ,୧୮।୯: ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଶ୍ୱକର୍ମା ଜୟନ୍ତ୍ରୀ ଓ ରାଷ୍ଟ୍ରୀୟ ଶ୍ରମଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ରାୟଗଡା ଜିଲା ଭାରତୀୟ ମଜଦୁର ସଂଘର ଜିଲା ସଭାପତି ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ   ବିଭିନ୍ନ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ । ରାୟଗଡା ଷ୍ଟେଶନ ନିକଟରେ ସମସ୍ତ ସଂଘର ମଜଦୁର ଭଉଣୀଭାଇମାନେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଓ ବଜାର ଦେଇ ଅଶୋକ କଲ୍ୟାଣ ମଣ୍ଡପଠାରେ ପହଞ୍ଚତ୍ଥିଳେଲ। ଏଠାରେ ସଂଘ ଜିଲା ସଭାପତି ଯୋଗେଶ୍ୱର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାନ୍ତନୁ କୁମାର ମହାପାତ୍ର ଓ ଅନ୍ୟ ଅତିଥି ବୃନ୍ଦ ଯୋଗଦେଇ  ଏହାକୁ ଉଦ୍‌ଘାଟନ କରିଥିଲେ।

ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ସମାରୋହ ନେଇ ବୈଠକ

ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ସମାରୋହ ନେଇ ବୈଠକ

ଗୁଣପୁର,୧୮।୯(ଡି.ଏନ.ଏ): ରାୟଗଡା ଜିଲା ଗୁଣପୁରଠାରେ ବ୍ରହ୍ମକଳ୍ପ ସାହିତ୍ୟ ସଂସ୍କୃତି ଅନୁଷ୍ଠାର ଉଦଘାଟନୀ ଉତ୍ସବ ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବ । ଏଥିଲାଗି    ସ୍ଥାନୀୟ କନ୍ୟକା ପରମେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।  ସୀମାଞ୍ଚଳ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ  ଦୂର୍ଗା ପ୍ରସାଦ ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ।  ପ୍ରତାପ ରାୟ ଆଭିମୂଖ୍ୟ ପ୍ରଦାନ କରିଥିଲେ । 

ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ

ଜେକେପୁର, ୧୮।୯(ଡ଼ି.ଏନ.ଏ): ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାୟଗଡା ଶାଖା ପକ୍ଷରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଜେକେପୁର ସରସ୍ବତୀ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୋପୀ ଆନନ୍ଦ ମୁଖ୍ୟଅତିଥି, ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ନଟବର ମହାନ୍ତି  ମୁଖ୍ୟବକ୍ତା  ଯୋଗ ଦେଇଥିଲେ । ଜଗନ୍ନାଥ ଦାସଙ୍କ ସାହିତ୍ୟ କୃତି ବିଷୟରେ ଆଲୋଚନା କରିବା ସହ ଆଜିର ଦିନରେ ଭାଗବତଟୁଙ୍ଗୀର ପ୍ରାସଙ୍ଗିକତା ଉପରେ ଅତିଥିମାନେ କହିଥିଲେ ।

ବ୍ଲକ୍‌ସ୍ତରୀୟ ବିଜ୍ଞାନ ସେମିନାର

ବ୍ଲକ୍‌ସ୍ତରୀୟ ବିଜ୍ଞାନ ସେମିନାର

ଜେକେପୁର, ୧୮।୯(ଡି.ଏନ୍‌.ଏ): ସଦର ବ୍ଲକ୍‌ର ଉଗ୍ରତାରା ନୋଡାଲ ହାଇସ୍କୁଲରେ ବ୍ଲକ୍‌ସ୍ତରୀୟ ବିଜ୍ଞାନ ସେମିନାର କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ହାଇସ୍କୁଲ ପ୍ରଧାନଶିକ୍ଷକ ଧୀରେନ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ଏଥିରେ ଉଗ୍ରତାରା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ନେହା ଦଣ୍ଡସେନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କୃତୀ ପ୍ରତିଯୋଗୀ ମା’ ମାର୍କମା ହାଇସ୍କୁଲରେ ଆସନ୍ତା ୧୯ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲାସ୍ତରୀୟ ବିଜ୍ଞାନ ସେମିନାରରେ ଯୋଗ ଦେବେ।