ଅନଗୁଳ-ଢେଙ୍କାନାଳ

ପୋଡିହୋଇ ମା’ ଝିଅଙ୍କ ମୃତ୍ୟୁ ଘଟଣା: ଡାକ୍ତରଙ୍କୁ ଘେରିଲେ ମହିଳା

ପୋଡିହୋଇ ମା’ ଝିଅଙ୍କ ମୃତ୍ୟୁ ଘଟଣା: ଡାକ୍ତରଙ୍କୁ ଘେରିଲେ ମହିଳା
ଭୁବନ, ୧୨ା୯ (ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଏନଏସି ୩ ନଂ. ଓାର୍ଡ ଗୋଡିପାଟଣାର ମମତା ଓ ତାଙ୍କ ଝିଅ ଜ୍ୟୋତ୍ସ୍ନାମୟୀଙ୍କ ପୋଡିହୋଇ ମୃତ୍ୟୁ ଘଟଣାରେ ବୁଧବାର ମହିଳା ସୟଂସହାୟକ ଗୋଷ୍ଠୀ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ଘେରାଉ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ବିଳମ୍ବ ହେବାରୁ ଠିକ୍‌ ଭାବେ ମୃତଦେହ ବ୍ୟବଚ୍ଛେଦ କରାଯାଇ ନ ଥିବା ଅଭିଯୋଗ କରି ମହିଳାମାନେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ରମେଶ ଚନ୍ଦ୍ର ସାହୁଙ୍କୁ ଘେରାଉ କରିଥିଲେ। ସେମାନଙ୍କ ଅଭିଯୋଗ କରିଛନ୍ତି, ଉଭୟ ମା, ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ସତ୍ତ୍ୱେ ଏହାକୁ ଗୁରୁତ୍ୱ ନ ଦେଇ ଚପାଇ ଦେବାକୁ ଉଦ୍ୟମ କରାଯାଉଛି। ତେଣୁ ବ୍ୟବଚ୍ଛେଦ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି। ଅଭିଯୁକ୍ତଙ୍କ ସମ୍ପର୍କୀୟ ଲୋକ ଡାକ୍ତରଖାନାରେ କର୍ମଚାରୀ ଥିବାରୁ ଏପରି କରାଯାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବ୍ୟବଚ୍ଛେଦ ଦାୟିତ୍ୱରେ ଥିବା ଡା. ରମେଶ ଚନ୍ଦ୍ର ସାହୁ କୁହନ୍ତି, ବ୍ୟବଚ୍ଛେଦ ସରିଛି। ଆଜି ସଂଧ୍ୟା  ମଧ୍ୟରେ ପୋଲିସକୁ ରିପୋର୍ଟ ପ୍ରଦାନ କରାଯିବ। 

All Right Reserved By

ଅନଗୁଳ-ଢେଙ୍କାନାଳ

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ତାଳଚେର,୧୯ା୩(ନି.ପ୍ର.)- ତାଳଚେର ବ୍ଲକ ଚାଇଁପାଳ ଗ୍ରାମ ନିକଟରୁ ସୋମବାର ରାତିରେ ଏକ କୋଇଲା ବୋଝେଇ ଟ୍ରକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଶହେ ପେଟି ମଦ ଜବତ, ୨ ଗିରଫ

ଶହେ ପେଟି ମଦ ଜବତ, ୨ ଗିରଫ

ତାଳଚେର,୧୯ା୩(ନି.ପ୍ର.)- କଲିୟାରୀ ପୋଲିସ ସୋମବାର ରାତିରେ ତାଳଚେର ବ୍ଲକ ଡଅଁରା ଗ୍ରାମରୁ ଏକ ଗାଡ଼ି ସହ ଶହେ ପେଟି ବିଦେଶୀ ମଦ ଜବତ କରିଛି। 

ନିର୍ବାଚନ ପରିଚାଳନା ବୈଠକ:  ତତ୍ପର ରହିବାକୁ ନିର୍ଦ୍ଦେଶ

ନିର୍ବାଚନ ପରିଚାଳନା ବୈଠକ: ତତ୍ପର ରହିବାକୁ ନିର୍ଦ୍ଦେଶ

କାମାକ୍ଷାନଗର,୧୯।୩(ଡି.ଏନ୍‌.ଏ.)-କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ନିର୍ବାଚନ ପରିଚାଳନା ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଏଥିରେ ସଭାପତିତ୍ୱ କରିଥିଲେ। ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନ କାମାକ୍ଷାନଗର ଏବଂ ପରଜଙ୍ଗ ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ କରିବାକୁ ଉପଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

 ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ବଇଣ୍ଡା,୧୯।୩(ଡି.ଏନ.ଏ.)- ହଣ୍ଡପା ଥାନା ବଇଣ୍ଡା ଶିକ୍ଷକପଡ଼ା ଅଞ୍ଚଳର କିର୍ତ୍ତନ ବିହାରୀ ପ୍ରଧାନଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ  ଲକ୍ଷାଧିକ ଟଙ୍କାର ସୁନା, ରୂପା ଚୋରି କରି  ନେଇ ଯାଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ. ୪୦/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

କୁଲାଡ଼ ସାରକିଲି କ୍ରିକେଟ : ତୁଳସୀପାଳ ଚାମ୍ପିୟନ

କୁଲାଡ଼ ସାରକିଲି କ୍ରିକେଟ : ତୁଳସୀପାଳ ଚାମ୍ପିୟନ

ବଅଁରପାଳ,୧୯।୩(ଡି.ଏନ.ଏ.)- ବଅଁରପାଳ ବ୍ଲକ କୁଲାଡ଼ ବାବାସ କ୍ଲବ ପକ୍ଷରୁ  ଚାଲିଥିବା ସାରକିଲି କ୍ରିକେଟ୍‌ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। 

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଛେଣ୍ଡିପଦା,୧୯ା୩(ଡି.ଏନ.ଏ.)- ଛେଣ୍ଡିପଦା-ଅନୁଗୋଳ ପୂର୍ତ୍ତ ରାସ୍ତାର ପଳାଶବଣିଆ ଗ୍ରାମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଲୁଟ୍‌ ଉଦ୍ୟମ କରିଥିବା ଦୁଇ ରାଜପଥ ଲୁଟେରାଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି। ଏଥିସହ ଜଙ୍ଗଲ ମଧ୍ୟରେ ଲୁଚା ଯାଇଥିବା ଟ୍ରକ୍‌କୁ ପୋଲିସ ଉଦ୍ଧାର କରିଛି।

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଅନୁଗୋଳ ଅଫିସ, ୧୯।୩: ଅନୁଗୋଳ କୋର୍ଟ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନୀ କକ୍ଷରେ ଓକିଲ ସଂଘ ନିର୍ବାଚନ ପାଇଁ  ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି।  ୬ଟି ପଦ ପାଇଁ ମୋଟ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଭୂପେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। 

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର  ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ପରଜଙ୍ଗ,୧୯ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ୨ନଂ ଜୋନର ମୁକ୍ତାପସୀ ପଞ୍ଚାୟତ ମୁକ୍ତାପସୀ ଛକ ନିକଟରେ ମଙ୍ଗଳବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  ହକ ମାଗୁଛି ଓଡିଶା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। 

ଚିକିତ୍ସା ପାଇଁ ମାଚ୍ୟୁରିଟି ଟଙ୍କା ମିଳିଲାନି

ଚିକିତ୍ସା ପାଇଁ ମାଚ୍ୟୁରିଟି ଟଙ୍କା ମିଳିଲାନି

ଢେଙ୍କାନାଳ ଅଫିସ,୧୯ା୩ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କା ନ ମିଳିବାରୁ ଢେଙ୍କାନାଳ ନୂଆ ଶାସନଠାରେ ଥିବା ସାହାରା ଇଣ୍ଡିଆ ଶାଖା କାର୍ଯ୍ୟାଳୟରେ ସୋମବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଛି। ଟଙ୍କା ଦେବାକୁ ଦାବି କରି ଜମାକାରୀମାନେ ଶାଖା କର୍ମଚାରୀଙ୍କୁ ସନ୍ଧ୍ୟା ୭ଟା ପରଠାରୁ ଖବରଲେଖା ହେବା ସୁଦ୍ଧା ଅଟକ ରଖିଛନ୍ତି। ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ପଚରାଉଚରା ଚଳାଇଛି।

କଳା ବ୍ୟାଜ ପିନ୍ଧି କାମ କଲେ କର୍ମଚାରୀ

କଳା ବ୍ୟାଜ ପିନ୍ଧି କାମ କଲେ କର୍ମଚାରୀ

ଅନୁଗୋଳ ଅଫିସ, ୧୯।୩ପ୍ରଥମେ ପାନୀୟ ଜଳ ଓ ପରିମଳ ବିଭାଗରେ କାମ କଲେ। ଦୁଇ ତିନି ବର୍ଷ ହେଲା ସ୍ବଚ୍ଛ ଭାରତ ମିଶନକୁ ଆସିଲେ। ନିଷ୍ଠାପର ଓ ଭଲ କାମ କରିଥିବାରୁ ପୁରସ୍କାର ମିଳିବା କଥା। କିନ୍ତୁ ରାଜ୍ୟ ସରକାର ସ୍ବଚ୍ଛଭାରତ ମିଶନରେ କାର୍ଯ୍ୟ କରୁଥିବା ଏହି ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ଓ ଜିଲାସ୍ତରୀୟ ସଂଯୋଜକ (ଡିଏଲ୍‌ସି) କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛନ୍ତି। ଏହାକୁ ନେଇ ରାଜ୍ୟରେ କାର୍ଯ୍ୟରତ ୭୪୪ ଡିପିସି ଓ ଡିଏଲ୍‌ସିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନୁଗୋଳ ଜିଲାରେ କାର୍ଯ୍ୟ କରୁଥିବା ୨୨ଜଣ କର୍ମଚାରୀ ସୋମବାର ଏହାର ପ୍ରତିବାଦ କରିବା ସହ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରିଛନ୍ତି।

 କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ   ଫେସବୁକ୍‌ ଆକାଉଣ୍ଟ ହ୍ୟାକ ଅଭିଯୋଗ

କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ ଅଭିଯୋଗ

ପରଜଙ୍ଗ,୧୮ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀ ସନ୍ତୋଷ ରାଉତଙ୍କ ଫେସବୁକ୍‌ ଆକାଉଣ୍ଟକୁ କେହି ଦୃର୍ବୃତ୍ତ ହ୍ୟାକ କରିଥିବା ସୋମବାର ପରଜଙ୍ଗ ଥାନାରେ ଅଭିଯୋଗ ହୋଇଛି। 

୫୩ ନଂ ରାଜପଥ ପାଲଟିଛି ମରଣଯନ୍ତା

୫୩ ନଂ ରାଜପଥ ପାଲଟିଛି ମରଣଯନ୍ତା

କଣିହାଁ,୧୮ା୩(ଡି.ଏନ.ଏ)- ଅନୁଗୁଳ ଜିଲା କଣିହାଁ ବ୍ଲକ ଦେଇ ଯାଇଥିବା ୫୩ ନଂ. ରାଜପଥ କଣିହାଁ ହାଟ ପଡ଼ିଆ ନିକଟ ରାସ୍ତା ଉପରେ ଖାଲଖମା ସୃଷ୍ଟି ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା