ଅନଗୁଳ-ଢେଙ୍କାନାଳ

ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଧମକ

ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଧମକ
କଣିହାଁ, ୧୨ା୯(ଡି.ଏନ.ଏ.)- କଣିହାଁ ଫରେଷ୍ଟ ରେଞ୍ଜ ଅଧୀନସ୍ଥ ଶରଧାପୁର ସେକ୍ସନର ଫରେଷ୍ଟ ଗାର୍ଡ ପିଙ୍କି ଦେହୁରୀଙ୍କୁ ହତ୍ୟା ଧମକ ଦିଆଯାଇଛି। ଏକ ଧମକ ପୂର୍ଣ୍ଣ ଚିଠି ତାଙ୍କ କ୍ୱାର୍ଟର୍ସ ସମ୍ମୁଖରେ ମରାଯାଇଛି। ଏ ନେଇ ପିଙ୍କି ବୁଧବାର କଣିହଁା
ଥାନାରେ ଅଭିଯୋଗ କରିବା ସହ ଡିଏଫ୍‌ଓଙ୍କୁ ମଧ୍ୟ ଜଣାଇଛନ୍ତି। ଏହି ଘଟଣାରେ ବନ ବିଭାଗର କେତେକ କର୍ମଚାରୀ ଓ କାଠ ଚୋରଙ୍କ ହାତ ଥିବା ପିଙ୍କି ପ୍ରକାଶ କରିଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ଜଳିଗଲା ୩ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜଳିଗଲା ୩ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବଇଣ୍ଡା,୧୮।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଆମ୍ବପାଳ ପଞ୍ଚାୟତ ଖଇରାମୁଣ୍ଡା ନିକଟସ୍ଥ ଭାଲୁମୁଣ୍ଡା ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟି ଅମିତାଭ ମୁଣ୍ଡାଙ୍କ ୩ ବଖରା ଜଳିଯାଇଛି।

ବିଜୁ ଯୁବ ବାହିନୀ ପକ୍ଷରୁ  କ୍ରିକେଟ୍‌ ଟୁର୍ନାମେଣ୍ଟ: ବିଲେଇନାଳୀ ଚାମ୍ପିୟନ

ବିଜୁ ଯୁବ ବାହିନୀ ପକ୍ଷରୁ କ୍ରିକେଟ୍‌ ଟୁର୍ନାମେଣ୍ଟ: ବିଲେଇନାଳୀ ଚାମ୍ପିୟନ

ବଇଣ୍ଡା,୧୮।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଖେଳ ପଡ଼ିଆଠାରେ  ଶନିବାର ବିଜୁ ଯୁବ ବାହିନୀ ପକ୍ଷରୁ  କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୪ଟି ଟିମ୍‌ ଅଶଂଗ୍ରହଣ କରିଥିଲେ। 

ବିଦ୍ୟୁତ୍‌  ଆଘାତରେ ଶିଶୁ ମୃତ

ବିଦ୍ୟୁତ୍‌ ଆଘାତରେ ଶିଶୁ ମୃତ

ଅନୁଗୋଳ ଅଫିସ,୧୮।୧୧- ଅନୁଗୋଳ ଥାନା କୁମଣ୍ଡ ଗ୍ରାମରେ ରବିବାର କୁନା ସାହୁଙ୍କ ପୁଅ ଦେବାଶିଷ ସାହୁ (୧୧ମାସ) ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି।  

ଛେଣ୍ଡିପଦା ବିଧାୟକଙ୍କ ଶକ୍ତି ପ୍ରଦର୍ଶନ: ‘ଦଳରେ ଗୋଷ୍ଠୀ କନ୍ଦଳ ନାହିଁ’

ଛେଣ୍ଡିପଦା ବିଧାୟକଙ୍କ ଶକ୍ତି ପ୍ରଦର୍ଶନ: ‘ଦଳରେ ଗୋଷ୍ଠୀ କନ୍ଦଳ ନାହିଁ’

ଅନୁଗୋଳ ଅଫିସ,୧୮ା୧୧- ଅନୁଗୋଳ ଜିଲା ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଶନିବାର ତାଙ୍କ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ଡେରଜାଙ୍ଗ ପ୍ରକଳ୍ପଠାରେ ୧୮ ପଞ୍ଚାୟତର କର୍ମୀଙ୍କୁ ନେଇ ସେ ଏକ ବୈଠକ କରିବା ସହ ଦଳରେ ଗୋଷ୍ଠୀ କନ୍ଦଳ ଉପୁଜିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଦଳ ତୃଣମୂଳ ସ୍ତରରୁ ସଙ୍ଗଠିତ ହୋଇ ରହିଛି ବୋଲି ବିଧାୟକ କହିଛନ୍ତି।

କମଳାଙ୍ଗ ହାତୀମୃତ୍ୟୁକୁ ବିତିଲା ୩ ସପ୍ତାହ: ଖସିଗଲେ ବଡ଼ବଡ଼ିଆ, ଛନ୍ଦିହେଲେ ତଳିଆ

କମଳାଙ୍ଗ ହାତୀମୃତ୍ୟୁକୁ ବିତିଲା ୩ ସପ୍ତାହ: ଖସିଗଲେ ବଡ଼ବଡ଼ିଆ, ଛନ୍ଦିହେଲେ ତଳିଆ

ଢେଙ୍କାନାଳ ଅଫିସ, ୧୮ା୧୧- ବହୁଚର୍ଚ୍ଚିତ କମଳାଙ୍ଗ ହାତୀମୃତ୍ୟୁ ପ୍ରସଙ୍ଗ ତାତି କମିଲାଣି। ଧୀରେ ଧୀରେ ଶୀଥିଳ ପଡ଼ିବାରେ ଲାଗିଛି ଏହି ସ୍ପର୍ଶକାତର ଘଟଣା। ତଳିଆ କର୍ମଚାରୀଙ୍କ ମୁଣ୍ଡରେ ବୋଳା ହୋଇଛି ଅଠା। ଖସିଯାଇଛନ୍ତି ବଡ଼ବଡ଼ିଆ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ତଦନ୍ତରେ ଆଖିଦୃଶିଆ ଅଗ୍ରଗତି ହୋଇନି। ଦୁର୍ଘଟଣାର ୩ ସପ୍ତାହ ପରେ ବି ହାତ ବାନ୍ଧି ବସିଛି କ୍ରାଇମବ୍ରାଞ୍ଚ ।

ସାତକୋଶିଆ ମହାବଳ ମୃତ୍ୟୁ ଘଟଣା: ଫେରିଲେ ଏନ୍‌ଟିସିଏ, ଡବ୍ଲ୍ୟୁଆଇଆଇ ବିଶେଷଜ୍ଞ

ସାତକୋଶିଆ ମହାବଳ ମୃତ୍ୟୁ ଘଟଣା: ଫେରିଲେ ଏନ୍‌ଟିସିଏ, ଡବ୍ଲ୍ୟୁଆଇଆଇ ବିଶେଷଜ୍ଞ

ବନ୍ତଳା, ୧୮।୧୧ (ଡି.ଏନ.ଏ)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମଧ୍ୟପ୍ରଦେଶ କାହ୍ନାରୁ ଆସିଥିବା ମହାବଳ ମହାବୀର ମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛନ୍ତି ଏନ୍‌ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ) ଓ ଡବ୍ଲ୍ୟୁଆଇଆଇ (ୱାଇଲ୍ଡ ଲାଇଫ ଇନିଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ) କର୍ତ୍ତୃପକ୍ଷ। ତଦନ୍ତ ସାରି ଶନିବାର ଅପରାହ୍ନରେ ସେମାନେ ଫେରିଯାଇଛନ୍ତି। 

ମେଡିକାଲ ଛାତରୁ ପଡି ରୋଗୀଙ୍କ ମୃତ୍ୟୁ

ମେଡିକାଲ ଛାତରୁ ପଡି ରୋଗୀଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ୍‌, ୧୮।୧୧: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ସକାଳେ ମେଡିକାଲ ଛାତରୁ ପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। 

ଦୁର୍ଘଟଣାରେ ଭଣଜା ମୃତ, ମାମୁ ଗୁରୁତର

ଦୁର୍ଘଟଣାରେ ଭଣଜା ମୃତ, ମାମୁ ଗୁରୁତର

ପାଲଲହଡ଼ା,୧୭।୧୧(ଡି.ଏନ.ଏ.)- ଅନୁଗୁଳ ଜିଲା ପାଲଲହଡା ବ୍ଲକ ୧୪୯ନଂ. ଜାତୀୟ ରାଜପଥ ବାରକୋଟିଆ ନିକଟରେ ଶନିବାର ଏକ ସ୍କୁଟି ଭାରମାମ୍ୟ ହରାଇ ଖୁଣ୍ଟିରେ ଧକ୍କା ହୋଇଛି। ଏଥିରେ ଭଣଜା ଜମ୍ବୁଆ ଗ୍ରାମର କିରଣ କିଷାନ(୪) ପ୍ରାଣ ହରାଇଥିବାବେଳେ ମାମୁ କୁମ୍ଭୀବହଲ ଗ୍ରାମର ପପୁ କିଷାନ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ବିପଦସଙ୍କୁଳ ଅବସ୍ଥାରେ ରହିଛି ୧୧ କେଭି ବିଦ୍ୟୁତ୍‌  ଖୁଣ୍ଟ:   ସ୍ଥାନାନ୍ତର ନ କରି ମାଟି ଖୋଳିଲେ ଠିକାଦାର

ବିପଦସଙ୍କୁଳ ଅବସ୍ଥାରେ ରହିଛି ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ: ସ୍ଥାନାନ୍ତର ନ କରି ମାଟି ଖୋଳିଲେ ଠିକାଦାର

ବଇଣ୍ଡା,୧୭।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ଗାଁ ବଇଣ୍ଡା ଗ୍ରାମରେ ଥିବା ୧୧ କେଭି ବିଦ୍ୟୁତ୍‌  ଖୁଣ୍ଟ ଗୁଡ଼ିକ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିଯୋଗୁ  ସାଧାରଣ ଲୋକ ଓ ବାଟୋଇଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଘଟଣାରୁ ପ୍ରକାଶ, ବଇଣ୍ଡାଠାରୁ ଆଠମଲ୍ଲିକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାକୁ ପ୍ରଶସ୍ତିକରଣ କରାଯାଉଛି। ରାସ୍ତାର ଦୁଇପାର୍ଶ୍ୱ ୨ ମିଟର ନୂତନ ରାସ୍ତା  ନିର୍ମାଣ କରାଯାଉଥିବାବେଳେ ଠିକାଦାରଙ୍କ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି।

ପରିବେଶ ସୁରକ୍ଷିତ ରହିଲେ ସଭ୍ୟତା ତିଷ୍ଠିବ

ପରିବେଶ ସୁରକ୍ଷିତ ରହିଲେ ସଭ୍ୟତା ତିଷ୍ଠିବ

ସାତମାଇଲ, ୧୭।୧୧(ଡି.ଏନ.ଏ.)-ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତ ଖଣ୍ଡତିରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୋଳ କଲ୍ୟାଣ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶନିବାର ଜଙ୍ଗଲ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ରଞ୍ଜନ କୁମାର ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍‌ ରମେଶ ମିଶ୍ର, ସମ୍ମାନିତ ଅତିଥି ସାମାଜିକ କର୍ମୀ ଦିଲୀପ ଦାସ, ପରିବେଶବିତ୍‌ ରତିକାନ୍ତ ଗଡ଼ନାୟକ, ତ୍ରିଲୋଚନ ଗଡ଼ନାୟକ ଯୋଗଦେଇଥିଲେ। କ୍ରମାଗତ ଜଙ୍ଗଲ ସମ୍ପଦ ଅବକ୍ଷୟ ଯୋଗୁ ତାପମାତ୍ରା ବଢ଼ିଚାଲିଛି। 

ସ୍ବଚ୍ଛତା ହିଁ ସ୍ବାଭିମାନ

ସ୍ବଚ୍ଛତା ହିଁ ସ୍ବାଭିମାନ

କାମାକ୍ଷାନଗର, ୧୭।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର  ସ୍ବଚ୍ଛ ଭାରତ ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝରସ୍ଥିତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜନସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। 

ମୁଁ ହିରୋ କାର୍ଯ୍ୟକ୍ରମ

ମୁଁ ହିରୋ କାର୍ଯ୍ୟକ୍ରମ

ଭୁବନ,୧୭।୧୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ କୁନିନ୍ଦା ମହାବିଦ୍ୟାଳୟ ପରିସରରେ ଶନିବାର ବିଜୁ ଯୁବ ବାହିନୀ ପକ୍ଷରୁ ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।