ରାୟଗଡା

ଅଦାବୋଝେଇ ଟ୍ରକ ଲୁଟିନେଲେ ଦୁର୍ବୃତ୍ତ: ପରେ ଉଦ୍ଧାର କଲା ପୋଲିସ

ଅଦାବୋଝେଇ ଟ୍ରକ ଲୁଟିନେଲେ ଦୁର୍ବୃତ୍ତ: ପରେ ଉଦ୍ଧାର କଲା ପୋଲିସ
ବୈପାରୀଗୁଡ଼ା,୧୨।୯(ଡି.ଏନ୍‌.ଏ.): ମଙ୍ଗଳବାର ଅପରାହ୍ନରେ ଲମତାପୁଟ ରାସ୍ତା କୋଟା ଛକ ନିକଟସ୍ଥ କାଳିମନ୍ଦିର ନିକଟରେ କେତେକ ଦୁର୍ବୃତ୍ତ ଏକ ଅଦା ବୋଝେଇ ଟ୍ରକକୁ ଲୁଟିନେଇଛନ୍ତି। ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ତାଙ୍କଠାରୁ ୩୦ ହଜାର ଟଙ୍କା ମଧ୍ୟ ଛଡ଼ାଇ ନେଇଛନ୍ତି। ନନ୍ଦପୁର ଥାନା ଥୁବା ପଞ୍ଚାୟତ ପାତ୍ରପଣ୍ଡି ଗ୍ରାମରୁ ଏକ ଅଦା ବୋଝେଇ ଟ୍ରକ (ସି ଜି ୦୮ ୨୧୧୦) ଉତ୍ତରପ୍ରଦେଶ ଯାଉଥିଲା। ବାଟରେ କାଳିମନ୍ଦିର ନିକଟରେ ୧୦ରୁ ୧୨ ଜଣ ଦୁର୍ବୃତ୍ତ ଟ୍ରକଟିକୁ ଅଟକାଇ ଡ୍ରାଇଭର ଶମ୍ଭୁ ବର୍ମାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ପକେଟ୍‌ରୁ ୩୦ ହଜାର ଟଙ୍କା ଓ ଟ୍ରକ୍‌ ଚାବି ଛଡ଼ାଇ ନେଇଥିଲେ। ଡ୍ରାଇଭର ଏବଂ ହେଲ୍ପରକୁ ଓହ୍ଲାଇ ସେମାନେ ଟ୍ରକଟିକୁ ଅପହରଣ କରି ନେଇଥିଲେ। ଡ୍ରାଇଭର ଫୋନ୍‌କରି ମାଲିକଙ୍କୁ ଜଣାଇବା ପରେ ସେ ନନ୍ଦପୁର ଥାନାକୁ ଖବର ଦେଇଥିଲେ। ନନ୍ଦପୁର ଥାନାଠାରୁ ବୈପାରୀଗୁଡା ପୋଲିସ ଖବର ପାଇ ଏସ୍‌.ଆଇ ଜିତେନ୍ଦ୍ର ନାୟକ ଦଶମନ୍ତପୁର ପଞ୍ଚାୟତ ଶୁକୁଆପଦରଠାରେ ଅପହୃତ ଟ୍ରକ୍‌କୁ ଠାବ କରିଥିଲେ। ସେଠାରେ ତାଙ୍କୁ ଦେଖି ୩ ଜଣ ଦୁର୍ବୃତ୍ତ ସ୍କୁଟିରେ ଖସି ପଳାଇଥିଲେ। ସେଠାରେ ସେମାନେ ଆଣିଥିବା ଏକ ସିଡି ଡିଲକ୍ସ ବାଇକ ଛାଡ଼ିଯାଇଥିବା ବେଳେ ପୋଲିସ ତାହାକୁ ଜବତ କରିଥିଲା।
All Right Reserved By

ରାୟଗଡା

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

ଚନ୍ଦ୍ରପୁର,୨୦ା୪(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସୋରଡ଼ା ସଦର ମହକୁମାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଥିବା ଗ୍ରାମ ମଙ୍ଗଳ ବିଭାଗର ଛାତ୍ରୀ ନିବାସରେ ୧୦୦ ଆଦିବାସୀ ଛାତ୍ରୀ ରୁହନ୍ତି

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ରାୟଗଡା ଅଫିସ୍‌, ୨୦ା୪- ରାୟଗଡା ଜିଲା ଅଦାଲତ ପରିସରରେ ଶନିବାର ଏକ ଲୋକ ଅଦାଲତ ଉଦ୍‌ଘାଟିତ ହୋଇଯାଇଛିହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଦାଲତକୁ ଉଦ୍‌ଘାଟନ କରିଥିଲେ ା 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳାଳିଙ୍କଠାରୁ କେନ୍ଦୁପତ୍ର ଖରିଦ କରିବା ଆରମ୍ଭ କରିଛନ୍ତି। ମାତ୍ର ମାଲକାନଗିରି ସଦର ବ୍ଲକ ଗୋରାଖଣ୍ଟା ପଞ୍ଚାୟତର ୧୧ଟି ଗ୍ରାମର ଗ୍ରାମବାସୀ କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି। 

୩ ହାର୍ଡକୋର ମାଓବାଦୀ ଗିରଫ

୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି,୧୯।୪ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ୩ ଜଣ ହାର୍ଡକୋର ମାଓବାଦୀଙ୍କୁ ପୋଲିସ ଗିରଫ କରିଛି।

ବିଦ୍ୟୁତ ଆଘାତରେ  ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପାପଡାହାଣ୍ଡି,୧୯।୪(ଡ.ିଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ଖୁଣ୍ଟରେ ଚଢି ତାର ମରାମତି ସମୟରେ ବିଦ୍ୟୁତ ଆଘାତରେ ମନ କାତିଙ୍କ ମୃତ୍ୟୁ ହୋଇଥିଲା । ଶୁକ୍ରବାର କଚିଆଗୁଡା ଗ୍ରାମବାସୀ  କ୍ଷତିପୂରଣ ଦାବି କରି ଟାୟାର ଜାଳି ରାସ୍ତାରୋକୋ କରିଥିଲେ। 

ନାଲକୋ ହିଲ୍‌ଟପ୍‌ରେ ଛାଇଗଲା କୁଆପଥର

ନାଲକୋ ହିଲ୍‌ଟପ୍‌ରେ ଛାଇଗଲା କୁଆପଥର

ଦାମନଯୋଡ଼ି/କୋରାପୁଟ,୧୯ା୪(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ିରେ ଶୁକ୍ରବାର ଅପରାହ୍ନରେ ପ୍ରବଳ କୁଆପଥର ବର୍ଷା ହୋଇଛି। ଏଥିରେ ନାଲକୋର ହିଲଟପ୍‌ ବରଫାବୃତ୍ତ ହୋଇ କାଶ୍ମୀରର ଭ୍ରମ ସୃଷ୍ଟି କରିଛି। 

ଆବାସ ଅଧାରେ ଥାଇ ହଡ଼ପ ହେଉଛି ଅର୍ଥ

ଆବାସ ଅଧାରେ ଥାଇ ହଡ଼ପ ହେଉଛି ଅର୍ଥ

ଦଶମନ୍ତପୁର,୧୯।୪(ଡି.ଏନ୍‌.ଏ.): ଆବାସ ଯୋଜନାରେ ଦୁର୍ନୀତିର ଗନ୍ତାଘର ସାଜିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ। କେଉଁଠି ପୁନାଦିରେ କାମ ରହି ମଧ୍ୟ ଶେଷ ବିଲ୍‌ ଉଠାଯାଇ ଥିବାବେଳେ ଅନ୍ୟ କେଉଁଠି ଗୃହ ସଂପୂର୍ଣ୍ଣ ହୋଇ ନଥିଲେ ହେଁ କାର୍ଯ୍ୟାଳୟରେ ଫଟୋ ଦେଖାଇ କିଛି କର୍ମଚାରୀଙ୍କ ସହ ସଲାସୁତୁରାରେ ଟଙ୍କା ଉଟିଛି।

ଚାଷ ଉଜାଡୁଛି ପଥର କ୍ୱାରି, କ୍ରଶର

ଚାଷ ଉଜାଡୁଛି ପଥର କ୍ୱାରି, କ୍ରଶର

ନନ୍ଦପୁର,୧୯।୪(ଡି.ଏନ୍‌.ଏ.): ନନ୍ଦପୁର ବ୍ଲକ ଘାଗ ଗ୍ରାମ ନିକଟରେ ଏକ ପଥର କ୍ୱାରି ସହ କ୍ରସର ଚାଲୁଥିବା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜୁଥିବା ସ୍ଥାନୀୟ ଗ୍ରାମବାସୀ   ନନ୍ଦପୁର ଥାନାରେ ଏତଲା ଦେଇଛନ୍ତି।

ବିହନ ଅନୁକୂଳ, ସାଥୀ ବାଛିବାର ପର୍ବ ‘ଚୈତ୍ର’: ଗୀତବାଦ୍ୟ ସହ ଢେମ୍‌ସା ନାଚରେ କମ୍ପୁଛି ଆଦିବାସୀ ପଡ଼ା

ବିହନ ଅନୁକୂଳ, ସାଥୀ ବାଛିବାର ପର୍ବ ‘ଚୈତ୍ର’: ଗୀତବାଦ୍ୟ ସହ ଢେମ୍‌ସା ନାଚରେ କମ୍ପୁଛି ଆଦିବାସୀ ପଡ଼ା

କୋରାପୁଟ,୧୯।୪(ସ୍ବ.ପ୍ର.): କୋରାପୁଟ ଜିଲାର ଆଦିବାସୀ ବହୁଳ ଅଞ୍ଚଳ ଚୈତ୍ର ପରବ ପାଇଁ ଉତ୍ସବମୁଖର ହୋଇପଡ଼ିଛି। ଆଦିବାସୀ ତରୁଣୀଙ୍କ ଢେମସା ନାଚ ସାଙ୍ଗକୁ ମାଇକରେ ଆଦିବାସୀ ଗୀତ ସାଙ୍ଗକୁ ଯୁବକଙ୍କ ବାଦ୍ୟ ଗାଁଦାଣ୍ଡ ପ୍ରକମ୍ପିତ କରୁଛି। 

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ଜୀବନ ଗଲା,  କ୍ଷତି ପୂରଣ ଦାବିରେ  ରାସ୍ତାରୋକୋ

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ଜୀବନ ଗଲା, କ୍ଷତି ପୂରଣ ଦାବିରେ ରାସ୍ତାରୋକୋ

ପାପଡ଼ାହାଣ୍ଡି, ୧୯।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ବିଦ୍ୟୁତ୍‌ ତାର ସଜାଉଥିବା ବେଳେ ଏହାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। 

୪ ଶିଶୁ ଶ୍ରମିକଙ୍କୁ ବିହାରରୁ ଉଦ୍ଧାର କରିବ ଶିଶୁ କଲ୍ୟାଣ ସମିତି

ପାରଳାଖେମୁଣ୍ଡି, ୧୯।୪ (ସ୍ବ.ପ୍ର.) - ଗଜପତି ଜିଲା ସଦର ପାରଳାଖେମୁଣ୍ଡିସ୍ଥିତ ଶିଶୁ କଲ୍ୟାଣ ସମିତି ପକ୍ଷରୁ ବିହାରରେ ଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଆଣିବା ପାଇଁ ବ୍ୟବସ୍ଥା ହେଉଥିବା ଶିଶୁକଲ୍ୟାଣ ସମିତି ପକ୍ଷରୁ କୁହାଯାଇଛି। 


Model This Week

କ୍ରିଷ୍ଣା
Why Dharitri