ରାୟଗଡା

ଟିକିରିରେ ଧର୍ମ ଜାଗରଣ ସନ୍ଥ ପଦଯାତ୍ରା

ଟିକିରିରେ ଧର୍ମ ଜାଗରଣ ସନ୍ଥ ପଦଯାତ୍ରା
ଟିକିରି,୧୨।୯(ଡ଼ି.ଏନ.ଏ): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିରେ ମଙ୍ଗଳବାର ଧର୍ମଜାଗରଣ ସନ୍ଥ ପଦଯାତ୍ରା  ପହଞ୍ଚତ୍ଛି । ସନ୍ଥ ଜୀବନ ମୁକ୍ତାନନ୍ଦଙ୍କ ନେତୃତ୍ୱରେ ଆସିଥିବା ଏହି ପଦଯାତ୍ରାକୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ସ୍ବାଗତ କରାଯାଇଥିଲା। ତାଙ୍କ ସହ ଦେବଗିରି ସନ୍ଥ ମଧ୍ୟ ଯୋଗ ଦେଇଛନ୍ତି। ହିନ୍ଦୁ ଧର୍ମର ପ୍ରଚାର ସହ ଲୋକଙ୍କୁ ଜାଗରଣ କରିବା ଉଦ୍ଦେଶ୍ୟରେ ଗତ ଜୁନ ୧ ତାରିଖରୁ କନ୍ଧମାଳ ଜିଲା ଜଲେଶପଟ୍ଟାରୁ ଏହି ପଦଯାତ୍ରା ଆରମ୍ଭ ହୋଇଛି। ପଦଯାତ୍ରା ଟିକିରିରେ ପହଞ୍ଚତ୍ବା ପରେ ଶ୍ରଦ୍ଧାଳୁମାନେ ସେମାନଙ୍କୁ ବନ୍ଦାପନା କରି ସଂକୀର୍ତ୍ତନ ସହ ନଗର ପରିକ୍ରମା କରିଥିଲେ। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଞ୍ଜୟ ଷଡ଼ଙ୍ଗୀ, ଉପେନ୍ଦ୍ର ପାତ୍ର, କାମେଶ୍ୱର ସାହୁ, ହରିଶ୍ଚନ୍ଦ୍ର ସାହୁ, ସୁରେଚନ୍ଦ୍ର ନାୟକ, ପ୍ରମୋଦ ତ୍ରିପାଠୀ,ପ୍ରଧାନ ଆଚାର୍ଯ୍ୟ ଅଭିମନ୍ୟୁ ସାହୁ, ଗୋପାଳ ବେହେରା, ମାଧବ କୁମ୍ଭାର, କିଶୋର ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହା ଆସନ୍ତା ଜୁନ ୧ ତାରିଖରେ ରାଉରକେଲା ବେଦବ୍ୟାସଠାରେ ଉଦ୍‌ଯାପିତ ହେବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। 
All Right Reserved By

ରାୟଗଡା

ଆମ୍ବଗଛ କାଟିବାରୁ ବାପାଙ୍କୁ ହତ୍ୟା କଲେ ପୁଅ

ଆମ୍ବଗଛ କାଟିବାରୁ ବାପାଙ୍କୁ ହତ୍ୟା କଲେ ପୁଅ

ମାଥିଲି, ୧୫।୧୧ (ଡି.ଏନ.ଏ.)- ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲି ପଞ୍ଚାୟତ ଅଧିନ ଉଦୟଗିରି ଗ୍ରାମରେ ଆମ୍ବଗଛକୁ କାଟିବାକୁ ନେଇ ଅଭାବନୀୟ ଘଟଣା ଘଟିଛି।

ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ମରାମତି ପରେ ବି ଅଲୋଡ଼ା : ଡାକ୍ତରଙ୍କ କ୍ୱାର୍ଟର୍ସ ପାଲଟିଛି ଗୋଦାମ ଗୃହ

ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ମରାମତି ପରେ ବି ଅଲୋଡ଼ା : ଡାକ୍ତରଙ୍କ କ୍ୱାର୍ଟର୍ସ ପାଲଟିଛି ଗୋଦାମ ଗୃହ

କାଶୀନଗର, ୧୫ା୧୧(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ସହରର ବ୍ଲକ କଲୋନୀରେ ରହିଛି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ କ୍ୱାର୍ଟର୍ସ। ଲକ୍ଷାଧିକ ଟଙ୍କା ବ୍ୟୟରେ ମରାମତି ପରେ ବି ଏହା ଅଲୋଡ଼ା ହୋଇପଡ଼ିଛି। 

ବାତ୍ୟା ପ୍ରଭାବିତ ଅଞ୍ଚଳର ୨ ଶିଶୁଙ୍କୁ ଥଇଥାନ

ପାରଳାଖେମୁଣ୍ଡି, ୧୫ା୧୧(ସ୍ବ.ପ୍ର.)- ଗଜପତି ଜିଲା ଶିଶୁ କଲ୍ୟାଣ ସମିତି ଦ୍ୱାରା ବାତ୍ୟା ପ୍ରପୀଡ଼ିତ ଅଞ୍ଚଳର ୨ଜଣ ଶିଶୁଙ୍କୁ ଥଇଥାନ କରାଯାଇଛି । ସୂଚନା ଅନୁଯାୟୀ, ଆର୍‌.ଉଦୟଗିରି ବ୍ଲକ ରାମଗିରି ନିକଟ ଅନଘା ଗ୍ରାମର ଜଣେ ୬ବର୍ଷୀୟ ନାବାଳକଙ୍କ ମା’ ଗତ ତିତ୍‌ଲି ବାତ୍ୟାରେ ପ୍ରାଣ ହରାଇ ଥିଲେ।

ଦାବି ପୂରଣ ହେଲାନି: ସମୂହ ଛୁଟିରେ ଯିବେ ଗ୍ରାମ ରୋଜଗାର ସେବକ

ଦାବି ପୂରଣ ହେଲାନି: ସମୂହ ଛୁଟିରେ ଯିବେ ଗ୍ରାମ ରୋଜଗାର ସେବକ

ମାଥିଲି, ୧୪।୧୧ (ଡି.ଏନ.ଏ.)- ମାଲକାନଗିରି ଜିଲାରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକମାନେ (ଜିଆରଏସ) ସମୂହ ଛୁଟିରେ ଯିବେ । ପଞ୍ଚାୟତର କାର୍ଯ୍ୟକୁ ବନ୍ଦ କରି ଆନ୍ଦୋଳନ କରିବେ । ରାଜ୍ୟ ସଂଘର ଡାକରାକ୍ରମେ ମାଲକାନଗିରି ଜିଲା ଗ୍ରାମ ରୋଜଗାର ସେବକ ସଂଘ ମଧ୍ୟ ଏଥିରେ ସାମିଲ ହୋଇଛି । ସଂଘ ଜିଲା ସଭାପତି ରଘୁନାଥ ଗୌଡଙ୍କ ନିର୍ଦ୍ଦେଶକ୍ରମେ ଜିଲାରେ କାର୍ଯ୍ୟରତ ସମସ୍ତ ଜିଆରଏସ ବୁଧବାରଠାରୁ ଛୁଟିରେ ଯିବାକୁ ବ୍ଲକ ପ୍ରଶାସନକୁ ଅବଗତ କରାଇଛନ୍ତି ।

ଏମିତି ଚାଲିଛି ଶିକ୍ଷାଦାନ: ନେହେରୁ ଜୟନ୍ତୀରେ ନେତାଜୀ ଜୟନ୍ତୀ ଶିକ୍ଷା

ଏମିତି ଚାଲିଛି ଶିକ୍ଷାଦାନ: ନେହେରୁ ଜୟନ୍ତୀରେ ନେତାଜୀ ଜୟନ୍ତୀ ଶିକ୍ଷା

ଗୋବିନ୍ଦପାଲି/ମାଥିଲି, ୧୪।୧୧ (ଡି.ଏନ.ଏ.)- ଯଦି ନିଜେ ଶିକ୍ଷକ ଏମିତି । ଆମ ଜିଲାର ପାଠପଢାର ଶୈକ୍ଷିକତା କେମିତି । ଶିକ୍ଷା ଉପରେ ଧାରଣା ନ ଥିବା ଶିକ୍ଷକଙ୍କ ହାତରେ ଆଗାମୀ ଦିନର ଭବିଷ୍ୟତଙ୍କ ଭାଗ୍ୟ ରହିଛି। ମାଲକାନଗିରି ଜିଲାରେ ଏପରି ଏକ ଚିତ୍ର ବୁଧବାର ଦେଖିବାକୁ ମିଳିଛି । ଜିଲାର ଖଇରପୁଟ ବ୍ଲକ ସଦରର କାଦଗୁଡା ପ୍ରାଥମିକ ବିଦ୍ୟାଳୟରେ ଖୋଦ ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ନେଇ ନେହେରୁ ଜୟନ୍ତୀ ପରିବର୍ତ୍ତେ ନେତାଜୀ ଜୟନ୍ତୀ ଉପରେ ଅବଗତ କରାଇଛନ୍ତି ।

ଆମ୍ବଗଛ କାଟିବାକୁ ନେଇ ବିବାଦ: ବାପାଙ୍କୁ ହତ୍ୟା କଲା ପୁଅ

ଆମ୍ବଗଛ କାଟିବାକୁ ନେଇ ବିବାଦ: ବାପାଙ୍କୁ ହତ୍ୟା କଲା ପୁଅ

ମାଥିଲି , ୧୪। ୧୧ (ଡି.ଏନ୍‌.ଏ) - ମାଲକାନଗିରି ଜିଲା ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତ ଅଧୀନ ଉଦୟଗିରି ଗ୍ରାମରେ ଆମ୍ବଗଛକୁ କାଟିବାକୁ ନେଇ ଅଭାବନୀୟ ଘଟଣା ଘଟିଛି ।

ଆତ୍ମହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି

ଆତ୍ମହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି

ଝରିଗାଁ୧୪।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଡାବାଗୁଡା ଗ୍ରାମରେ ବୁଧବାର ସକାଳେ ଜଣେ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ଧନପତି ମୁଦୁଲି(୪୭)।

ବିଜାପୁରରେ ଆଇଡି ବିସ୍ଫୋରଣ, ୪ ବିଏସ୍‌ଏଫ୍‌ ଜବାନ ଆହତ

ବିଜାପୁରରେ ଆଇଡି ବିସ୍ଫୋରଣ, ୪ ବିଏସ୍‌ଏଫ୍‌ ଜବାନ ଆହତ

ରାୟପୁର/ମାଲକାନଗିରି,୧୪।୧୧(ଡି.ଏନ୍‌.ଏ.): ଛତିଶଗଡ଼ ବିଜାପୁର ଘାଟିରେ ମାଓବାଦୀଙ୍କ ଦ୍ୱାରା ଏକ ଆଇଇଡି ବିସ୍ପୋରଣ ହୋଇଛି।  ଏହି ଘଟଣାରେ ୪ ବିଏସ୍‌ଏଫ୍‌ ଜବାନ, ଜଣେ ଡିଆର୍‌ଜି ଏବଂ ଜଣେ ସାଧାରଣ ଲୋକ ଆହତ ହେଇଛନ୍ତି।

ପାଣି ସମସ୍ୟା ସମାଧାନ ଦାବିରେ ଆନ୍ଦୋଳନ: ହାଣ୍ଡି, ଗରା ରଖି ରାସ୍ତାରୋକୋ

ପାଣି ସମସ୍ୟା ସମାଧାନ ଦାବିରେ ଆନ୍ଦୋଳନ: ହାଣ୍ଡି, ଗରା ରଖି ରାସ୍ତାରୋକୋ

ଦଶମନ୍ତପୁର, ୧୪।୧୧(ଡି.ଏନ୍‌.ଏ.)- ପାନୀୟ ଜଳ ସମସ୍ୟା ସମାଧାନ ପାଇଁ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକବାସୀ ମଙ୍ଗଳବାର ଗରା, ମାଠିଆ ଆଦି ରଖି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି। ଖବରପାଇ ସ୍ଥାନୀୟ ବିଡିଓ ଡମ୍ବରୁଧର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଆନ୍ଦୋଳନ ହଟିଥିଲା। 

ଗୁମ୍ମା ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଅଭିଭାବକ

ଗୁମ୍ମା ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଅଭିଭାବକ

ବୈପାରୀଗୁଡା, ୧୪।୧୧ (ଡି.ଏନ୍‌.ଏ.)- ବୈପାରୀଗୁଡା ବ୍ଲକ ଗୁମ୍ମାରେ  କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢା ହେଉ ନଥିବା ଅଭିଯୋଗ କରି  ଶତାଧିକ ଅଭିଭାବକ  ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରାଉ କରିଥିଲେ। ବିଦ୍ୟାଳୟରେ ପାଠପଢା ଆଦୌ ସନ୍ତୋଷଜନକ ନୁହେଁ। 

ତହସିଲଦାରଙ୍କୁ ସିପିଆଇ (ଏମ୍‌) ଦେଲା ଦାବିପତ୍ର

କାଶୀନଗର, ୧୩ା୧୧(ଡି.ଏନ.ଏ.)- ଗଜପତି ଜିଲା କାଶୀନଗର ବ୍ଲକ ସିପିଆଇ(ଏମ୍‌) ପକ୍ଷରୁ ମଙ୍ଗଳବାର ବ୍ଲକସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଦାବି ନେଇ ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଛି। ରାଜ୍ୟ ସମ୍ପାଦକ ଜଗନ୍ନାଥ ମିଶ୍ର, ଡିଓ୍ବାଇଏଫ୍‌ଆଇ ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି, ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ କେ. ମୀନାରାଓ, ସୌମେନ୍ଦ୍ର ଶବର, କେ.ସଞ୍ଜିବ, ଶୁକୁ ଶବର, କାର୍ତ୍ତିକ ଶବରଙ୍କ ନେତୃତ୍ୱରେ କର୍ମୀମାନେ ସ୍ଥାନୀୟ ବସ୍‌ଷ୍ଟାଣ୍ଡରୁ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ।

ବସ୍‌-ବାଇକ୍‌ ଧକ୍କା: ୨ ଗୁରୁତର, ବସ୍‌ ଡ୍ରାଇଭର ଗିରଫ

ବସ୍‌-ବାଇକ୍‌ ଧକ୍କା: ୨ ଗୁରୁତର, ବସ୍‌ ଡ୍ରାଇଭର ଗିରଫ

ଗୋଷାଣି, ୧୩ା୧୧(ଡି.ଏନ.ଏ.)- ଗଜପତି ଜିଲା ଗୋଷାଣି ବ୍ଲକର ଅଡାଗାଁ ନିକଟରେ ମଙ୍ଗଳବାର ଏକ ବାଇକ୍‌ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଏଥିରେ ୨ଜଣ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗୋଷାଣି ବ୍ଲକ ଅଡବା ଗ୍ରାମର ଟେମ୍ବୁରୁ ବୁଡୁ ଓ ନରହରିପୁର ଗ୍ରାମର ରୁଙ୍କୁ ରାଇନା। ଗୁରାଣ୍ଡି ଥାନା ପୋଲିସ ଉକ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ବସ୍‌ ଡ୍ରାଇଭରଙ୍କୁ ଗିରଫ କରିଛି।