ରାୟଗଡା

ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ‘ମୁଁ ହିରୋ, ମୁଁ ଓଡ଼ିଶା’

ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ‘ମୁଁ ହିରୋ, ମୁଁ ଓଡ଼ିଶା’
କୁନ୍ଦୁରା,୧୨।୯(ଡି.ଏନ୍‌.ଏ.): କୁନ୍ଦୁରା ବ୍ଲକ ସଦର ମହକୁମାସ୍ଥିତ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ‘ମୁଁ ହିରୋ, ମୁଁ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ପରଜା, ବିଜେଡି ସଭାପତି ସଞ୍ଜୟ ସାହୁ, ପଦ୍ମିନୀ ଦିଆନ, କୁନ୍ଦୁରା ଥାନାଧିକାରୀ ଭବାନୀ ମୁଦୁଲି, ଏମ୍‌ପି ପ୍ରତିନିଧି ବୃନ୍ଦାବନ ମଲ୍ଲିକ, ବିଜେଡି ଯୁବ ସଭାପତି ରମାକାନ୍ତ ମିଶ୍ର ଓ ଉପାଧ୍ୟକ୍ଷା ପଦ୍ମା ହରିଜନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସକ୍ରିୟ ନାଗରିକତା ଭିତ୍ତିକ ଏକ କ୍ଷୁଦ୍ର ନାଟକ ପ୍ରଦର୍ଶନ କରାଯିବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ସଙ୍ଗୀତ ପ୍ରତିଯୋଗିତାରେ ସ୍ବାତୀ ମିଶ୍ର, ବର୍ଷାରାଣୀ ପାଇକ,  ନିରୁପମା ମହାନ୍ତି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ। ନୃତ୍ୟ ପ୍ରତିଯୋଗିତାରେ ବାସନ୍ତି ହରିଜନ ପ୍ରଥମ, ଧରିତ୍ରୀ ସାହୁ ଏବଂ ଅନୀଲ କୁମାର ବିଶୋୟୀ ଯୁଗ୍ମ ଦ୍ୱିତୀୟ ହୋଇଥିବା ବେଳେ ତେଜସ୍ବିନୀ ଏବଂ ଗ୍ରୁପ ତୃତୀୟ ସ୍ଥାନରେ ରହିଛନ୍ତି। ମହାବିଦ୍ୟାଳୟ ଅଧ୍ୟକ୍ଷା ରିତାରାଣୀ କରଣ ପ୍ରତିଭା ଅନ୍ବେଷଣ ଓ ଏହାର ଆବଶ୍ୟକତା ସମ୍ବନ୍ଧରେ ସୂଚନା ଦେଇଥିଲେ। ବିଜୁ ଯୁବ ବାହିନୀ ଜିଲା ସଂଯୋଜକ ଶିବାଶିତ ପାତ୍ର, ସାମୁଏଲ୍‌ ଡଙ୍ଗ୍ରି, ରାଜା ସାହୁ, ଭିକି ବେହେରା, ରାଜେଶ ନାୟକ ଓ ରାଜେନ୍ଦ୍ର ବିଶୋୟୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯୁକ୍ତ ୩ ଅଧ୍ୟକ୍ଷ ହୃଦୟ ରଞ୍ଜନ ପଣ୍ଡା ଧନ୍ୟବାଦ ଦେଇଥିଲେ।
All Right Reserved By

ରାୟଗଡା

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ଦିଗପହଣ୍ଡି/ପାଟପୁର, 
୨୫ା୯ (ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ତପ୍ତପାଣି ଘାଟିରେ ସାର ବୋଝେଇ ଟ୍ରକ୍‌ (ନଂ. ଓଆର୦୪ଜି୩୪୧୬) ଓଲଟି ପଡ଼ିବାରୁ ୩ ଜଣ ଗୁରୁତର ହୋଇଛନ୍ତି। 

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମା ୨୫।୯ (ଡି.ଏନ.ଏ)-
ଗଜପତି ଜିଲା ଗୁମ୍ମା ବ୍ଲକ ସଦର ମହକୁମାଠାରେ ବିଏସଏନଏଲ ସେବା ଦୀର୍ଘ ଏକ ମାସ ହେଲା ଲୋକଙ୍କୁ ସେବା ଯୋଗାଇ ଦେବା ବିଫଳ ହୋଇଛି। ବିଭାଗୀୟ ଅଧିକାରୀ ଙ୍କୁ ଏନେଇ  ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।  

ରାସ୍ତାରେ ଖାଲଖମା , ମରାମତି ଦାବି

ରାସ୍ତାରେ ଖାଲଖମା , ମରାମତି ଦାବି

ସେମିଳିଗୁଡ଼ା,୨୫।୯(ସ୍ବ.ପ୍ର)-ସୁନାବେଡ଼ା ପୌରପରିଷଦ ଅଧୀନ କାକିଗଁାକୁ ପଡ଼ିଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘଦିନ ଧରି ଏହି ରାସ୍ତାର ମରାମତି କରାଯାଉ ନ ଥିବାରୁ ମଝିରେ ଖାଲଖମା ସୃଷ୍ଟି ହୋଇଛି। 

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌  ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌ ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ପାରଳାଖେମୁଣ୍ଡି, ୨୫।୯ (ସ୍ବ.ପ୍ର.) 
ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପୁରୁଣାପାଟଣା ରୋଡର ଓଡିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ସ୍ଥାନରୁ ରାତିଅଧିଆ ଟ୍ରକ ଯୋଗେ ପଡୋଶୀ ଆନ୍ଧ୍ରକୁ ବିଭିନ୍ନ ସାମଗ୍ରୀ ଚାଲାଣ ହେଉଥିବା ଦୃଷ୍ଟିକୁ ଆସିଛି ା 

ଭଗବାନଙ୍କ ଭରସାରେ ସ୍ବାସ୍ଥ୍ୟ ସେବା

ଭଗବାନଙ୍କ ଭରସାରେ ସ୍ବାସ୍ଥ୍ୟ ସେବା

ନବରଙ୍ଗପୁର,୨୫।୯(ବି.ପ୍ର.)
ନବରଙ୍ଗପୁର ଜିଲାରେ ବିଶେଷଜ୍ଞ ଡ଼ାକ୍ତରଙ୍କ ଅଭାବ ା ଯେଉଁ ବିଶେଷଜ୍ଞ ଡାକ୍ତର ରହିଛନ୍ତି ସେମାନେ ମଧ୍ୟ ମାସର ନିୟମିତ ବ୍ୟବଧାନରେ ବିନା ଛୁଟିରେ ଚାଲି ଯାଉଛନ୍ତି। ଆନେସ୍ଥେସିଆ ବିଶେଷଜ୍ଞ ନାହାନ୍ତି। 

ନିର୍ମାଣର ୨ ମାସରେ ଭଶୁଡିିଲା ଚେକ୍‌ଡ୍ୟାମ

ନିର୍ମାଣର ୨ ମାସରେ ଭଶୁଡିିଲା ଚେକ୍‌ଡ୍ୟାମ

ନବରଙ୍ଗପୁର,୨୫।୯(ବି.ପ୍ର.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିବା ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ ଶେଷ ହେବାର ୨ ମାସ ମଧ୍ୟରେ  ଭୁଶୁଡି ଯାଉଛି ା 

କୁକୁଡ଼ା ଥାପା ଦେଇଛି ବଞ୍ଚତ୍ବାର ପନ୍ଥା

କୁକୁଡ଼ା ଥାପା ଦେଇଛି ବଞ୍ଚତ୍ବାର ପନ୍ଥା

କୁନ୍ଦୁରା,୨୫।୯(ଡି.ଏନ୍‌.ଏ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ ନବଗଠିତ ଫୁପୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯୁବାପାତ୍ରପୁଟ ଗ୍ରାମର ହରିହର କଣ୍ଡୁଲିଆଙ୍କୁ ଦୀର୍ଘ ୨୦ ବର୍ଷ ହେଲା କୁକୁହା ଥାପ୍ପା ଦେଇଛି ଜୀବନ ଜିଇଁବାର ପନ୍ଥା ା

ପୁଣି ଜାତୀୟ ରାଜପଥରୁ ହଟିବ ଜବରଦଖଲ: ୪ରୁ ଅଭିଯାନ ଆରମ୍ଭ

ପୁଣି ଜାତୀୟ ରାଜପଥରୁ ହଟିବ ଜବରଦଖଲ: ୪ରୁ ଅଭିଯାନ ଆରମ୍ଭ

ଜୟପୁର, ୨୫।୯ (ନି.ପ୍ର) : ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୨୬ରୁ   ଜବଦରଖଲ ଉଚ୍ଛେଦ ଆସନ୍ତା ୪ ତାରିଖରୁ ହେବ ବୋଲି ଜିଲା ପ୍ରଶାସନ ସ୍ଥିର କରିଛି। ଜୟପୁରଠାରୁ  ଉଭୟ ପଟେ  ଜୁନ୍‌ ୩୦ରୁ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇ ଗାନ୍ଧୀଛକ ଯାଏ ଚାଲିଥିଲା।  

 ନିଆଁ ଲାଗି ଘର ପୋଡି ପାଉଁଶ

ନିଆଁ ଲାଗି ଘର ପୋଡି ପାଉଁଶ

ଗୁମ୍ମା,୨୪ା୯ (ଡି.ଏନ.ଏ)- ଗଜପତି ଜିଲା ଗୁମ୍ମା ବ୍ଲକ ପରିଡା ପଞ୍ଚାୟତର ପରିଡା ଗ୍ରାମରେ ସୋମବାର ଗ୍ୟାସ ଟାଙ୍କିରୁ ନିଆଁ ଲାଗି ଜଣେ ବ୍ୟକ୍ତିଙ୍କ ଘର ସହ ସମସ୍ତ ପ୍ରକାର ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି। 

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ୩ ଗିରଫ

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି/ ଚିତ୍ରକୋଣ୍ଡା, ୨୪ା୯ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ରବିବାର ରାତିରେ  ମାଓବାଦୀଙ୍କ ଗତିବିଦ୍ଧି ଉପରେ ନଜର ରଖିବାକୁ ରାସ୍ତାରେ ଗାଡିମୋଟର ଯାଞ୍ଚ  କରୁଥିବା ସମୟରେ ଏକ କାର୍‌ ଦ୍ରୁତଗତିରେ ଆସୁଥିବା ଦେଖି ଗାଡିକୁ ଅଟକାଇ ତନଖି କରିଥିଲା। 

ଅଗ୍ନିଶମ ବିଭାଗ ୬ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅଗ୍ନିଶମ ବିଭାଗ ୬ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗୁମ୍ମା,୨୪ା୯(ଡି.ଏନ.ଏ) ରାଜ୍ୟ ଅଗ୍ନିଶମ ବିଭାଗ ସଂଘ ନିର୍ଦ୍ଦେଶ କ୍ରମେ ସୋମଠାରୁ ଗଜପତି ଜିଲା ଗୁମ୍ମା ବ୍ଲକର ଅଗ୍ନିଶମ ବିଭାଗ କର୍ମଚାରୀ ୬ ଦଫା ଦାବି ନେଇ ଅର୍ନିଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । 

ଏନଏସଏସ ଦିବସ ପାଳିତ

ଏନଏସଏସ ଦିବସ ପାଳିତ

ମାଥିଲି , ୨୪।୯ (ଡି.ଏନ.ଏ) - ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ପୋଷ୍ୟ ଗ୍ରାମଠାରେ ସୋମବାର ସ୍ଥାନୀୟ ଗୋବିନ୍ଦପାଲି ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ତରଫରୁ ଏନଏସଏସ (ଜାତୀୟ ସେବା ଯୋଜନା) ଦିବସ ପାଳିତ ହୋଇଯାଇଛି । ପ୍ରଥମେ କଲେଜ ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ପରେ କଲେଜ ଠାରୁ ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ଉଦୁଲିବେଡା ପୋଷ୍ୟ ଗ୍ରାମରେ ପହଞ୍ଚତ୍ଥିଲେ ।