ଉପକୂଳ ଓଡିଶା

ପୃଥକ ପୃଥକ ୨ ଦୁର୍ଘଟଣାରେ ୩ ଗୁରୁତର

ପୃଥକ ପୃଥକ ୨ ଦୁର୍ଘଟଣାରେ ୩ ଗୁରୁତର
ଯାଜପୁର ରୋଡ, ୧୨।୯ (ନି.ପ୍ର.)-ଯାଜପୁର ରୋଡ ଓ କୋରେଇ ଥାନା ଅଞ୍ଚଳରେ ପୃଥକ ପୃଥକ ଭାବେ ୨ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ସେହି ବ୍ଲକ ଅଞ୍ଚଳର ଯୁଗଳ କିଶୋର ସାହୁ ଓ ତାଙ୍କ ସ୍ତ୍ରୀ ଗୀତାଳି ଏବଂ ଭୁବନେଶ୍ୱରର ଆୟୁସ ନାୟକ(୧୯)। ଯୁଗଳ ଓ ଗୀତାଳୀ ଏକ ବାଇକ୍‌ରେ ଯାଉଥିବା ବେଳେ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ନିକଟରେ ଏକ ଗାଡ଼ି ସହ ଧକ୍କା ହୋଇଥିଲା। ଫଳରେ ଉଭୟ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ।
ସେହିପରି ଭୁବନେଶ୍ୱରର ଆୟୁସ ୨୦ ନଂ. ଜାତୀୟ ରାଜପଥ କଡ଼ କଣ୍ଟାଝରୀ ଛକ ନିକଟରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ଧକ୍କା ଦେଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। 
All Right Reserved By

ଉପକୂଳ ଓଡିଶା

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଖଣ୍ଡପଡା,୧୭।୨(ସ୍ବ.ପ୍ର.)- ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ନୟାଗଡ ଜିଲା ଖଣ୍ଡପଡାଠାରେ ଶୁକ୍ରବାର କାଠ ଅନୁକୂଳ ହୋଇଛି। ରୁକୁଣା ରଥ  ନିମନ୍ତେ କାଠ ପାଇଁ ଖଣ୍ଡପଡା ଏନ୍‌ଏସି ଅନ୍ତର୍ଗତ ୧୨ ନଂ ୱାର୍ଡ ବାଇପାସ ରାସ୍ତା ପାର୍ଶ୍ୱ ଆଞ୍ଚଳିକ ସାମ୍ବାଦିକ ଭବନ ପରିସରରେ ଥିବା ଆମ୍ବଗଛ ନିକଟରେ ପୂଜାର୍ଚ୍ଚନା କରାଯାଇଛି । 

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା: ଶ୍ରମିକଙ୍କ ନାମ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା: ଶ୍ରମିକଙ୍କ ନାମ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ନୂଆଗାଁ,୧୭।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)କାର୍ଯ୍ୟରେ ଅନିୟମିତତା ହୋଇଛି। ଶ୍ରମିକ ବଦଳରେ ମେଶିନ୍‌ରେ କାର୍ଯ୍ୟ କରାଇ ଶ୍ରମିକମାନଙ୍କ ଜବ୍‌କାର୍ଡ ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେଉଛି । 

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

ଚଣ୍ଡିଖୋଲ,୧୬।୨(ଡିି.ଏନ.ଏ)- ମଧୁବାବୁ ପ୍ରଥମ ବାରିଷ୍ଟର ଭାବେ ଯେଉଁ ପ୍ରେରଣା ଦେଇଯାଇଛନ୍ତି ତାହା ଆମ ସମାଜ ପାଇଁ ମାର୍ଗ ଦର୍ଶନ। ଓକିଲଙ୍କର କାର୍ଯ୍ୟଧାରା ମଧୁବାବୁଙ୍କ ପରି ଜନହିତରେ ରହିଲେ କୋର୍ଟ ପ୍ରତିଷ୍ଠା ସାର୍ଥକ ହେବ ବୋଲି ହାଇକୋର୍ଟର ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ର କହିଛନ୍ତି। ଯାଜପୁର ଜିଲା ଚଣ୍ଡିଖୋଲଠାରେ ସବ୍‌ଜଜ୍‌ (ସିଭିଲ) କୋର୍ଟର ନୂତନ କାର୍ଯ୍ୟାଳୟକୁ ଶନିବାର ଉଦ୍‌ଘାଟନ କରିବା ସମୟରେ ସେ ଏହା କହିଛନ୍ତି।

ଯାଜପୁରରୋଡ଼ରେ ଅତିରିକ୍ତ ଜିଲା ଦାୈରାଜଜ୍‌ କୋର୍ଟ ଉଦ୍‌ଘାଟିତ

ଯାଜପୁରରୋଡ଼,୧୬।୨(ନି.ପ୍ର.)- ଯାଜପୁରରୋଡ଼ରେ ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲା ଦାୈରାଜଜ କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛିି। ଏହି କୋର୍ଟ ସ୍ଥାପନ ପାଇଁ ଓକିଲ ସଂଘ ସମେତ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତାମାନେ ଆନ୍ଦୋଳନ କରି ଆସୁଥିଲେ। ଏହି କୋର୍ଟ ଖୋଲିବା ଦ୍ୱାରା ବ୍ୟାସନଗର, କୋରେଇ, ସୁକିନ୍ଦା, ଦାନଗଦୀ ପ୍ରଭୃତି ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। 

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ପାଟକୁରା,୧୬।୨(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ଗ୍ରାମ ପଞ୍ଚାୟତର ହରିଦାସପୁର ଗ୍ରାମରେ ଜଣେ ଯୁବକ ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। 

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ନାଉଗାଁ,୧୬।୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ ସାହୁ ଜମ୍ମୁ-କଶ୍ମୀରସ୍ଥ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି। ଏହାକୁ ନେଇ ଉକ୍ତ ବ୍ଲକର ସମସ୍ତ ବିଦ୍ୟାଳୟରେ ନୀରବ ପ୍ରାର୍ଥନା କରାଯାଇଛି। 

ପୁଲୱାମାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ପୁଲୱାମାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବୋଲଗଡ଼,୧୬ା୨(ଡି.ଏନ.ଏ.):ଜମ୍ମୁ-କାଶ୍ମୀରସ୍ଥିତ ପୁଲୱାମାଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା  ସିଆର୍‌ପିଏଫ୍‌ ଯବାନଙ୍କ ଉଦ୍ଦେଶ୍ୟରେ ବୋଲଗଡ଼ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି।

ଶ୍ରୀଶ୍ରୀ ହନୁମାନ ମନ୍ଦିର, ବିଗ୍ରହ ପ୍ରତିଷ୍ଠା

ଶ୍ରୀଶ୍ରୀ ହନୁମାନ ମନ୍ଦିର, ବିଗ୍ରହ ପ୍ରତିଷ୍ଠା

କୃଷ୍ଣପ୍ରସାଦ,୧୬ା୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥିତ ବଡଅଁଳ ପଞ୍ଚାୟତ ଅଧୀନ ବଡଖଟିଆକୁଦିଠାରେ ମହାଆଡ଼ମ୍ବରରେ ଶ୍ରୀଶ୍ରୀ ହନୁମାନ ପ୍ରଭୁଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଗଣିଆ,୧୬।୨(ଡି.ଏନ.ଏ.)-ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତର ଜନସଙ୍ଗଠନ ଆଦିମ ଅଧିବାସୀ ମୁକ୍ତିମଞ୍ଚ ତରଫରୁ ଶୁକ୍ରବାର ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । 

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ନୂଆଗାଁ,୧୬।୨(ଡି.ଏନ.ଏ.)-ସରକାର ଦେଶର ପ୍ରତି ଗରିବ ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଅନେକ ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁ ପ୍ରକୃତ ହିତାଧିକାରୀ ଆବାସ ଯୋଜନା ମାଧ୍ୟମରେ ଘର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। 

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ା ଅଫିସ୍‌, ୧୪।୨-କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ୩.୫ ଲକ୍ଷ ଭୂମିହୀନ କୃଷି ଶ୍ରମିକ ହିତାଧିକାରୀଙ୍କୁ ଆନୁସଙ୍ଗିକ କୃଷି କ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଆର୍ଥିକ ସହାୟତା ଶୁକ୍ରବାର ପ୍ରଦାନ କରାଯାଇଛି।

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଖଣ୍ଡପଡ଼ା,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ଫକୀର ଅତିବୁଦ୍ଧିପାଟଣାର ରନତ୍ାକର ଖଟୁଆ ଓରଫ ବଜରଙ୍ଗୀ(୧୯)ଙ୍କ ବୁଧବାର ଅପରାହ୍ନରେ ଭୁବନେଶ୍ୱରଠାରେ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତପୁଅଙ୍କ ଚକ୍ଷୁଦାନ କରିଛନ୍ତିି।