ଅନ୍ତର୍ଜାତୀୟ |

ଦୁଇ ମାସର ଶିଶୁପୁତ୍ରକୁ ଲୁଣ ଦେଇ ମାରିଦେଲେ ମା’

ଦୁଇ ମାସର ଶିଶୁପୁତ୍ରକୁ ଲୁଣ ଦେଇ ମାରିଦେଲେ ମା’
ଢାକା, ୧୨।୯: ଦୁଇମାସର ଶିଶୁ ପୁତ୍ରକୁ ଲୁଣ ଦେଇ ମାରିଦେଲା ଜନ୍ମ କଲା ମା’। ଏଭଳି ଅମାନୁଷିକ ଘଟଣାଟି ଘଟିଛି ବାଂଲାଦେଶର ଦୋହାର ଉପଜିଲାରେ। ଅଭିଯୁକ୍ତ ମା’କୁ ଗିରଫ କରିଛି ବାଂଲାଦେଶ ପୋଲିସ। ଶିଶୁକୁ ଖାଇବାକୁ ଦେବାକୁ କିଛି ନ ଥିବାରୁ ବାଧ୍ୟହୋଇ ସେ ନିଜ ଛୁଆକୁ ମାରିଦେଲି ବୋଲି ଗିରଫ ପରେ ବୟାନ ଦେଇଛନ୍ତି ଅଭିଯୁକ୍ତ ମା’। ୨୧ ବର୍ଷୀୟ ସାଥି ନାମକ ଜଣେ ମହିଳା ସ୍ବାମୀ ମହମ୍ମଦ ବାଛୁଙ୍କୁ କ୍ଷୀର ଆଣିବାକୁ କହିଥିଲେ। ପାଖରେ ଟଙ୍କା ନ ଥିବାରୁ ସେ କ୍ଷୀର ନ ଆଣି ଘରକୁ ଖାଲି ହାତରେ ଫେରିଥିଲେ। ସାଥି ଟଙ୍କା ଯୋଗାଡ କରିବାକୁ ଅସମର୍ଥ ହେବାରୁ ରାଗରେ ନିଜ ଶିଶୁପୁତ୍ରକୁ ଲୁଣ ଖୁଆଇ ଦେଇଥିଲେ। ଏହାପରେ ଶିଶୁଟି ଦେହ ଖରାପ ହୋଇଯାଇଥିଲା। ସେ ନିଃଶ୍ୱାସ ଠିକ୍‌ ଭାବେ ନେଇପାରି ନ ଥିଲେ। ଫଳରେ ସାଥି ଶିଶୁଟିକୁ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୩ ବର୍ଷ ତଳେ ସାଥି ବାଛୁକୁ ବିବାହ କରିଥିଲେ। ବାଛୁ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ଶିଶୁପୁତ୍ର ମାରିବା ଘଟଣାରେ ସ୍ତ୍ରୀ ନାଁରେ ସେ କେସ ଦେଇଥିଲେ।

All Right Reserved By

ଅନ୍ତର୍ଜାତୀୟ |

ବର୍ଷେ ତଳେ ନିଖୋଜ ଥିବା ବୁଡାଜାହାଜର ସନ୍ଧାନ ମିଳିଲା

ବର୍ଷେ ତଳେ ନିଖୋଜ ଥିବା ବୁଡାଜାହାଜର ସନ୍ଧାନ ମିଳିଲା

ବ୍ୟୁସୋସ୍‌ ଏରିସ,୧୭।୧୧: ଆର୍ଜେଣ୍ଟିନା ନୌସେନାର ଏକ ବୁଡାଜାହାଜ ବର୍ଷେ ତଳେ ନିଖୋଜ ହୋଇଥିବା ବେଳେ ଏବେ ଏହାର ସନ୍ଧାନ ମିଳିଛି। ପ୍ରାୟ ୪୪ଜଣ ଚାଳକଦଳଙ୍କୁ ନେଇ ଯାଉଥିବା ଉକ୍ତ ଜାହାଜରେ ବିସ୍ଫୋରଣ ହେବା ପରେ ଏହା ନିଖୋଜ ହୋଇଯାଇଥିଲା।

ଆମେରିକାରେ ବରଫ ଝଡ଼: ୮ ମୃତ

ଆମେରିକାରେ ବରଫ ଝଡ଼: ୮ ମୃତ

ନ୍ୟୁୟର୍କ,୧୭।୧୧: ଆମେରିକାର ପୂର୍ବ ଭାଗରେ ହୋଇଥିବା ବରଫ ଝଡ଼ରେ ଅତିକମ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।

ଇତିହାସର ସବୁଠାରୁ ବଡ ଅଗ୍ନିକାଣ୍ଡ

ଇତିହାସର ସବୁଠାରୁ ବଡ ଅଗ୍ନିକାଣ୍ଡ

ଓ୍ବାଶିଂଟନ,୧୬।୧୧: ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଇତିହାସର ସବୁଠାରୁ ବଡ ଓ ଭୟଙ୍କର ଅଗ୍ନିକାଣ୍ଡ ବୋଲି କୁହାଯାଉଛି। ଦିନକୁ ଦିନ ଏହା କମିବା ପରିବର୍ତ୍ତେ ବଢି ଚାଲିଛି।

ବଳାତ୍କାର ଅଭିଯୋଗ: ଧର୍ମଗୁରୁଙ୍କ ଯୌନାଙ୍ଗ କାଟି ପୋଲିସ ନିକଟରେ ପହଞ୍ଚିଲେ ପୀଡ଼ିତାଙ୍କ ପିତା

ବଳାତ୍କାର ଅଭିଯୋଗ: ଧର୍ମଗୁରୁଙ୍କ ଯୌନାଙ୍ଗ କାଟି ପୋଲିସ ନିକଟରେ ପହଞ୍ଚିଲେ ପୀଡ଼ିତାଙ୍କ ପିତା

କେପ୍‌ ଟାଉନ୍‌,୧୬।୧୧: ଦକ୍ଷିଣ ଆଫ୍ରିକାରେ ଯୌନ ଶୋଷଣକୁ ନେଇ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୯ ବର୍ଷୀୟା ବାଳିକାଙ୍କୁ ଜଣେ ଧର୍ମଗୁରୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ନୂଆଦିଲ୍ଲୀ/ ବେଜିଂ,୧୬।୧୧: ଭାରତ ଉପରେ ପୁଣି ଡ୍ରାଗନ୍‌ ଆରମ୍ଭ କରିଛି ଦାଦାଗିରି। ଲଦାଖର ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। 

ହାଇଟେକ୍‌ ଅସ୍ତ୍ରଶସ୍ତ୍ର ପରୀକ୍ଷା କଲା ଉତ୍ତରକୋରିଆ

ହାଇଟେକ୍‌ ଅସ୍ତ୍ରଶସ୍ତ୍ର ପରୀକ୍ଷା କଲା ଉତ୍ତରକୋରିଆ

ପୋୟାଙ୍ଗୟଙ୍ଗ,୧୬।୧୧: ଉତ୍ତରକୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ବନ୍ଦ କରିଛି। ତେବେ ସମ୍ପ୍ରତି କେତେକ ହାଇଟେକ୍‌ ଅସ୍ତ୍ରଶସ୍ତ୍ର ଏହି ଦେଶ ପରୀକ୍ଷା କରିଛି। 

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧: ଜୀବ ଜଗତ ଉପରେ ଘନେଇ ଆସୁଛି ବିପଦ। ଗତ ଶହେ ବର୍ଷଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ। 

ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ: ୩୫ ମୃତ

ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ: ୩୫ ମୃତ

ଆଫଗାନିସ୍ତାନ,୧୫।୧୧: ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଗୁରୁବାର ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗକୁ ଏହା ବଢିପାରେ ବୋଲି ଆଲୋଚନା ହେଉଛି।

ଭାବି ସ୍ବାମୀଙ୍କ ମୃତ୍ୟୁ ପରେ ନବବଧୂ ବେଶରେ ସଜେଇ ହେଲେ ଯୁବତୀ

ଭାବି ସ୍ବାମୀଙ୍କ ମୃତ୍ୟୁ ପରେ ନବବଧୂ ବେଶରେ ସଜେଇ ହେଲେ ଯୁବତୀ

ଜାକର୍ତ୍ତା,୧୫।୧୧: ଗତ ଅକ୍ଟୋବରରେ ଇଣ୍ଡୋନେସିଆର ଲାୟନ ଏୟାର ଫ୍ଲାଇଟ୍‌ ୬୧୦ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। 

ଜଳବାୟୁ ପରିବର୍ତ୍ତନ ଯୋଗୁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

ଜଳବାୟୁ ପରିବର୍ତ୍ତନ ଯୋଗୁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧:  ସିନ୍ଧୁ ସଭ୍ୟତା ଧ୍ୱଂସ ହେବାର କାରଣ ଖୋଜି ପାଇଛନ୍ତି ପ୍ରତ୍ନତତ୍ତ୍ୱବିତ୍‌। 

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସ ଅତିଥି

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସ ଅତିଥି

ନୂଆଦିଲ୍ଲୀ/କେପ୍‌ ଟାଉନ୍‌,୧୫।୧୧: ଆସନ୍ତା ଗଣତନ୍ତ୍ର ଦିବସରେ ଅତିଥିଭାବେ ଭାରତ ଆସିବେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାୟରିଲ ରାମାଫୋସା। 

ପାକିସ୍ତାନରେ ଶିକ୍ଷାଲାଭରୁ ବଞ୍ଚିତ ୨.୨୫ କୋଟି ଶିଶୁ

ପାକିସ୍ତାନରେ ଶିକ୍ଷାଲାଭରୁ ବଞ୍ଚିତ ୨.୨୫ କୋଟି ଶିଶୁ

ଇସଲାମାବାଦ୍‌,୧୫।୧୧: ପାକିସ୍ତାନରେ ୨.୨୫ କୋଟି ଶିଶୁ  ପ୍ରାଥମିକ ଶିକ୍ଷାଲାଭରୁ ବଞ୍ଚିତ।