ରାୟଗଡା

ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନରେ ସିଲେଇ ତାଲିମ କାର୍ଯ୍ୟକ୍ରମ

ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନରେ ସିଲେଇ ତାଲିମ କାର୍ଯ୍ୟକ୍ରମ
ରାୟଗଡା ଅଫିସ,୧୨।୯: ଷ୍ଟେଟ ବ୍ୟାଙ୍କ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନରେ ଏକ ସିଲେଇ ତାଲିମ ଶିବିର ଉଦ୍‌ଘାଟିତ ହୋଇଛି। ଏହା ୩୦ ଦିନ ଧରି ଚାଲିବ। ଏଥିରେ ବ୍ଲକରୁ ଆସିଥିବା ୩୦ ଜଣ ମହିଳା ଭାଗ ନେଇଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଶ୍ରୀନିବାସ ରାଓ ଯୋଗଦେଇ ତାଲିମାର୍ଥୀଙ୍କୁ ସ୍ବାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ସେ କହିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ରାଧାକାନ୍ତ ରାଉତରାୟ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଶିକ୍ଷକ ତରଣୀସେନ ମେହେର ଉପସ୍ଥିତ ଥିଲେ।
All Right Reserved By

ରାୟଗଡା

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ରାୟଗଡା ଅଫିସ୍‌, ୧୯।୨- ଅବିଭକ୍ତ କୋରାପୁଟ ଜିଲାକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ  ବୁଲିବାକୁ ଆସିଥାନ୍ତି ା  ଏଥିସହ ଅଞ୍ଚଳର ଭାଷା, ସଂସ୍କୃତି, ପରମ୍ପରା ଏବଂ ଜଙ୍ଗଲ ଖଣିଜ ସମ୍ପଦ ସମ୍ବନ୍ଧରେ ଜ୍ଞାନ ଆହରଣ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଥାନ୍ତି ା 

୩୪ ପ୍ୟାକେଟ ଚାଉଳ ଜବତ: ୨ଗିରଫ

ନବରଙ୍ଗପୁର,୧୮।୨(ଡି.ଏନ.ଏ.)-ଚାଉଳ ଚୋରୀ ଘଟଣାରେ ନବରଙ୍ଗପୁର ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମେଦିରି ସାହିର ଫିରୋଜ ଖାନ ଓ ଲୋହରା ସାହିର ବିକାଶ ହରିଜନ। ସେମାନଙ୍କ ଘରୁ ୩୪ ପ୍ୟାକେଟ  ଚାଉଳ ବସ୍ତା ପୋଲିସ ଜବତ କରିଛି। ଏନେଇ  ଥାନାରେ ନଂ. ୩୨/୧୯ ଏକ ମାମଲା ପୋଲିସ ରୁଜୁ କରିଛ।

ମହିଳା ମୋର୍ଚ୍ଚା ପଞ୍ଚାୟତ କମିଟି ଗଢ଼ିବ ବିଜେଡି

ମହିଳା ମୋର୍ଚ୍ଚା ପଞ୍ଚାୟତ କମିଟି ଗଢ଼ିବ ବିଜେଡି

କୋରାପୁଟ,୧୮ା୨(ସ୍ବ.ପ୍ର.): କୋରାପୁଟ ଜିଲାରେ ବିଜେଡି ଦଳକୁ ଅଧିକ ମଜଭୁତ୍‌ କରିବା ସହ ମହିଳାଙ୍କୁ ଅଧିକ କ୍ଷମତା ଦେବା ପାଇଁ ସୋମବାର ସ୍ଥାନୀୟ ଅତିଥି ଭବନରେ ପ୍ରସ୍ତୁତି ବୈଠକ ହୋଇଛି। ଜିଲା ବିଜେଡି ସଭାପତି ତଥା ଯୋଜନା ବୋର୍ଡ ସଦସ୍ୟ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନୂତନ ଦାୟିତ୍ୱ ପାଇଥିବା ସୁଚିତ୍ରା ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂର୍ବରୁ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଥିବା ଏମ୍‌. ମାଙ୍ଗମାଙ୍କୁ ମୋର୍ଚ୍ଚାର ରାଜ୍ୟ ଉପସଭାପତି କରାଯିବା ପରେ ତାଙ୍କ ସ୍ଥାନରେ ସୁଚିତ୍ରାଙ୍କୁ ଏହି ଦାୟିତ୍ୱ ମିଳିଛି। ସେହିପରି ବୈଠକରେ ବିଜୁ ମହିଳା ମୋର୍ଚ୍ଚାର ପଞ୍ଚାୟତସ୍ତରୀୟ କମିଟି ଗଠନ କରାଯିବା ପାଇଁ ଆଲୋଚନା ହୋଇଥିଲା।

ଜଙ୍ଗଲରୁ ମିଳିଲା ଭାଲୁର ମୃତଦେହ

ଜୟପୁର,୧୮ା୨(ନି.ପ୍ର.): ଜୟପୁର ବନାଞ୍ଚଳ ଧଉଡ଼ାପଦର-ନୂଆକେରେଙ୍ଗା ମଧ୍ୟରେ ଥିବା ଜଙ୍ଗଲରେ ଏକ ଭାଲୁର ମୃତ୍ୟୁ ହୋଇଛି। ପୂତିଗନ୍ଧମୟ ଅବସ୍ଥାରେ ଭାଲୁର ମୃତଦେହ ପଡ଼ିଥିବା ବେଳେ ତାହା ଉପରେ କିଛି ଶୁଖିଲା ଡାଳ ଘୋଡ଼ାଇ ଦିଆଯାଇଛି। ପରିପାର୍ଶ୍ୱିକ ସ୍ଥିତିରୁ ଭାଲୁକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

ପୋଲିସ କାର୍ଯ୍ୟଧାରାରେ ପ୍ରଶ୍ନଚିହ୍ନ ଲଗାଇଛି ୩ ଘଟଣା: ଆସ୍ଥା ବଦଳରେ ଏବେ ଅବିଶ୍ୱାସ

ପୋଲିସ କାର୍ଯ୍ୟଧାରାରେ ପ୍ରଶ୍ନଚିହ୍ନ ଲଗାଇଛି ୩ ଘଟଣା: ଆସ୍ଥା ବଦଳରେ ଏବେ ଅବିଶ୍ୱାସ

ଜୟପୁର,୧୮।୨(ନି.ପ୍ର.): ଅପରାଧୀମୁକ୍ତ ସହର, ଟ୍ରାଫିକ ସଚେତନତା ସହ ସାଧାରଣ ଜନତାଙ୍କ ସହ ସୁସମ୍ପର୍କ ରଖିବା ପାଇଁ ରାଜ୍ୟ ପୋଲିସ ବହୁ ଯୋଜନା କରୁଛନ୍ତି । କିନ୍ତୁ କୋରାପୁଟ ଜିଲାରେ ବିଗତ ଦିନରେ ରଞ୍ଜିତ ବାଘଙ୍କ ଭଳି ଅପରାଧୀଙ୍କୁ ଧରିବା ସହ ଗଞ୍ଜେଇ ଚାଲାଣରେ ଚଢ଼ାଉ ସହ ଗିରଫଦାରୀ, ଡକାୟତି ଯୋଜନା ପଣ୍ଡ କରିବା ଭଳି କାର୍ଯ୍ୟ ପାଇଁ ପ୍ରଶଂସା ସାଉଣ୍ଟିଥିଲା ପୋଲିସ। କିନ୍ତୁ ଗତ ଦେଢ଼ମାସରେ ପୋଲିସର କାର୍ଯ୍ୟକଳାପ ଚିତ୍ର ଅଲଗା। ଏହି ସମୟ ଭିତରେ ମୁଖ୍ୟତଃ ୩ଟି ଘଟଣା ପୋଲିସକୁ ଜନତାଙ୍କ କାଠଗଡ଼ାରେ ଛିଡ଼ା କରିଛି। 

ରାୟଗଡ଼ାରେ ହେବ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ

ରାୟଗଡ଼ାରେ ହେବ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ

ରାୟଗଡା ଅଫିସ୍‌, ୧୮।୨: ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ କର୍ପୋରେଶନ ଲିଃ ପକ୍ଷରୁ ରାୟଗଡା  ଷ୍ଟେଶନ୍‌ଠାରୁ ୫କି.ମି ଦୂରରେ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ ହେବ । ୨୧ ଏକର ଜମିରେ ୯୧ କୋଟି ଟଙ୍କା ବ୍ୟୟରେ ଏହା  ନିର୍ମାଣ କରାଯିବ। ଆସନ୍ତା ୧୯ତାରିଖରେ କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିବେ । ୨୦୨୦ ସେପ୍ଟେମ୍ବର ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି।

କାମରେ ଲାଗୁନି ଭେଣ୍ଡିଂଜୋନ୍‌

କାମରେ ଲାଗୁନି ଭେଣ୍ଡିଂଜୋନ୍‌

ରାୟଗଡା ଅଫିସ୍‌, ୧୮।୨: ରାୟଗଡା ଜିଲା ସଦର ମହକୁମାଠାରେ ଲକ୍ଷାଧିକ ଟଙ୍କାରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଛି । ହେଲେ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ବ୍ୟବସାୟୀମାନେ ଭେଣ୍ଡିଂ ଜୋନକୁ  ନ ଯାଇ ରାସ୍ତା ପାର୍ଶ୍ୱରେ ବ୍ୟବସାୟ ଚଳାଉଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଛି । ବହୁ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । କିନ୍ତୁ ପୌର ସଂସ୍ଥା ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଜଣାଯାଇଛି ।

ସର୍ବଭାରତୀୟ ବାଣିଜ୍ୟ ସଂଗଠନର ବନ୍ଦ ଡାକରା: ମୁନିଗୁଡ଼ାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାଇକ୍‌ ରାଲି

ସର୍ବଭାରତୀୟ ବାଣିଜ୍ୟ ସଂଗଠନର ବନ୍ଦ ଡାକରା: ମୁନିଗୁଡ଼ାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାଇକ୍‌ ରାଲି

ମୁନିଗୁଡ଼ା,୧୮।୨(ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ମୁନିଗୁଡା, ୧୮।୨(ଡି.ଏନ.ଏ.): ରାୟଗଡା ଜିଲା ମୁନିଗୁଡାରେ ମୁନିଗୁଡା ବିକାଶ ପରିଷଦ ଓ ବ୍ୟବସାୟୀ ସଙ୍ଘ ତରଫରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସୋମବାର ମୁନିଗୁଡ଼ାରେ ଦୋକାନ ବଜାର ବନ୍ଦ କରିବା ସହ ଶତାଧିକ ମୁସଲିମ ଭାଇମାନଙ୍କ ସହ ଜନସାଧରଣ ଏଂ ଯୁବଗୋଷ୍ଠୀମାନେ ବାଇକ ରାଲି କରିଥିଲେ।

କିଲିମାଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ନନ୍ଦପୁରର କୁଶ

କିଲିମାଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ନନ୍ଦପୁରର କୁଶ

ନନ୍ଦପୁର,୧୮।୨(ଡି.ଏନ.ଏ)-ଆଫ୍ରିକା ମହାଦେଶ ତାଞ୍ଜାନିଆର  ସର୍ବୋଚ୍ଚ ଗିରିଶୃଙ୍ଗ କିଲିମାଞ୍ଜାରୋରେ ଭାରତର ଜାତୀୟ ପତାକା ଉଡ଼ାଇ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି କୋରାପୁଟ ଜିଲାର କୁଶ ଆର୍ଲାବ।

ଏଚଆଇଭି ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ

ଏଚଆଇଭି ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ

ନବରଙ୍ଗପୁର,୧୭ା୨(ବି.ପ୍ର.)-ଏଚଆଇଭି ସଂକ୍ରମଣରେ ଆକ୍ରାନ୍ତ ହୋଇ ଶନିବାର ନବରଙ୍ଗପୁର ସଦର ମହକୁମା ଡାକ୍ତରଖାନାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣେ ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲାର ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଶୁକ୍ରବାର ରାତିରେ ସଦରମହକୁମା ଡାକ୍ତରଖାନା ଅଣାଯାଇଥିଲା। ରକ୍ତ ପରୀକ୍ଷା ପରେ ସେ ଏଚଆଇଭିରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।  ପରେ  ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ  ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ରୋଗୀଙ୍କ ଭାଇ କହିଛନ୍ତି। 

ପୁତୁରା ଠେଙ୍ଗା ମାଡ଼ରେ ଖୁଡ଼ୀ ଗୁରତର

ପୁତୁରା ଠେଙ୍ଗା ମାଡ଼ରେ ଖୁଡ଼ୀ ଗୁରତର

ଜୟପୁର,୧୭ା୨(ଡି.ଏନ୍‌.ଏ.): ଜୟପୁର ସଦରଥାନା ରଣ୍ଡାପାଲୀ ଗ୍ରାମରେ ପୁତୁରାଙ୍କ ଠେଙ୍ଗା ମାଡ଼ରେ ଖୁଡ଼ୀ ଗୁରୁତର ହୋଇଛନ୍ତି। ଏନେଇ ଥାନାରେ ଏତଲା ପରେ ରବିବାର ଅଭିଯୁକ୍ତ ପୁତୁରା ବୃନ୍ଦା ଖାତି (୩୨)ଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।