ରାୟଗଡା

ଡାକ୍ତରଖାନା ଘେରିଲା ନଗର କଂଗ୍ରେସ

ଡାକ୍ତରଖାନା ଘେରିଲା ନଗର କଂଗ୍ରେସ
ଜୟପୁର,୧୨।୯(ନି.ପ୍ର.): ଜୟପୁର ଜିଲା ଚିକିତ୍ସାଳୟକୁ ନଗର କଂଗ୍ରେସ ଘେରାଉ କରିଛି। ଚିକିତ୍ସାଳୟର ଆଉଟ ଡୋରରେ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ୬ ଜଣ ଡାକ୍ତର ଡିୟୁଟି କରିବା, ଡାକ୍ତରଙ୍କ ମନମୁଖୀ କାର୍ଯ୍ୟ ବନ୍ଦ କରିବା, ସେମାନଙ୍କ ଦଲାଲିଗିରି ରୋକିବା, ରୋଗୀଙ୍କୁ ଦୁର୍ବ୍ୟବହାର ବନ୍ଦ କରିବା ଦାବି ନେଇ ଏହି ଘେରାଉ କରାଯାଇଛି। ଡାକ୍ତରମାନେ ଠିକ ସମୟରେ ରୋଗୀଙ୍କୁ ଚିକିତ୍ସା କରୁ ନଥିବା ସହ ଆଉଟ ଡୋରରେ ବସୁନଥିବା କର୍ମୀମାନେ ଅଭିଯୋଗ କରିଥିଲେ। ଘେରାଉରେ ନଗର କଂଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତି, ନିହାର ବିଷୋୟୀ, ଗଙ୍ଗା ସାହୁ ସମେତ ବହୁ କର୍ମୀ ଜିଲା ଚିକିତ୍ସାଳୟକୁ ଘେରାଉ କରି ବିକ୍ଷୋଭ କରିଥିଲେ । ପରେ ଚିକିତ୍ସାଳୟରେ ସୁପରିଣ୍ଟେଣ୍ଡେଣ୍ଟ ଦଧିବାମନ ତ୍ରିପାଠୀଙ୍କ ସହ  ବିକ୍ଷୋଭକାରୀ ଆଲୋଚନା କରି ଦାବି ଜଣାଇଥିଲେ।
All Right Reserved By

ରାୟଗଡା

ଏସ୍‌ପିଙ୍କ ଶିଶୁଗୃହ ପରିଦର୍ଶନ

ଏସ୍‌ପିଙ୍କ ଶିଶୁଗୃହ ପରିଦର୍ଶନ

ମାଲକାନଗିରି,୧୭।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ପରିବର୍ତ୍ତନ ଶିଶୁଗୃହକୁ ମାଲକାନଗିରି ଏସ୍‌ପି ଜଗମୋହନ ମିନା ଶୁକ୍ରବାର ପରିଦର୍ଶନ କରି ପିଲାଙ୍କ ସହିତ ସମୟ ବିତାଇଛନ୍ତି।

ବାତ୍ୟାଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ

ବାତ୍ୟାଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ

ପାରଳାଖେମୁଣ୍ଡି,୧୭ା୧୧(ସ୍ବ.ପ୍ର.)-ଗଜପତି ଜିଲାରେ ତିତ୍‌ଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲକ୍ଷ୍ମୀପୁର ଓ କେରାଣ୍ଡି ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହୋଇଛି ା

କୋଲାବରେ ୨୬ରୁ ବନ୍ଦହେବ ବିଦ୍ୟୁତ ଉତ୍ପାଦନ

ଜୟପୁର, ୧୭।୧୧(ଡି.ଏନ୍‌.ଏ.)କୋଲାବ ଜଳବିଦ୍ୟୁତ ଉପତ୍ାଦନ କେନ୍ଦ୍ରର ମରାମତି ପାଇଁ ଉପତ୍ାଦନ ବନ୍ଦ ରଖିବାକୁ ପୂର୍ବରୁ ଯେଉଁ ସମୟ ସାରଣୀ ରହିଥିଲା, ସେଥିରେ ପରିବର୍ତ୍ତନ ହୋଇଛି। 

 ଜଳିଗଲା ୫ ଏକର ଧାନ

ଜଳିଗଲା ୫ ଏକର ଧାନ

ଝରିଗାଁ, ୧୬।୧୧(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡି ପଞ୍ଚାୟତ ଢେପଗୁଡା ଗ୍ରାମର ସାହେବ ସାନ୍ତାଙ୍କ   ଖଳାରେ  ନିଆଁ ଲାଗି ସେଠାରେ ରଖାଯାଇଥିବା ୫ ଏକର ଜମିର ଧାନ   ପୋଡି ଯାଇଛି। ଶୁକ୍ରବାର ଅପରାହ୍ନରେ ପ୍ରାୟ ୪ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। 

‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଗୁରୁତର ଅନନ୍ତଙ୍କୁ ମିଳିଲା ସହାୟତା

‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଗୁରୁତର ଅନନ୍ତଙ୍କୁ ମିଳିଲା ସହାୟତା

ଦଶମନ୍ତପୁର,୧୬।୧୧(ଡି.ଏନ୍‌.ଏ.)-ଦଶମନ୍ତପୁର ବ୍ଲକ୍‌ ପରଜା ବେଡ଼ାପଦର ପଞ୍ଚାୟତ ସେମ୍ବି ଗ୍ରାମର ଚିଙ୍ଗୁଡୁ ଜାନିଙ୍କ ପୁଅ ଅନନ୍ତ ବିରୁଡ଼ିି ଆକ୍ରମଣରେ ଗୁରୁତର ହୋଇ ମରଣ ସହ ଲଢୁଥିବାବେଳେ ସ୍ଥାନୀୟ ପ୍ରଶାସନ ସହାୟତାର ହାତ ବଢ଼ାଇଛି। 

ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା

ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା

ଦାମନଯୋଡ଼ି,୧୬।୧୧(ଡି.ଏନ୍‌.ଏ.)- ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ୍‌ ଓ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ପାଇଁ ଖେଳାଳିଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ନାଲ୍‌କୋ ଟାଉନଶିପ୍‌ ସରସ୍ବତୀ ବିଦ୍ୟାମନ୍ଦିରରେ ଏକ ଚୟନ ଶିବିର ଅନୁଷ୍ଠିତ ହୋଇଛି। 

ଆଜିଠୁ  କୋରାପୁଟରେ ରାଜ୍ୟସ୍ତରୀୟ ପରବ ମହୋତ୍ସବର ମୁଖ୍ୟ ସମାରୋହ

ଆଜିଠୁ କୋରାପୁଟରେ ରାଜ୍ୟସ୍ତରୀୟ ପରବ ମହୋତ୍ସବର ମୁଖ୍ୟ ସମାରୋହ

କୋରାପୁଟ,୧୬।୧୧(ସ୍ବ.ପ୍ର.)- ଶୁକ୍ରବାରଠାରୁ କୋରାପୁଟର ଲାଣ୍ଡିଗୁଡା ପଡିଆଠାରେ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୧୮ର ମୁଖ୍ୟ ସମାରୋହ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ।

କାଶୀନଗର ରଇତ ସଂଘର ଧାରଣା: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କାଶୀନଗର ରଇତ ସଂଘର ଧାରଣା: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କାଶୀନଗର, ୧୬।୧୧(ଡି.ଏନ.ଏ.)- ଗଜପତି ଜିଲା କାଶୀନଗର ରଇତ ସଂଘ ପକ୍ଷରୁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭାରପ୍ରାପ୍ତ ବିଡିଓଙ୍କ ଅନୁପସ୍ଥିତିରେ ଜିପିଇଓ ରାଧା ମୋହନ ପ୍ରଧାନ ଏହି ଦାବିପତ୍ର ଗ୍ରହଣ କରି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବେ ବୋଲି ପ୍ରତିଶ୍ରତି ଦେଇଛନ୍ତି। 

ବାତ୍ୟାରେ କ୍ଷତିଗ୍ରସ୍ତ ସତ୍ତ୍ୱେ ମରାମତି ହେଉନି  ରାମଗିରି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅବହେଳିତ

ବାତ୍ୟାରେ କ୍ଷତିଗ୍ରସ୍ତ ସତ୍ତ୍ୱେ ମରାମତି ହେଉନି ରାମଗିରି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅବହେଳିତ

ପାରଳାଖେମୁଣ୍ଡି/ରାମଗିରି,୧୬।୧୧(ସ୍ବ.ପ୍ର./ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକର ରାମଗିରିସ୍ଥିତ ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମରାମତି ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି। ତିତ୍‌ଲି ବାତ୍ୟାରେ ଏହା କ୍ଷତିଗ୍ରସ୍ତ ହୋଇଥିଲା । କାର୍ଯ୍ୟାଳୟ ଛାତରୁ ଆଜବେଷ୍ଟସ୍‌ ଉଡ଼ିଯାଇଥିଲା। ଏପର୍ଯ୍ୟନ୍ତ ତାହାକୁ ମରାମତି କରାଯାଇନାହିଁ। ଉକ୍ତ ଭଙ୍ଗାଘରେ ବର୍ତ୍ତମାନ କାର୍ଯ୍ୟାଳୟ ଚାଲିଛି । ୧୯୫୬ ମସିହାରେ ରାମଗିରିଠାରେ ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। 

୨୨ରେ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ: ପ୍ରଶାସନକୁ ଘେରିବ ଯୁବସେନା

୨୨ରେ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ: ପ୍ରଶାସନକୁ ଘେରିବ ଯୁବସେନା

ବୈପାରୀଗୁଡ଼ା, ୧୬।୧୧(ଡି.ଏନ୍‌‌.ଏ)-ଶହୀଦ୍‌ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମା ପଞ୍ଚାୟତ ପ୍ରଶାସନର ଚରମ ଅବହେଳାର ଶିକାର ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ କରୁ  ନ ଥିବା ସ୍ଥାନୀୟ ଯୁବସେନାଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି ।

ଥାନା ଘେରିଲା କୃଷକ କଲ୍ୟାଣ ମଞ୍ଚ

ଥାନା ଘେରିଲା କୃଷକ କଲ୍ୟାଣ ମଞ୍ଚ

କୁନ୍ଦୁରା୧୬।୧୧(ଡି.ଏନ୍‌.ଏ.)- କୁନ୍ଦୁରା ବ୍ଳକ୍‌ ୧୬ ପଞ୍ଚାୟତର ପ୍ରାୟ ଏକ ହଜାର ଚାଷୀ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ବିରୋଧରେ କୁନ୍ଦୁରା ଥାନା ଘେରାଉ କରିଛନ୍ତି।  କୋରାପୁଟ ଜିଲା କୃଷକ ମଞ୍ଚ ଏବଂ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ଚାଷୀମାନେ ଏହି ଘେରାଉରେ ସାମିଲ ଥିଲେ। 

ପ୍ରକଳ୍ପକୁ ପୂରିଲାଣି ଦୁଇ ବର୍ଷ : ପାଣି ଯୋଗାଣ ହେଉନି

ପ୍ରକଳ୍ପକୁ ପୂରିଲାଣି ଦୁଇ ବର୍ଷ : ପାଣି ଯୋଗାଣ ହେଉନି

ଦଶମନ୍ତପୁର,୧୬।୧୧(ଡି.ଏନ୍‌.ଏ.)- କୋରାପୁଟ ଜିଲା ଦଶମନ୍ତପୁର ଅନ୍ତର୍ଗତ ସୁଜାଙ୍ଗ ପଞ୍ଚାୟତ ଅଧୀନ ଡେଙ୍ଗାଜାନୀଗୁଡ଼ାର ପାନୀୟଜଳ ଯୋଗାଣ ପ୍ରକଳ୍ପର  ନିର୍ମାଣ କାର୍ଯ୍ୟ ଦୁଇବର୍ଷ ଶେଷ ହୋଇଛି। ହେଲେ ଏହା ଗ୍ରାମବାସୀଙ୍କ କାର୍ଯ୍ୟରେ ଆସୁ ନଥିବା ଅଭିଯୋଗ ହୋଇଛି। ବାସିନ୍ଦାଙ୍କ କହିବାନୁସାରେ, ୨୦୧୬-୧୭ ଆର୍ଥିକ ବର୍ଷରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୭-୧୮ ଆର୍ଥିକ ବର୍ଷରେ ଶେଷ ହୋଇଛି। ଏହାର ଅଟକଳ ୧୦ ଲକ୍ଷ ଟଙ୍କା ରହିଥିବାବେଳେ ଦାମନଯୋଡ଼ି ନାଲ୍‌କୋ ପକ୍ଷରୁ ଅନୁଦାନ ରାଶି ଯୋଗାଇ ଦିଆଯାଇଛି।